Advertisment

ଇଏ ଆଉ ଜଣେ ସାଲବେଗ! ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଇଁଗଲେ ଗୁଣ୍ଡିଚା ମନ୍ଦିର

କଲ୍ୟାଣସିଂହପୁର(ମାଉଡି ବାରିକ): ଇଏ ଆଉ ଜଣେ ସାଲବେଗ! ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଧାଇଁ ଯାଇଛନ୍ତି ଗୁଣ୍ଡିଚା ମନ୍ଦିର। ସେ ହେଉଛନ୍ତି କାସିମ୍‌ ଚାଚା। ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ମହାପ୍ରସାଦ ସେବନ କରିଛନ୍ତି। ଇଏ ସେହି କାସିମ୍‌ ଚାଚା, ଯିଏ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ମାଗଣା ଖାଇବାକୁ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ ମୁସଲିମ୍‌ ହୋଇଥିଲେ ମଧ୍ୟ ଜଗତର ନାଥ ଜଗନ୍ନାଥଙ୍କର ପରମ ଭକ୍ତ। ସେଥିପାଇଁ ହେରାପଞ୍ଚମୀରେ ନିଜ ନାତିକୁ ଧରି ଗୁଣ୍ଡିଚା ମନ୍ଦିରକୁ […]

ଅଦ୍ୟତନ ହୋଇଛି
ଇଏ ଆଉ ଜଣେ ସାଲବେଗ! ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଇଁଗଲେ ଗୁଣ୍ଡିଚା ମନ୍ଦିର

Kasim

Advertisment

କଲ୍ୟାଣସିଂହପୁର(ମାଉଡି ବାରିକ): ଇଏ ଆଉ ଜଣେ ସାଲବେଗ! ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଧାଇଁ ଯାଇଛନ୍ତି ଗୁଣ୍ଡିଚା ମନ୍ଦିର। ସେ ହେଉଛନ୍ତି କାସିମ୍‌ ଚାଚା। ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ମହାପ୍ରସାଦ ସେବନ କରିଛନ୍ତି। ଇଏ ସେହି କାସିମ୍‌ ଚାଚା, ଯିଏ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ମାଗଣା ଖାଇବାକୁ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ ମୁସଲିମ୍‌ ହୋଇଥିଲେ ମଧ୍ୟ ଜଗତର ନାଥ ଜଗନ୍ନାଥଙ୍କର ପରମ ଭକ୍ତ। ସେଥିପାଇଁ ହେରାପଞ୍ଚମୀରେ ନିଜ ନାତିକୁ ଧରି ଗୁଣ୍ଡିଚା ମନ୍ଦିରକୁ ଧାଇଁ ଯାଇଥିଲେ।

Advertisment

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ପରିବାର ସହ ରୁହନ୍ତି ଶେଖ୍ ମହମ୍ମଦ କାସିମ୍ ଓରଫ କାସିମ୍‌ ଚାଚା। ଘର ପାଖରେ କରିଛନ୍ତି ଗୋଟିଏ ଚିକେନ୍‌ ସେଣ୍ଟର। ସେଥିରୁ ଯାହା ଉପାର୍ଜନ କରନ୍ତି ସେଥିରେ ଚଳେ ପୂରା ପରିବାର। ନିଜେ ଦୁଃଖ କଷ୍ଟରେ ଚଳୁଥିଲେ ମଧ୍ୟ ବୁଝିଛନ୍ତି ଅନ୍ୟର ପେଟର ଯନ୍ତ୍ରଣା। ସେଥିପାଇଁ ସେ ପ୍ରତି ଗୁରୁବାର ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ନିଜ ହାତରେ ରାନ୍ଧି ଖାଇବାକୁ ଦେଇଥାଆନ୍ତି। ଯେଉଁଥିପାଇଁ ଚର୍ଚ୍ଚାକୁ ଆସିଥିଲେ କାସିମ୍‌ ଚାଚା।

ଚାଚାଙ୍କ କହିବା ଅନୁସାରେ ସମସ୍ତେ ଗୋଟିଏ। ଭଗବାନଙ୍କ ଦୟାରୁ ଆମେ ଭଲରେ ରହିଛୁ। ସେଥିପାଇଁ ପ୍ରତିବର୍ଷ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଛି ବୋଲି ଚାଚା କହିଛନ୍ତି। ଚାଚା ଜଣେ ମୁସଲିମ୍‌ ହୋଇଥିଲେ ସୁଦ୍ଧା ଜଗନ୍ନାଥଙ୍କ ପରମ ଭକ୍ତ। ସେଥିପାଇଁ ଆଜି ହେରାପଞ୍ଚମୀ ଥିବାରୁ ଚାଚା ଓ ତାଙ୍କ ନାତି ଜଗନ୍ନାଥ ମନ୍ଦିର ପରିସରରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ। ସାଥୀରେ ନେଇଥିଲେ ଧୂପ, ଦୀପ ଓ ନଡ଼ିଆ। କାସିମ୍‌ ଚାଚା ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ସେ ମହାପ୍ରସାଦ ସେବନ କରିଥିଲେ।

Advertisment

କାସିମ ଚାଚାଙ୍କ ଘର ଆନ୍ଧ୍ରପ୍ରଦେଶରେ। ସେ ବହୁ ବର୍ଷ ତଳେ କଲ୍ୟାଣସିଂହପୁର ପଳାଇ ଆସି ଟିଣ ବାକ୍ସ ତିଆରି କରି ବେପାର କରୁଥିଲେ। ପରବର୍ତ୍ତୀ ସମୟରେ ଚିକେନ୍‌ ସେଣ୍ଟର କଲେ। ତାଙ୍କର ପରିବାର କହିଲେ ଦୁଇ ଝିଅ ଓ ଗୋଟିଏ ପୁଅ। ସମସ୍ତେ ବିବାହ କରି ଭଲରେ ଅଛନ୍ତି। କାସିମ୍‌ ଚାଚା ତାଙ୍କ ପତ୍ନୀ, ପୁଅ, ବୋହୂ ଓ ନାତି ସହିତ ରହୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe