Advertisment

ବିହାର ରାଜନୀତିର ଲଡ଼ୁ ମିଳୁ ବା ନ ମିଳୁ, ଏହି ବିଶ୍ୱ ପ୍ରସିଦ୍ଧ ଲଡ଼ୁ ଥରେ ନିଶ୍ଚୟ ଚାଖନ୍ତୁ...

ପାଟନା: ଆମ ଦେଶରେ ନିର୍ବାଚନ ସମୟ ଆସିଲେ ପାଣିପାଗ ବଦଳିଯାଏ। ମହାମାରୀ ସଙ୍କଟ ଭିତରେ ପାଖେଇ ଆସିଲାଣି ବିହାର ନିର୍ବାଚନ ସମୟ। ଏନେଇ ପରିସ୍ଥିତି ସରଗରମ ଥିବାବେଳେ ନିର୍ବାଚନୀ ପ୍ରଚାର ମଧ୍ୟ ଜୋର୍ ଧରିଛି। ତେବେ ରାଜନୀତି ଲଡ଼ୁ ଖାଇବାକୁ ଇଚ୍ଛା ଥାଉ ବା ନ ଥାଉ ହେଲେ ବିହାରର ଲୋକପ୍ରିୟ ଲଡୁ ଯଦି ଖାଇବାକୁ କାହାର ଇଚ୍ଛା ନ ଥାଏ, ତା’ହେଲେ ଆଜି ଏହି ଆର୍ଟିକଲଟି ପଢ଼ିବା ପରେ ଏହି ଲଡ଼ୁ ଖାଇବାକୁ ନିଶ୍ଚୟ ମନ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ବିହାର ରାଜନୀତିର ଲଡ଼ୁ ମିଳୁ ବା ନ ମିଳୁ, ଏହି ବିଶ୍ୱ ପ୍ରସିଦ୍ଧ ଲଡ଼ୁ ଥରେ ନିଶ୍ଚୟ ଚାଖନ୍ତୁ...

laddu

ପାଟନା: ଆମ ଦେଶରେ ନିର୍ବାଚନ ସମୟ ଆସିଲେ ପାଣିପାଗ ବଦଳିଯାଏ। ମହାମାରୀ ସଙ୍କଟ ଭିତରେ ପାଖେଇ ଆସିଲାଣି ବିହାର ନିର୍ବାଚନ ସମୟ। ଏନେଇ ପରିସ୍ଥିତି ସରଗରମ ଥିବାବେଳେ ନିର୍ବାଚନୀ ପ୍ରଚାର ମଧ୍ୟ ଜୋର୍ ଧରିଛି। ତେବେ ରାଜନୀତି ଲଡ଼ୁ ଖାଇବାକୁ ଇଚ୍ଛା ଥାଉ ବା ନ ଥାଉ ହେଲେ ବିହାରର ଲୋକପ୍ରିୟ ଲଡୁ ଯଦି ଖାଇବାକୁ କାହାର ଇଚ୍ଛା ନ ଥାଏ, ତା'ହେଲେ ଆଜି ଏହି ଆର୍ଟିକଲଟି ପଢ଼ିବା ପରେ ଏହି ଲଡ଼ୁ ଖାଇବାକୁ ନିଶ୍ଚୟ ମନ ବଳେଇବ...

Advertisment

बिहार में मनेर के विश्वविख्यात लड्डू : सभी है इसके मिठास के दीवाने आइए जानते है ,मशहूर 'मनेर के लड्डू' का इतिहास - Ek Bihari Sab Par Bhari

ଆରା ଏବଂ ପାଟନା ମଧ୍ୟରେ ଜାତୀୟ ରାଜପଥ-30ରେ ମନେର ନାମକ ଏକ ଛୋଟ ସହର ରହିଛି। ସାଧୁ, ସନ୍ଥଙ୍କ ସ୍ଥାନ ହିସାବରେ ମନେର ଖୁବ୍ ଲୋକପ୍ରିୟ ସହର। ହେଲେ ଏହି ସହରର ଲଡ଼ୁ ଏହାକୁ ବିଶେଷ ପ୍ରସିଦ୍ଧି ଆଣିଦେଇଛି। ମନେର୍ ଲଡ଼ୁ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଖୁବ୍ ଲୋକପ୍ରିୟ।

Maner Famous Laddu Politicians Bollywood stars are fond of it

ସୋନ୍-ଗଙ୍ଗାର ପାଣି, ବେସନ ଏବଂ ସିରାରେ ପ୍ରସ୍ତୁତ ଏହି ଲଡ଼ୁ ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କ ମନ କିଣିଛି। ଏପରି କି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ହୁଅନ୍ତୁ ବା ବଲିଉଡ୍ ପରଫେକ୍ସନିଷ୍ଟ ଆମୀର ଖାନ୍ ମନେର୍ ଆସିଲେ ଲଡ଼ୁ ଖାଇବାକୁ କେବେ ବି ଭୁଲୁ ନ ଥିଲେ।

Advertisment

Maner Famous Laddu Politicians Bollywood stars are fond of it

ମନେର୍ ଲଡ଼ୁର ସୁଗନ୍ଧ ବିଶେଷକରି ଭାରତୀୟ ରାଜନେତାମାନଙ୍କ ପ୍ରଥମ ପସନ୍ଦ। ଅଟଳ ବିହାରୀ ବାଜପେୟୀ, ଚନ୍ଦ୍ରଶେଖର, ଭି,ପି. ସିଂହ, ରବିଶଙ୍କର ପ୍ରସାଦ, ପ୍ରମୋଦ ମହାଜନ, ସ୍ୱର୍ଗତା ସୁଷମା ସ୍ୱରାଜ, ଲାଲୁ ପ୍ରସାଦ ଯାଦବ, ନୀତିଶ କୁମାର, ସ୍ୱର୍ଗତ ରାମବିଳାସ ପାସଓ୍ୱାନ, ରାମକୃପାଳ ଯାଦବଙ୍କ ଭଳି ଅନେକ ଲୋକପ୍ରିୟ ରାଜନେତା ବିହାର ଆସିଲେ ମନେର୍ ଲଡ଼ୁ ଖାଇବାକୁ ଦୋକାନକୁ ଟାଣି ହୋଇଯାନ୍ତି।

Maner Famous Laddu Politicians Bollywood stars are fond of it

ତେବେ ଫିଲ୍ମ ତାରକାମାନେ ମଧ୍ୟ କିଛି ପଛରେ ନାହାନ୍ତି। ବିହାର ଆସିଲେ ମନେର ଲଡ଼ୁ ନ ଖାଇ କେଉଁ ତାରକା ଫେରିଯାଇଥିବା ଏହା ହୁଏତ ସମ୍ଭବ ନୁହେଁ। ଜିତେନ୍ଦ୍ର, ଶତ୍ରୁଘ୍ନ ସିହ୍ନା, ଆମୀର ଖାନ, ରାମାୟଣ ତିଓ୍ୱାରୀଙ୍କ ସମେତ ଭୋଜପୁରୀ ଅଭିନେତା କୁନାଲ୍, ମନୋଜ ତିଓ୍ୱାରୀ, ଖେସରୀ ଲାଲ୍ ଯାଦବ, କୁମକୁମ ପଦ୍ମା ଖନ୍ନା, ନିତୁ ଚନ୍ଦ୍ରାଙ୍କ ଭଳି ଲୋକପ୍ରିୟ କଳାକାରଙ୍କୁ ବି ବେଶ୍ ପସନ୍ଦ ଏହି ଲଡ଼ୁ।

Maner Famous Laddu Politicians Bollywood stars are fond of it

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମନେର୍ ଲଡ଼ୁର ଚାହିଦା ଏତେ ଯେ, ବଲିଉଡ୍ ଫିଲ୍ମ 'ଖୁଦଗର୍ଜରେ ଶତ୍ରୁଘ୍ନ ସିହ୍ନାଙ୍କୁ ମନେର୍ ଲଡ଼ୁ ବୋଲି କହି ଜିତେନ୍ଦ୍ର ସମ୍ବୋଧନ କରୁଥିଲେ। ଶହ ଶହ ବର୍ଷ ଧରି ମନେର୍ ଲଡ଼ୁର ଚାହିଦା ଆଜି ବି ଲାଗିରହିଛି।

Maner: बिहार के इन लड्डुओं के नेता-अभिनेता दीवाने, अटलजी से लेकर आमिर खान तक... - Bihar Assembly Elections AajTak

ଦେଶ ବାହାରେ ଦୁବାଇ, ଆମେରିକା, ଇଂଲଣ୍ଡ ସମେତ ବହୁ ଦେଶରେ ଉପହାର ଆକାରରେ ମନେର୍ ଲଡ଼ୁ ପଠାଯାଇଥାଏ। ବ୍ରିଟିଶମାନେ ଏହି ଲଡ଼ୁକୁ ଓ୍ୱାର୍ଲଡ୍ ଫେମ୍ ପ୍ରମାଣପତ୍ର ମଧ୍ୟ ଦେଇଛନ୍ତି। ଶୁଦ୍ଧ ଦେଶୀ ଘିଅ, ବେସନ, ଡ୍ରାଏ ଫ୍ରୁଟସ୍ ସହ ବିଶେଷକରି ଏଠାକାର ପାଣି ମିଶାଇ ଏହି ଲଡ଼ୁ ପ୍ରସ୍ତୁତ କରାଯାଏ।

Maner Famous Laddu Politicians Bollywood stars are fond of it

ଘିଅରେ ଜୁରିଯାଇଥିବା ଏହାର ଦାନା ଏତେ ଛୋଟ ଛୋଟ ଆଉ ପତଳା ଯେ, ପାଟିକୁ ଯାଉ ଯାଉ ଏହା ମିଳେଇ ଯାଇଥାଏ। ଯିଏ ଥରେ ଖାଇଛି, ପ୍ରଶଂସାରେ ପୋତି ପକାଇଛି। କୁହାଯାଏ, ସୋନ ଏବଂ ସରଜୁ ନଦୀର ସଂଗମ ସ୍ଥଳରେ ଖୁବ୍ ମିଠା ପାଣି। ସେହି ପାଣିରେ ଏହି ଲଡ଼ୁ ତିଆରି ହେଉଥିବାରୁ ଏହାର ସ୍ୱାଦ ସବୁଠାରୁ ନିଆରା। ଏହି ଜଳ ଏତେ ସୁସ୍ୱାଦୁ ଆଉ ମିଠା ଯେ, ଲଡ଼ୁ ପ୍ରସ୍ତୁତିରେ ମଧ୍ୟ କମ୍ ଚିନି ବ୍ୟବହାର ହୋଇଥାଏ। ଅର୍ଥାତ୍ ବିଶ୍ୱ ପ୍ରସିଦ୍ଧ ମନେର୍ ଲଡ଼ୁର ସ୍ୱାଦ ହେଉଛି ପ୍ରାକୃତିକ। ଆପଣ ସୁଯୋଗ ମିଳିଲେ, ନିଶ୍ଚୟ ଚାଖନ୍ତୁ...

Bihar Election