ବଡ଼ବଡ଼ୁଆ ହୋ...

ଦେବେନ୍ଦ୍ର ପୃଷ୍ଟି ଦି’ ଦିନ ତଳେ ଗଲା ଦୀପାବଳି। ଓଡ଼ିଶାର ଅଧିକାଂଶ ପରିବାର ପାଇଁ ଏହା ଥିଲା ଉଭୟ ଶ୍ରଦ୍ଧା ଓ ଉତ୍ସବର ପର୍ବ। ମଉଳା ଶ୍ରାଦ୍ଧ, ଦୀପଦାନ, ଆଲୋକ ସଜା ଓ ବାଣଫୁଟା ସହିତ ବଡ଼ବଡ଼ୁଆ ଡାକ ଏହି ପର୍ବର ପ୍ରାଚୀନ ପରମ୍ପରା। ମହାଳୟାରେ ପିତୃପକ୍ଷ ଶ୍ରାଦ୍ଧ ଓ ଦୀପାବଳିରେ ମାତୃପକ୍ଷ ବା ମଉଳା ଶ୍ରାଦ୍ଧ ଦିଆଯାଏ। ମହାଳୟାରେ ଉତ୍ତରସୂରୀଙ୍କୁ ଦେଖିବାକୁ ଆସିଥିବା ପୂର୍ବଜମାନେ ଦୀପାବଳିରେ ପ୍ରତ୍ୟାବର୍ତ୍ତନ କରନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ସେମାନଙ୍କ […]

badabadua

badabadua

Debendra Prusty
  • Published: Wednesday, 26 October 2022
  • Updated: 26 October 2022, 06:04 PM IST

Sports

Latest News

  • ଦେବେନ୍ଦ୍ର ପୃଷ୍ଟି

ଦି’ ଦିନ ତଳେ ଗଲା ଦୀପାବଳି। ଓଡ଼ିଶାର ଅଧିକାଂଶ ପରିବାର ପାଇଁ ଏହା ଥିଲା ଉଭୟ ଶ୍ରଦ୍ଧା ଓ ଉତ୍ସବର ପର୍ବ। ମଉଳା ଶ୍ରାଦ୍ଧ, ଦୀପଦାନ, ଆଲୋକ ସଜା ଓ ବାଣଫୁଟା ସହିତ ବଡ଼ବଡ଼ୁଆ ଡାକ ଏହି ପର୍ବର ପ୍ରାଚୀନ ପରମ୍ପରା। ମହାଳୟାରେ ପିତୃପକ୍ଷ ଶ୍ରାଦ୍ଧ ଓ ଦୀପାବଳିରେ ମାତୃପକ୍ଷ ବା ମଉଳା ଶ୍ରାଦ୍ଧ ଦିଆଯାଏ। ମହାଳୟାରେ ଉତ୍ତରସୂରୀଙ୍କୁ ଦେଖିବାକୁ ଆସିଥିବା ପୂର୍ବଜମାନେ ଦୀପାବଳିରେ ପ୍ରତ୍ୟାବର୍ତ୍ତନ କରନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ସେମାନଙ୍କ ଉଦ୍ଦେଶ୍ୟରେ କାଉଁରିଆ କାଠି ଜଳାଇ ପ୍ରସ୍ଥାନ ପଥକୁ ଆଲୋକିତ କରାଯାଏ। ତେଣୁ ଡକାଯାଏ, ‘ବଡ଼ବଡ଼ୁଆ ହୋ...ଅନ୍ଧାରରେ ଆସି ଆଲୁଅରେ ଯା, ଗଙ୍ଗା ଯା ଗୟା ଗୟା ଯା ତ୍ରିବେଣୀ ଯା ଶ୍ରୀପୁରସ୍ତମ ଯା, ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ଼ଗଡ଼ଉଥା’। ଏଇ ଡାକ ସମୟରେ ଲୋକମାନେ ନିଜନିଜ ପୂର୍ବଜମାନଙ୍କ ନାମ ଉଚ୍ଚାରଣ କରିଥାନ୍ତି। ଧରନ୍ତୁ ମୋ ଜେଜେଙ୍କ ନାମ ଶ୍ରୀହରି। ତେଣୁ ମତେ କହିବାକୁ ହୋଇଥାଏ ଶ୍ରୀହରି ଦାସ ହୋ ଅନ୍ଧାରରେ ଆସି ଆଲୁଅରେ ଯା..ଏହିପରି।

ବ୍ୟକ୍ତି ଓ କୁଟୁମ୍ବ ବଡ଼ବଡ଼ୁଆଙ୍କୁ ଏହିପରି ଧରାବନ୍ଧା କେଇଟି ଶବ୍ଦ ଓ ବାକ୍ୟରେ ଡାକି ନିଜର ଶ୍ରଦ୍ଧା ନିବେଦନ କରିଥାନ୍ତି। ତେବେ ସମଗ୍ର ଓଡ଼ିଆ ଜାତି ନିଜ ବଡ଼ବଡ଼ୁଆଙ୍କୁ ଡାକିଲେ କେମିତି ଡାକିବ? କେମିତି ଓଡ଼ିଶା ଓ ଓଡ଼ିଆଙ୍କର ପୂର୍ବସୂରୀମାନଙ୍କୁ ମନେ ପକାଇବା ଏଇ ଜାତି? ସେମାନଙ୍କ ପାଇଁ ଡାକଟା ଏମିତି ହେବ କି?

ବଡ଼ ବଡ଼ୁଆ ହୋ ଆଲୁଅରେ ଆସ ଅନ୍ଧାରରେ ଯା, ଗଙ୍ଗା ଯା, ଗୟା ଯା, ଶ୍ରୀପୁରସ୍ତମ ଯା, ବାଇଶି ପାହାଚରେ ଗଡ଼ଗଡ଼ଉଥା।

ବିଜୁ ଦାସ ହୋ ଆଲୁଅରେ ଆସ ଅନ୍ଧାରରେ ଯା, ବଡ଼ବିଲ ଯା, ଧାମରା ଯା, ପାରାଦୀପ ଯା, ଅନୁଗୁଳ ଯା, କେତେ ଓଡ଼ିଆ ଉଦ୍ୟୋଗପତି ହିସାବ ମାଗି ଅଫିସରଙ୍କଠୁଁ ମାଡ଼ ଖାଇ ସେକ୍ରେଟାରିଏଟ୍‌ ପାହାଚରେ ଗଡ଼ଗଡ଼ଉଥା।

ଜାନକୀ ଦାସ ହୋ ଆଲୁଅରେ ଆସ ଅନ୍ଧାରରେ ଯା, ମଞ୍ଚେଶ୍ୱର ଯା, ଜଗତପୁର ଯା, ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ ଖୋଜୁଥା, ଓଡ଼ିଆ ଟୋକାଙ୍କ ଖଟିରେ ବସି ହଜାରେ ଅଞ୍ଜନା ଗଣୁଥା।

ହରେକୃଷ୍ଣ ଦାସ ହୋ ଆଲୁଅରେ ଆସ ଅନ୍ଧାରରେ ଯା, ହୀରାକୁଦ ଯା, ହରଭଙ୍ଗୀ ଯା, ଓଡ଼ିଶା ନଦୀରେ କେତେ ବନ୍ଧ କେତେ ଘାଇ ଗଣି ଗଣି ଗାଁ ମଜଲିସରେ ଲେଖୁଥା।

ନବକୃଷ୍ଣ ଦାସ ହୋ, ଆଲୁଅରେ ଆସ ଅନ୍ଧାରରେ ଯା, ସମ୍ବଲପୁର ଯା, କୋରାପୁଟ ଯା, ପ୍ରଜାମଣ୍ଡଳ କରି ଓଡ଼ିଶା ଏକାଠି କରିବା କଥା ଭୁଲିଯା, ଭୁବନେଶ୍ୱରରେ ଓଡ଼ିଆ କେମିତି ମାଡ଼ ଖାଉଛି ନିଜ ଆଖିରେ ଥରେ ଦେଖିଯା।

