Advertisment

୧୨ ଦିନରେ କରୋନା ପଜିଟିଭରୁ ନେଗେଟିଭ୍ ହେଲେ ଆକ୍ରାନ୍ତ

ସାରା ଦୁନିଆର ବୈଜ୍ଞାନିକ, ବିଶେଷଜ୍ଞ, ଡାକ୍ତରମାନେ କରୋନା ଭୂତାଣୁ ସଂକ୍ରମଣର ଟୀକା ଖୋଜୁଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ୮୫ ଲକ୍ଷ ଟପିଥିବା ବେଳେ ଏଯାବତ ସତର୍କତା ବ୍ୟତୀତ ଅନ୍ୟ କୌଣସି ସମାଧାନର ବାଟ ମିଳିପାରି ନାହିଁ। ଏଭଳି ସ୍ଥିତିରେ ଆୟୁର୍ବେଦ କିନ୍ତୁ ଆଶାର କୀରଣ ଦେଖାଇଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପତଞ୍ଜଳିର ଆଚାର୍ଯ୍ୟ ବାଳକୃଷ୍ଣ ମୁଲାୟମ ସିଂହ ଯାଦବ ମେଡିକାଲ କଲେଜର କୋଭିଡ୍ ଓ୍ୱାର୍ଡରେ ଚିକିତ୍ସିତ ଥିବା ୬ ଜଣ ରୋଗୀଙ୍କ ଉପରେ କ୍ଲିନିକାଲ ଷ୍ଟଡି […]

ଅଦ୍ୟତନ ହୋଇଛି
୧୨ ଦିନରେ କରୋନା ପଜିଟିଭରୁ ନେଗେଟିଭ୍ ହେଲେ ଆକ୍ରାନ୍ତ

ayurveda

Advertisment

ସାରା ଦୁନିଆର ବୈଜ୍ଞାନିକ, ବିଶେଷଜ୍ଞ, ଡାକ୍ତରମାନେ କରୋନା ଭୂତାଣୁ ସଂକ୍ରମଣର ଟୀକା ଖୋଜୁଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ୮୫ ଲକ୍ଷ ଟପିଥିବା ବେଳେ ଏଯାବତ ସତର୍କତା ବ୍ୟତୀତ ଅନ୍ୟ କୌଣସି ସମାଧାନର ବାଟ ମିଳିପାରି ନାହିଁ। ଏଭଳି ସ୍ଥିତିରେ ଆୟୁର୍ବେଦ କିନ୍ତୁ ଆଶାର କୀରଣ ଦେଖାଇଛି।

Advertisment

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପତଞ୍ଜଳିର ଆଚାର୍ଯ୍ୟ ବାଳକୃଷ୍ଣ ମୁଲାୟମ ସିଂହ ଯାଦବ ମେଡିକାଲ କଲେଜର କୋଭିଡ୍ ଓ୍ୱାର୍ଡରେ ଚିକିତ୍ସିତ ଥିବା ୬ ଜଣ ରୋଗୀଙ୍କ ଉପରେ କ୍ଲିନିକାଲ ଷ୍ଟଡି କରିଥିଲେ। ଏ ସମସ୍ତ ରୋଗୀ କେବଳ ୧୨ ଦିନରେ କରୋନା ନେଗେଟିଭ୍ ହୋଇଯାଇଥିବା ସୂଚନା ମିଳିଛି। ଏହି ଟ୍ରାଏଲ ରିପୋର୍ଟକୁ ଅନ୍ତର୍ଜାତୀୟ ମେଡିକାଲ ଜର୍ନାଲରେ ପ୍ରକାଶ କରିବାକୁ ପତଞ୍ଜଳି ପକ୍ଷରୁ ପଠାଯିବ।

ସୂଚନାଯୋଗ୍ୟ, ମେରଠସ୍ଥିତ ଏକ ଘରୋଇ ହସ୍ପିଟାଲରେ ୬ ଜଣ ଲୋକ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଏମାନଙ୍କୁ ନିୟମାନୁସାରେ କୋଭିଡ୍ ଓ୍ୱାର୍ଡରେ ରଖାଗଲା। ତେବେ ରୋଗୀଙ୍କ ଅନୁମତି କ୍ରମେ ପତଞ୍ଜଳି ପକ୍ଷରୁ କ୍ଲିନିକାଲ କେସ୍ ଷ୍ଟଡି କରାଗଲା। ରୋଗୀମାନଙ୍କୁ ପ୍ରତ୍ୟେକ ଦିନ ଜଳଖିଆ ଖାଇବାର ଏକ ଘଣ୍ଟା ପୂର୍ବରୁ ନାକରେ ଚାରି ବୁନ୍ଦା ଅଣୁ ତେଲ ପକାଇବାରୁ ଦିଆଯିବା ସହ ଶ୍ୱାସାରୀ ବଟିର ୨ଟି ବଟିକା, ଶୁଦ୍ଧ ଗୁଳୁଚି ବଟିର ୨ଟି ବଟିକା, ଶୁଦ୍ଧ ଅଶ୍ୱଗନ୍ଧା ଏବଂ ତୁଳସୀ ଘନବଟିର ଗୋଟିଏ ଲେଖାଏ ବଟିକା ଉଷୁମ ପାଣିରେ ଖାଇବାକୁ ଦିଆଯାଉଥିଲା।

