Advertisment

ବାଇ-ଲ 'ମାନସମନ୍ଥନ'ରୁ ବଢ଼ୁଛି ଦ୍ୱନ୍ଦ୍ୱ

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ବାଇ ଲ’କୁ ନେଇ ବିରୋଧୀ ବିଜେପି ଓ ଶାସକ ବିଜେଡି ପରସ୍ପରକୁ କାଦୁଅ ଫିଙ୍ଗା ଫିଙ୍ଗି ହେଉଛନ୍ତି ଆଉ ଦ୍ୱନ୍ଦ୍ୱ ବଢ଼ାଇ ଚାଲିଛନ୍ତି। ପୁରୀ ଶ୍ରୀକ୍ଷେତ୍ରରେ ବାଇ ଲ’ ପ୍ରତ୍ୟାହାର କରିବାଠାରୁ ଆରମ୍ଭ କରି ଅପରାଜିତାଙ୍କ ନିଖୋଜ ପୋଷ୍ଟର ଲଗାଇବା ପର୍ଯ୍ୟନ୍ତ ବିରୋଧୀ-ଶାସକ ପରସ୍ପରକୁ ଦୋଷ ଲଦି ଚାଲିଛନ୍ତି। ଶାସକ ବିଜେଡି କେନ୍ଦ୍ରକୁ ଦୋଷୀ କରିବାକୁ ଖୁବ୍ କସରତ କରୁଥିବା ବେଳେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦସ୍ତାବିଜ୍ ଧରି ବିଜେଡିକୁ ପାଠ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ବାଇ-ଲ 'ମାନସମନ୍ଥନ'ରୁ ବଢ଼ୁଛି ଦ୍ୱନ୍ଦ୍ୱ

By Law Web

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ବାଇ ଲ’କୁ ନେଇ ବିରୋଧୀ ବିଜେପି ଓ ଶାସକ ବିଜେଡି ପରସ୍ପରକୁ କାଦୁଅ ଫିଙ୍ଗା ଫିଙ୍ଗି ହେଉଛନ୍ତି ଆଉ ଦ୍ୱନ୍ଦ୍ୱ ବଢ଼ାଇ ଚାଲିଛନ୍ତି। ପୁରୀ ଶ୍ରୀକ୍ଷେତ୍ରରେ ବାଇ ଲ’ ପ୍ରତ୍ୟାହାର କରିବାଠାରୁ ଆରମ୍ଭ କରି ଅପରାଜିତାଙ୍କ ନିଖୋଜ ପୋଷ୍ଟର ଲଗାଇବା ପର୍ଯ୍ୟନ୍ତ ବିରୋଧୀ-ଶାସକ ପରସ୍ପରକୁ ଦୋଷ ଲଦି ଚାଲିଛନ୍ତି। ଶାସକ ବିଜେଡି କେନ୍ଦ୍ରକୁ ