Advertisment

ଦେଶର ଅର୍ଥନୀତିକୁ ଦୋହଲାଇବ କି ଏହି ୭ ରାଜ୍ୟ?

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ହେଲେ ଏହାରି ଭିତରେ ଉଭୟ ଭଲ ଓ ଖରାପ ସ୍ଥିତି ଦେଖିବାକୁ ମିଳିଛି। ସଂକ୍ରମଣ ସଂଖ୍ୟାଗୁଡ଼ିକୁ ବିଚାରକୁ ନେଲେ, ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ ହୋଇପଡ଼ି ନାହିଁ କିମ୍ବା ସମ୍ପୂର୍ଣ୍ଣ ଅନୁକୂଳ ବୋଲି ମଧ୍ୟ କୁହାଯାଇପାରିବ ନାହିଁ। ଦେଶର ୫୦ ପ୍ରତିଶତ ଭାଗ ଏହି ମହାମାରୀ ସଂକ୍ରମଣକୁ ମନ୍ଥର କରିବାରେ ସଫଳତା ପାଉଛନ୍ତି। ହେଲେ ଅନ୍ୟପଟେ ଦେଶର ଜିଡିପିରେ ସର୍ବାଧିକ ଯୋଗଦାନ ରହିଥିବା ବଡ଼ ବଡ଼ […]

ଅଦ୍ୟତନ ହୋଇଛି
୨୦୨୨ ସୁଦ୍ଧା ଅଭିବୃଦ୍ଧି ହାର ୧୯% ବଢ଼ିବ ବୋଲି ଆକଳନ କଲା କେନ୍ଦ୍ର

gdp

Advertisment

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ହେଲେ ଏହାରି ଭିତରେ ଉଭୟ ଭଲ ଓ ଖରାପ ସ୍ଥିତି ଦେଖିବାକୁ ମିଳିଛି। ସଂକ୍ରମଣ ସଂଖ୍ୟାଗୁଡ଼ିକୁ ବିଚାରକୁ ନେଲେ, ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ ହୋଇପଡ଼ି ନାହିଁ କିମ୍ବା ସମ୍ପୂର୍ଣ୍ଣ ଅନୁକୂଳ ବୋଲି ମଧ୍ୟ କୁହାଯାଇପାରିବ ନାହିଁ। ଦେଶର ୫୦ ପ୍ରତିଶତ ଭାଗ ଏହି ମହାମାରୀ ସଂକ୍ରମଣକୁ ମନ୍ଥର କରିବାରେ ସଫଳତା ପାଉଛନ୍ତି। ହେଲେ ଅନ୍ୟପଟେ ଦେଶର ଜିଡିପିରେ ସର୍ବାଧିକ ଯୋଗଦାନ ରହିଥିବା ବଡ଼ ବଡ଼ ରାଜ୍ୟଗୁଡ଼ିକରେ ସର୍ବାଧିକ କରୋନା ଭୂତାଣୁ ସଂକ୍ରମଣ ଦେଖାଦେଇଛି। ଏଣୁ ବିଶ୍ୱ ମହାମାରୀ କରୋନା ସଂକ୍ରମଣ ସଂକଟ ସମୟରେ ଭାରତରେ ଭଲ ୫୦-୫୦ ପରିସ୍ଥିତି ଦେଖିବାକୁ ମିଳିଛି ବୋଲି କୁହାଯାଇପାରେ। ତେବେ ଖରାପ ପରିସ୍ଥିତି ପ୍ରତି ଅଧିକ ଧ୍ୟାନ ଦେଲେ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ମଧ୍ୟ ଅସମ୍ଭବ ହୋଇ ନ ପାରେ।

Advertisment

ଦେଶର ୫୦ ପ୍ରତିଶତ ସ୍ଥାନରେ କୋଭିଡ୍-୧୯ ସଂକ୍ରମଣ ମନ୍ଥର ହୋଇଚାଲିଛି। ଏହି ସବୁ ଅଞ୍ଚଳରେ ସଂକ୍ରମଣର ଗତି କମିବାରେ ଲାଗିଛି। ତେବେ ଦେଶର ଅନ୍ୟ ୫୦ ପ୍ରତିଶତ ଭାଗ ଅପେକ୍ଷା ଏହି ସବୁ ସ୍ଥାନରେ ସଂକ୍ରମଣ ମାତ୍ରା ସାଢ଼େ ତିନି ଗୁଣ କମ୍ ରହିଥିବା କୁହାଯାଉଛି। କରୋନା ସଂକ୍ରମଣ ମାମଲାର ସଂଖ୍ୟାକୁ ଦୃଷ୍ଟିରେ ରଖି କହିବାକୁ ଗଲେ ଦେଶର ୭ଟି ବଡ଼ ରାଜ୍ୟ ଏନେଇ ଆଗରେ ଅଛନ୍ତି। ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ କରୋନା କବଜାରେ ରହିଛନ୍ତି। ଦେଶର ସର୍ବମୋଟ କରୋନା ସଂକ୍ରମଣ ମାମଲାରୁ ଏହି ୭ ରାଜ୍ୟକୁ ଯଦି ବାଦ୍ ଦିଆଯାଏ, ତେବେ ଅନ୍ୟ ଭାଗରେ କେବଳ ୧୮ ପ୍ରତିଶତ ସଂକ୍ରମଣ ମାମଲା ରହିଛି।

ଅନ୍ୟପଟେ ସବୁଠାରୁ ବଡ଼ ଦୁଃଖ ଏହା ଯେ, ଏହି ୭ ରାଜ୍ୟ ଭାରତର ୪୭ ପ୍ରତିଶତ ଅଂଶ ଅଟେ। ଆଉ ଏଠାରେ ଦେଶର ୫୦ ପ୍ରତିଶତ ଜନସଂଖ୍ୟା ବସବାସ କରନ୍ତି। ଏହି ରାଜ୍ୟଗୁଡ଼ିକରେ ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ପ୍ରାୟ ୨ଗୁଣ ହୋଇଯାଇଛି। ଲକଡାଉନ-୧ ଅବଧିରେ ଏହା ୪୯ ପ୍ରତିଶତ ଥିବାବେଳେ ଏବେ ପାଖାପାଖି ୮୨ ପ୍ରତିଶତରେ ପହଞ୍ଚିଛି। ତେବେ ସର୍ବମୋଟ କରୋନା ସଂକ୍ରମଣ ମାମଲାର ୪୪ ପ୍ରତିଶତ କେବଳ ଦୁଇଟି ରାଜ୍ୟରୁ ରହିଛି। ଏହି ଦୁଇଟି ରାଜ୍ୟ ହେଲେ ମହାରାଷ୍ଟ୍ର ଏବଂ ଗୁଜରାଟ। ଉଭୟ ଦେଶର ପଶ୍ଚିମ ତଟ ରାଜ୍ୟ ଅଟନ୍ତି। ଏପରି କି ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ତାଲିକାରେ ଏହି ଦୁଇ ରାଜ୍ୟରୁ ୬୦ ପ୍ରତିଶତ ରହିଛନ୍ତି। ଏହା ଅତ୍ୟନ୍ତ ଚିନ୍ତାଜନକ।

Advertisment

ପ୍ରକାଶଯୋଗ୍ୟ, ଦେଶର ଅର୍ଥନୀତିରେ ଏହି ୭ ରାଜ୍ୟର ସବୁଠାରୁ ବଡ଼ ଯୋଗଦାନ ରହିଛି। ତାମିଲନାଡ଼ୁ, ମହାରାଷ୍ଟ୍ର, ଗୁଜରାଟ ଏବଂ ଉତ୍ତରପ୍ରଦେଶ ଦେଶର ସବୁଠାରୁ ବଡ଼ ଶିଳ୍ପ ରାଜ୍ୟ ଅଟନ୍ତି। ଲକଡାଉନ ଏହି ରାଜ୍ୟଗୁଡ଼ିକର ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏକ ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ସର୍ବାଧିକ ଜିଡିପି କ୍ଷତି ସହିଛି। ତେବେ ଅଧିକାଂଶ ନୂଆ ସଂକ୍ରମଣ ମାମଲା ହଟସ୍ପଟ୍ ଅଞ୍ଚଳରୁ ଚିହ୍ନଟ କରାଯାଉଛି। ଏଭଳି ସ୍ଥଳେ ହଟସ୍ପଟ୍ ଅଞ୍ଚଳଗୁଡ଼ିକରେ ସରକାର ସର୍ବାଧିକ ଧ୍ୟାନ ଦେବା ଉଚିତ୍। ଏହାସହ ସାରା ଜିଲ୍ଲାକୁ ଅର୍ଥନୀତିକୁ ସୁଧାରିବା ଦୃଷ୍ଟିରୁ ଜିଲ୍ଲାଗୁଡ଼ିକୁ ଲକଡାଉନ ନ କରି, କେବଳ ସଂକ୍ରମିତ ଅଞ୍ଚଳଗୁଡ଼ିକୁ ଅଧିକରୁ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ମତ ଦିଆଯାଉଛି।

ଦେଶର ଅର୍ଥନୀତି ଉପରେ ପ୍ରଭାବ (ଜିଡିପି କ୍ଷତି ପ୍ରତିଶତରେ)
ଦିଲ୍ଲୀ- ୧୦.୯%
ମହାରାଷ୍ଟ୍ର-୧୦.୪%
ତାମିଲନାଡ଼ୁ- ୯.୪%
ଉତ୍ତରପ୍ରଦେଶ-୮.୪%
ରାଜସ୍ଥାନ- ୮.୨%
ମଧ୍ୟପ୍ରଦେଶ- ୭.୫%
ଗୁଜରାଟ- ୭.୨%

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe