Advertisment

ମାୟା ନଗରୀରୁ କଟକର ମୋମୋ ବିକ୍ରେତା, ସୂଚୀସ୍ମିତାଙ୍କୁ ସାହାଯ୍ୟ କରିଛନ୍ତି ବିଗ୍‌ବି ଓ ସଲମାନ୍‌

କଟକ (ଓଡ଼ିଶା ରିପୋର୍ଟର): ବି-ଟାଉନ୍ ସିନେମାଟୋଗ୍ରାଫରରୁ ରାସ୍ତା କଡ଼ର ମୋମୋ ବିକ୍ରେତା । ମୁମ୍ବାଇ ମାୟା ନଗରୀରୁ କଟକ ସହର। କରୋନା ବଦଳାଇ ଦେଇଛି ଲାଇଫ୍ ଷ୍ଟାଇଲ୍ । ଦିନେ ବଲିଉଡ କଳାକାରଙ୍କ ଅଭିନୟକୁ କ୍ୟାମେରାରେ କଏଦ କରୁଥିବା ସିନେମାଟୋଗ୍ରାଫର ଆଜି ସାଜିଛନ୍ତି ମୋମୋ ବିକ୍ରେତା । କଟକ ଝାଞ୍ଜିର ମଙ୍ଗଳାର ସୂଚୀସ୍ମିତା ରାଉତରାୟଙ୍କର ଇଏ ହେଉଛି ଦୁଃଖଦ କାହାଣୀ।  କରୋନା ଲକ୍‌ଡାଉନ୍ ବଦଳାଇ ଦେଇଛି ତାଙ୍କର ଜୀବନର ଗତିପଥ । ଲକ୍‌ଡାଉନ୍‌ରେ କାମ ନ ମିଳିବାରୁ […]

author-image
Tapas Behera
ଅଦ୍ୟତନ ହୋଇଛି
ମାୟା ନଗରୀରୁ କଟକର ମୋମୋ ବିକ୍ରେତା, ସୂଚୀସ୍ମିତାଙ୍କୁ ସାହାଯ୍ୟ କରିଛନ୍ତି ବିଗ୍‌ବି ଓ ସଲମାନ୍‌

p-9090

କଟକ (ଓଡ଼ିଶା ରିପୋର୍ଟର): ବି-ଟାଉନ୍ ସିନେମାଟୋଗ୍ରାଫରରୁ ରାସ୍ତା କଡ଼ର ମୋମୋ ବିକ୍ରେତା । ମୁମ୍ବାଇ ମାୟା ନଗରୀରୁ କଟକ ସହର। କରୋନା ବଦଳାଇ ଦେଇଛି ଲାଇଫ୍ ଷ୍ଟାଇଲ୍ । ଦିନେ ବଲିଉଡ କଳାକାରଙ୍କ ଅଭିନୟକୁ କ୍ୟାମେରାରେ କଏଦ କରୁଥିବା ସିନେମାଟୋଗ୍ରାଫର ଆଜି ସାଜିଛନ୍ତି ମୋମୋ ବିକ୍ରେତା । କଟକ ଝାଞ୍ଜିର ମଙ୍ଗଳାର ସୂଚୀସ୍ମିତା ରାଉତରାୟଙ୍କର ଇଏ ହେଉଛି ଦୁଃଖଦ କାହାଣୀ।  କରୋନା ଲକ୍‌ଡାଉନ୍ ବଦଳାଇ ଦେଇଛି ତାଙ୍କର ଜୀବନର ଗତିପଥ । ଲକ୍‌ଡାଉନ୍‌ରେ କାମ ନ ମିଳିବାରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ସୂଚିସ୍ମିତା । ବାଧ୍ୟ ହୋଇ ମୁମ୍ବାଇରୁ ଫେରିଆସିଥିଲେ କଟକ। ଆଉ ପରିବାରର ପେଟ ପୋଷିବା ପାଇଁ ସେ ଏବେ ରାସ୍ତା କଡ଼ରେ ମୋମୋ ବିକୁଛନ୍ତି।

Advertisment

ସୂଚୀସ୍ମିତା କହିଛନ୍ତି, “୨୦୧୫ରେ ମୁଁ ମୁମ୍ବାଇ ଯାଇଥିଲି। ସେଠାରେ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲି। ଲକ୍‌ଡାଉନ୍‌ ଯୋଗୁ ବର୍ଷେକାଳ ବନ୍ଦ ରହିବା ଯୋଗୁ ଚଳିବା କଷ୍ଟକର ହୋଇପଡ଼ିଲା। ଭାବିଥିଲି ୬ ମାସ ପରେ ପରିସ୍ଥିତି ସୁଧୁରି ଯିବ । ଏହାରି ଭିତରେ ଚଳିବା ମୁସ୍କିଲ ହୋଇପଡ଼ୁ ଥିଲା। ଆଉ ଶେଷରେ ସ୍ଥିତି ଅସମ୍ଭାଳ ହେବା ଏବଂ ଲକ୍‌ଡାଉନ୍‌ରୁ ତ୍ରାହି ନମିଳିବାରୁ ମୁଁ ଫେରି ଆସିଲି।
କେବେ କେବେ ଭାବି ନଥିଲି ଯେ ଏମିତି ଗୋଟିଏ ପରିସ୍ଥିତି ଆସିବ। ଆଉ ମୁଁ ମୁମ୍ବାଇରୁ କଟକଫେରିବି।  ତଥାପି କଟକ ଆସି ମୋମୋ ବିଜ୍‌ନେସ ଆରମ୍ଭ କରିଦେଇଛି।”

ଭିନ୍ନ ଭିନ୍ନ ପ୍ରକାରର ମୋମୋ ତିଆରିର ଆଇଡିଆ କେମିତି ପାଇଲେ ପଚରାଯିବାରୁ ସୂଚୀସ୍ମିତା କହିଛନ୍ତି ଯେ ମୁମ୍ବାଇରେ ତାଙ୍କ ରୁମ୍‌ରେ ଜଣେ ନେପାଳି ସାଙ୍ଗ ରହୁଥିଲେ। ସେ ବିଭିନ୍ନ ଆଇଡିଆ ଲଗାଇ  ମୋମୋ ତିଆରି କରନ୍ତି। ଆଉ ତାଙ୍କ ଠାରୁ ସେ ଏସବୁ ଶିଖିଥିଲେ ବୋଲି କହିଛନ୍ତି।

Advertisment

ସୂଚୀସ୍ମିତା କହିଛନ୍ତି ଯେ ଯେତେବେଳେ ମୁମ୍ବାଇରେ ଆମ ପାଖରେ ପଇସା ସରି ଯାଇଥିଲା ସବୁ କ୍ର୍ୟୁ ମେମ୍ବରଙ୍କୁ ବିଗ୍‌ ବି ଅମିତାଭ ବଚ୍ଚନ  ଓ ସଲମନ୍ ‌ଖାନ ପଇସା ଦେଇଥିଲେ। ସେହି ପଇସାରେ ସେ କଟକ ଆସିଥିଲେ। ତଥାପି ଭବିଷ୍ୟତରେ ଜଣେ ସିନେମାଟୋଗ୍ରାଫର ହେବା ପାଇଁ ଇଚ୍ଛା ରଖିଛନ୍ତି ବୋଲି ସୂଚୀସ୍ମିତା କହିଛନ୍ତି।