Advertisment

ମୁହଁକୁ ଚାହିଁ ବିଜ୍ଞାପନ ?

ଭୁବନେଶ୍ବର, (ଲକ୍ଷ୍ମୀନାରାୟଣ କାନୁନଗୋ): ବିଧାନସଭାର ତଥ୍ୟ ଖୋଲିଲା ରାଜ୍ୟ ସରକାରଙ୍କ ମୁଖା। ସରକାରଙ୍କ ଦୋଷ ଦୁର୍ବଳତା ଦେଖାଇଲେ ବିଜ୍ଞାପନ କମ। ୧୯୯୮ର ବିଜ୍ଞାପନ ନୀତିକୁ ଖୋଲାଖୋଲି ଉଲ୍ଲଂଘନ। ରାଜ୍ୟ ସରକାରଙ୍କ ନିଷ୍ପକ୍ଷ ବିଜ୍ଞାପନ ନୀତି କେବଳ କାଗଜରେ। ରାଜ୍ୟର ଗଣମାଧ୍ୟମ ବା ମିଡିଆ ଆଉଟଲେଟଗୁଡ଼ିକୁ ସନ୍ତୁଳିତ ଓ ନ୍ୟାୟସଂଗତ ଭାବେ ବିଜ୍ଞାପନ ବଣ୍ଟନ ପାଇଁ ବିଜ୍ଞାପନ  ନୀତି-୧୯୯୮ ପ୍ରଣୟନ ହୋଇଛି। ଏହି ନୀତି କେତେ କାର୍ଯ୍ୟକାରୀ ହେଉଛି, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର […]

ଅଦ୍ୟତନ ହୋଇଛି
ମୁହଁକୁ ଚାହିଁ ବିଜ୍ଞାପନ ?

advt

Advertisment

ଭୁବନେଶ୍ବର, (ଲକ୍ଷ୍ମୀନାରାୟଣ କାନୁନଗୋ): ବିଧାନସଭାର ତଥ୍ୟ ଖୋଲିଲା ରାଜ୍ୟ ସରକାରଙ୍କ ମୁଖା। ସରକାରଙ୍କ ଦୋଷ ଦୁର୍ବଳତା ଦେଖାଇଲେ ବିଜ୍ଞାପନ କମ। ୧୯୯୮ର ବିଜ୍ଞାପନ ନୀତିକୁ ଖୋଲାଖୋଲି ଉଲ୍ଲଂଘନ। ରାଜ୍ୟ ସରକାରଙ୍କ ନିଷ୍ପକ୍ଷ ବିଜ୍ଞାପନ ନୀତି କେବଳ କାଗଜରେ।

Advertisment

ରାଜ୍ୟର ଗଣମାଧ୍ୟମ ବା ମିଡିଆ ଆଉଟଲେଟଗୁଡ଼ିକୁ ସନ୍ତୁଳିତ ଓ ନ୍ୟାୟସଂଗତ ଭାବେ ବିଜ୍ଞାପନ ବଣ୍ଟନ ପାଇଁ ବିଜ୍ଞାପନ  ନୀତି-୧୯୯୮ ପ୍ରଣୟନ ହୋଇଛି। ଏହି ନୀତି କେତେ କାର୍ଯ୍ୟକାରୀ ହେଉଛି, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଚଳିତ ବର୍ଷ ଜୁଲାଇ ୧୯ ତାରିଖରେ ବିଧାନସଭାରେ ଦେଇଥିବା ଉତ୍ତରରୁ ପଦାକୁ ଆସିଛି। ଏଥିରେ ରାଜ୍ୟର ଶାସକ ଦଳର ଦୁଇ-ବିଧାୟକଙ୍କ ମିଳିତ ମାଲିକାନାରେ ପରିଚାଳିତ ହେଉଥିବା ଏକ ଟେଲିଭିଜନ୍ ଚାନେଲକୁ ଗତ ବର୍ଷରେ ୮ ଥର ବିଜ୍ଞାପନ ମିଳିଥିବା ବେଳେ ବାର୍କ ଓ ଅନ୍ୟାନ୍ୟ ଡିଜିଟାଲ ମିଡିଆରେ ରାଜ୍ୟର ୧-ନମ୍ବର ସ୍ଥାନରେ ଥିବା ଟିଭି ଚାନେଲ-ଓଟିଭିକୁ ମିଳିଛି ମାତ୍ର ଥରେ ବିଜ୍ଞାପନ। ଦୁଇ ଶାସକ ଦଳ-ବିଧାୟକଙ୍କ ମିଳିତ ମାଲିକାନାରେ ପରିଚାଳିତ ଟିଭି ଚାନେଲକୁ ୩.୦୩ ଲକ୍ଷ ଟଙ୍କାର ଭିଡିଓ ବିଜ୍ଞାପନ ମିଳିଥିବାବେଳେ ଓଟିଭିକୁ ମିଳିଛି ମାତ୍ର ୨୦ ହଜାର ୪୩୬ ଟଙ୍କାର ବିଜ୍ଞାପନ।

ଏ ନେଇ `ନିର୍ଭୟ’ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସ କହିଛନ୍ତି- ତୋଷାମଦ ଦ୍ୱାରା ତ୍ରୁଟି ସୁଧୁରେ ନାହିଁ। ଯେଉଁମାନେ ସରକାରଙ୍କ ଦୋଷ ଦୁର୍ବଳତା ଦେଖାଉଛନ୍ତି, ତାକୁ ବିଚାରକୁ ନେଇ ଯଦି କାର୍ଯ୍ୟରେ ସଂଶୋଧନ ଆଣିବେ ତେବେ ତାହା ସରକାରଙ୍କ ଭାବମୂର୍ତି ବଢ଼ାଇବ। ବିଜ୍ଞାପନ ନୀତି ଯୁକ୍ତିସଂଗତ ହେବା ଦରକାର ଓ କେହି ନଭାବନ୍ତୁ ସରକାର ପାତରଅନ୍ତର କରୁଛନ୍ତି।

Advertisment

ଏବେ ଦେଖନ୍ତୁ ଦୁଇ ଶାସକ ଦଳ-ବିଧାୟକଙ୍କ ମିଳିତ ମାଲିକାନାରେ ପରିଚାଳିତ କମ୍ପାନୀ ପକ୍ଷରୁ କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟରେ ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦାଖଲ ହୋଇଥିବା ରିଟର୍ନ ଫାଇଲିଂର ପ୍ରମାଣ। ଶାସକ ଦଳର ଦୁଇ ବିଧାୟକଙ୍କ ଦ୍ୱାରା ପ୍ରଥମେ ଟେଲିଭିଜନ୍ କମ୍ପାନୀଟି ୨୦୨୦ ମେ ୧୮ରେ ଗଢ଼ାଯାଇଥିବାବେଳେ ଦୈନିକ ଖବରକାଗଜ ଛପାଉଥିବା କମ୍ପାନୀଟି ତାର ପ୍ରାୟ ମାସକ ପରେ ଅର୍ଥାତ୍ ଜୁନ୍ ୧୬ରେ ଗଢ଼ାଯାଇଥିଲା। ତେବେ ନିକଟରେ ଅର୍ଥାତ୍ ଜୁଲାଇ ୭, ୨୦୨୨ରେ ଦୁଇ ବିଧାୟକଙ୍କ ଟିଭି ଚାନେଲ କମ୍ପାନୀ ସହ ଖବରକାଗଜ ଚଳାଉଥିବା କମ୍ପାନୀଟି ମିଶିଯାଇ ଗୋଟିଏ କମ୍ପାନୀ ହୋଇଯାଇଛି।

ଏହା ଉପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି- ଗୋଟିଏ ସରକାର ଦଳୀୟ ଆଧାରରେ ଚଳେ ନାହିଁ। ସରକାରୀ ତନ୍ତ୍ରରେ ଚାଲେ। କିନ୍ତୁ ସବୁ ପରମ୍ପରାକୁ ଜଳାଂଜଳି ଦେଇ ଏମାନେ ମନ ଇଚ୍ଛା ଶାସନ କରୁଛନ୍ତି। ଯେଉଁମାନେ ତାଙ୍କୁ ସହଯୋଗ କରୁନାହାନ୍ତି, ତାଙ୍କୁ ସବୁବେଳେ ହଇରାଣ ହରକତ ଲାଗି ଚେଷ୍ଟା କରୁଛନ୍ତି।

ସେମିତି ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ କହିଛନ୍ତି- ପଇସା ଦବା ନବାରେ ନିଶ୍ଚିତ ଭାବେ ପାତରଅନ୍ତର ହେଉଛି। ପଲିସି ଥିଲେ ବି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଅଫିସର ଏକଡ଼ ସେକଡ ଯେ ନ କରିବେ ତାହା କହିହେବ ନାହିଁ, କାରଣ ତାଙ୍କର ଜନ୍ମ ସେହିଥିରେ ହୋଇଛି, ବ୍ୟବସ୍ଥା ସେହିଥିରେ ହୋଇଛି। ତେଣୁ ଏଭଳି ହେଉଥିବ।

୨୦୨୦ରେ ଦୁଇ ବିଧାୟକଙ୍କ ଟେଲିଭିଜନ୍ କମ୍ପାନୀଟି ମାତ୍ର ୧.୧୯ କୋଟି ଟଙ୍କା ମୂଳଧନ ସହ ଅନ୍ୟମାନଙ୍କଠାରୁ ଯାନ୍ତ୍ରିକ ସହାୟତା ନେଇ ଆରମ୍ଭ ହୋଇଥିବାବେଳେ ପ୍ରଥମ ବର୍ଷର ମାତ୍ର ୧୦ ମାସରେ ୧୪.୧୫ କୋଟି ଟଙ୍କାର ରାଜସ୍ୱ ପାଇଛି। ଯେଉଁଥିରେ ଟିଭି ଚାନେଲଟିକୁ ବଜାରରୁ ୧୩.୯୯ କୋଟି ଟଙ୍କାର ବିଜ୍ଞାପନ ପାଇଛି। ଆଉ ଟିକସ ଦେବା ପୂର୍ବରୁ ଟିଭି ଚାନେଲଟି ୬.୧୭ କୋଟି ଟଙ୍କା ଲାଭ କରିଛି। ଅଭିଯୋଗ ହୋଇଛି, ଶାସକ ଦଳ ପ୍ରଭାବରେ କମ୍ପାନୀ ଭଲ ବିଜ୍ଞାପନ ପାଇବା ସହ ଲାଭ କରୁଥିବାବେଳେ ରାଜ୍ୟ ସରକାର ମଧ୍ୟ ତାଙ୍କ ପ୍ରିୟ ଚ୍ୟାନେଲକୁ ହାତ ଖୋଲିଦେଇଛନ୍ତି। ସରକାରଙ୍କ ଦୋଷ ଦୁର୍ବଳକା ଦେଖାଉଥିବା ଟିଭି ଚ୍ୟାନେଲ ଓ ମିଡିଆ ଆଉଟଲେଟକୁ ଖୁବ୍ କମ ବିଜ୍ଞାପନ ଦେଇଛନ୍ତି। ଏହା କେଉଁ ପ୍ରକାର ସନ୍ତୁଳିତ ଓ ନ୍ୟାୟସଂଗତ ବିଜ୍ଞାପନ ନୀତି ବୋଲି ପ୍ରଶ୍ନ ଉଠୁଛି!

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe