Advertisment

କାହା ସ୍ୱାର୍ଥରେ ଚାଲିଛି ରାତ୍ରି ଆଶ୍ରୟସ୍ଥଳୀ? ସବୁ ରୁମ୍‌ ଫାଙ୍କା, ରାସ୍ତାକଡ଼ରେ ଶୋଉଛନ୍ତି ନିରାଶ୍ରୟ

ସମ୍ବଲପୁର (ସଞ୍ଜୟ ଜେନା): ନିରାଶ୍ରୟଙ୍କ ପାଇଁ ସମ୍ବଲପୁର ସହରରେ ଖୋଲା ଯାଇଛି ରାତ୍ରି ଆଶ୍ରୟସ୍ଥଳୀ। ହେଲେ ସଚେତନତାର ଅଭାବ ହେଉ କି ପ୍ରଶାସନିକ ଅବହେଳା ଯୋଗୁ ଏହା ନିରାଶ୍ରୟଙ୍କ କାମରେ ଲାଗୁନି। ସେମାନେ ରାତିରେ ପୂର୍ବ ଭଳି ସେମିତି ରାସ୍ତାକଡ଼ରେ ଖୋଲା ଆକାଶ ତଳେ ଶୀତ କାକରରେ ଶୋଉଛନ୍ତି। ହାଡ଼ଭଙ୍ଗା ଶୀତ ରାତିରେ ନିରାଶ୍ରୟମାନେ ଯେମିତି ଭାବେ ଖୋଲା ଆକାଶ ତଳେ ରାତି କଟାଉଛନ୍ତି, ତାହା ଦେଖିଲେ ମନକୁ ଆସୁଛି କେବଳ ଗୋଟିଏ ପ୍ରଶ୍ନ- ‘ସରକାରଙ୍କ ଏ […]

ଅଦ୍ୟତନ ହୋଇଛି
କାହା ସ୍ୱାର୍ଥରେ ଚାଲିଛି ରାତ୍ରି ଆଶ୍ରୟସ୍ଥଳୀ? ସବୁ ରୁମ୍‌ ଫାଙ୍କା, ରାସ୍ତାକଡ଼ରେ ଶୋଉଛନ୍ତି ନିରାଶ୍ରୟ

sambalpur

Advertisment

ସମ୍ବଲପୁର (ସଞ୍ଜୟ ଜେନା): ନିରାଶ୍ରୟଙ୍କ ପାଇଁ ସମ୍ବଲପୁର ସହରରେ ଖୋଲା ଯାଇଛି ରାତ୍ରି ଆଶ୍ରୟସ୍ଥଳୀ। ହେଲେ ସଚେତନତାର ଅଭାବ ହେଉ କି ପ୍ରଶାସନିକ ଅବହେଳା ଯୋଗୁ ଏହା ନିରାଶ୍ରୟଙ୍କ କାମରେ ଲାଗୁନି। ସେମାନେ ରାତିରେ ପୂର୍ବ ଭଳି ସେମିତି ରାସ୍ତାକଡ଼ରେ ଖୋଲା ଆକାଶ ତଳେ ଶୀତ କାକରରେ ଶୋଉଛନ୍ତି। ହାଡ଼ଭଙ୍ଗା ଶୀତ ରାତିରେ ନିରାଶ୍ରୟମାନେ ଯେମିତି ଭାବେ ଖୋଲା ଆକାଶ ତଳେ ରାତି କଟାଉଛନ୍ତି, ତାହା ଦେଖିଲେ ମନକୁ ଆସୁଛି କେବଳ ଗୋଟିଏ ପ୍ରଶ୍ନ- ‘ସରକାରଙ୍କ ଏ ରାତ୍ରି ଆଶ୍ରୟସ୍ଥଳୀ’ କାହା ପାଇଁ ?

Advertisment

ସମ୍ବଲପୁର ସହରରେ ଦୁଇଟି ଆଶ୍ରୟ ସ୍ଥଳୀ ରହିଛି। ଗୋଟିଏ ବଙ୍ଗାଳିପଡ଼ାରେ ଥିବା ବେଳେ ଅନ୍ୟଟି ସମ୍ବଲପୁର ସଦର ହସପିଟାଲ ପରିସରରେ ରହିଛି। ବଙ୍ଗାଳିପଡ଼ା ରାତ୍ରି ଆଶ୍ରୟସ୍ଥଳୀରେ ଚାରିରୁ ପାଞ୍ଚ ଜଣ ଲୋକ ଯାଇ ରାତିରେ ଶୋଉଥିବା ବେଳେ ସମ୍ବଲପୁର ସଦର ହସପିଟାଲ ପରିସରରେ ଥିବା ଆଶ୍ରୟସ୍ଥଳୀଟି ଫାଙ୍କା ପଡ଼ିଛି। ସେଠାକୁ କେହି ଶୋଇବାକୁ ଆସୁ ନାହାନ୍ତି। ଏଠାରେ ୨ଟି ରୁମ୍‌ ଓ ୫ଟି ବେଡ୍‌ ରହିଛି। କିନ୍ତୁ ସବୁ ରୁମ୍ ଫାଙ୍କା ପଡ଼ୁଛି।

ସମ୍ବଲପୁର ସଦର ହସପିଟାଲ ପରିସରରେ ରାତ୍ର ଆଶ୍ରୟ ସ୍ଥଳୀର କେୟାରଟେକର ଦିଲ୍ଲିପ ସିନ୍ଦ୍ରିଆ କହିଛନ୍ତି,  ଗତ ବର୍ଷ ରାତ୍ର ଆଶ୍ରୟ ସ୍ଥଳୀ ଲୋକେ ଆସୁଥିଲେ। ଏବର୍ଷ କେହି ଆସିନାହାନ୍ତି।

Advertisment

ନିରାଶ୍ରୟ ନବୀନ କହିଛନ୍ତି, ମୋର ନିଜର ଘର ନାହିଁ।  ମୁଁ ଭିକ୍ଷାବୃତ୍ତି କରି ଚଳେ। ରାତି ହେଲେ ସମ୍ବଲପୁର ଚର୍ଚ୍ଚ ଛକ ନିକଟରେ ଦୋକାନ ବାରଣ୍ଡାରେ ଶୋଇପଡ଼େ। ମୁଁ ବର୍ଷ ବର୍ଷ ଧରି ଏଠାରେ ଶୋଉଛି।

[caption id="attachment_699713" align="aligncenter" width="650"]sambalpur ଦୋକାନ ବାରଣ୍ଡାରେ ଶୋଇଛନ୍ତି ନବୀନ[/caption]

ସେହି ସମ୍ବଲପୁର ଫାଟକ ଷ୍ଟେସନ ନିକଟରେ ଅନେକ ଲୋକ ସିମେଣ୍ଟ ପିଣ୍ଡିରେ ଘୋଡ଼େଇ ହୋଇ ଶୋଇଥିବା ଦେଖିବାକୁ ମିଳିଛି। ଏମାନଙ୍କ ନିଜସ୍ୱ ଘର ନଥିବାରୁ ଏହି ସ୍ଥାନ ପାଲଟିଛି ତାଙ୍କ ରାତି ଠିକଣା।

ନିରାଶ୍ରୟ କର୍ମଚନ୍ଦ୍ର କହିଛନ୍ତି, ମୋର କେହି ନାହାନ୍ତି। ବର୍ଷକ ବାର ମାସ ଆମେ ଏଠି  ରାତି କଟାଇଥାଉ।

ସେହିପରି ରିକ୍ସା ଚାଳକ ମୁରଲୀ କହିଛନ୍ତି,  ପ୍ରାୟ ୩୦ ବର୍ଷ ହେଲା ମୁଁ ସମ୍ବଲପୁରରେ ରହି ରିକ୍ସା ଚଳାଇ ପରିବାର ପୋଷଣ କରୁଛି। ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଫାଟକ ସାମ୍ନା ରାସ୍ତାରେ ରିକ୍ସା ନିକଟରେ ମଶାରି ଟାଙ୍ଗି ରାତିରେ ଶୋଉଛି।  ଦୁଇ ତିନି ଜଣ ରିକ୍ସାବାଲା ମିଶି ଥରେ ସମ୍ବଲପୁର ସଦର ହସପିଟାଲ ପରିସରରେ ଥିବା ରାତ୍ରି ଆଶ୍ରୟ ସ୍ଥଳୀକୁ  ଯାଇଥିଲୁ। ସେଠାରେ ଜାଗା ନାହିଁ ବୋଲି ମନା କରିଥିଲେ। ତୁମେ ଅନ୍ୟ ଆଡ଼େ ଚାଲିଯାଅ ବୋଲି କହିଥିଲେ।

[caption id="attachment_699715" align="aligncenter" width="650"]sambalpur ସବୁ ବେଡ୍ ଫାଙ୍କା ଅଛି[/caption]

ସମ୍ବଲପୁର ମହାନଗର ନିଗମ ପ୍ରଦୀପ କୁମାର ସାହୁ, କମିଶନର,  ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ମୋଟ ୪ଟି ରାତ୍ର ଆଶ୍ରୟସ୍ଥଳୀ କାର୍ଯ୍ୟ କରୁଛି। ସମ୍ବଲପୁରରେ ୨ଟି ଥିବା ବେଳେ ବୁର୍ଲାରେ ଗୋଟିଏ ଓ ହୀରାକୁଦରେ ଗୋଟିଏ ରହିଛି। ଏହି ସବୁ ରାତ୍ର ଆଶ୍ରୟସ୍ଥଳୀରେ ମୋଟ ୪୦ଟି ବେଡ୍‌ ରହିଛି। ଏଥିରେ କୌଣସି ଅସୁବିଧା ନାହିଁ। ଅଧିକ ଲୋକ ଆଶ୍ରୟସ୍ଥଳୀକୁ ଆସିଲେ ବେଡ୍ ସଂଖ୍ୟା ବଢ଼ାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe