Advertisment

ନିରକ୍ଷରରୁ ସାକ୍ଷର ହେଲେ ତିଳୋତ୍ତମା; ଦେବେ ମ୍ୟାଟ୍ରିକ୍ ପରୀକ୍ଷା

ପାରାଦୀପ(ରମାକାନ୍ତ ନାୟକ): ‘ପାଠ ପଢ଼ିବାକୁ ଇଚ୍ଛା ଥିଲେ କି ବୁଢ଼ା କି ବୁଢ଼ୀ। ଇଚ୍ଛା ଥିଲେ ସବୁ ହୋଇପାରିବ।’ ଏହା କହିଛନ୍ତି ତିଳୋତ୍ତମା ପାତ୍ର। ତାଙ୍କୁ ୫୩ ବର୍ଷ ହେଲାଣି। ଆଉ ଏହି ବୟସରେ ସେ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି।  ସେ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଦେବେ। ପରୀକ୍ଷାରେ ପାସ୍‌ କରିବେ ବୋଲି ତାଙ୍କର ପୂରା ବିଶ୍ୱାସ ରହିଛି। ବନ୍ଦର ନଗରୀ ପାରାଦୀପର ନୂଆବଜାର ବସ୍ତିରେ ରହନ୍ତି ତିଳୋତ୍ତମା। ତାଙ୍କ ନିଜ ଘର […]

ଅଦ୍ୟତନ ହୋଇଛି
ନିରକ୍ଷରରୁ ସାକ୍ଷର ହେଲେ ତିଳୋତ୍ତମା; ଦେବେ ମ୍ୟାଟ୍ରିକ୍ ପରୀକ୍ଷା

paradip

Advertisment

ପାରାଦୀପ(ରମାକାନ୍ତ ନାୟକ): ‘ପାଠ ପଢ଼ିବାକୁ ଇଚ୍ଛା ଥିଲେ କି ବୁଢ଼ା କି ବୁଢ଼ୀ। ଇଚ୍ଛା ଥିଲେ ସବୁ ହୋଇପାରିବ।’ ଏହା କହିଛନ୍ତି ତିଳୋତ୍ତମା ପାତ୍ର। ତାଙ୍କୁ ୫୩ ବର୍ଷ ହେଲାଣି। ଆଉ ଏହି ବୟସରେ ସେ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି।  ସେ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଦେବେ। ପରୀକ୍ଷାରେ ପାସ୍‌ କରିବେ ବୋଲି ତାଙ୍କର ପୂରା ବିଶ୍ୱାସ ରହିଛି।

Advertisment

ବନ୍ଦର ନଗରୀ ପାରାଦୀପର ନୂଆବଜାର ବସ୍ତିରେ ରହନ୍ତି ତିଳୋତ୍ତମା। ତାଙ୍କ ନିଜ ଘର କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ। ହେଲେ ୩୫ ବର୍ଷ ହେବ ସେ ତାଙ୍କ ପରିବାର ସହ ପାରାଦୀପରେ ରହି ଆସୁଛନ୍ତି। ତାଙ୍କ ସ୍ୱାମୀ ପାରାଦୀପ ବନ୍ଦରରେ କାମ କରନ୍ତି।  ସେମାନଙ୍କର ୪ ଜଣ ଛୁଆ ଅଛନ୍ତି।  ପିଲା ବେଳେ ତିଲୋତ୍ତମାଙ୍କର ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ପଢ଼ି ପାରି ନଥିଲେ। ହେଲେ ସେ ଇଚ୍ଛା ବଳବତ୍ତର ରହିଥିଲା। ୧୯୯୨ ମସିହାରେ ତାଙ୍କ ପାଇଁ ପାଠ ପଢ଼ିବାର ସୁଯୋଗ ଆସିଥିଲା। ସେହି ବର୍ଷ ସେ ରହୁଥିବା ବସ୍ତିରେ ସାକ୍ଷରତା ଅଭିଯାନରେ ଏକ କେନ୍ଦ୍ର ଖୋଲା ଯାଇଥିଲା। ତିଳୋତ୍ତମା ସେଠାକୁ ଯାଇ ପାଠ ପଢ଼ିବା ଆରମ୍ଭ କରିଥିଲେ। ତା’ପରେ ଅକ୍ଷର ଲେଖିବା ସହ ବହି ପଢ଼ିବା ଶିଖିଥିଲେ। ଏମିତିକି ସେ ପାରାଦୀପ ସାକ୍ଷରତା ସମିତି ପାଇଁ ଅନେକ କବିତା ମଧ୍ୟ ଲେଖିଛନ୍ତି।  ଏହାସହ କନ୍ୟାଭ୍ରୂଣ ହତ୍ୟା ଓ ଏଡ୍‌ସ ଭଳି ଅନେକ ପ୍ରସଙ୍ଗରେ ସଚେତନତା ମୂଳକ ସ୍ଲୋଗ୍‌ନ୍‌ ଲେଖିଛନ୍ତି।publive-image

ଏନେଇ ତିଳୋତ୍ତମା କହିଛନ୍ତି, “ମୁଁ ଏବେ ଓଡ଼ିଆ, ଇଂରାଜୀ, ହିନ୍ଦୀ ଏବଂ ବଙ୍ଗଳା ପଢ଼ି ପାରୁଛି। ଏମିତିକି ଯୋଉଠି ଯାହା ଲେଖାଯାଇଥାଏ ତାକୁ ମୁଁ ଏବେ ପଢ଼ିପାରୁଛି। ପିଲାବେଳେ ପାଠ ପଢ଼ିବାକୁ ଇଚ୍ଛା ଥିଲା। ହେଲେ ବାପାଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ପଢ଼ି ପାରି ନଥିଲି।  ପାଠ ପଢ଼ିଥିଲେ ଦୁନିଆର ବିଷୟରେ ସବୁ କିଛି ଜାଣି ହେବ। ପାଠ ନ ପଢ଼ିଲେ ଅନ୍ଧ ଭଳି ରହିବାକୁ ପଡ଼ିବ। ମୁଁ ଏବେ ପାଠ ପଢ଼ିଲି ବୋଲି ଅନେକ କିଛି ଜାଣି ପାରୁଛି।”

Advertisment

ତିଳୋତ୍ତମାଙ୍କ ପଡ଼ୋଶୀ ଶାନ୍ତିଲତା ବାରିକ କହିଛନ୍ତି,“ ତାଙ୍କର ପାଠ ପଢ଼ିବାକୁ ଆଗ୍ରହ ରହିଛି। ସେ ସାକ୍ଷରତା ଅଭିଯାନରେ ପାଠ ପଢ଼ି ଏବେ ମ୍ୟାଟ୍ରିକ୍‌ ପରୀକ୍ଷା ଦେବ। ଏମିତିକି ସେ ନିରକ୍ଷର ଥିବା ମହିଳାମାନଙ୍କୁ ଡାକି ସେମାନଙ୍କୁ ମଧ୍ୟ ପଢ଼ାଇଥା’ନ୍ତି।”publive-image

ପାରାଦୀପ ସାକ୍ଷରତା ସମିତର ସଂଯୋଜିକା ନଳିନୀ ପ୍ରଭା ସାହୁ କହିଛନ୍ତି, “ତିଳୋତ୍ତମା ସାକ୍ଷରତା ସମିତରେ ପାଠ ପଢ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଏଥିସହ ନିଜର ସାହାସ ଓ ଇଚ୍ଛା ବଳରେ ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଛନ୍ତି। ଏଇଟା ଗୋଟିଏ ବଡ଼ ଖୁସିର ଖବର। ତିଳୋତ୍ତମାଙ୍କ ପାଇଁ ସାକ୍ଷରତା ସମିତି ଗର୍ବିତ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe