ହତ୍ୟାର ୧୨ ବର୍ଷ ପରେ ଜୋର୍ ଧରିଲା ମରଣୋତ୍ତର ସମ୍ମାନ ଦାବି

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ଇତି ମଧ୍ୟରେ ୧୨ ବର୍ଷ ବିତିଯାଇଛି… ହେଲେ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତି ଆଜି ବି ଅଖଣ୍ଡିତ ଶ୍ରଦ୍ଧା ଓ ସମ୍ମାନ ରହିଛି। ସେ କେବଳ ହିନ୍ଦୁ ଧର୍ମର ଗେରୁଆ ବସ୍ତ୍ରଧାରୀ ରକ୍ଷକ ବା ପ୍ରଚାରକ ନ ଥିଲେ, ଆଦିବାସୀଙ୍କ ଶିକ୍ଷା ତଥା ବିଶେଷ କରି କନ୍ୟା ସନ୍ତାନମାନଙ୍କ ଶିକ୍ଷା ଲାଗି ଉତ୍ସର୍ଗୀକୃତ ଇଶ୍ୱରଙ୍କ ଦୂତ ଥିଲେ। ନିଜ ଜୀବନର ୪୦ ବର୍ଷ ସେ ଆଦିବାସୀଙ୍କ ସେବାରେ ଉତ୍ସର୍ଗ କରିଥିଲେ। […]

Lakhmanananda saraswati

Lakhmanananda saraswati

Pragnya Choudhury
  • Published: Tuesday, 25 August 2020
  • Updated: 25 August 2020, 04:05 PM IST

Sports

Latest News

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ଇତି ମଧ୍ୟରେ ୧୨ ବର୍ଷ ବିତିଯାଇଛି... ହେଲେ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତି ଆଜି ବି ଅଖଣ୍ଡିତ ଶ୍ରଦ୍ଧା ଓ ସମ୍ମାନ ରହିଛି। ସେ କେବଳ ହିନ୍ଦୁ ଧର୍ମର ଗେରୁଆ ବସ୍ତ୍ରଧାରୀ ରକ୍ଷକ ବା ପ୍ରଚାରକ ନ ଥିଲେ, ଆଦିବାସୀଙ୍କ ଶିକ୍ଷା ତଥା ବିଶେଷ କରି କନ୍ୟା ସନ୍ତାନମାନଙ୍କ ଶିକ୍ଷା ଲାଗି ଉତ୍ସର୍ଗୀକୃତ ଇଶ୍ୱରଙ୍କ ଦୂତ ଥିଲେ। ନିଜ ଜୀବନର ୪୦ ବର୍ଷ ସେ ଆଦିବାସୀଙ୍କ ସେବାରେ ଉତ୍ସର୍ଗ କରିଥିଲେ। ଶେଷରେ କୁଚକ୍ରାନ୍ତକାରୀ ସମୟ ସୁଯୋଗ ଦେଖି ସ୍ୱାମୀଜୀଙ୍କୁ ନିର୍ମମ ହତ୍ୟା କରିଥିଲେ, ଯାହା ସାରା ଭାରତକୁ ଦୋହଲାଇଥିଲା। ଏହି ହୃଦୟବିଦାରକ ହତ୍ୟାକାଣ୍ଡର ୧୨ ବର୍ଷ ପରେ ସ୍ୱାମୀଜୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରିବାକୁ ବିଭିନ୍ନ ମହଲରୁ ଦାବି ଉଠିଛି।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଥିଲେ ସମ୍ମାନନୀୟ ହିନ୍ଦୁ ସାଧୁ, ଯାହାଙ୍କୁ ୧୨ ବର୍ଷ ତଳେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସେ ଦିନ ଥିଲା ୨୦୦୮, ଅଗଷ୍ଟ ୨୩। ସନ୍ଧ୍ୟା ପ୍ରାୟ ୭.୩୦ ମିନିଟ ସମୟରେ କନ୍ଧମାଳସ୍ଥିତ ଜଲେଶପେଟା ଆଶ୍ରମରେ ହିଁ ସ୍ୱାମୀଜୀଙ୍କୁ ହତ୍ୟା କରାଯାଇଥିଲା। ସେ ଦିନ ଥିଲା ଜନ୍ମାଷ୍ଠମୀ। ସାରା ଦେଶ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରୁଥିବା ବେଳେ ଅପରାଧୀମାନେ ସ୍ୱାମୀଜୀଙ୍କ ହତ୍ୟାର ସ୍ୱପ୍ନକୁ ବାସ୍ତବତାର ରୂପ ଦେଇଥିଲେ। ଆଶ୍ରମରେ ସ୍ୱାମୀଜୀଙ୍କ ସହ ତାଙ୍କର ୪ ଜଣ ସହଯୋଗୀ ଥିଲେ। ଅଚାନକ ୩୦ରୁ ୪୦ ଜଣ ସଶସ୍ତ୍ର ମୁଖା ପିନ୍ଧା ଦୁର୍ଦ୍ଦାନ୍ତ ଆସି ୮୪ ବର୍ଷୀୟ ସ୍ୱାମୀଜୀ ଏବଂ ତାଙ୍କ ସହଯୋଗୀମାନଙ୍କ ନିରୀହ ଶରୀରରେ ଆଖିବୁଜା ଗୁଳିଚାଳନା କରିଥିଲେ। ନିହତଙ୍କ ମଧ୍ୟରେ ଜଣେ ମହିଳା ସାଧୁ ମଧ୍ୟ ଥିଲେ। ଆଖିବୁଜା ଗୁଳି କରି ହତ୍ୟା କରିବା ପରେ ଅପରାଧୀମାନେ ତୀକ୍ଷ୍ମ ଅସ୍ତ୍ରରେ ମୃତଦେହଗୁଡ଼ିକୁ ବିକୃତ କରିଦେଇଥିଲେ।

ସ୍ୱାମୀଜୀଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ଉତ୍ସବ ମୁଖର ସାରା ଦେଶକୁ ଦୋହଲାଇ ଦେଇଥିଲା। ପରିସ୍ଥିତି ଅଶାନ୍ତ ହେଲା। ହତ୍ୟାକାରୀଙ୍କ ଚିହ୍ନଟ କରି କଡ଼ା ଦଣ୍ଡ ଦେବାକୁ ଦାବି ଜୋର୍ ଧରିଲା। ୨୦୦୮, ନଭେମ୍ବରରେ ରାଜ୍ୟ ସରକାର ଜଷ୍ଟିସ୍ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ସ୍ୱାମୀଜୀଙ୍କ ହତ୍ୟା ମାମଲା ତଦନ୍ତ ଭାର ଦେଇଥିଲେ। ୨୦୦୯, ଜୁଲାଇରେ ଏସ.ସି କମିଶନ ଏକ ଅନ୍ତରୀଣ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିଲେ।

୨୦୧୨ରେ ଜଷ୍ଟିସ୍ ମହାପାତ୍ରଙ୍କ ମୃତ୍ୟୁ ଘଟିଲା। ପରେ ଜଷ୍ଟିସ୍ ନାଇଡୁ କମିଶନ ଏହାର ଏହି ମାମଲାର ଦାୟିତ୍ୱ ନେଲେ। ୨୦୧୫, ଡିସେମ୍ବରରେ ନାଇଡୁ କମିଶନ ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ରିପୋର୍ଟ ହସ୍ତଗତ ହେବାର ପ୍ରାୟ ୫ ବର୍ଷ ହୋଇଯାଇଥିଲେ ମଧ୍ୟ ରାଜ୍ୟ ସରକାର ନାଇଡୁ ରିପୋର୍ଟକୁ ସାର୍ବଜନୀନ କରିନାହାନ୍ତି। ତେବେ ୨୦୧୩ରେ ପୁଲବାଣୀ ସ୍ଥାନୀୟ କୋର୍ଟ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ହେଲେ ଆଜି କେବଳ ୨ ଜଣଙ୍କୁ ଛାଡ଼ି ଆଉ ସମସ୍ତ ଅପରାଧୀ ବେଲ୍ ପାଇ ଆଜାଦ୍ ଅଛନ୍ତି।

୧୯୨୪ ମସିହାରେ ଅନୁଗୋଳରେ ଜନ୍ମଲାଭ କରିଥିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ। କିଶୋରାବସ୍ଥାରେ ହିଁ ଋଷିକେଶ ଯିବାକୁ ସେ ଗୃହତ୍ୟାଗ କରିଥିଲେ। ପ୍ରାୟ ୯ ବର୍ଷ ଧରି ସେ ହିମାଳୟ ଗୁମ୍ଫା ମଧ୍ୟରେ ସାଧନା କରିଥିଲେ।

୧୯୬୬ରେ ସ୍ୱାମୀଜୀ ଓଡ଼ିଶା ଫେରିଥିଲେ। ପରବର୍ତ୍ତୀ ସମୟରେ ସେ କନ୍ଧମାଳ ଯାଇ ଆଦିବାସୀଙ୍କ କଲ୍ୟାଣ ଲାଗି ନିଜ ଜୀବନ ଉତ୍ସର୍ଗ କରିଥିଲେ। କନ୍ଧମାଳ ଜିଲ୍ଲାର ଅତି ଦୁର୍ଗମ ଅଞ୍ଚଳରେ ସ୍ୱାମୀଜୀ ଆଦିବାସୀଙ୍କୁ ସଂସ୍କୃତ ଶିକ୍ଷା ଦେବା ସହ କନ୍ୟା ସନ୍ତାନଙ୍କୁ ଶିକ୍ଷାଦାନ ଲାଗି ଆପ୍ରାଣ ଉଦ୍ୟମ କରୁଥିଲେ। ଏହାସହ ଧର୍ମାନ୍ତରୀକରଣ ବିରୁଦ୍ଧରେ ସେ ସଶକ୍ତ ଚଟାଣ ଭଳି ଛିଡ଼ାହୋଇଥିଲେ।

କନ୍ଧମାଳର ଚକାପାଦରେ ସ୍ୱାମୀଜୀ ଗୁରୁକୂଳ ଆଶ୍ରମ ଭଳି ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ବୟସ୍କମାନଙ୍କୁ ଶିକ୍ଷାଦାନ ଲାଗି ସେ ନାଇଟ୍ ସ୍କୁଲ୍ ବା ରାତ୍ରିକାଳୀନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହାସହ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଲାଗି ସେ ଏକ ସଂସ୍କୃତ କଲେଜ ମଧ୍ୟ ସ୍ଥାପନ କରିଥିଲେ। ସ୍ୱାମୀଜୀ କନ୍ୟାମାନଙ୍କ ଶିକ୍ଷାକୁ ବହୁତ ଗୁରୁତ୍ୱ ଦେଉଥିଲେ। କନ୍ଧମାଳର ଜଲେଶପେଟା ସେ ଶଙ୍କରାଚାର୍ଯ୍ୟ କନ୍ୟାଶ୍ରମ ମଧ୍ୟ ପ୍ରତିଷ୍ଠା କରିଥିଲେ, ଯାହା ହେଉଛି ସମ୍ପୂର୍ଣ୍ଣ ଆବାସିକ ବିଦ୍ୟାଳୟ। ଏହାଛଡ଼ା ଆଦିବାସୀମାନଙ୍କ ସାଂସ୍କୃତିକ ଜାଗରଣ ପାଇଁ ସେ ଅହରହ ପ୍ରୟାସ କରୁଥିଲେ।

ଅନ୍ୟପଟେ ସ୍ୱାମୀଜୀ ଆଦିବାସୀମାନଙ୍କ ସାମାଜିକ-ଆର୍ଥିକ କଲ୍ୟାଣ ପାଉଁ ମଧ୍ୟ ଖୁବ୍ କାର୍ଯ୍ୟ କରିଛନ୍ତି। ସେ ଆଦିବାସୀଙ୍କ ଉନ୍ନତମାନର ଚାଷ ପ୍ରଣାଳୀ ବାବଦରେ ଶିକ୍ଷା ଦେଉଥିଲେ। ସଂକ୍ଷେପରେ କହିବାକୁ ଗଲେ ଆଦିବାସୀଙ୍କ ସମ୍ମାନ, ସୁରକ୍ଷା, ଶିକ୍ଷା ଓ ଭବିଷ୍ୟତ ପାଇଁ ସ୍ୱାମୀଜୀ ନିଜ ପ୍ରାଣକୁ ଉତ୍ସର୍ଗ କରିଦେଇଥିଲେ।

ବର୍ତ୍ତମାନ ଦେଶର ଏହି ମହାନ ପୁତ୍ରଙ୍କ ହତ୍ୟାକୁ ପୂରିଛି ୧୨ ବର୍ଷ। ନିକଟରେ ସ୍ୱାମୀଜୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଦାବି ଉଠିଛି। ଦିଲ୍ଲୀସ୍ଥିତ ବରିଷ୍ଠ ସାମ୍ୱାଦିକ ଶାଶ୍ୱତ ପାଣିଗ୍ରାହୀ ସ୍ୱାମୀଜୀଙ୍କୁ ପଦ୍ମ ସମ୍ମାନ ଦେବାକୁ ଦାବି ଉଠାଇଥିଲେ।

ପରେ ପରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକତ ଏମ୍. ନାଗେଶ୍ୱର ରାଓ ମଧ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ତାଙ୍କ ଆଜୀବନ ମହତ କାର୍ଯ୍ୟ ପାଇଁ 'ଭାରତ ରତ୍ନ' ସମ୍ମାନ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏନେଇ ସେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି, ଯାହା ଖୁବ୍ ଭାଇରାଲ ହେଲାଣି। ନାଗେଶ୍ୱର ରାଓଙ୍କ ଟ୍ୱିଟରେ ବିପୁଳ ମାତ୍ରାରେ ଲୋକେ ନିଜ ପ୍ରତିକ୍ରିୟା ଦେଇ ସ୍ୱାମୀଜୀଙ୍କ ପାଇଁ ଦେଶର 'ଭାରତ ରତ୍ନ' ସମ୍ମାନ ଦାବି କରୁଛନ୍ତି। ହଜାର ହଜାର ଲୋକ ଏହାକୁ ରି-ଟ୍ୱିଟ୍ ମଧ୍ୟ କରୁଛନ୍ତି।

ଅନ୍ୟପଟେ ଏନେଇ ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ମୁଖପାତ୍ର ବିନୋଦ ବଂଶଲ କହିଛନ୍ତି ଯେ, ପୂଜ୍ୟ ସ୍ୱାମୀଜୀ ଯେକୌଣସି ପଦ, ପ୍ରତିଷ୍ଠା, ମାନ, ସମ୍ମାନଠାରୁ ବହୁ ଊର୍ଦ୍ଧ୍ୱରେ ଥିଲେ। ତାଙ୍କର ନିର୍ମମ ହତ୍ୟା ଭାରତ ପାଇଁ ଏକ ବଡ଼ କଳଙ୍କ। ଏବେ ଯାଏ ତାଙ୍କ ହତ୍ୟାକାରୀଙ୍କୁ ଉପଯୁକ୍ତ ଦଣ୍ଡ ମିଳିନାହିଁ। ଯେଉଁଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁ ଦଣ୍ଡ ଏବଂ ଷଡ଼ଯନ୍ତ୍ରକାରୀଙ୍କୁ କଠୋର ଦଣ୍ଡ ମିଳିବ, ସେଦିନ ସ୍ୱାମୀଜୀଙ୍କୁ ପ୍ରକୃତ ସମ୍ମାନ ମିଳିପାରିବ। ଏ ଦିଗରେ ସରକାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ଆଗେଇ ଆସିବା ଆବଶ୍ୟକ ବୋଲି ବଂଶଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story