Advertisment

ଏ ସମସ୍ତ ସଂକ୍ରମିତ ମେ ୩୧ରୁ ଜୁନ୍ ୧୨ ମଧ୍ୟରେ ନେଗେଟିଭ୍ ହୋଇଯାଇଛନ୍ତି। ତେବେ ଏହି ଔଷଧଗୁଡ଼ିକୁ ଦେଶର ୫୦୦ କରୋନା ସଂକ୍ରମିତଙ୍କୁ ଦିଆଯାଇ ଅନୁଧ୍ୟାନ କରାଯାଇଥିବା ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି।

ସେ କହିଛନ୍ତି, ଅଶ୍ୱଗନ୍ଧାରେ ଥିବା ଫାଏଟୋକେମିକଲ ଏବଂ ଭିଥେନାନ୍ ମାନବ ଶରୀରରେ କରୋନାକୁ ପ୍ରବେଶ କରିବାକୁ ଦେବ ନାହିଁ। ଏହି ତଥ୍ୟ ସ୍ପ୍ରିଙ୍ଗର ନେଚରର ଭାଇରୋଲୋଜୀ ଜର୍ନାଲରେ ମଧ୍ୟ ପ୍ରକାଶ ପାଇଛି। ସେହିଭଳି ଗୁଳୁଚିରେ ଥିବା ଟିନୋକାର୍ଡିସାଇଡ୍ ଏବଂ ତୁଳସୀରେ ଥିବା ଆଣ୍ଟି ଭାଇରାଲ ଗୁଣବତ୍ତା କରୋନାଠାରୁ ସମ୍ପୂର୍ଣ୍ଣ ଭାବେ ରକ୍ଷା କରିବାରେ ସକ୍ଷମ ପ୍ରମାଣିତ ହୋଇଛି। ଏହି କ୍ରମରେ ଶ୍ୱାସାରୀ ରସ ତଥା ବଟି ଫୁସଫୁସରେ ଦରଜ କିମ୍ବା ଜମା ଥିବା କଫକୁ ନଷ୍ଟ କରିବାରେ ବେଶ ପ୍ରଭାବକାରୀ ସାବ୍ୟସ୍ତ ହେଲା। ଏହି ସର୍ଭେ ବାୟୋମେଡିସିନ୍ ଏବଂ ଫାର୍ମୋକୋଥେରାପୀ ମେଡିକାଲ ଜର୍ନାଲରେ ପ୍ରକାଶ ପାଇଛି। ଏହାସହ ଅଣୁ ତେଳ ମଧ୍ୟ କରୋନା ସଂକ୍ରମିତଙ୍କ ପାଇଁ ଖୁବ୍ ଫଳପ୍ରଦ ରହିଲା ବୋଲି ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି।

ସେ ପୁଣି କହିଛନ୍ତି, ମେରଠ ମେଡିକାଲ କଲେଜରେ ଭର୍ତ୍ତି କରୋନା ରୋଗୀଙ୍କ ଚିକିତ୍ସା ପାଇଁ ମୁଁ ଅନୁମତି ମାଗିଛି। ଜୟପୁରରେ କରୋନା ରୋଗୀଙ୍କ କ୍ଲିନିକାଲ ଟ୍ରାଏଲ ମଧ୍ୟ କରାଯାଇଛି। କିଛିଦିନ ତଳେ ମେରଠସ୍ଥ ଏକ ଘରୋଇ ହସ୍ପିଟାଲରେ ୬ ଜଣ ସଂକ୍ରମିତଙ୍କ କ୍ଲିନିକାଲ କେସ୍ ଷ୍ଟଡି କରାଗଲା। ଏମାନେ କେବଳ ୧୦-୧୨ ଦିନରେ ସୁସ୍ଥ ହୋଇଗଲେ। ଏହି ଔଷଧଗୁଡ଼ିକ କରୋନା ଭୂତାଣୁକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ସର୍ଭେରୁ ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe