ସେ ଥିଲା ମୋ ସଙ୍ଗାତ

ଅବଶ୍ୟ ଏ କାହାଣୀ ଘଟିଲା ବେଳକୁ ମୋ ବାପା ସ୍କୁଲରେ ପଢୁଥିଲେ। ବାପାଙ୍କ ପିଉସୀ ଜାନିଆ ଦେଈ ଗୋଟେ ରେଡ଼ିଓ ନେଇ ଯାଇଥିଲା ତା’ ସାଙ୍ଗରେ ବାହାଘର ପରେ। ଜାନିଆ ଦେଈ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲା। ଆମ ଗାଁରେ ତ ସେତେବେଳେ ସ୍କୁଲ ନଥିଲା। ଜାନିଆ ଦେଈ ଓ ପାରା ଦେଈ ଯାଉଥିଲେ ପାଖ ଗାଁକୁ ନଈ ପହଁରି ପାଠ ପଢ଼ିବାକୁ। ପଣିକିଆ ଶିଖିବାକୁ। ତେଣୁ ତା’ ଶାଶୁଘରେ ସେ ରେଡ଼ିଓ ଲଗେଇ ସଂଜବେଳେ […]

radio-edit

radio-edit

Sangita Sahoo
  • Published: Wednesday, 13 February 2019
  • Updated: 13 February 2019, 06:15 PM IST

[caption id="attachment_339460" align="alignleft" width="146"] ଜ୍ୟୋତିପ୍ରକାଶ ମହାପାତ୍ର[/caption]

ଅବଶ୍ୟ ଏ କାହାଣୀ ଘଟିଲା ବେଳକୁ ମୋ ବାପା ସ୍କୁଲରେ ପଢୁଥିଲେ। ବାପାଙ୍କ ପିଉସୀ ଜାନିଆ ଦେଈ ଗୋଟେ ରେଡ଼ିଓ ନେଇ ଯାଇଥିଲା ତା’ ସାଙ୍ଗରେ ବାହାଘର ପରେ। ଜାନିଆ ଦେଈ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲା। ଆମ ଗାଁରେ ତ ସେତେବେଳେ ସ୍କୁଲ ନଥିଲା। ଜାନିଆ ଦେଈ ଓ ପାରା ଦେଈ ଯାଉଥିଲେ ପାଖ ଗାଁକୁ ନଈ ପହଁରି ପାଠ ପଢ଼ିବାକୁ। ପଣିକିଆ ଶିଖିବାକୁ। ତେଣୁ ତା’ ଶାଶୁଘରେ ସେ ରେଡ଼ିଓ ଲଗେଇ ସଂଜବେଳେ କୂଅମୂଳେ ବସିଥିଲା। ଦୂରରୁ ଅନେଇ ଥିଲେ ତା’ ଶାଶୂ।

ବେଶ୍‌ କିଛି ସମୟ ଅନେଇଲା ପରେ ସେ ଆସି କହିଲେ- ଆଲୋ, ତୁ ତ ଏଇଠି ବଇଚୁ। ଏତେ ଲୋକଙ୍କୁ ଡାକି ଆଣିଚୁ। ସେ ଖାଇବେ କଣ?

ଜାନିଆ ଦେଈ ଆଶ୍ଚର୍ଯ୍ୟ ହେଲା- ଏତେ ଲୋକ କୋଉଠୁ ଆଇଲେ? କାହାଁନ୍ତି?

