ଅଞ୍ଜଳି ଖୋଲିଲେ ପୋଲ୍‌; କେଉଁ ରୋଗ ପାଇଁ ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ?

ତେଲକୋଇ (ଚିନ୍ମୟ କୁମାର ସାହୁ): ଚିକିତ୍ସା ପାଇଁ ଗରିବ ଓ ଅସହାୟମାନେ କେମିତି ସର୍ବସ୍ୱାନ୍ତ ହୋଇଯାଉଛନ୍ତି? ବିକ୍ରି କରିଦେଉଛନ୍ତି ନିଜର ଜମି ବାଡ଼ି। ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ବେଳେ ଏପରି କେତେ କଣ ଆବେଗଭରା ସଂଳାପ କହିଛନ୍ତି ରାଇଜ ମୁଖିଆ ଓ ତାଙ୍କ ନେତାମାନେ। ଏଥିପାଇଁ ସେମାନେ ବହୁ ବାର ପ୍ରଶଂସାର ପାତ୍ର ମଧ୍ୟ ହୋଇଛନ୍ତି। ହେଲେ ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଦେଉଳଡିହା ଗାଁର ଅଞ୍ଜଳି ପାତ୍ର କିନ୍ତୁ ଖୋଲିଦେଇଛନ୍ତି […]

Telkoi in odisha

Manoranjan Sial
  • Published: Monday, 10 January 2022
  • , Updated: 10 January 2022, 10:02 PM IST

ତେଲକୋଇ (ଚିନ୍ମୟ କୁମାର ସାହୁ): ଚିକିତ୍ସା ପାଇଁ ଗରିବ ଓ ଅସହାୟମାନେ କେମିତି ସର୍ବସ୍ୱାନ୍ତ ହୋଇଯାଉଛନ୍ତି? ବିକ୍ରି କରିଦେଉଛନ୍ତି ନିଜର ଜମି ବାଡ଼ି। ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ବେଳେ ଏପରି କେତେ କଣ ଆବେଗଭରା ସଂଳାପ କହିଛନ୍ତି ରାଇଜ ମୁଖିଆ ଓ ତାଙ୍କ ନେତାମାନେ। ଏଥିପାଇଁ ସେମାନେ ବହୁ ବାର ପ୍ରଶଂସାର ପାତ୍ର ମଧ୍ୟ ହୋଇଛନ୍ତି। ହେଲେ ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଦେଉଳଡିହା ଗାଁର ଅଞ୍ଜଳି ପାତ୍ର କିନ୍ତୁ ଖୋଲିଦେଇଛନ୍ତି ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡର ଅସଲ ଗୁମର। ଅସୁସ୍ଥ ହୋଇଥିବା ସ୍ୱାମୀଙ୍କୁ ଚିକିତ୍ସା ପାଇଁ ସେ ନେଇଯାଇଥିଲେ କଟକ ବଡ଼ମେଡିକାଲ୍‌। ବଡ଼ ରୋଗ କିମ୍ବା ଅପରେସନ ପାଇଁ ଏ କାର୍ଡ(ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ) ଚଳୁଥିବା କହି ଡାକ୍ତର ତାଙ୍କୁ ଫେରାଇ ଦେଇଥିବା ଅଞ୍ଜଳି କହିଛନ୍ତି।

ଦେଉଳଡିହା ଗାଁର ଅଞ୍ଜଳି ପାତ୍ର। ତାଙ୍କ ସ୍ୱାମୀ କିଶୋର ପାତ୍ର ଜଣେ ଟ୍ରକ୍‌ ଡ୍ରାଇଭର। ଗାଡ଼ି ଚଲାଇ ଯାହା ଉପାର୍ଜନ କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ଅଞ୍ଜଳିଙ୍କ ପରିବାର କହିଲେ ସ୍ୱାମୀ କିଶୋର ଚନ୍ଦ୍ର ପାତ୍ର ଓ ଦୁଇ ଛୁଆ। ସ୍ୱାମୀଙ୍କ ରୋଜଗାରରେ ବେଶ୍‌ ଖୁସିରେ ଚାଲୁଥିଲା ଅଞ୍ଜଳିଙ୍କ ପରିବାର। ସବୁକିଛି ଠିକ୍‌ଠାକ ଚାଲିଥିବା ବେଳେ ହଠାତ ଅଞ୍ଜଳିଙ୍କ ପରିବାର ଉପରେ ଛିଡ଼ି ପଡ଼ିଲା ଆକାଶ।

ଦୁଇ ବର୍ଷ ତଳେ କିଶୋର ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ଯାଇଥିଲେ। ଡକ୍ଟରଙ୍କ ପରାମର୍ଶରେ କିଶୋର ଔଷଧ ଖାଇଲେ। ହେଲେ ତାଙ୍କ ଦେହ ଭଲ ହେଲାନାହିଁ। ଚାଲି ପାରିଲେ ନାହିଁ। ସବୁବେଳେ ଶୋଇ ରହିଲେ। ଘରେ ଯାହା ସବୁ ଜିନିଷ ଥିଲା, ତାକୁ ବିକ୍ରି କରି ସ୍ୱାମୀଙ୍କ ଚିକିତ୍ସା କରିଥିଲେ ଅଞ୍ଜଳି। ହେଲେ କିଶୋରଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଲାନାହିଁ। ଏବେ ସ୍ୱାମୀ କିଶୋର ଶୋଇଥିବା ଖଟିଆ ଛଡା ଆଉ କିଛି ଘରେ ନାହିଁ।

ସ୍ୱାମୀଙ୍କ ଚିକିତ୍ସା ପାଇଁ ଅଞ୍ଜଳି ବିଜୁ ସ୍ୱାସ୍ଥ୍ୟ କାର୍ଡର ସହାୟତା ନେଲେ। କିନ୍ତୁ ସେଥିରେ ମଧ୍ୟ ସେ ନିରାଶ ହେଲେ। ବଡ଼ ରୋଗ କିମ୍ବା ଅପରେସନ ପାଇଁ ଏ କାର୍ଡ ଚଳୁଥିବା କହି କଟକରୁ ତାଙ୍କୁ ଫେରାଇ ଦିଆଯାଇଥିବା ଅଞ୍ଜଳି ଅଭିଯୋଗ କରିଛନ୍ତି। ଏବେ ଅସହାୟ ଅବସ୍ଥାରେ ଅଞ୍ଜଳି ଜରିପାଲ ଘୋଡାଯାଇଥିବା ନୂଆଁଣିଆ ଘରେ ଦୁଇ ଛୁଆଙ୍କୁ ଧରି କାଳାତିପାତ କରୁଛନ୍ତି। ଆଉ ତାଙ୍କ ପ୍ରାଣର ଦେବତା କିଶୋର ବାରଣ୍ଡାରେ ଖଟିଆରେ ଶୋଇଛନ୍ତି। ସେମାନଙ୍କୁ ନା ମିଳିଛି ସରକାରୀ ଯୋଜନାରେ ଘର ନା ଖାଦ୍ୟ ସୁରକ୍ଷାରେ ଚାଉଳ। କେବଳ ମିଳୁଛି ମାସକୁ  ୧୦ କିଲୋ ଚାଉଳ। ସେଥିରେ ଦିନେ ଖାଇଲେ ଦିନେ ଉପବାସ ରହୁଛନ୍ତି। ଏପରି ସ୍ଥଳେ କିପରି ପରିବାରଙ୍କୁ ପୋଷିବେ ଓ କିପରି ସ୍ୱାମୀଙ୍କୁ ଚିକିତ୍ସା କରାଇବେ ଅଞ୍ଜଳି? ସେହି ଚିନ୍ତାରେ ଦିନ କାଟୁଛନ୍ତି।

Related story