ଗାଈ ଗୁହାଳରେ ଗଢ଼ା ହେଉଛି ଦେଶର ଭବିଷ୍ୟତ

ନବରଙ୍ଗପୁର (ନବଘନ ବିଶୋଇ): ଧନ୍ୟ ଆମ ରାଜ୍ୟ ସରକାର! ଛୋଟ ଛୋଟ ପିଲାଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଟିଏ କରିପାରିଲେ ନାହିଁ। ଯେଉଁଥିପାଇଁ ଦେଶର ଭବିଷ୍ୟତ ଗଢ଼ା ହେଉଛନ୍ତି ଗାଈ ଗୁହାଳରେ। ଯେଉଁଠି ରାତିରେ ବନ୍ଧା ହେଉଛନ୍ତି ଗୋରୁ, ସେଠି ସକାଳେ ପାଠ ପଢ଼ୁଛନ୍ତି ଛୋଟ ଛୋଟ ପିଲା। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୪ ବର୍ଷ ଧରି ଗୁହାଳରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ଏପରି ବିଚିତ୍ର ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରୁ। […]

Nabarangpur

Nabarangpur

Manoranjan Sial
  • Published: Saturday, 17 December 2022
  • Updated: 17 December 2022, 12:41 PM IST

Sports

Latest News

ନବରଙ୍ଗପୁର (ନବଘନ ବିଶୋଇ): ଧନ୍ୟ ଆମ ରାଜ୍ୟ ସରକାର! ଛୋଟ ଛୋଟ ପିଲାଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଟିଏ କରିପାରିଲେ ନାହିଁ। ଯେଉଁଥିପାଇଁ ଦେଶର ଭବିଷ୍ୟତ ଗଢ଼ା ହେଉଛନ୍ତି ଗାଈ ଗୁହାଳରେ। ଯେଉଁଠି ରାତିରେ ବନ୍ଧା ହେଉଛନ୍ତି ଗୋରୁ, ସେଠି ସକାଳେ ପାଠ ପଢ଼ୁଛନ୍ତି ଛୋଟ ଛୋଟ ପିଲା। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୪ ବର୍ଷ ଧରି ଗୁହାଳରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ଏପରି ବିଚିତ୍ର ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରୁ।

ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଦିଗି ପଞ୍ଚାୟତ ଅନ୍ତର୍ଗତ ଗାଦବାଗୁଡା ଗାଁ। ଏହି ଗାଁରେ ଚରାମୂଳା ସାହିରେ ରହିଛି ଅଙ୍ଗନବାଡ଼ି କେନ୍ଦ୍ର-୨। ଏଠାରେ ୨୦ରୁ ଅଧିକ ପିଲା ପାଠ ପଢ଼ୁଛନ୍ତି। ହେଲେ ପିଲାଙ୍କ ପାଇଁ ନାହିଁ ଅଙ୍ଗନବାଡ଼ି କେନ୍ଦ୍ର ଗୃହ। ତେଣୁ ଜଣଙ୍କ ଗୁହାଳରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ଯେଉଁ ଘରେ ରାତିରେ ବନ୍ଧା ହେଉଛନ୍ତି ଗୋରୁ, ସେଠାରେ ସକାଳେ ପାଠ ପଢ଼ୁଛନ୍ତି ଦେଶର ଭବିଷ୍ୟତ। ଦିନେ କି ଦୁଇ ଦିନ ନୁହେଁ, ୩ରୁ ୪ ବର୍ଷ ଧରି ଗୁହାଳ ଘରେ ଚାଲିଛି ପିଲାଙ୍କ ପାଠ ପଢ଼ା। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ବା ବିଭାଗୀୟ ଅଧିକାରୀଙ୍କ ନଜର ପଡ଼ି ନାହିଁ।

ଗୁହାଳରେ କେନ୍ଦ୍ର ଚାଲିଥିବା ନେଇ ଅଙ୍ଗନବାଡ଼ି କର୍ମୀ ପି. ଭବାନୀ ଆମ୍ମା କହିଛନ୍ତି, କ’ଣ କରିବି? ଗାଁରେ ଜାଗା ମିଳିଲା ନାହିଁ। ଘର ଭଡ଼ାରେ କେହି ଦେଲେ ନାହିଁ। ତେଣୁ ବାଧ୍ୟ ହୋଇ ଏଠାରେ ପିଲାମାନଙ୍କୁ ପଢ଼ାଉଛି। ରୋଷେଇ କରି ପିଲାମାନଙ୍କୁ ଖାଇବାକୁ ଦେଉଛି ବୋଲି ଆମ୍ମା କହିଛନ୍ତି।

ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନେଇ ଆମ୍ମା କହିଛନ୍ତି, “ମୁଁ ଅଫିସ୍‌ରେ ଏ ସମ୍ପର୍କରେ ପଚାରି ଥିଲି। ଘର ମଞ୍ଜୁର ହୋଇଛି। ଖବ୍‌ଶୀଘ୍ର ଘର ମିଳିବ ବୋଲି ମାଡ଼ାମ କହିଛନ୍ତି।”

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୂର୍ବରୁ ଏହି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଗୋଟିଏ ଆଜବେଷ୍ଟସ୍‌ ଘର ଥିଲା। ସେଠାରେ ପ୍ରତିଦିନ ସକାଳେ ପିଲାମାନେ ବସି ପାଠ ପଢ଼ୁଥିଲେ ଓ ଖାଉଥିଲେ। ହେଲେ ଘର ବିପଦ ଶଙ୍କୁଳ ଅବସ୍ଥାରେ ଥିବାରୁ ଅଭିଭାବକମାନେ ନିଜ ପିଲାଙ୍କୁ ସେଠାକୁ ଛାଡ଼ିବା ପାଇଁ ରାଜି ହେଲେନି। ତେଣୁ  ଅନ୍ୟତ୍ର ଅଙ୍ଗନବାଡ଼ି ଚଳାଇବାକୁ ପ୍ରଶାସନିକ ଅଧିକାରୀମାନେ ପରାମର୍ଶ ଦେଇଥିଲେ। ଏହା ପରେ ଅଙ୍ଗନବାଡ଼ି କର୍ମୀ ନୂଆ ଘର ଖୋଜି ଥିଲେ। ମାତ୍ର ଗାଁରେ କୌଣସି ବ୍ୟକ୍ତି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଘର ଭଡ଼ା ଦେବାକୁ ରାଜି ହୋଇନଥିଲେ।

ୱାର୍ଡ଼ ମେମ୍ବର ରାମଚନ୍ଦ୍ର ନାୟକ କହିଛନ୍ତି, ଅଙ୍ଗବାଡ଼ି କେନ୍ଦ୍ର ପାଇଁ ଘରଟିଏ ଦେବାକୁ ନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ କେତେ ଗୁହାରୀ କଲୁ। ହେଲେ କେହି ଶୁଣିଲେ ନାହିଁ। ବାଧ୍ୟ ହୋଇ ଜଣଙ୍କ ଗୁହାଳରେ ପିଲାମାନଙ୍କୁ ପାଠ ପଢ଼ିବାକୁ ପଡ଼ୁଛି। ବର୍ତ୍ତମାନ ଦେଶର ଭବିଷ୍ୟତ ଗାଈ ଗୁହାଳରେ ଗଢ଼ା ହେଉଛନ୍ତି। ଆମେ ସରକାରଙ୍କୁ ଅନୁରୋଧ କରୁଛୁ, ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଘର ଦିଆଯାଉ।”

ଗାଦବାଗୁଡା ଗାଁର ଧନୁ ହରିଜନ କହିଛନ୍ତି, “ଭଙ୍ଗା ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଥିଲା। ତେଣୁ ନୂଆ ଘର ନିର୍ମାଣ ପାଇଁ କେତେ ନେତା ଓ ସରକାରୀ ଅଫିସରମାନଙ୍କୁ ଦରଖାସ୍ତ ଦେଇଛୁ। ହେଲେ କେହି ଶୁଣିଲେ ନାହିଁ। ତେଣୁ ବାଧ୍ୟ ହୋଇ ଗୁହାଳ ଘରେ ପିଲାଙ୍କ ପାଠ ପଢ଼ିବାର ବ୍ୟବସ୍ଥା କଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story