କିଛି ଦିନ ତଳେ ‘ଛବିଳ ମଧୁ ବର୍ଣ୍ଣବୋଧ’ ପୋଡ଼ା ହୋଇଥିବା ଖବର ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ଏଥିରେ ପଦ୍ମଶ୍ରୀ ହଳଧର ନାଗଙ୍କ ସମ୍ପୃକ୍ତି ଥିବା ନେଇ ପ୍ରଶ୍ନ ଉଠିଥିଲା। ଏ ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମିଡିଆ ସମ୍ମୁଖରେ ମୁହଁ ଖୋଲିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ଓଟିଭିକୁ ଦେଇଥିବା ଏକ ସାକ୍ଷାକାରରେ ସେ କ’ଣ କହିଛନ୍ତି ପଢ଼ନ୍ତୁ।
ପ୍ର. ବର୍ଣ୍ଣବୋଧ ପୋଡ଼ିବାରେ ଆପଣଙ୍କର ସମ୍ପୃକ୍ତିକୁ ନେଇ କ’ଣ କହିବେ ?
ପ୍ର. ଆପଣଙ୍କ ନାମରେ ଅନ୍ୟ କିଛି ଫେସ୍ବୁକ୍ ଆଇଡି ଅଛି କି ?
ପ୍ର. ଯେଉଁମାନେ ଆପଣଙ୍କ ନାମରେ ଆକାଉଣ୍ଟ୍ ଖୋଲୁଛନ୍ତି, ତାହାକୁ ନେଇ ଆପଣ କ’ଣ କହିବେ ?
ଉ. ଯେଉଁମାନେ ବି ଏପରି କରୁଛନ୍ତି, ସେଥିପାଇଁ ହଳଧର ନାଗ ଦାୟୀ ନୁହନ୍ତି। ହଳଧର ନାଗ ପାଠ ପଢ଼ିନାହିଁ। ମୁଁ ଚାହୁଁଛି ଦୋଷୀ ଦଣ୍ଡ ପାଉ।
ପ୍ର. ସୋଶାଲ୍ ମିଡିଆରେ ଭାଷାକୁ ନେଇ ଆନ୍ଦୋଳନ ଚାଲିଛି। ଏହାକୁ ନେଇ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉ. ଯେପରି ଭିନ୍ନ ଭିନ୍ନ ଜାତିକୁ ନେଇ ମଣିଷ ତିଆରି ହୋଇଛନ୍ତି। ଠିକ୍ ସେହିପରି ଭିନ୍ନ ଭିନ୍ନ ଭାଷାକୁ ନେଇ ସାହିତ୍ୟର ସୃଷ୍ଟି। ଜାତି ଭିନ୍ନ ହୋଇପାରେ, କିନ୍ତୁ ଆଦର୍ଶ ବ୍ୟକ୍ତି ହିଁ ଜଣେ ମଣିଷ। ଭାଷା ‘ଭାଷା’ ହୋଇପାରେ, ‘ଉପଭାଷା’ ହୋଇପାରେ, ‘ଅଭାଷା’ ହୋଇପାରେ ଏବଂ ‘କୁଭାଷା’ ମଧ୍ୟ ହୋଇପାରେ। ଯେଉଁ ଭାଷାରେ ଲୋକ ସାହିତ୍ୟ ଅଛି ଓ ସତ୍ ସାହିତ୍ୟ ଅଛି ଏବଂ ଯେଉଁ ଭାଷାର ସାହିତ୍ୟ ସମାଜକୁ ଏକ ଦିଗ୍ଦର୍ଶନ ଦେଉଛି, ତାହା ହେଉଛି କାଳଜୟୀ ସାହିତ୍ୟ। ସମ୍ୱଲପୁରୀ ପରି ଏକ ଅବହେଳିତ ସାହିତ୍ୟକୁ ନେଇ ମୁଁ ଜାତୀୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛି। ସମ୍ୱଲପୁରୀ ଭାଷା ଅବହେଳିତ ହୋଇ ସରକାରୀ ମାନ୍ୟତା ପାଇ ନଥିଲେ ମଧ୍ୟ ଇଂରାଜୀରେ ଅନୁବାଦ ହେବା ପରେ ଏହି ସାହିତ୍ୟ କ’ଣ ଲୋକ ଜାଣିବାକୁ ପାଇଲେ। ତେଣୁ ସବୁ ଭାଷା ସମାନ।
https://youtu.be/22cxIRKUc-o