୨୦୧୧ରେ ବେଙ୍ଗଲ ପାଇଥିଲା ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ

କୋଲକାତା: ଆସନ୍ତା ୨୭ ତାରିଖରୁ ପଶ୍ଚିମବଙ୍ଗ ବିଧାନସଭା ପାଇଁ ନିର୍ବାଚନ ଆରମ୍ଭ ହେବ। ଉଭୟ ବିଜେପି ଓ କ୍ଷମତାସୀନ ଟିଏମସି ଏଥିପାଇଁ ଜୋରଦାର ପ୍ରଚାର କରୁଛନ୍ତି। ୨୦୧୧ରୁ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିକୁ ଗାଦିଚ୍ୟୁତ କରିବାକୁ ବିଜେପି ଫୁଲଦମରେ ଲାଗିପଡ଼ିଛି। ତେବେ ୨୦୧୧ରେ ବେଙ୍ଗଲରେ ହୋଇଥିବା ବିଧାନସଭା ନିର୍ବାଚନ ବେଶ ରୋମାଞ୍ଚକର ଥିଲା। ରାଜ୍ୟବାସୀ ନିଜର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ପାଇଥିଲେ। ଏହାପୂର୍ବରୁ ବାମପନ୍ଥୀ ସରକାର ଦୀର୍ଘ ୩୪ ବର୍ଷ ଧରି ବେଙ୍ଗଲକୁ […]

Mamta

Mamta

Hemant Lenka
  • Published: Monday, 08 March 2021
  • Updated: 08 March 2021, 03:46 PM IST

କୋଲକାତା: ଆସନ୍ତା ୨୭ ତାରିଖରୁ ପଶ୍ଚିମବଙ୍ଗ ବିଧାନସଭା ପାଇଁ ନିର୍ବାଚନ ଆରମ୍ଭ ହେବ। ଉଭୟ ବିଜେପି ଓ କ୍ଷମତାସୀନ ଟିଏମସି ଏଥିପାଇଁ ଜୋରଦାର ପ୍ରଚାର କରୁଛନ୍ତି। ୨୦୧୧ରୁ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିକୁ ଗାଦିଚ୍ୟୁତ କରିବାକୁ ବିଜେପି ଫୁଲଦମରେ ଲାଗିପଡ଼ିଛି।

ତେବେ ୨୦୧୧ରେ ବେଙ୍ଗଲରେ ହୋଇଥିବା ବିଧାନସଭା ନିର୍ବାଚନ ବେଶ ରୋମାଞ୍ଚକର ଥିଲା। ରାଜ୍ୟବାସୀ ନିଜର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ପାଇଥିଲେ। ଏହାପୂର୍ବରୁ ବାମପନ୍ଥୀ ସରକାର ଦୀର୍ଘ ୩୪ ବର୍ଷ ଧରି ବେଙ୍ଗଲକୁ ଶାସନ କରୁଥିଲା। କିନ୍ତୁ ମମତାଙ୍କ ଟିଏମସି ବାମ ଗଡ଼କୁ ଧ୍ୱଂସ କରି ବେଙ୍ଗଲରେ କ୍ଷମତା ଦଖଲ କରିଥିଲା।

ଟିଏମସି କ୍ଷମତା ଦଖଲ କରିବା ପଛରେ ନନ୍ଦିଗ୍ରାମ, ସିଙ୍ଘୁର ଓ ଅନ୍ୟାନ୍ୟ ଆନ୍ଦୋଳନ ରହିଥିଲା। ବାମପନ୍ଥୀ ସରକାର ବିରୋଧରେ ହୋଇଥିବା ଏହି ଆନ୍ଦୋଳନ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ମହଙ୍ଗା ପଡ଼ିଥିଲା। ସେ ନିଜେ ମଧ୍ୟ ଯାଦବପୁର ଆସନରୁ ମାତ୍ର ୧୭ ହଜାର ଭୋଟରେ ପରାସ୍ତ ହୋଇଥିଲେ।

୨୦୧୧ରେ ପୂରା ବେଙ୍ଗଲରେ ୨୯୪ଟି ଆସନ ପାଇଁ ୬ଟି ପର୍ଯ୍ୟାୟରେ ଭୋଟିଂ ହୋଇଥିଲା। ଏକାଧିକ ଆନ୍ଦୋଳନ ଓ ହିଂସାକାଣ୍ଡ ପରେ ପ୍ରଥମଥର ପାଇଁ ରାଜ୍ୟରେ ଭୋଟ ହୋଇଥିଲା। ଏଥିରେ ମମତା ବାନାର୍ଜୀ ୧୯୯୮ରେ କଂଗ୍ରେସ ଠାରୁ ଅଲଗା ହୋଇ ଗଠନ କରିଥିବା ଟିଏମସି ପୂର୍ଣ୍ଣସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଟିଏମସି ସହ କଂଗ୍ରେସ, ଏନସିପି, ପିଡିଏସ୍‌, ଜେଏମଏମ ମଧ୍ୟ ମେଣ୍ଟ କରିଥିଲେ।

ଟିଏମସି ଏକାକି ୧୮୪ଟି ଆସନ ଜିତିଥିଲା। ସେହିପରି ପରି କଂଗ୍ରେସ ୪୨ ଓ ସହଯୋଗୀ ଦଳ ୨ଟି ଆସନ ଜିତିଥିଲେ। ଏପରି ଭାବେ ଟିଏମସି ମେଣ୍ଟ ମୋଟ ୨୨୮ଟି ଆସନ ଦଖଲ କରିଥିଲେ। ୨୦୦୬ ନିର୍ବାଚନରେ ଟିଏମସି ମାତ୍ର ୩୦ଟି ଆସନ ଜିତିଥିଲା। ହେଲେ ନନ୍ଦିଗ୍ରାମ ଓ ସିଙ୍ଘୁର ଆନ୍ଦୋଳନ ମାତ୍ର କିଛି ବର୍ଷ ମଧ୍ୟରେ ଟିଏମସିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲା।

ଅନ୍ୟପକ୍ଷରେ ସିପିଆଇଏମ ୪୦ ଓ ବାମ ମେଣ୍ଟରେ ଥିବା ଦଳଗୁଡ଼ିକ ୨୨ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ବିଜେପି ପୂର୍ବଭଳି ୨୦୧୧ରେ ବି ଖାତା ଖୋଲି ପାରି ନଥିଲା। ହେଲେ ମେଣ୍ଟରେ ଥିବା ଜିଜେଏମ ୩ଟି ଆସନରେ ବିଜୟୀ ହୋଇଥିଲା। ବାମନ୍ଥୀ ସରକାର ଭୁଶୁଡ଼ିବା ପଛରେ ଟିଏମସିର ଆନ୍ଦୋଳନକୁ ସବୁ ଶ୍ରେସ ଦିଆଯାଏ।

୨୦୦୫ ମସିହା ଅକ୍ଟୋବର ୨୦ରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ସରକାର ଶିଳ୍ପର ବିକାଶ ନାଁରେ ଚାଷୀମାନଙ୍କ ଠାରୁ ବଳ ପୂର୍ବକ ଜମି ଛଡ଼ାଇ ଆଣିବାକୁ ଯେଉଁ ଯୋଜନା କରିଥିଲେ ଏହାକୁ ମମତା ଓ ଟିଏମସି ଜୋରଦାର ବିରୋଧ କରିବା ଆରମ୍ଭ କରିଥିଲେ। ଇଣ୍ଡୋନେସିଆର ସଲିମ ଗ୍ରୁପ୍‌ର ସିଇଓ ବେନ୍ନୀ ସାଣ୍ଟୋସୋ ବେଙ୍ଗଲରେ ପ୍ରବଳ ପୁଞ୍ଜିବିନିଯୋଗ କରିବା ଆଗ୍ରହୀ ଥିବା ବେଳେ ରାଜ୍ୟ ସରକାର ହାୱଡାରେ ଚାଷୀଙ୍କ ଜମି ତାଙ୍କୁ ଦେଇ ଦେଇଥିଲେ। ଏହା ବିରୋଧରେ ପ୍ରବଳ ଆନ୍ଦୋଳନ ହୋଇଥିଲା।

ସାଣ୍ଟୋସୋ ଆସିବାକୁ ଥିବା ତାଜ୍‌ ହୋଟେଲ ଆଗରେ ଟିଏମସି ନେତା ଓ ମମତା ବିକ୍ଷୋଭ କରିଥିଲେ। ପୁଲିସ୍‌ ସମସ୍ତଙ୍କୁ ଉଠାଇ ନେଇଥିଲା। ପରେ ସାଣ୍ଟୋସୋଙ୍କ କନଭୟକୁ ମଧ୍ୟ ଟିଏମସି ନେତା ପିଛା କରି କଳା ପତାକା ଦେଖାଇଥିଲେ।

୨୦୦୬ ନଭେମ୍ବର ମାସରେ ସିଙ୍ଘୁରରେ ପ୍ରସ୍ତାବିତ ଟାଟା ମୋଟର୍ସ କାର୍‌ ପ୍ରକଳ୍ପକୁ ବିରୋଧ କରି ମମତା ବାନାର୍ଜୀ ସେଠାକୁ ଯିବା ପରେ ପୁଲିସ୍‌ ତାଙ୍କୁ ଅଧାରୁ ଉଠାଇ ନେଇଥିଲା। ଏହାକୁ ବିରୋଧ କରି ମମତା ବିଧାନସଭା ପରିସରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଟିଏମସି ବିଧାୟକମାନେ ବିଧାନସଭାରେ ଚେୟାର ଓ ମାଇକ୍ରୋ ଫୋନ୍‌ ଭଙ୍ଗାରୁଜା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୨୦୦୬ ଡିସେମ୍ବର ୧୪ରେ ବଡ଼ ଧରଣର ଷ୍ଟ୍ରାଇକ୍‌ କରାଯାଇଥିଲା।

୨୦୦୭ ନନ୍ଦିଗ୍ରାମ ହିଂସାକାଣ୍ଡ ମମତା ଓ ଟିଏମସିର ଲୋକପ୍ରିୟତାକୁ ବୃଦ୍ଧି କରିଥିଲା। ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ସରକାର ସ୍ପେଶାଲ ଇକୋନୋମିକ ଜୋନ୍‌ ଆଳରେ ନନ୍ଦିଗ୍ରାମର ୧୦ ହଜାର ଏକର ଜମିରୁ ଲୋକଙ୍କୁ ହଟାଇବାକୁ ଚେଷ୍ଟା କରିଥିଲେ। ଇଣ୍ଡୋନେସିଆର ସଲିମ ଗ୍ରୁପ୍‌ ପାଇଁ ସରକାର ଏଭଳି ବ୍ୟବସ୍ଥା କରୁଥିଲେ।

କିନ୍ତୁ ବିସ୍ଥାପିତ ଲୋକଙ୍କ ସହ ମମତାଙ୍କ ଟିଏମସି ମଧ୍ୟ ଆନ୍ଦୋଳନ କରିଥିଲା। ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପୁଲିସ୍‌ ଗୁଳି ମଧ୍ୟ ଚଳାଇଥିଲା। ଏଥିରେ ୧୪ ଜଣଙ୍କ ମୃତ୍ୟୁ ହେବା ସହ ୭୦ରୁ ଅଧିକ ଲୋକ ଆହତ ହୋଇଥିଲା। ଏହି ଘଟଣା ନିଆଁ ପରି ସାରା ପଶ୍ଚିମବଙ୍ଗ ଓ ଦେଶରେ ବ୍ୟାପି ଯାଇଥିଲା। ଲୋକମାନେ ଏହାକୁ ବିରୋଧ କରି ଟିଏମସିର ବିକ୍ଷୋଭ ଅଭିଯାନରେ ସାମିଲ ହୋଇଥିଲେ।

ମମତା ବାନାର୍ଜୀ ହିଂସା ପାଇଁ ସିପିଆଇଏମ ସରକାରଙ୍କୁ ଦାୟୀ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କୁ ଚିଠି ଲେଖିଥିଲେ। ୨୦୧୧ରେ ଏହି ଆନ୍ଦୋଳନ ଲୋକଙ୍କ ଉପରେ ପ୍ରଭାବ ପକାଇଥିଲା। ଏଥିସହ ଟିଏମସି ଏକତରଫା ବିଜୟ ହାସଲ କରି ବାମପନ୍ଥୀ ସରକାରକୁ ଭୁଶୁଡ଼ାଇ ଦେଇଥିଲା।

ନନ୍ଦିଗ୍ରାମ ଆନ୍ଦୋଳନରେ ଟିଏମସିର ନେତୃତ୍ୱ ମମତା ଓ ଶୁଭେନ୍ଦୁ ଅଧିକାରୀ ନେଉଥିଲେ। ଏହି ଆସନରୁ ଶୁଭେନ୍ଦୁ ଅଧିକାରୀ ଟିଏମସି ଟିକେଟରେ ଲଢ଼େଇ କରି ବିଜୟ ମଧ୍ୟ ହୋଇଛନ୍ତି। ତେବେ ୨୦୨୧ ବିଧାନସଭା ନିର୍ବାଚନରେ ସବୁ ଅଙ୍କ ଓଲଟ ପାଲଟ ହୋଇଯାଇଛି। ୨୦୨୦ ଡିସେମ୍ବରରେ ଶୁଭେନ୍ଦୁ ଟିଏମସିକୁ ଛାଡ଼ି ବିଜେପିରେ ମିଶିଛନ୍ତି। ଦଳ ମଧ୍ୟ ତାଙ୍କୁ ନନ୍ଦିଗ୍ରାମରେ ଲଢ଼ିବାକୁ ଟିକେଟ୍‌ ଦେଇଛି। ଏପରି ସ୍ଥିତିରେ ଶୁଭେନ୍ଦୁଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ମମତା ନିଜେ ଏହି ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

ମମତା ବାନାର୍ଜୀ ରାଜ୍ୟ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ୨୦୧୧ ମସିହା ମେ’ ୨୦ରେ ଶପଥ ନେଇଥିଲେ। ସେ ଏହି ପଦରେ ୨୫ ମେ’ ୨୦୧୬ ଯାଏ କାର୍ଯ୍ୟ କରିଥିଲେ। ୨୦୧୬ରେ ବେଙ୍ଗଲର ୧୬ ତମ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା। ପୁଣିଥରେ ମମତାଙ୍କ ଟିଏମସି ୨୯୪ଟି ଆସନରୁ ୨୨୮ଟିରେ ବିଜୟ ହୋଇ ସରକାର ଗଠନ କରିଥିଲା। ୨୦୧୧ ଭଳି ୨୦୧୬ରେ ବି ୬ଟି ପର୍ଯ୍ୟାୟରେ ଭୋଟିଂ ହୋଇଥିଲା।

୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରବଳ ହିଂସକାଣ୍ଡ ଦେଖିବାକୁ ମିଳିଥିଲା। ୨୦୧୬ ଜାନୁଆରୀ ୩ରେ ବିକ୍ଷୋଭକାରୀମାନେ କାଲିଆଚକ ପୁଲିସ୍‌ ଷ୍ଟେସନରେ ପ୍ରବେଶ କରି ପୋଡ଼ାଜଳା କରିଥିଲେ। ଖାଲି ସେତିକି ନୁହେଁ, କିଛି ଦୁର୍ବୃତ୍ତ ବ୍ଲକ ଡେଭଲପମେଣ୍ଟ ଅଫିସ ଓ ସାଧାରଣ ଲୋକଙ୍କ ସମ୍ପତ୍ତି ନଷ୍ଟ କରିଦେଇଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବାରେ ମମତା ସରକାର ବିଫଳ ହୋଇଥିବାରୁ ଟିଏମସିକୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ସାରଦା ଗ୍ରୁପ୍‌ ଚିଟ୍‌ଫଣ୍ଡ, ନାରଦା ଷ୍ଟିଙ୍ଗ ଅପରେସନ, ଶିଳ୍ପାୟନରେ ଅଧୋଗତି ଓ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିବା ଭଳି ପ୍ରସଙ୍ଗ ଟିଏମସିକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲା। ନିର୍ବାଚନ ପ୍ରକ୍ରିୟା ବେଳେ କୋଲକାତା ଫ୍ଲାଏ ଓଭର ଭୁଶୁଡ଼ି ପଡ଼ିବାରୁ ବିରୋଧୀ ଏହାକୁ ପ୍ରସଙ୍ଗ କରି ମମତାଙ୍କ ସରକାରଙ୍କୁ ଘେରିଥିଲେ।

୨୦୧୬ରେ ଟିଏମସି କଂଗ୍ରେସ ସହ ମେଣ୍ଟ କରି ନଥିଲା। ତଥାପି ଦଳ ୨୯୩ଟି ଆସନରେ ପ୍ରାର୍ଥୀ ଦେଇ ୨୦୧୧ଟିରେ ଜିତିଥିଲା। କଂଗ୍ରେସ ୪୪, ସିପିଆଇଏମ ୨୬, ବିଜେପି ପ୍ରଥମଥର ପାଇଁ ଖାତା ଖୋଲି ୩ଟିରେ ଜିତିଥିଲା। ଗୋଟିଏ ଆସନରେ ଜିତିଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ ମମତାଙ୍କୁ ସମର୍ଥନ କରିଥିଲେ। ମମତାଙ୍କ ଟିଏମସି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇଥିବାରୁ ସେ ଦ୍ୱିତୀୟ ଥର ପାଇଁ ବେଙ୍ଗଲର ମୁଖ୍ୟମନ୍ତ୍ରୀ ଭାବେ ୨୦୧୬ ମେ’ ୨୬ରେ ଶପଥ ନେଇଥିଲେ। ଏବେ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ମମତା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ଚଳିତ ବର୍ଷ ମେ’ ୨ରେ ବେଙ୍ଗଲରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ସେହିଦିନ ମମତା ହ୍ୟାଟ୍ରିକ କରୁଛନ୍ତି କି ବିଜେପି ପ୍ରଥମଥର ବେଙ୍ଗଲ ଦଖଲ କରୁଛି, ସେକଥା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story