୧୨ ବର୍ଷ ପରେ ବି ରହସ୍ୟ ଘେରରେ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ

ନୂଆଦିଲ୍ଲୀ: ଦେଶର ସବୁଠାରୁ ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ୧୨ ବର୍ଷ ପରେ ମଧ୍ୟ ପରଦା ଉଠିପାରିଲା ନାହିଁ। ୨୦୦୮ରେ ନୋଏଡାର ଏହି ହାଇପ୍ରୋଫାଇଲ ମର୍ଡର ମିଷ୍ଟ୍ରୀ ଦିନେ ସାରା ଦୁନିଆକୁ ସ୍ତବ୍ଧ କରିଦେଇଥିଲା। ତେବେ କିଏ ମାରିଥିଲା ଆରୁଷି ତଲଓ୍ୱାର ଓ ହେମରାଜଙ୍କୁ? ତାହା ଆଜି ବି ଏକ ବିରାଟ ପ୍ରଶ୍ନ… ନୋଏଡାର ବେଶ ନାମୀଦାମୀ ଦାନ୍ତ ଡାକ୍ତର ଦମ୍ପତି ରାଜେଶ ତଲଓ୍ୱାର ଓ ନୁପୁର ତଲଓ୍ୱାର ଜଳବାୟୁ ନଗର ଏଲ୍-୩୨ରେ ରହୁଥିଲେ। ତାଙ୍କର ଏକମାତ୍ର ଝିଅ […]

aarushi-talwar

Pragnya Choudhury
  • Published: Saturday, 16 May 2020
  • , Updated: 03 June 2020, 04:59 PM IST

ନୂଆଦିଲ୍ଲୀ: ଦେଶର ସବୁଠାରୁ ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ୧୨ ବର୍ଷ ପରେ ମଧ୍ୟ ପରଦା ଉଠିପାରିଲା ନାହିଁ। ୨୦୦୮ରେ ନୋଏଡାର ଏହି ହାଇପ୍ରୋଫାଇଲ ମର୍ଡର ମିଷ୍ଟ୍ରୀ ଦିନେ ସାରା ଦୁନିଆକୁ ସ୍ତବ୍ଧ କରିଦେଇଥିଲା। ତେବେ କିଏ ମାରିଥିଲା ଆରୁଷି ତଲଓ୍ୱାର ଓ ହେମରାଜଙ୍କୁ? ତାହା ଆଜି ବି ଏକ ବିରାଟ ପ୍ରଶ୍ନ...

ନୋଏଡାର ବେଶ ନାମୀଦାମୀ ଦାନ୍ତ ଡାକ୍ତର ଦମ୍ପତି ରାଜେଶ ତଲଓ୍ୱାର ଓ ନୁପୁର ତଲଓ୍ୱାର ଜଳବାୟୁ ନଗର ଏଲ୍-୩୨ରେ ରହୁଥିଲେ। ତାଙ୍କର ଏକମାତ୍ର ଝିଅ ଥିଲେ ଆରୁଷି ତଲଓ୍ୱାର। ପ୍ରତିଦିନ ଭଳି ସେ ଦିନ ତାରିଖ ସକାଳେ ମଧ୍ୟ ଘରୋଇ ସହାୟିକା ଆସି ପହଞ୍ଚନ୍ତି ଡାକ୍ତର ଦମ୍ପତିଙ୍କ ଘରେ। ଦିନ ଥିଲା ୨୦୦୮ ମସିହା ମେ'୧୬ ତାରିଖ। ଯେତେବେଳେ ସେ ଆରୁଷିଙ୍କ ରୁମ୍ ଭିତରକୁ ଯାଆନ୍ତି ସଫା କରିବାକୁ, ଦେଖନ୍ତି ତାଙ୍କର ମୃତଦେହ। ଘରୋଇ ସହାୟିକା ଜଣକ ଚିତ୍କାର କରି ରାଜେଶ-ନୁପୁରଙ୍କୁ ଏହି ଖବର ଦେଲେ। ଯେହେତୁ ଡାକ୍ତ ଡମ୍ପତି ବେଶ ଜଣାଶୁଣା ଥିଲେ, ଘଟଣାଟି ତୁରନ୍ତ ହାଇପ୍ରୋଫାଇଲ ହୋଇଗଲା। ଗଣମାଧ୍ୟମ ଜରିଆରେ ତଥ୍ୟ ଆସିଥିଲା ଯେ, ଘରୋଇ ସହାୟକ ହେମରାଜ ୧୩ ବର୍ଷୀୟ ଆରୁଷିଙ୍କୁ ହତ୍ୟା କରି ନେପାଳ ଫେରାର୍ ହୋଇଯାଇଛନ୍ତି।

ଘଟଣାସ୍ଥଳରେ ନୋଏଡା ପୁଲିସ ପହଞ୍ଚିଥିଲା। ମାଆ-ବାପା ନୁପୁର ଏବଂ ରାଜେଶ ତଲଓ୍ୱାର କହିଥିଲେ ଯେ, ତାଙ୍କ ଘରୋଇ ସହାୟକ ହେମରାଜ ତାଙ୍କ ଝିଅ ଆରୁଷିକୁ ହତ୍ୟା କରି ଫେରାର୍ ହୋଇଯାଇଛି। ତେବେ ମାଆ-ବାପାଙ୍କ କଥାକୁ ବିଶ୍ୱାସ କରି ନୋଏଡା ପୁଲିସ ଟିମ୍ ହେମରାଜଙ୍କୁ ଖୋଜିବାକୁ ନେପାଳ ଯାଇଥିଲେ।

ମେ '୧୬ରେ ନୋଏଡା ପୁଲିସ ଆରୁଷିଙ୍କ ହତ୍ୟାକାଣ୍ଡ ପଛରେ ଘରୋଇ ସହାୟକ ହେମରାଜଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରୁଥିଲା। ଏହାର ଠିକ୍ ୨୪ ଘଣ୍ଟା ଭିତରେ ଏଲ-୩୨ ଜଲବାୟୁ ବିହାର ଅର୍ଥାତ୍ ରାଜେଶ୍-ନୁପୁର ଡାକ୍ତର ଦମ୍ପତିଙ୍କ ଘର ଛାତ ଉପରେ ହେମରାଜଙ୍କ ମୃତଦେହ ମିଳିଥିଲା। ୨୪ ଘଣ୍ଟା ମଧ୍ୟରେ ଆରୁଷି ତଲଓ୍ୱାର ହତ୍ୟାକାଣ୍ଡ ଡବଲ ମର୍ଡର ମିଷ୍ଟ୍ରୀ ଭାବେ ସମସ୍ତଙ୍କୁ ଚକିତ କରିଦେଇଥିଲା। ସାରା ଦେଶ ୨୪ ଘଣ୍ଟା ପର‌୍ୟ୍ୟନ୍ତ ଯାହାକୁ ହତ୍ୟାକାରୀ ବୋଲି ବୁଝି ନେଇଥିଲା, ପ୍ରକୃତରେ ସେ ପୀଡ଼ିତ ଥିଲା। ଘଟଣାଟି ବିଜୁଳି ବେଗରେ ସାରା ଦେଶରେ ବ୍ୟାପିଗଲା।

ନୋଏଡା ପୁଲିସ ଉପରେ ଏନେଇ ଚାପ ବଢି଼ଯାଇଥିଲା। ହତ୍ୟାର ୨ ଦିନ ପରେ ତଦନ୍ତ ଚାଲିଥିବା ସମୟରେ ଅର୍ଥାତ ୨୦୦୮ ମେ'୧୮ରେ ପୁଲିସ ହତ୍ୟାକାଣ୍ଡ ନେଇ ଏକ ସୂଚନା ଜାରି କରିଥିଲା। ତଦ୍ଦନୁଯାୟୀ, ସର୍ଜିକାଲ ବ୍ଲେଡ୍ ସାହାଯ୍ୟରେ ହତ୍ୟା କରାଯାଇଛି। ନୋଏଡା ପୁଲିସର ଏଭଳି ବୟାନ ପରେ ରାଜେଶ-ନୁପୁରଙ୍କ ଉପରେ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ସନ୍ଦେହ ସୃଷ୍ଟି ହୋଇଥିଲା। ୨୦୦୮ ମେ'୨୩ରେ ନୋଏଡା ପୁଲିସ ଆରୁଷିଙ୍କ ବାପା ରାଜେଶ ତଲଓ୍ୱାରଙ୍କୁ ଡବଲ୍ ମର୍ଡର କରିଥିବା ଅଭିଯୋଗରେ ଗିରଫ କରିଥିଲା।

ତତ୍କାଳୀନ ମାୟାବତୀ ସରକାର ୨୦୦୮ ଜୁନ୧ରେ ଡବଲ ମର୍ଡର ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଦେଇଥିଲେ। ତଦନ୍ତ ଜାରି ଥିବା ବେଳେ ଆରୁଷି ଓ ହେମରାଜଙ୍କ ହତ୍ୟା ଅଭିଯୋଗରେ ରାଜେଶ ତଲଓ୍ୱାରଙ୍କୁ ଗିରଫ କରିଥିଲା। ଏବଂ ପରେ ସନ୍ଦେହ ଆଧାରରେ ତାଙ୍କୁ ଛାଡ଼ିଦିଆ ଯାଇଥିଲା। ସେହିଭଳି ୩ ଜଣ ଘରୋଇ ସହାୟକଙ୍କୁ ମଧ୍ୟ କ୍ଲିନ୍ ଚିଟ୍ ମିଳିଥିଲା। ପରେ ୨୦୧୦ ଡିସେମ୍ୱର ୨୯ରେ ସିବିଆଇ ସମ୍ପୂର୍ଣ୍ଣ ମାମଲାରେ ନିଜର ତଦନ୍ତ ରିପୋର୍ଟ ଦାଖଲ କରିଥିଲା, ଯେଉଁଥିରେ ଘରୋଇ ସହାୟକ, ସହାୟିକାମାନେ ନିର୍ଦ୍ଦୋଶ ବୋଲି ଦର୍ଶାଯାଇଥିଲା।

ଶେଷରେ ସିବିଆଇ ନିଜ ଚୂଡ଼ାନ୍ତ ରିପୋର୍ଟରେ ଆରୁଷିଙ୍କ ମାଆ-ବାପାଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଥିଲା। ଏହାପରେ ସିବିଆଇର ତଦନ୍ତ ରିପୋର୍ଟକୁ ହିଁ ଚାର୍ଜସିଟ୍ ଭାବେ ଗ୍ରହଣ କରି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ପରେ ଆରୁଷିଙ୍କ ରହସ୍ୟପୂର୍ଣ୍ଣ ହତ୍ୟାକାଣ୍ଡ ମାମଲାରେ ସିବିଆଇ କୋର୍ଟ ନୁପୁର ଓ ରାଜେଶ ତଲଓ୍ୱାରଙ୍କୁ ୨୦୧୩ ମେ' ୨୬ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଣି କରିଥିଲେ।

ତେବେ ଆରୁଷିଙ୍କ ମାଆ-ବାପା ନିଜକୁ ନିର୍ଦ୍ଦୋଷ ବୋଲି କହି ଆହ୍ଲାବାଦ ହାଇକୋର୍ଟରେ ପୁନର୍ବିଚାର ପାଇଁ ଆବେଦନ କରିଥିଲେ। ୨୦୧୭ ଅକ୍ଟୋବର ୧୨ରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ହାଇକୋର୍ଟ ଡାକ୍ତର ଦମ୍ପତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏତିକିରେ ଆରୁଷି ଓ ହେମରାଜଙ୍କ ହତ୍ୟା ଆଜି ବି ରହସ୍ୟ ଘେରରେ ରହିଛି....

ସୂଚନା ଥାଉ କି, ଏହି ହାଇପ୍ରୋଫାଇଲ ମର୍ଡର ମିଷ୍ଟ୍ରୀକୁ ନେଇ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର 'ତଲଓ୍ୱାର' ୨୦୧୫ରେ ରିଲିଜ୍ ହୋଇଥିଲା। ଫିଲ୍ମଟିକୁ ମେଘନା ଗୁଲଜାର ନିର୍ଦ୍ଦେଶନା ଦେଇଥିବା ବେଳେ ଦିବଂଗତ ଅଭିନେତା ଇରଫାନ ଖାନ, କୋଙ୍କଣା ସେନ ଶର୍ମା ଏବଂ ନିରଜ କବି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Related story