ମଧୁ ଦାସ ହୋ ଆଲୁଅରେ ଆସ ଅନ୍ଧାରେ ଯା, କଟକ ଯା, ପୁରୀ ଯା, ପାରଳା ଯା, ପାଲୁର ଯା, ଉତ୍କଳ ସନ୍ତାନ ଏବେ ବି ଉଠିନି, ଚଷମା ଫାଙ୍କରେ ଦେଖିଯା। ଓଡ଼ିଆ ଭାଷାର ଦୁର୍ଦ୍ଦଶା ଶୁଣି ବାରିଷ୍ଟରୀ ଛାଡ଼ି ପଳେଇ ଯା।

ଗଙ୍ଗାଧର ଦାସ ହୋ, ଫକିରମୋହନ ଦାସ ହୋ, ଶଶିଭୂଷଣ ଦାସ ହୋ, ଗୌରୀଶଙ୍କର ଦାସ ହୋ, ବିଚିତ୍ରାନନ୍ଦ ଦାସ ହୋ, ନୀଳମଣି ବିଦ୍ୟାରତ୍ନ ହୋ ଆଲୁଅରେ ଆସ ଅନ୍ଧାରରେ ଯା, ସମ୍ବଲପୁର ଯା, ବାଲେଶ୍ୱର ଯା, ଗଞ୍ଜାମ ଯା, ଯାଜପୁର ଯା, ଯେଉଁ ବଜାରରେ ଓଡ଼ିଆ ଫଳକ ପାଇବ ସେଇ ବଜାରରେ ଲାଖି ଯା।

ଗୋପବନ୍ଧୁ ଦାସ ହୋ, ଗୋଦାବରୀଶ ଦାସ ହୋ, ରାଧାନାଥ ଦାସ ହୋ ଆଲୁଅରେ ଆସ, ଅନ୍ଧାରରେ ଯା, ବାଷ୍ଫୀୟ ଶକଟରେ ଚିଲିକା ଯା, ନୀଳାମ୍ବୁ ଚିଲିକା ଯେଉଁଠି ପାଇବ ସେଇଠି ଘଡ଼ିଏ ଅଟକି ଯା, ଚିଙ୍ଗୁଡ଼ି ଘେରିରେ ଡଙ୍ଗା ଲାଗିଗଲେ ପାଣିରେ ବୁଡ଼ିକି ପଳେଇ ଯା।

ଜଗନ୍ନାଥ ଦାସ ହୋ, ବଳରାମ ଦାସ ହୋ, ଅଚ୍ୟୁତ ଦାସ ହୋ, ଭୀମ ଦାସ ହୋ ଆଲୁଅରେ ଆସ ଅନ୍ଧାରରେ ଯା, ମଠ ଯା, ମନ୍ଦିର ଯା, ଗାଦୀ ଯା, ପୀଠ ଯା, ଅଣାକାରର ଆକାର ଦେଖି ଶୂନ୍ୟ ଦେହରେ ମିଳେଇ ଯା।

ପୁରୁଷୋତ୍ତମ ଦାସ ହୋ, କପିଳେନ୍ଦ୍ର ଦାସ ହୋ, ନରସିଂହ ଦାସ ହୋ, ଅନଙ୍ଗଭୀମ ହୋ, ଖାରବେଳ ଦାସ ହୋ ଆଲୁଅରେ ଆସ ଅନ୍ଧାରରେ ଯା, ଗଙ୍ଗାଠୁ ଗୋଦାବରୀ ହାତୀରେ ଯା ବା ଘୋଡ଼ାରେ ଯା, କଳିଙ୍ଗ କୋଶଳ ଉତ୍କଳ ଓଡ଼ିଶା କେଉଁଠି ପାଇଲ କହି ଯା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story