Advertisment

ବରଗଡ଼ରେ ଫଳୁଛି ବିଦେଶୀ ଫଳ, ନାଁ ତା’ର ଡ୍ରାଗନ୍‌ ଫ୍ରୁଟ୍‌

ବରଗଡ଼(ଦୀପକ ଶର୍ମା): ବରଗଡ଼ ପରି କୃଷି ପ୍ରଧାନ ଜିଲ୍ଲାରେ ଏବେ ଫଳୁଛି ବିଦେଶୀ ଫଳ। ନାଁ ତା’ର ତରହିଛି ଡ୍ରାଗନ୍‌ ଫ୍ରୁଟ୍‌। ଚାଷ ଜମିରେ ଧାଡି ଧାଡି ହୋଇ ଲାଗି କଣ୍ଟା ପରି ଦିଶୁଥିବା ଗଛ। ଆଉ ସେହି ଗଛରେ ଝୁଲିଛି ପଦ୍ମ ଫୁଲ ପରି ଲାଲ ରଙ୍ଗର ଫଳ। ଏହି ଫଳ ଦେଖିବାକୁ ଯେତିକି ସୁନ୍ଦର, ତାହାଠାରୁ ଅଧିକ ସୁସ୍ୱାଦୁ ଓ ଔଷଧୀୟ ମଧ୍ୟ। ଏହି ଡ୍ରାଗନ୍‌ ଫ୍ରୁଟ୍‌ ଚାଷ କରି ସଫଳ ହୋଇଛନ୍ତି ବରଗଡ଼ର […]

ଅଦ୍ୟତନ ହୋଇଛି
ବରଗଡ଼ରେ ଫଳୁଛି ବିଦେଶୀ ଫଳ, ନାଁ ତା’ର ଡ୍ରାଗନ୍‌ ଫ୍ରୁଟ୍‌

Dragon Fruit

Advertisment

ବରଗଡ଼(ଦୀପକ ଶର୍ମା): ବରଗଡ଼ ପରି କୃଷି ପ୍ରଧାନ ଜିଲ୍ଲାରେ ଏବେ ଫଳୁଛି ବିଦେଶୀ ଫଳ। ନାଁ ତା’ର ତରହିଛି ଡ୍ରାଗନ୍‌ ଫ୍ରୁଟ୍‌। ଚାଷ ଜମିରେ ଧାଡି ଧାଡି ହୋଇ ଲାଗି କଣ୍ଟା ପରି ଦିଶୁଥିବା ଗଛ। ଆଉ ସେହି ଗଛରେ ଝୁଲିଛି ପଦ୍ମ ଫୁଲ ପରି ଲାଲ ରଙ୍ଗର ଫଳ। ଏହି ଫଳ ଦେଖିବାକୁ ଯେତିକି ସୁନ୍ଦର, ତାହାଠାରୁ ଅଧିକ ସୁସ୍ୱାଦୁ ଓ ଔଷଧୀୟ ମଧ୍ୟ। ଏହି ଡ୍ରାଗନ୍‌ ଫ୍ରୁଟ୍‌ ଚାଷ କରି ସଫଳ ହୋଇଛନ୍ତି ବରଗଡ଼ର ଯୁବ ଚାଷୀ ଜଟାଧାରୀ ପ୍ରଧାନ। ଦିନ ଯେଉଁ ଲୋକ ତାଙ୍କୁ ଥଟା କରୁଥିଲେ, ଆଜି ତାଙ୍କୁ ସେମାନେ ପ୍ରଶଂସାରେ ପୋତି ପକାଉଛନ୍ତି।

Advertisment

କୁମ୍ଭାରୀ ଗ୍ରାମର ଯୁବ ଚାଷୀ ଜଟାଧାରୀ ପ୍ରଧାନ। ବେଶୀ ପାଠ ପଢ଼ି ନାହାନ୍ତି। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ତିନି ବର୍ଷ ତଳେ ସେ ଉତ୍ତରପ୍ରଦେଶ ବୁଲିବାକୁ ଯାଇଥିଲେ। ସେଠାରେ ଗଙ୍ଗା କୂଳରେ ଡ୍ରାଗନ୍‌ ଫ୍ରୁଟ୍‌ ଚାଷ ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଘରକୁ ଫେରି ସେହି ଫଳ ବିଷୟରେ ଜାଣିବା ପାଇଁ ୟୁଟ୍ୟୁବ୍‌ରେ ସର୍ଚ୍ଚ କରିଥିଲେ। ଆଉ ପାଇଲେ ଚାଷ କରିବାର ପ୍ରଣାଳୀ। ତା’ପରେ ଡ୍ରାଗନ୍‌ ଫ୍ରୁଟ୍‌ ଚାଷ କରିବା ପାଇଁ ଅନଲାଇନରେ ୪୦୦ ଚାରା ମଗାଇଥିଲେ। ଚାରା ପାଇଁ ୪୦,୦୦୦ ଟଙ୍କା ତାଙ୍କୁ ଦେବାକୁ ପଡ଼ିଥିଲା।

Dragon Fruitଜଟାଧାରୀ ବାରଙ୍ଗପାଲିଠାରେ ଥିବା ନିଜର ୨୦ ଡିସିମିଲ ଜମିରେ ଡ୍ରାଗନ୍‌ ଫ୍ରୁଟ୍‌ ଚାଷ କରିଥିଲେ। ଯାହାକୁ ଦେଖି ସାହି ଭାଇ ଥଟା କରିଥିଲେ। ଆଉ କହିଥିଲେ, ଇଏ କଣ କଣ୍ଟା ଗଛ ଚାଷ କରୁଛ? ମାତ୍ର ସେଥିପ୍ରତି ଧ୍ୟାନ ଦେଇନଥିଲେ ଜଟାଧାରୀ। ନିଜ କାମରେ ଲାଗି ପଡ଼ିଥିଲେ। ୯ ମାସ ପରେ ଫୁଲ ସହ ରଙ୍ଗ ବେରଙ୍ଗର ଡ୍ରାଗନ ଫ୍ରୁଟ୍‌ ଫଳିବା ଆରମ୍ଭ କରିଥିଲା। ଯାହା ସମସ୍ତଙ୍କୁ ଆକୃଷ୍ଟ କରୁଥିଲା। ଏହା ମୂଲ୍ୟ କିଲୋ ପିଛା ୨୦୦ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୟ ହେଉଛି। ପୂର୍ବରୁ ଜଟାଧାରୀ କେବଳ ଧାନ ଚାଷ କରୁଥିଲେ। ଏବେ ଧାନର ବିକଳ୍ପ ଭାବେ ଏହି ଫଳ ଚାଷ କରୁଛନ୍ତି ଜଟାଧାରୀ। ବଜାରରେ ଏହାର ଭଲ ଚାହିଦା ରହିଥିବାରୁ ଆଗାମୀ ଦିନରେ ଆହୁରି ଚାଷ କରିବେ ବୋଲି ଜଟାଧାରୀ କହିଛନ୍ତି।

Advertisment

ଥରେ ଏହି ଚାଷ କଲେ ୨୫ ବର୍ଷ ପର୍ଯ୍ୟନ୍ତ ଫଳ ଫଳିଥାଏ। ଯାହାଦ୍ୱାରା କମ୍‌ ଖର୍ଚ୍ଚରେ ଚାଷୀ ଅଧିକ ଲାଭବାନ ହେଉଛି। ତେବେ ଜଟାଧାରୀ ଅଗାମୀ ଦିନରେ ଆହୁରି ଅଧିକ ଡ୍ରାଗନ ଫ୍ରୁଟ ଚାଷ କରିବାର ଲକ୍ଷ୍ୟ ରଖିଥିବା ବେଳେ ତାଙ୍କୁ ଜାତୀୟ କୃଷି ମିଶନ ଯୋଜନାରେ ସାମିଲ କରି ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବରଗଡ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା।

ଡ୍ରାଗନ ଫ୍ରୁଟରେ ରହିଛି ବହୁ ଔଷଧୀୟ ଗୁଣ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ କ୍ୟାନସର, ଉଚ୍ଚ ରକ୍ତଚାପ ଓ ମଧୁମେହ, ଆର୍ଥରାଇଟ୍‌ସ ଭଳି ରୋଗୀଙ୍କ ପାଇଁ ଡ୍ରାଗନ୍‌ ଫ୍ରୁଟ ମହୌଷଧୀ ଭଳି କାମ କରିଥାଏ। ଏହାର ଚାହିଦା ଭାରତୀୟ ବଜାରରେ ଅଧିକ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe