Advertisment

କୋରାପୁଟରେ 'ବିଜୁ ଗାଁ ଗାଡ଼ି ଯୋଜନା’ ଫେଲ୍: ଖତ ଖାଉଛି ୧୨୬ଟି ବସ୍‌

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲାରେ ଫେଲ ମାରିଛି ସରକାରଙ୍କ ‘ବିଜୁ ଗାଁ ଗାଡ଼ି ଯୋଜନା’। ଏହି ଯୋଜନାରେ ଦିଆଯାଇଥିବା ସରକାରୀ ବସ୍‌ ଗୁଡ଼ିକ ବ୍ୟବହାର ନ ହୋଇ ରାସ୍ତାକଡ଼ରେ ଖତ ଖାଉଛି। ଫଳରେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ସବୁ ଜାଣି ବି ସାଜିଛି ନିରବଦ୍ରଷ୍ଟା । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଗ୍ରାମାଞ୍ଚଳକୁ ଯାତାୟାତ ବ୍ୟବସ୍ଥା ସୁଗମ କରିବା ଲକ୍ଷ୍ୟରେ ଗତ […]

କୋରାପୁଟରେ 'ବିଜୁ ଗାଁ ଗାଡ଼ି ଯୋଜନା’ ଫେଲ୍: ଖତ ଖାଉଛି ୧୨୬ଟି ବସ୍‌

koraput

Advertisment

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲାରେ ଫେଲ ମାରିଛି ସରକାରଙ୍କ 'ବିଜୁ ଗାଁ ଗାଡ଼ି ଯୋଜନା'। ଏହି ଯୋଜନାରେ ଦିଆଯାଇଥିବା ସରକାରୀ ବସ୍‌ ଗୁଡ଼ିକ ବ୍ୟବହାର ନ ହୋଇ ରାସ୍ତାକଡ଼ରେ ଖତ ଖାଉଛି। ଫଳରେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ସବୁ ଜାଣି ବି ସାଜିଛି ନିରବଦ୍ରଷ୍ଟା ।

Advertisment

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଗ୍ରାମାଞ୍ଚଳକୁ ଯାତାୟାତ ବ୍ୟବସ୍ଥା ସୁଗମ କରିବା ଲକ୍ଷ୍ୟରେ ଗତ ୨୦୧୪ ମସିହା ନିର୍ବାଚନ ପୂର୍ବରୁ ସରକାର ଜିଲ୍ଲାରେ ଆରମ୍ଭ କରିଥିଲେ 'ବିଜୁ ଗାଁ ଗାଡ଼ି ଯୋଜନା’। ସରକାର ଜିଲ୍ଲାକୁ ଦେଇଥିଲେ ୧୨୭  ଖଣ୍ଡ ବସ୍। ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଲୋକମାନେ ଖୁସି ଥିଲେ। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଚରମ ଅବହେଳା ଯୋଗୁ ଏହି ଯୋଜନା କାର୍ଯ୍ୟକାରୀ ହେବାର କିଛିଦିନ ମଧ୍ୟରେ ନିଜ ଲକ୍ଷ୍ୟରୁ ଦୂରେଇଗଲା ।

ସରକାର ଦେଇଥିବା ୧୨୭ ଖଣ୍ଡ ବସ୍‌ ମଧ୍ୟରୁ ଏବେ ଗୋଟିଏ ବସ୍‌ ଗ୍ରାମାଞ୍ଚଳକୁ ଚାଲୁଥିବା ବେଳେ ଅନ୍ୟ ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ରାସ୍ତାକଡ଼ରେ ପଡ଼ିରହି ଖତ ଖାଉଛି ।

Advertisment

[caption id="attachment_699476" align="aligncenter" width="650"]koraput ଅଟୋରେ ଲଦାଲଦି ହୋଇ ଯାଉଛନ୍ତି ସ୍କୁଲ ପିଲା[/caption]

ଅପରପକ୍ଷରେ, ଜିଲ୍ଲାରେ ବସ୍ ସେବା ଉପଲବ୍ଧ ନଥିବାରୁ ଗ୍ରାମାଞ୍ଚଳ ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଜୀବନକୁ ବାଜି ଲଗାଇ ଛୋଟ ଗାଡ଼ିରେ ବିପଦପୂର୍ଣ୍ଣ ଭାବରେ ଗାଡ଼ିରେ ଲାଦାଲଦି ହୋଇ ଯାତାୟାତ କରୁଛନ୍ତି। କେଉଁଠି ଅଟୋରେ ଲୋକେ ଲଦାଲଦି ହୋଇ ଯାଉଛନ୍ତି ତ ଆଉ କେଉଁଠି କମାଣ୍ଡରରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଯାତ୍ରା କରୁଛନ୍ତି। ସେହିପରି କେଉଁଠି ଟ୍ରାକ୍ଟର ଡଲାରେ ବସି ଯାତ୍ରୀ ଯିବା ଆସିବା କରୁଛନ୍ତି। ସ୍କୁଲ ପିଲା ମଧ୍ୟ ଅଟୋରେ ଲଦାଲଦି ହୋଇ ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ ଯାଉଛନ୍ତି। ଏହାକୁ ନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

କୋରାପୁଟ ଜିଲ୍ଲାରେ ୩ ବର୍ଷରେ ସଡ଼କ ଦୁର୍ଘଟଣାରେ ୬୧୦ଜଣ ପ୍ରାଣ ହରାଇଥିବା ବେଳେ ୩୧୭ ଜଣ ଗୁରୁତର ହୋଇଥିବା କୋରାପୁଟ ଜିଲ୍ଲା ପୁଲିସ ରୋଡ୍‌ ସେଫ୍‌ଟି ସେଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

[caption id="attachment_699477" align="aligncenter" width="650"]koraput କମାଣ୍ଡରରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ପରିବହନ କରୁଛନ୍ତି[/caption]

ସ୍ଥାନୀୟ  ବାସିନ୍ଦା ବିରଞ୍ଚି ପଣ୍ଡା କହିଛନ୍ତି, ବିଜୁ ଗାଁ ଗାଡ଼ି ଯୋଜନାରେ ଚାଲୁଥିବା ବସ୍ ଗୁଡ଼ିକ ବନ୍ଦ ହୋଇଯିବା ଫଳରେ ଲୋକେ ଅଟୋ  ଓ କମାଣ୍ଡରରେ ଲଦାଲଦି ହୋଇ ଯିବା ଆସିବା କରୁଛନ୍ତି।  ଅଧିକ ଲୋକ ଗାଡ଼ିରେ ଯିବା ଆସିବା କରିବା ଯୋଗୁ  ଦୁର୍ଘଟଣା ଘଟୁଛି।

[caption id="attachment_699478" align="aligncenter" width="650"]koraput ଟ୍ରାକ୍ଟର ଡଲାରେ ବସି ଯାତ୍ରୀ ଯିବା ଆସିବା କରୁଛନ୍ତି[/caption]

କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ପ୍ରସନ୍ନ କୁମାର ଦାସ କହିଛନ୍ତି,  ଓଭର ଲୋଡିଂ ନେଇ ଯାଉଥିବା ଗାଡ଼ି ଗୁଡ଼ିକୁ ପ୍ରତିଦିନ ଚେକିଂ କରାଯାଉଛି। ବିଜୁ ଗାଁ  ଗାଡି ଯୋଜନାରେ ଚାଲିଥିବା ଗାଡ଼ି ଗୁଡ଼ିକ ଚାଲୁ ନାହିଁ। ଫାଇନାନ୍ସର ଅର୍ଥ  ସୁଝି  ନପାରିବାରୁ ଗାଡ଼ି ଗୁଡ଼ିକ ବନ୍ଦ ହୋଇ ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe