ବାପା ମନା କରୁଥିଲେ, କିନ୍ତୁ ପଳେଇ ଆସିଲି, ତା’ପରେ...

ରୋଜାଲିନ୍ ରଥ। ନୂଆ ନୂଆ ସାମ୍ବାଦିକତା କରୁଥିବା ଝିଅଟିଏ। ବାତ୍ୟା ବେଳେ ଅଫିସକୁ ଚାଲିଆସିଛି ସିନା, ହେଲେ ତା’ ପରେ ଯାହା ଘଟିଛି ତାହା ସେ ଭୁଲିପାରିନି। ବାତ୍ୟା ଫୋନିକୁ କେମିତି ସେ ଭୋଗିଛନ୍ତି ଏବଂ ବର୍ଷା ପବନରେ କେମିତି ଘରକୁ ଫେରିଛନ୍ତି ପଢ଼ନ୍ତୁ।   ସେଦିନ ଥାଏ ମେ’ ୩ ତାରିଖ। ମାନେ ‘ଫୋନି’ ଆସିବା ଦିନ। ସବୁଦିନ ଭଳି ସେଦିନ ବି ମୁଁ ଅଫିସ ଯିବା ପାଇଁ ଭୋର୍ ୫ଟାରୁ ଉଠିଥିଲି। କଟକରୁ ଭୁବନେଶ୍ୱର ମୁଁ ସବୁଦିନ ଯିବା ଆସିବା କରେ। କଟକରୁ ନୂଆ ବ୍ରିଜ୍ ଦେଇ ପଟିଆରେ ଥିବା ମୋ ଅଫିସ୍‌କୁ ଯିବାରେ ଯଦି ମୋର କିଏ ସାଙ୍ଗ ଥାଏ, ତେବେ ସେମାନେ ହେଲେ ନନ୍ଦନକାନନ ରାସ୍ତା ଆଉ ମୋ ସ୍କୁଟି। ବାତ୍ୟା ‘ଫୋନି’ […]

rojalin-ratha

rojalin-ratha

Jagamohan Maharana
  • Published: Friday, 24 May 2019
  • Updated: 26 May 2019, 11:02 AM IST

ରୋଜାଲିନ୍ ରଥ। ନୂଆ ନୂଆ ସାମ୍ବାଦିକତା କରୁଥିବା ଝିଅଟିଏ। ବାତ୍ୟା ବେଳେ ଅଫିସକୁ ଚାଲିଆସିଛି ସିନା, ହେଲେ ତା' ପରେ ଯାହା ଘଟିଛି ତାହା ସେ ଭୁଲିପାରିନି। ବାତ୍ୟା ଫୋନିକୁ କେମିତି ସେ ଭୋଗିଛନ୍ତି ଏବଂ ବର୍ଷା ପବନରେ କେମିତି ଘରକୁ ଫେରିଛନ୍ତି ପଢ଼ନ୍ତୁ।

ସେଦିନ ଥାଏ ମେ’ ୩ ତାରିଖ। ମାନେ ‘ଫୋନି’ ଆସିବା ଦିନ। ସବୁଦିନ ଭଳି ସେଦିନ ବି ମୁଁ ଅଫିସ ଯିବା ପାଇଁ ଭୋର୍ ୫ଟାରୁ ଉଠିଥିଲି। କଟକରୁ ଭୁବନେଶ୍ୱର ମୁଁ ସବୁଦିନ ଯିବା ଆସିବା କରେ। କଟକରୁ ନୂଆ ବ୍ରିଜ୍ ଦେଇ ପଟିଆରେ ଥିବା ମୋ ଅଫିସ୍‌କୁ ଯିବାରେ ଯଦି ମୋର କିଏ ସାଙ୍ଗ ଥାଏ, ତେବେ ସେମାନେ ହେଲେ ନନ୍ଦନକାନନ ରାସ୍ତା ଆଉ ମୋ ସ୍କୁଟି। ବାତ୍ୟା ‘ଫୋନି’ ସକାଳ ୮ଟା ବେଳକୁ ଲ୍ୟାଣ୍ଡ ଫଲ୍‌ କରିବ ବୋଲି ଆଗରୁ ଜଣା ଥିଲା। ବାହାରକୁ ଆସି ଦେଖିଲା ବେଳକୁ ପାଗ ଧୀରେ ଧୀରେ ଖରାପ ହେବା ଆରମ୍ଭ କରୁଥାଏ। ହେଲେ ବର୍ଷା ପବନ ଯେହେତୁ ହେଉ ନଥିଲା ସବୁ କାମ ଜଲ୍ଦି ଜଲ୍ଦି ସାରି ୬ଟା ବେଳକୁ ମୁଁ ଘରୁ ବାହାରି ଆସିଲି। କାଳେ ବାଟରେ ବର୍ଷା ପବନ ହେବ ସେଇ ଡରରେ ମୁଁ ବହୁତ୍ ଜୋର୍‌ରେ ଗାଡ଼ି ଛୁଟେଇ ଅଫିସ୍‌ରେ ଶୀଘ୍ର ପହଞ୍ଚିଗଲି।

ବାପା ମନା କରୁଥିଲେ

ପୂର୍ବ ରାତିରେ ବାପା ମନା କରୁଥିଲେ। କହୁଥିଲେ ବାତ୍ୟା ଆସୁଛି, ସାର୍‌ଙ୍କୁ କହି ଦୁଇଦିନ ଛୁଟି ନେଇ ଯାଆ। ମୁଁ କିନ୍ତୁ ମନା କରିଥିଲି। କାରଣ ମୋର ସେଦିନ ନ୍ୟୁଜରେ କାମ କରିବାର ଥାଏ।ଯେମିତି ହେଲେ ବି ମତେ ଯିବାକୁ ପଡ଼ିବ। ତା’ ଛଡ଼ା ବୃତ୍ତିଟି ଯେହେତୁ ସାମ୍ବାଦିକତା ତେଣୁ ଏଭଳିଆ ଦିନ ସବୁ କାମ କରିବା ପାଇଁ ଗୋଟେ ଗୋଟେ ସୁଯୋଗ। ଏମିତିଆ ଦିନରେ ଯଦି ଆମେ ଛୁଟି ନେଇ ଘରେ ରହିବୁ ତେବେ ଆମ କର୍ତ୍ତବ୍ୟ ପ୍ରତି ଅବହେଳା ବୋଲି କୁହାଯିବ।

ନୂଆ ନୂଆ ସାମ୍ବାଦିକତା କରୁଥିବାରୁ ମତେ ସେତେବେଳେ ଏମିତି ହିଁ ଅନୁଭବ ହେଉଥିଲା। ତେଣୁ ମୁଁ ବାପାଙ୍କୁ ମନା କଲି କି ମୁଁ ଘରେ ରହିବିନି, ଅଫିସ ଯିବି।ବାପା ବି ମତେ ରହିବାକୁ ବାଧ୍ୟ କଲେନି। କର୍ତ୍ତବ୍ୟ ତୁଲାଇବାକୁ ଛାଡ଼ିଦେଲେ। କାରଣ ସେ ହିଁ ମତେ ଏଇ ସାମ୍ବାଦିକତା ପାଇଁ ପ୍ରେରିତ କରିଥିଲେ।ଛୋଟବେଳୁ ବାପାଙ୍କ କଥାକୁ ମାନି ଆସିଛି, ଆଉ ତାଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିଛି।

ଆଉ ଗୋଟିଏ କଥା ହେଲା, ବିନା କୌଣସି କାରଣରେ ଛୁଟି ନେଇ ରହିବାର ଅଭ୍ୟାସଟି ମୋର ନାହିଁ। ସେମିତି ଜରୁରୀ ନଥିଲେ କେବେ ସ୍କୁଲ୍ ବନ୍ଦ କରେନି। ତେଣୁ ସେଦିନ ଘରେ ନରହି ଅଫିସ୍ ପଳେଇ ଆସିଥିଲି। ଏତେ ସକାଳୁ ମତେ ଅଫିସରେ ଦେଖି କେହି କେହି ପଚାରିଥିଲେ, ଆରେ ଏତେ ବାଟରୁ କେମିତି ଆସିଲୁ? ଆଜି କ’ଣ ଆସିନଥିଲେ ହେଇନଥାନ୍ତା? ମୋର ଉତ୍ତର ଥିଲା, ନା। ବର୍ଷା, ପବନ ହୋଇ ନଥିଲା ତ ସେଥିପାଇଁ ଆଗୁଆ ବାହାରି ଚାଲିଆସିଲି। ତାପରେ ମୁଁ ନିଜ କାମରେ ବ୍ୟସ୍ତ ରହିଲି। ଗୋଟେ ପରେ ଗୋଟେ ଟ୍ୱିଟ୍, ବ୍ରେକିଙ୍ଗ୍ ଆଉ ନ୍ୟୁଜ୍ କଲା ଭିତରେ ମନ ଅସ୍ଥିର ବି ଲାଗୁଥିଲା।

କଟିଗଲା କନେକ୍‌ସନ

କାମ କରିବା ଭିତରେ ହଠାତ୍ ସବୁ କନେକ୍‌ସନ କଟିଗଲା। ଫୋନ୍‌ରେ ନେଟ୍‌ୱର୍କ ନାହିଁ କି ଇଣ୍ଟରନେଟ୍ ବି ନାହିଁ। ସେତେବେଳକୁ ଅଫିସ ଝରକାରେ ଜୋର୍‌ରେ ଶବ୍ଦ କରି ମାଡ଼ ହେଉଥିଲା ପବନ। ଆମେ ଅଫିସର ତୃତୀୟ ମହଲାରେ ଥିବାରୁ ପବନ ଜୋରରେ ଶୁଭୁଥିଲା। ତା' ପରଠୁ ନେଟ୍‌ୱର୍କ ଗଲାଯେ ଗଲା, ଆଉ ଆସିଲାନି।

ବସ୍ତିର ଜୀବନ ଓ ଦେବଦୂତ ସିକ୍ୟୁରିଟି ଭାଇ

ଚାହୁଁ ଚାହୁଁ ଅଫିସ୍‌ ପାଖରେ ଥିବା ବସ୍ତିବାସିନ୍ଦାଙ୍କ ଘର ଛପର, ଆଜ୍‌ବେଷ୍ଟସ, କାନ୍ଥବାଡ଼ ସବୁ ଭାଙ୍ଗିବା ଆରମ୍ଭ କଲାଣି। ସେମାନେ ସବୁ ଆମ ଅଫିସ୍‌ ଆଡ଼କୁ ପ୍ରାଣ ବିକଳରେ ଧାଇଁ ଆସୁଥାଆନ୍ତି। ପବନ ଏତେ ଜୋର୍‌ରେ ହେଲା ଯେ ଅଫିସ୍‌ ଗେଟ୍‌ ପାଖରୁ ବାରଣ୍ଡା ପର୍ଯ୍ୟନ୍ତ ମାତ୍ର ୧୦୦ ମିଟର ରାସ୍ତାବି ସେମାନେ ସୁରୁଖୁରୁରେ ଆସିପାରୁ ନଥିଲେ। ପବନ ଉଡ଼େଇ ନେଉଥିଲା। ସେତିକି ବେଳେ ଅଫିସର ସିକ୍ୟୁରିଟି ଭାଇମାନେ ହିଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ସେମାନଙ୍କୁ ସାହାଯ୍ୟ କରିଥିଲେ। ସେ ଦୃଶ୍ୟ ଯିଏ ଦେଖିଛି ଜୀବନ ସାରା ଭୁଲିପାରିବନି।

ଫୋନି ତାଣ୍ଡବ ଆରମ୍ଭ 

ଧୀରେ ଧୀରେ ବର୍ଷା ପବନ ବଢ଼ିବାକୁ ଲାଗିଲା। ପବନ ଏତେ ଜୋର୍‌ରେ ହେଲା ଯେ, ଉପର ମହଲା ପୂରା ଥରିବାକୁ ଲାଗିଲା। ଆମେ ଡରିକି ତଳକୁ ପଳେଇ ଆସିଲୁ।

ସବୁ ଯୋଗାଯୋଗ ବିଚ୍ଛିନ୍ନ ହେଲା ପରେ କାମ ତ ହୋଇ ପାରୁ ନଥିଲା,କେବଳ ଭୟ ଆଉ ସୁ ସୁ ଶବ୍ଦ କରୁଥିବା ପବନ ଭିତରେ ଫୋନିର ପ୍ରକୋପ କମିବାକୁ ଆମେ ଯାହା ଅପେକ୍ଷା କରିଥିଲୁ। ସେତିକି ବେଳେ ସମସ୍ତେ କହୁଥିଲେ ଲ୍ୟାଣ୍ଡଫଲ୍ ହେଲା।

ମନେ ପଡ଼ୁଥିଲା ମହାବାତ୍ୟା

ମହାବାତ୍ୟା ବେଳେ ମୁଁ ୪ ବର୍ଷର ହୋଇଥିଲି। ବିଶେଷ କିଛି ମନେ ନାହିଁ। ଯେତିକି ମନେ ଅଛି, ଆମେ ସେତେବେଳେ ଆମ ଗାଁ କେନ୍ଦ୍ରାପଡ଼ାରେ ରହୁଥିଲୁ। ବାପା କିନ୍ତୁ କଟକରେ ରହୁଥିଲେ। ଘରେ ଥାଆନ୍ତି ଜେଜେବାପା, ଜେଜେମା, ବୋଉ, ମୁଁ ଆଉ ମୋ ସାନ ଭଉଣୀ। ସେତେବେଳେ କିଏ ଜାଣିଥିଲା ଏମିତି କିଛି ବାତ୍ୟା ଆସୁଛି ବୋଲି। କେହି କୁଆଡ଼େ ନଯାଇ ସବୁ ନିଜ ନିଜ ଘରେ ଥାଆନ୍ତି। ମୋର ମନେ ଅଛି ୨ ଦିନ ପରେ ଯେତେବେଳେ ଚାରି ଆଡ଼େ ଖାଲି ପାଣି ଦେଖା ଗଲା ସେତେବେଳେ ଯାଇ ଲୋକେ ଘର ଛାଡ଼ି ଉଚ୍ଚ ସ୍ଥାନକୁ ଯିବାକୁ ଲାଗିଲେ। ଗାଁରେ ଛୁଆମାନକୁ ଆଗୁଆ ସ୍କୁଲ ଘରକୁ ନେଇଯାଇଥିଲେ।

ଅଧିକା ପାଣି ହେବାରୁ ଗାଁ ଲୋକ ଆମକୁ ଆଉ ଜଣକ ଘରକୁ ପଳେଇ ଯିବାକୁ କହିଲେ। ମୋ ଜେଜେବାପା ଆଉ ଜେଜେମା ଜମା ରାଜି ହେଉ ନଥିଲେ।ବହୁତ ବୁଝାଇଲା ପରେ ସେମାନେ ରାଜି ହେଲେ। ତା’ ପରେ ପାଖ ପଡ଼ୋଶୀ ମୋତେ ତାଙ୍କ କାନ୍ଧରେ ବସାଇ ଛାତିଏ ପାଣିରେ ଅନ୍ୟ ଜଣଙ୍କ ଘରକୁ ନେବାର ମନେ ଅଛି। ଆଉ ପଛରେ ମୋ ବୋଉ ଓ ଭଉଣୀକୁ ଆଉ ଜଣେ ଧରି ପାଣିରେ ପଶି ଅନ୍ୟ ଜଣକ ଘରେ ଛାଡ଼ିଲେ। ସେଦିନ ରାତି ଆମେ ଡିବିରି ଆଲୁଅ ଜାଳି,  ବସି ଠାକୁରଙ୍କୁ ଡାକୁଥିଲୁ।

ତା’ର ଦୁଇ ଦିନ ପରେ ବର୍ଷା ଆଉ ପାଣି କମିବାରୁ ଆମେ ଆଉ ଗୋଟେ ଗାଁକୁ ଯିବାକୁ ବାହାରିଲୁ। ବାଟରେ ଆଣ୍ଠୁଏ ପାଣିରେ ପଶି ଗଲାବେଳେ କେଉଁଠି ସାପ ପହଁରୁ ଥାଏ ତ କେଉଁଠି ଗଛ ଉପୁଡ଼ିଥାଏ ତ ଆଉ କେଉଁଠି ଗୋରୁ ଗାଈ ପାଣିରେ ଭାସୁଥାଆନ୍ତି। ବାସ୍ ଏତିକି କେବଳ ମୋର ମହାବାତ୍ୟା କଥା ମନେ ଅଛି।

ଜ୍ୟୋତ୍ସ୍ନା ଦିଦି, ସଙ୍ଗୀତା ଦିଦି ଓ ମୁଁ 

ସେତେବେଳକୁ ଦିନ ତିନିଟା ବାଜିଲାଣି। ଭୋକ ଜୋର୍ ହେଉଥାଏ। ମୁଁ, ଜ୍ୟୋତ୍ସ୍ନା ଦିଦି ଆଉ ସଙ୍ଗୀତା ଦିଦି ଆମେ ଚାରିପଟ ରୁଟି ଓ ଭଜା ଟିକେ ଖାଇକି ରହିଲୁ। ଜ୍ୟୋତ୍ସ୍ନା ଦିଦି ଘରୁ ଭଜା ଆଣିଥିଲେ। ମୁଁ ନେଇଥିଲି ଚାରିପଟ ରୁଟି ଆଉ ଭଜା। ଯାହା ହଉ ସେଦିନ ମୋ ଭଉଣୀ ମତେ ଜବରଦସ୍ତି ଚାରିଟା ରୁଟି ଆଉ ଭଜା ମୋ ଟିଫିନରେ ଭର୍ତି କରି ଦେଇଥିଲା। କହିଥିଲା ଆସିଲା ବେଳକୁ କାଳେ ଡେରି ହବ ନେଇ ଯାଇଥା।

ବାପାଙ୍କ ଫୋନ୍ ଆସିଲା

ୟା ପରେ ସମସ୍ତେ ନିଜ ନିଜ ଘରକୁ ଫୋନ କରିବାକୁ ଚେଷ୍ଟା କଲେ। କାହାର ଫୋନ ଲାଗୁଥାଏ ଆଉ କାହାର ଲାଗୁ ନଥାଏ। ମୁଁ ଆମ ଗାଁକୁ ଫୋନ ଲଗାଉଥାଏ ଆଉ ବାପାଙ୍କ ପାଖକୁ। କାହାକୁ ବି ଲାଗୁ ନଥାଏ। ବହୁତ କଷ୍ଟରେ ଗାଁକୁ ଫୋନ ଲାଗିଲା ଆଉ ସେମାନେ ବାତ୍ୟାରେ ମୋର ଅଫିସ ଆସିବା ଜାଣି ବ୍ୟସ୍ତ ହେଉଥିଲେ। ୟା ପରେ ବାପାଙ୍କ ଫୋନ ଆସିଲା। ମୁଁ କହିଲି ଭୁବନେଶ୍ୱରରେ ପବନ ବର୍ଷା ଜୋର୍‌ରେ ହେଉଛି। ଆଉ ବାପା କହିଲେ ହଁ ଆମର ବି ହେଉଛି, ତୁ ଏବେ ଆସେନି ଡେରି ହେଉ ପଛେ ବର୍ଷା ଛାଡ଼ିଲେ ଆସିବୁ।

ସେଦିନ ପ୍ରଥମଥର ବାପାଙ୍କ ସ୍ୱରରେ ଗୋଟେ ଡର ଶୁଣିଥିଲି। ଝଡ଼ ତୋଫାନରେ ବଢ଼ିଲା ଝିଅକୁ ଏତେବାଟ ଏକଲା ଛାଡ଼ିଦେବାର ଭୟ। ଆଉ ବହୁତ ଚିନ୍ତିତ ଥାଇ ବି ମତେ ତାହା ଜଣାଇବାକୁ ଦେଉ ନଥିଲେ।

ବାତ୍ୟା ଓ ନନ୍ଦନକାନନ ରାସ୍ତା

ଗଲା ବର୍ଷେ ହେଲା ସେଇ ନନ୍ଦନକାନନ ରାସ୍ତା ମୋ ନିତିଦିନିଆ ଯିବା ଆସିବାର ରାସ୍ତା। ମୁଁ ସେହି ରାସ୍ତା ଦେଇ ବର୍ଷାରେ ଅଫିସ ଯାଇଛି। ଶୀତ ଦିନ ଘନ କୁହୁଡ଼ିରେ ରାସ୍ତା ଦେଖା ଯାଉ ନଥିବା ବେଳେ ବି ଯାଇଛି। ଧୁ ଧୁ ଖରାରେ ବି ଯିବା ଆସିବା କରିଛି। କିନ୍ତୁ ଫୋନି ପରର ଯେଉଁ ହୃଦୟ ବିଦାରକ ଦୃଶ୍ୟ, ସେଦିନ ଆସିବା ବେଳେ ମୋ ଆଖିର ଲୁହକୁ ଅଟକେଇ ପାରିଲି ନାହିଁ। ସେଦିନ ହିଁ ବିଶ୍ୱାସ ହେଲା ସତରେ ପ୍ରକୃତି ଆଗରେ ସବୁ ହାର ମାନିଥାଏ। ସେ ଯାହା ଇଚ୍ଛା ତାହା କରେ। ହଠାତ ଆସିଯାଏ ଆଉ ତା’ର ଧ୍ୱଂସଲୀଳା ରଚି ଚାଲି ଯାଏ।

୨ ମିନିଟର ରାସ୍ତାକୁ ଲାଗିଲା ୨୦ ମିନିଟ

ସେଦିନ ଘରକୁ ଆସିଲା ବେଳେ ରାସ୍ତାରେ ବହୁତ ବଡ଼ ବଡ଼ ଗଛ ପଡ଼ିଥିଲା। ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀ ଗଛ ଗଣ୍ଡି କାଟିବାରେ ଲାଗିଥାଆନ୍ତି। ମୁଁ ଏକୁଟିଆ ଝିଅ। ପୁଣି ବାତ୍ୟା ଛାଡ଼ିବା ପରେ ଯାଉ ଥିବାରୁ ସେମାନେ ମତେ ଆଶ୍ଚର୍ଯ୍ୟ ହୋଇ ଚାହୁଁଥାଆନ୍ତି। କେଉଁଠି ଗଛ ପଡ଼ିଥାଏ ତ ଆଉ କେଉଁଠି ଇଲେକ୍ଟ୍ରି ତାର। ଆଉ କେଉଁଠି ଘରର ଆଜବେଷ୍ଟସ ଆସି ରାସ୍ତାରେ। ସବୁ ବାଧାକୁ ଆଡ଼େଇ ତ୍ରିଶୁଳିଆ ପୋଲରେ ପହଞ୍ଚିଲି।

ପୋଲ ଉପର ଫାଙ୍କା ହେଇଥିବାରୁ ଜୋରରେ ପବନ ହେଉଥାଏ। ଆଉ ସେଥିରେ ଗାଡ଼ି ଚଳାଇବା ବହୁତ କଷ୍ଟ। ପୋଲ ଉପରେ ମୁଁ ଗଲା ବେଳକୁ ନା ମୋ ଆଗରେ କେହି ଆସୁଥାନ୍ତି ନା ପଛରେ। ବହୁତ କଷ୍ଟରେ ପୋଲ ସିନା ପାର କଲି ହେଲେ ପୋଲ ପାଖରୁ ଆମ ଘରକୁ ଯିବାକୁ ୨ ମିନିଟର ବାଟ ମତେ ୨୦ ମିନିଟ ଲାଗିଥିଲା। ଯୋଉ ବାଟ ଦେଇ ଗଲେବି ରାସ୍ତାରେ ପଡ଼ିଥାଏ ଗଛ। ଆଉ ଓଡ୍ରାଫ ଟିମ ଗଛ କାଟୁଥାଆନ୍ତି। ମୁଁ ସେହି ବାଟ ଦେଇ ଗାଡ଼ି ବୁଲେଇ ଆସିଲା ବେଳେ ସେମାନେ ମତେ ଅନାଉଥାନ୍ତି। ବୋଧେ ଭାବୁଥାନ୍ତି ୟାର ଏମିତି କଣ ଦରକାର ପଡ଼ିଲା ଯେ, ବାତ୍ୟା ବେଳେ ଘରୁ ବାହାରୁଛି। ସେ ଯାହା ହେଉ ଘରେ ପାଖାପାଖି ସାଢ଼େ ୫ଟାରେ ପହଞ୍ଚିଲି।

ଆଜି ବି ସେଇ ବାଟ ଦେଇ ଗଲା ବେଳେ ଯେତେବେଳେ ମୁଁ ରାସ୍ତା ସଫା ଆଉ ବିଦ୍ୟୁତ ଖୁଣ୍ଟି ସଜଡ଼ା ହେବାର ଦେଖେ ଖୁସି ଲାଗେ। ଭାବେ କେବେ ପୁଣି ସେଇ ପୁରୁଣା ନନ୍ଦନକାନନ ରୋଡ଼ ଗଛପତ୍ରରେ ଭର୍ତ୍ତି ହେବ। ଦେଖାଯିବ ସବୁଜ ସବୁଜ। ସେଦିନ ପରେ ଯିଏ ବି ଫୋନିରେ ଅଫିସ ଆସିବା ଶୁଣିଛନ୍ତି, ମୋତେ ଗାଳି ଦେବା ସହ ପ୍ରଶଂସା ବି କରିଛନ୍ତି। କହିଛନ୍ତି, କେମିତି ତମ ଘରେ ଏତେ ବାଟ ଛାଡ଼ିଲେ, ଆମ ଘରେ ତ କେବେବି ଛାଡ଼ି ନଥାନ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story