ଆମଦାନୀ ନେତା ଯିବେ ରାଜ୍ୟସଭା!

ସ୍ୱାତୀ ଜେନା କିଏ ହେବ ବିଜେଡିର ରାଜ୍ୟସଭା ସାଂସଦ? କାହାକୁ ପ୍ରସନ୍ନ କରିବେ ଦଳର ମୁଖିଆ? କେଉଁ ଆମଦାନୀ ନେତାଙ୍କ ଉପରେ ବର୍ଷିବ ସୁନା କଳସୀ? କାରଣ ବିଜେଡିରେ ଦଳୀୟ କର୍ମୀ ଏବେ ଅଲୋଡ଼ା ହୋଇ ପଡିଲେଣି। ବିରୋଧୀ ଶିବିରରୁ ଆସି ଶାସକ ଦଳରେ ସାମିଲ ନେତାଙ୍କୁ ବିଜେଡି ଛାତି ଖୋଲି ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ଏପରକି ବିଜେଡିର ଲୋକପ୍ରିୟତା ଓ ଜନସମର୍ଥନକୁ ଦେଖି ଦଳରେ ଯେଉଁ ନୂଆ ନୂଆ ସଦସ୍ୟ ସାମିଲ ହେଉଛନ୍ତି। ସେମାନଙ୍କୁ […]

CM Naveen Patnaik

CM Naveen Patnaik

Ordigital Desk
  • Published: Monday, 14 March 2022
  • Updated: 14 March 2022, 06:28 PM IST

Sports

Latest News

  • ସ୍ୱାତୀ ଜେନା

କିଏ ହେବ ବିଜେଡିର ରାଜ୍ୟସଭା ସାଂସଦ? କାହାକୁ ପ୍ରସନ୍ନ କରିବେ ଦଳର ମୁଖିଆ? କେଉଁ ଆମଦାନୀ ନେତାଙ୍କ ଉପରେ ବର୍ଷିବ ସୁନା କଳସୀ? କାରଣ ବିଜେଡିରେ ଦଳୀୟ କର୍ମୀ ଏବେ ଅଲୋଡ଼ା ହୋଇ ପଡିଲେଣି। ବିରୋଧୀ ଶିବିରରୁ ଆସି ଶାସକ ଦଳରେ ସାମିଲ ନେତାଙ୍କୁ ବିଜେଡି ଛାତି ଖୋଲି ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ଏପରକି ବିଜେଡିର ଲୋକପ୍ରିୟତା ଓ ଜନସମର୍ଥନକୁ ଦେଖି ଦଳରେ ଯେଉଁ ନୂଆ ନୂଆ ସଦସ୍ୟ ସାମିଲ ହେଉଛନ୍ତି। ସେମାନଙ୍କୁ ଦଳରେ ବେଶ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଯେଉଁମାନେ ଦଳର ପ୍ରାଥମିକ କର୍ମୀ ଓ ଦଳକୁ ତୃଣମୂଳ ସ୍ତରରେ ସଂଗଠିତ କରିଛନ୍ତି, ସେମାନେ କିନ୍ତୁ କିଛି ମାତ୍ରାରେ ଉପେକ୍ଷିତ ବୋଲି ଚର୍ଚ୍ଚା ହେଉଛି।

୨୦୧୪ରୁ ୨୦୨୨ ମଧ୍ୟରେ ଗତ ୮ ବର୍ଷର ଇତିହାସ ଉପରେ ଯଦି ନଜର ପକାଇବା, ତାହାଲେ ରାଜ୍ୟସଭାରେ ମୂଳ ବିଜେଡି ନେତାଙ୍କ ଅଭାବ ବେଶ୍‌ ପରିଲକ୍ଷିତ ହେବ। ୨୦୧୩ ଏପ୍ରିଲରେ ବିଜେଡିରେ ଅଭିନେତା ଅନୁଭବ ମହାନ୍ତି ଯୋଗ ଦେଲେ। ମାତ୍ର ବର୍ଷକ ମଧ୍ୟରେ ଦଳର ସମସ୍ତ ଅନୁଭବୀ ନେତାଙ୍କୁ ପଛରେ ପକାଇ  ୨୦୧୪ରେ ଅନୁଭବ ସାଜିଗଲେ ବିଜେଡିର ରାଜ୍ୟସଭା ସାଂସଦ। ଶିକ୍ଷାବିତ୍ ଡ. ଅଚ୍ୟୁତ ସାମନ୍ତ ଦଳରେ ସାମିଲ ହେବାର ମାତ୍ର ଗୋଟିଏ ଘଣ୍ଟା ବି ହୋଇନଥିଲା, କିନ୍ତୁ ଦିଲ୍ଲୀ ପାଇଁ ତାଙ୍କ ଟିକେଟ୍ କଟା ସରିଥିଲା ଭଳି ସାଙ୍ଗେ ସାଙ୍ଗ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଦେଲେ ଦଳର ମୁଖିଆ। ସେହିପରି ଆମ ଓଡ଼ିଶା ପାର୍ଟିରୁ ଆସି ବିଜେଡିରେ ଯୋଗ ଦେଇଥିବା ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ମଧ୍ୟ ବିଜେଡି ଆଦରର ସହ କୋଳେଇ ନେଇଥିଲା। ତାଙ୍କ ମୁଣିରେ ମଧ୍ୟ ରାଜ୍ୟସଭା ଟିକେଟ୍ ରଖି ଯଥୋଚିତ ସମ୍ମାନ ଦେଇଥିଲା ଦଳ। ମାତ୍ର ବର୍ଷକ ପାଇଁ ହେଲେ ବି ଉଭୟଙ୍କୁ ରାଜ୍ୟସଭା ପାଠାଇଥିଲା ବିଜେଡି। ପରେ ଅଚ୍ୟୁତଙ୍କୁ କନ୍ଧମାଳ ଲୋକସଭା ଆସନ ଓ ସୌମ୍ୟଙ୍କୁ ଖଣ୍ଡପଡା ବିଧାନସଭା ଟିକେଟ୍ ମିଳିଥିଲା। ଏପରିକି ରାଜ୍ୟର ପୂର୍ବତନ ଆକାଉଣ୍ଟାଣ୍ଟ ଜେନେରାଲ୍ ଅମର ପଟ୍ଟନାୟକ ଅବସର ନେବା ପରେ ୨୦୧୮ ଅଗଷ୍ଟରେ ବିଜେଡିରେ ଯୋଗଦେଲେ, ଆଉ ବର୍ଷେ ନ ହେଉଣୁ ଦଳ ତାଙ୍କୁ ରାଜ୍ୟସଭା ଟିକେଟ୍ ଧରାଇ ଦେଲା। ଏହା ଭିତରେ କଟକ ମେୟର ପ୍ରାର୍ଥୀ ସୁବାସ ସିଂହ ମଧ୍ୟ ଅଛନ୍ତି। କଥା କଥାକେ କଟକରେ ଶ୍ରମିକ ନେତା ଭାବେ ସୁବାସ ରାଜ୍ୟ ସରକାରଙ୍କୁ ବିରୋଧ କରି ଆସୁଥିଲେ। କିନ୍ତୁ ବିଜେଡିରେ ସାମିଲ ହେବା ପରେ, ମୁଖପାତ୍ରଠାରୁ ଆରମ୍ଭ କରି ବିଭିନ୍ନ ପଦ ପଦବୀରେ ରହିଲେ ସୁବାସ ସିଂହ। ପରେ ରାଜ୍ୟସଭା ସାଂସଦ ହେବାର ସୁଯୋଗ ପାଇଥିଲେ ସୁବାସ। ଏବେ ପୁଣି ବିଜେଡିରୁ କଟକ ମେୟର ପଦବୀ ପାଇଁ ଟିକେଟ୍ ମିଳିବା ତାଙ୍କ ସୌଭାଗ୍ୟର କଥା।

ଆସନ୍ତା ଜୁଲାଇ ମାସରେ ଓଡ଼ିଶାରୁ ତିନିଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ବିଜେଡିର ଭେଟେରାନ୍ ପଶ୍ଚିମ ଓଡ଼ିଶା ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ଏନ. ଭାସ୍କର ରାଓଙ୍କର ପୂରା ୬ ବର୍ଷର କାର୍ଯ୍ୟକାଳ ଶେଷ ହେବ। ସେହିପରି  ମାତ୍ର ୩ ବର୍ଷରେ ସାଂସଦ ହୋଇ ସସ୍ମିତ ପାତ୍ରଙ୍କର ମଧ୍ୟ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଅନ୍ୟ ପଟେ ସୁବାସ ସିଂହଙ୍କୁ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେବାକୁ ପଡ଼ିବ। ତେଣୁ ମୋଟ୍ ୪ଟି ଆସନ ପାଇଁ ନିର୍ବାଚନ ହେବ। ଏହି ୪ଟି ଆସନରେ ବିଜେଡି ସୁପ୍ରିମୋ କେଉଁ ଆମଦାନୀ ନେତାଙ୍କୁ ଆଗ ଥଇଥାନ କରିବେ, ତାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଟାଣୁଆ ଆଦିବାସୀ ନେତା ପ୍ରଦୀପ ମାଝୀଙ୍କୁ ପୁଣି ଥରେ ସଂସଦରେ ବସିବାର ସୁଯୋଗ ମିଳିପାରେ। ଏଥର ବିଜେଡିରୁ ରାଜ୍ୟସଭା ସାଂସଦ ହୋଇ ପାରନ୍ତି ପ୍ରଦୀପ। କାରଣ ପରମ୍ପରା ଅନୁସାରେ ଆମଦାନୀ ନେତାଙ୍କୁ ସବୁବେଳେ ଅଧିକ ଗୁରୁତ୍ୱ ଦେଇ ଆସିଛି ବିଜେଡି। ଆଉ ରାଜ୍ୟସଭା ଆସନଟି ସତେ ଯେମିତି ସେମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି। କିନ୍ତୁ ରାଜ୍ୟସଭା ଯିବାକୁ ଦୀର୍ଘ ଦିନ ହେଲା ଆଶା ବାନ୍ଧୀ ବସିଥିବା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବ୍ରହ୍ମପୁରରେ ବିଜେଡି ଚେହେରା ଥିବା ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକଙ୍କୁ କିନ୍ତୁ ଅନେକ ଥର ନିରାଶ ହେବାକୁ ପଡ଼ିଲାଣି। ଯଦିଓ ତାଙ୍କୁ ଟିକେଟ୍ ଦେବା ପାଇଁ ମୁଖିଆ ଘୋଷଣା କରିଥିଲେ, କିନ୍ତୁ ଆମଦାନୀ ନେତାଙ୍କ ଗୁରୁତ୍ୱ ପାଖରେ ଏହି ପୁରୁଣା ଓ ମୂଳ ଦଳୀୟ ନେତାଙ୍କ ଛବି ମଳିନ ପଡ଼ି ଯାଉଛି। କେବଳ ରାଜ୍ୟସଭା ଟିକେଟ୍ ନୁହେଁ, ଚଳିତ ପଂଚାୟତ ଓ ପୌର ନିର୍ବାଚନରେ ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି। ଆମଦାନୀ ନେତାଙ୍କୁ ଟିକେଟ୍ ମିଳିବାରୁ ପୁରୁଣା ସଂଗଠକଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷରେ ନିଆଁ ଧରିବାର ଆଶଙ୍କା କରିବା ଅସ୍ୱାଭାବିକ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story