Advertisment

ଗଛ ଉପରେ ରେଷ୍ଟୁରାଣ୍ଟର ମଜା: ଯେଉଁଠି ଖାଇବା ସହ ଦେଖିବେ ପ୍ରକୃତିର ସୌନ୍ଦର୍ଯ୍ୟ

ରେଷ୍ଟୁରାଣ୍ଟ ଯାଇ ନିଜ ପସନ୍ଦର ଖାଦ୍ୟ ଖାଇବାକୁ କାହାକୁ ବା ଭଲ ନ ଲାଗେ। ସାଙ୍ଗ ସାଥୀଙ୍କ ସହ ରେସ୍ତୁରାଣ୍ଟରେ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ହେଲେ ଗଛ ଉପରେ ଥିବା ରେଷ୍ଟୁରାଣ୍ଟରେ କେବେ ଖାଇଛନ୍ତି। କେବେ ଭାବିଛନ୍ତି ଗଛ ଉପରେ ରେଷ୍ଟୁରାଣ୍ଟ ଥିବ ଓ ସେଥିରେ ଖାଇବା ସହ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାର ମଜା କେମିତି ହୋଇଥିବ। ଯଦି ଇଚ୍ଛା ହେଉଛି ଏପରି କିଛି କରିବାକୁ ତେବେ ବେଶୀ ଦୂରକୁ ଯିବାକୁ ପଡିବ ନାହିଁ। […]

ଅଦ୍ୟତନ ହୋଇଛି
ଗଛ ଉପରେ ରେଷ୍ଟୁରାଣ୍ଟର ମଜା: ଯେଉଁଠି ଖାଇବା ସହ ଦେଖିବେ ପ୍ରକୃତିର ସୌନ୍ଦର୍ଯ୍ୟ

treehouse

Advertisment

ରେଷ୍ଟୁରାଣ୍ଟ ଯାଇ ନିଜ ପସନ୍ଦର ଖାଦ୍ୟ ଖାଇବାକୁ କାହାକୁ ବା ଭଲ ନ ଲାଗେ। ସାଙ୍ଗ ସାଥୀଙ୍କ ସହ ରେସ୍ତୁରାଣ୍ଟରେ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ହେଲେ ଗଛ ଉପରେ ଥିବା ରେଷ୍ଟୁରାଣ୍ଟରେ କେବେ ଖାଇଛନ୍ତି। କେବେ ଭାବିଛନ୍ତି ଗଛ ଉପରେ ରେଷ୍ଟୁରାଣ୍ଟ ଥିବ ଓ ସେଥିରେ ଖାଇବା ସହ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାର ମଜା କେମିତି ହୋଇଥିବ। ଯଦି ଇଚ୍ଛା ହେଉଛି ଏପରି କିଛି କରିବାକୁ ତେବେ ବେଶୀ ଦୂରକୁ ଯିବାକୁ ପଡିବ ନାହିଁ। ଆମ ଦେଶରେ ଏମିତି ବହୁତ ରେଷ୍ଟୁରାଣ୍ଟ ଅଛି ଯେଉଁଠି ଆପଣ ପାଇପାରିବେ ଏହି ମଜା। ଆସନ୍ତୁ ଜାଣିବା ଦେଶରେ ଥିବା ଏପରି କିଛି ଟ୍ରି-ରେଷ୍ଟୁରାଣ୍ଟ ସମ୍ପର୍କରେ।

Advertisment

ହର୍ଣ୍ଣବିଲ୍‌ ଟ୍ରି-ହାଉସ୍‌ ରିସର୍ଟ: ଗୋଆଠାରୁ ୧୨୫ କିମି ଦୂର କର୍ଣ୍ଣାଟକର ହାନ୍ଦେଲୀରେ କାଲୀ ନଦୀ କୂଳରେ ରହିଛି ଏହି ରେଷ୍ଟୁରାଣ୍ଟ। ଏହା ଭିତରକୁ ଗଲେ ଲାଗିବ ଯେମିତି ଯାଦୁର ଦୁନିଆକୁ ଆସିଯିବା ପରି। ଏକ ବିଶାଳ ଗଛରେ ଥିବା ଏହି ଟ୍ରି-ହାଉସ୍‌ରେ ରହିଛି ଆରାମର ସବୁ ସୁବିଧା। ପକ୍ଷୀ ପ୍ରେମୀଙ୍କ ପାଇଁ ଏହାଠାରୁ ଆଦର୍ଶ ସ୍ଥାନ ଆଉ କେଉଁଠି ନାହିଁ।

[caption id="attachment_155208" align="aligncenter" width="692"]jaypur                                                                ଦି ଟ୍ରି-ହାଉସ୍‌ ରେଷ୍ଟୁରାଣ୍ଟ, ଜୟପୁର[/caption]

Advertisment

ଦି ଟ୍ରି-ହାଉସ୍‌ ରେଷ୍ଟୁରାଣ୍ଟ, ଜୟପୁର: ଜୟପୁରଠାରୁ ପ୍ରାୟ ୧ ଘଣ୍ଟା ଡ୍ରାଇଭ ପରେ ଆପଣ ପହଞ୍ଚି ପାରିବେ ଏହି ରେଷ୍ଟୁରାଣ୍ଟରେ। ଜୀବନରେ କିଛି ଅଲଗା ଅନୁଭବ କରିବାକୁ ଇଚ୍ଛା ରଖୁଥିବା ଲୋକେ ଏଠାକୁ ନିଶ୍ଚିତ ଯିବା ଦରକାର। ଏଠାରୁ ଫେରୁଥିବା ଲୋକେ ନିଜ ସହ ଟ୍ରି-ହାଉସ୍‌ର ଅଭୁଲା ଅନୁଭୂତି ନେଇ ଆସିଥାନ୍ତି।

[caption id="attachment_155209" align="aligncenter" width="693"]bandwagarh                                                                        ଟ୍ରି-ହାଉସ୍‌ ହାଇଡୱେ, ବାନ୍ଧୱଗଡ଼[/caption]

ଟ୍ରି-ହାଉସ୍‌ ହାଇଡୱେ, ବାନ୍ଧୱଗଡ଼: ବାନ୍ଧୱଗଡ଼ର ରିଜର୍ଭ ଫରେଷ୍ଟରେ ରହିଛି ଏହି ଟ୍ରି-ହାଉସ୍‌। ଏଠାରେ ଆପଣ ଜୀବନର ଏମିତି କିଛି ଅଜଣା ତଥ୍ୟ ଜାଣିବାକୁ ପାଇବେ ଯାହା ଆପଣଙ୍କୁ ଖୁସି କରିଦେବ। ଏହାସହ ରେଷ୍ଟୁରାଣ୍ଟରେ ରହି ଆପଣ ଜଙ୍ଗଲୀ ଜୀବନର ପ୍ରକୃତ ଦୃଶ୍ୟ ହୃଦୟଙ୍ଗମ କରିପାରିବେ।

[caption id="attachment_155217" align="aligncenter" width="692"]manali                                                                                  ମନାଲି ଟ୍ରି-ହାଉସ୍‌ କଟେଜ[/caption]

ମନାଲି ଟ୍ରି-ହାଉସ୍‌ କଟେଜ: ପରିବାର ସହ ସମୟ ବିତାଇବା ଓ ଜୀବନରେ କିଛି ଖୁସି ମୁର୍ହୂତ୍ତକୁ ସାଇତି ରଖିବାକୁ ଏହି ଟ୍ରି-ହାଉସି ହେଉଛି ଉପଯୁକ୍ତ ସ୍ଥାନ। ଏଠାରେ ଆପଣ ଘରେ ରହିବା ପରି ଅନୁଭବ କରିବେ। ହେଲେ ଘରେ ପ୍ରତିଦିନ ସମ୍ମୁଖୀନ ହେଉଥିବା ସମସ୍ୟା ଏଠାରେ ଦେଖିବାକୁ ମିଳିବ ନାହିଁ। ଏହି ଟ୍ରି-ହାଉସ୍‌ରୁ ଆପଣ ହିମାଳୟ ପର୍ବତଶ୍ରେଣୀର ମନୋରମ ଦୃଶ୍ୟ ଦେଖି ପାରିବେ। ଯାହା ଆପଣଙ୍କ ଜୀବନରେ ସବୁଠାରୁ ସୁନ୍ଦର ଦୃଶ୍ୟ ହୋଇ ସବୁ ଦିନ ରହିବ।

[caption id="attachment_155213" align="aligncenter" width="686"]keral                                                                                 ଟ୍ରି-ହାଉସ୍‌ ରିସର୍ଟ, କେରଳ[/caption]

ଟ୍ରି-ହାଉସ୍‌ ରିସର୍ଟ, କେରଳ: କେରଳର ଏହି ଟ୍ରି-ହାଉସ୍‌ ରିସର୍ଟ ବହୁତ ପ୍ରସିଦ୍ଧ। ସହରର ଭିଡ଼ରୁ ଦୂର ଶୂନଶାନ ଏହି ଅଞ୍ଚଳରେ ଆପଣଙ୍କୁ ବହୁତ ଶାନ୍ତି ମିଳିବ। ରେଷ୍ଟୁରାଣ୍ଟର ଖାଦ୍ୟ ସହ ପ୍ରକୃତି କୋଳରେ ହଜିଯିବା ପରି ମନେ କରିବେ।

[caption id="attachment_155215" align="aligncenter" width="686"]maharastra                                                                                    ଦି ମଚାନ, ମହାରାଷ୍ଟ୍ର[/caption]

ଦି ମଚାନ, ମହାରାଷ୍ଟ୍ର: ସ୍ୱପ୍ନର ସହର ମୁମ୍ବାଇଠାରୁ ଦେଢ଼ କି.ମି. ଦୂରରେ ରହିଛି ଏହି ଟ୍ରି-ହାଉସ୍‌। ବିଶ୍ୱର ୨୫ ବାୟୋଲୋଜିକାଲ ହର୍ଟ ସ୍ପଟ୍‌ ମଧ୍ୟରେ ଏହା ଅନ୍ୟତମ। ପ୍ରାୟ ୩୦ରୁ ୪୦ ଫୁଟ୍‌ ଉଚ୍ଚ ଗଛରେ ନିର୍ମାଣ ହୋଇଥିବା ଏହି ଟ୍ରି-ହାଉସ୍‌ ଆପଣଙ୍କୁ ନେଇଯିବ ଅଲଗା ଦୁନିଆକୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe