Advertisment

୭୧ ହଜାର ଦାନ୍ତଖୁଣ୍ଟାରେ ତିଆରି କଲେ ଜାତୀୟ ପତାକା

ନୂଆଦିଲ୍ଲୀ : ଦିନକ ପରେ ସାଧାରଣତନ୍ତ୍ର ଦିବସ। ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ଅମୃତସରର ଜଣେ ସରକାରୀ ସ୍କୁଲର ଶିକ୍ଷକ ଅଭିନବ ଉପାୟରେ ତିଆରି କରିଛନ୍ତି ଜାତୀୟ ପତାକା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ପତାକାକୁ ସେ କୌଣସି କପଡ଼ା ନୁହେଁ, ୭୧ ହଜାର ଦାନ୍ତଖୁଣ୍ଟାରେ ତିଆରି କରିଛନ୍ତି। ଯାହା ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶିକ୍ଷକ ଜଣକ ହେଉଛନ୍ତି ପଞ୍ଜାବର ବଲଜିନ୍ଦର ସିଂ। Punjab: A government school […]

author-image
Puspanjali Panda
ଅଦ୍ୟତନ ହୋଇଛି
୭୧ ହଜାର ଦାନ୍ତଖୁଣ୍ଟାରେ ତିଆରି କଲେ ଜାତୀୟ ପତାକା

flag22

ନୂଆଦିଲ୍ଲୀ : ଦିନକ ପରେ ସାଧାରଣତନ୍ତ୍ର ଦିବସ। ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ଅମୃତସରର ଜଣେ ସରକାରୀ ସ୍କୁଲର ଶିକ୍ଷକ ଅଭିନବ ଉପାୟରେ ତିଆରି କରିଛନ୍ତି ଜାତୀୟ ପତାକା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ପତାକାକୁ ସେ କୌଣସି କପଡ଼ା ନୁହେଁ, ୭୧ ହଜାର ଦାନ୍ତଖୁଣ୍ଟାରେ ତିଆରି କରିଛନ୍ତି। ଯାହା ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶିକ୍ଷକ ଜଣକ ହେଉଛନ୍ତି ପଞ୍ଜାବର ବଲଜିନ୍ଦର ସିଂ।

Advertisment

https://twitter.com/ANI/status/1220232575538491393

ଦାନ୍ତଖୁଣ୍ଟାରେ ଏପରି ପତାକା ତିଆରି କରିବା ପାଇଁ ବଲଜିନ୍ଦରଙ୍କୁ ୪୦ ଦିନ ସମୟ ଲାଗିଥିଲା। ଏ ସଂପର୍କରେ ସେ କହିଛନ୍ତି, ‘କିଛି ନୂଆ କରିବା ପାଇଁ ମୁଁ ସର୍ବଦା ଚିନ୍ତା କରୁଥିଲି। ଏଥିପାଇଁ ଦାନ୍ତଖୁଣ୍ଟା ବ୍ୟବହାର କରି ପତାକା ତିଆରି କରିବା ଉପାୟ ମୋ ମୁଣ୍ଡକୁ ଆସିଥିଲା। ମୁଁ ଚାହୁଁଛି ଯେ ଏହି ପତାକା ସବୁଠାରୁ ବଡ଼ ପତାକା ହେବ। ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଏହି ପତାକାକୁ ଉତ୍ତୋଳନ କରାଯିବ।’

ବଲଜିନ୍ଦରଙ୍କ ଏହି ପ୍ରୟାସକୁ ସୋଶାଲ ମିଡିଆରେ ୟୁଜର ପସନ୍ଦ କରିଛନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ସାଲ୍ୟୁଟ୍‌ ଜଣାଇବା ସହିତ ତାଙ୍କ ଦେଶପ୍ରେମକୁ ପ୍ରଶଂସା ମଧ୍ୟ କରିଛନ୍ତି।

Advertisment

ବଲଜିନ୍ଦର କହିଛନ୍ତି, ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଁ ଦାନ୍ତଖୁଣ୍ଟାରେ ତିଆରି କରିଥିବା ପତାକାକୁ ପ୍ରଦର୍ଶନ କରିବି।