- ହେଇ ପରା। ଯୋଉଟା ବଜୋଉଛୁ, ତା’ ଭିତରେ ଏତେ ଲୋକ କଥା କହୁଛନ୍ତି।

ଏଥର ଆମ ସମୟର କଥା। ଅଂଧାର ଜମାଟ ବାନ୍ଧୁଥିବ ନଈ କୂଳରେ। ନଈବନ୍ଧକୁ ଲାଗି କେଇଟା କୃଷ୍ଣଚୂଡ଼ା ଗଛ ଓ ଗୋଟେ ଆକାଶିଆ ଗଛ। ସେଇଠି ବସିଥିବୁ ସମସ୍ତେ ସାଙ୍ଗହୋଇ। ମୁଁ ଗୋଟେ ଗଛରେ ଆଉଜି ରେଡ଼ିଓ ସେଣ୍ଟର ବଦଳାଉଥିବି। ବକୁ, ଫକୁନିନା’ ସମସ୍ତେ ନିଜ ନିଜର ପ୍ରେମ କାହାଣୀ କହୁଥିବେ। ଅଂଧାର ବହଳ ହେଉଥିବ ଆଉରି। ତାଙ୍କ ସ୍ୱରରେ ଭରି ଯାଉଥିବ ଆଉରି ଭାବପ୍ରବଣତା। ଏଇ ସମୟରେ ଅଚାନକ ରେଡ଼ିଓ ସେଣ୍ଟର ଧରିଯିବ- ବିବିଧ ଭାରତୀ। ଆଉ ଶୁଭିବ ଲତାଦିଦିର ଗୀତ- ରହେଁ ନା ରହେଁ ହମ୍... କାନ୍ଦୁରା ଶୁଭିବ କାହାଣୀ କହୁଥିବା ମଣିଷର ଆବାଜ। ସେ ଗୀତ ସାଙ୍ଗରେ ଲୁହ ବି ଦି’ ଟୋପା ଗଡ଼ି ଆସିଥିବ। ଅନ୍ଧାରରେ ଯାହା ଦେଖା ଯାଇନଥିବ।

ସେମିତି ଆମର ଗାଁରେ ଗୋଟେ ଖଞ୍ଜା ଘର ଥିଲା ଆଗରୁ। ଚାଳ ଛପର ଘର। ମଝିରେ ଚୂଲି। ଅପା ସେଇଠି ପିଢାଟେ ପକେଇ ରାନ୍ଧୁଥିବ- ବାଇଗଣ, ବଡ଼ି ଆଉ ସଜନା ଛୁଇଁ ଝୋଳ। ଜେଜେମା ଆରପଟକୁ ବସି ବାଟୁଥିବ ବାଟଣ। ରେଡ଼ିଓରୁ ସେମାନେ ଶୁଣୁଥିବେ- ନାରୀ ମହଲ।

ବୁଲା ସାଆଁନ୍ତ ଦିନ ରାତି ଚବିଶ ଘଣ୍ଟା ରେଡ଼ିଓଟେ ସାଙ୍ଗରେ ଧରି ବୁଲୁଥିବ। ଦୋକାନ ପିଣ୍ଡାରେ ବସି ରେଡ଼ିଓ ଲଗେଇ କୃଷି ସଂସାର ଶୁଣୁଥିବ। କି ବାଣି (କତା ଦଉଡ଼ି) କାଟୁଥିବ। ରେଡ଼ିଓ ବାଜି ଚାଲିଥିବ। କୃଷି ସଂସାର ଶୁଭୁଥିବ। ମହିମା ଧର୍ମ ଦୀକ୍ଷା ନେଇଥିଲେ ସେ। ମଝିରେ ମଝିରେ ପଚାରୁ ଥିବ- ଖଞ୍ଜଣି କେତେବେଳେ ବାଜିବ କି ଆ’ ଭିତରେ?

ମାଟ୍ରିକ ପରୀକ୍ଷା ପରେ ଆମ ଗାଁରେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲା। ବିଜୁଳି ନଥିଲା ତିନି ଚାରି ମାସ। ସେମିତି ହିଁ ହେଉଥିଲା। ଏକାଥରେ ବିଜୁଳି ଯାଉଥିଲା ତ ଆଉ ଆସୁ ନଥିଲା। ଗାଁକୁ ବି ଖବରକାଗଜ ଆସୁନଥିଲା। ଡାକରେ ଆସେ ତିନି ଚାରି ଦିନ ପରେ । ଧୋଇଆ ଅଞ୍ଚଳକୁ କାଇଁକି ଖବରକାଗଜ ଆସିବ ଯେ! ରାତିରେ ପିଣ୍ଡାରେ ଗଡ଼ିଲା ବେଳେ ବିବିଧ ଭାରତୀ ସହ ସଂଜ କଟିଯାଏ। ଝୁମରି ତଲୟାରୁ ଆସିଥିବା ଅନୁରୋଧର ଗୀତ ଶୁଣି ନିଦ ଆସି ଯାଇଥିବ। ସେଇ ନିଦରେ ବି ରେଡ଼ିଓର ଗୀତ ସାଙ୍ଗରେ ଆସୁଥିବ ସ୍ୱପ୍ନ। ଏ କହାଁ ଆଗ ୟେ ହମ୍...ୟୁଁ ହିଁ ସାଥ ସାଥ ଚଲତେ...

ଆଉ ମାଟ୍ରିକ ପରୀକ୍ଷା ଫଳ କୋଉଦିନ ବାହାରିବ ସେକଥା ବି ଶୁଣିଥିଲୁ ଆକାଶବାଣୀ କଟକର ଆଞ୍ଚଳିକ ବୁଲେଟିନରୁ।

ଶେଖର ଘୋଷଙ୍କ ସେ ସଦା ସବୁଜ ଗୀତ- ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ...ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ ତୁମେ ତୁମେ ତୁମେ..। କଲେଜ ବେଳରେ ଏଇ ଗୀତ ମୁହଁରେ ମୁଖସ୍ତ ହୋଇଥିଲା । ସକାଳେ ପ୍ରାକ୍ଟିକାଲ ସାରି ଘରକୁ ଫେରି ଗାଧୋଇ ପଖାଳ ଖାଇ ବସିଲା ବେଳକୁ ରେଡ଼ିଓରେ ଆସୁଥିବ ଏ ଗୀତ । ଅଧାରେ ବି ଅନେକ ସମୟରେ ପଖାଳ ଗୁଣ୍ଡାକ ଅଟକି ଯାଇଛି ସେ ଗୀତ ଶୁଣି।

ନଈକୂଳିଆ ଗାଁ ଆମର। ସଂଜରେ ତାରାଭର୍ତ୍ତି ଆକାଶକୁ ଚାହିଁ ଖରି ବଣ ଭିତରେ ଆମେ ଗାମୁଛା ପକେଇ ଖଟି ଚଲେଇ ଥିବୁ। ଯୁକ୍ତ ତିନି ପଢିବା ସମୟର କଥା। କେତେ ଗପ, କେତେ କାହାଣୀ ସରୁ ନଥିବ। ଅଛିଡ଼ା ଗପ ଲମ୍ବି ଚାଲିଥିବ। ସମସ୍ତେ ଏକାଥରେ ଭାବପ୍ରବଣ ହେଉଥିବେ କାହାର କାହାଣୀ ଶୁଣି। ରେଡ଼ିଓ କିନ୍ତୁ ବାଜି ଚାଲିଥିବ- ବାଦିୟାଁ ମେରା ଦାମନ, ରାସତେଁ ମେରି ବାହେଁ...। ଏଇ ସମୟରେ ଯଦି କେହି ରେଡ଼ିଓ ସେଣ୍ଟର ବଦଳେଇ ଦେଲା, ତେବେ ମାଡ଼ଗୋଳ ହେବା ଥୟ। ସେ କାହାଣୀ ସେଇଠୁ ବନ୍ଦ। ତେଣିକି ବୁଝାସୁଝା କରିବାରେ କଟିବ ସମୟ।

ସାମ୍ବାଦିକ ହେବା ପରେ ମୁଁ ଗାଁକୁ ଗଲେ ଟିଭି ଲଗେଇଲା ବେଳକୁ ବିଜୁଳି ନଥିବ। ରେଡ଼ିଓ ଧରି ମୁଁ ଶୁଣେ ଜାତୀୟ ପ୍ରସାରଣ ସେବାରେ ଉଭୟ ଇଂରାଜୀ ଓ ହିନ୍ଦୀ ବୁଲେଟିନ। ଗାଁ ଦାଣ୍ଡରେ ଏକା ବୁଲି ମୁଁ ରେଡ଼ିଓରୁ ସମାଚାର ଶୁଣୁଥିବି। ଫକୁନିନା’ ମୋ ନାଁ ଦେଇଥିଲା- ରେଡ଼ିଓ ମ୍ୟାନ୍। ରେଡ଼ିଓରେ ଖବର ପଢିଲା ବେଳେ ସମ୍ବାଦ ପାଠକ ଯେତେବେଳେ କାଗଜ ଫର୍ଦ୍ଦ ଓଲଟାଉ ଥିବେ, ତାର ଶବ୍ଦ ବି ଶୁଭୁଥିବ। ଖବର ସହ ଦେହରେ ଗୋଳି ହୋଇ ଯାଉଥିବ ସେସବୁ।
ସତରେ ସେ ସଂପର୍କ ଥିଲା ସେଇମିତି। ରେଡ଼ିଓ ନଥିଲେ ଜୀବନ ନଥିଲା। ସବୁଠାରୁ ବଡ଼ ସଙ୍ଗାତ ଥିଲା ରେଡ଼ିଓ ଗତ ଦିନମାନଙ୍କରେ। ମୋ ମାର ତ ରେଡ଼ିଓ ନେଇ ଗପ ଥରେ ଆରମ୍ଭ ହେଲେ ସରେନି। ରେଡ଼ିଓ ସିଲନଠାରୁ ଆରମ୍ଭ କରି ଅମୀନ ସାୟାନୀ ପର୍ଯ୍ୟନ୍ତ ଛିଡ଼ୁ ନଥିବା ଗପର ଖିଅ ତାର।
ଏବେ ତ ଡିଜିଟାଲ ଜମାନାରେ ରେଡ଼ିଓ ପୁରା ଅଲୋଡ଼ା। ରେଡ଼ିଓ ତ ଆଉ କାହାରି ଘରେ ନାହିଁ । ମଝିରେ ତ ଡାକବାକ୍ସ ପରି ଅବସ୍ଥା ହୋଇଥିଲା। ପରେ ଅବଶ୍ୟ ଏଫ୍ଏମ୍ ଶୁଣିବା ଆରମ୍ଭ କଲେ ଲୋକେ। କିନ୍ତୁ ଓଡ଼ିଆ ଏଫଏମରେ ସମସ୍ୟା ହେଉଛି- ସେମାନେ ନା ଓଡ଼ିଆ କହନ୍ତି, ନା ହିନ୍ଦୀ ନା ଇଂରାଜୀ। କେମିତି ଗୋଟେ ବିକୃତ ଭାଷା।

କିଛିମାସ ତଳେ ଗୋଟେ ରେଡ଼ିଓ ମୁଁ କିଣିଲି। ମୋ ଟେବୁଲ ଉପରେ ରଖିଲି। ଭାବିଲି ନିଜେ ଶୁଣିବି। ତା’ ଉପରେ ଧୂଳି ଜମିଯିବା ଦେଖି- ମୋ ମା’ ନେଇ ସେଥିରେ ଏବେବି ନାରୀ ମହଲ ଶୁଣୁଛି। କାନ ପାଖରେ ଗୁଞ୍ଜି ଅସ୍ପଷ୍ଟ ଶବ୍ଦରୁ ବିବିଧ ଭାରତୀ ଖୋଜୁଛି।

(ବିଶ୍ୱ ରେଡ଼ିଓ ଦିବସ ଅବସରରେ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story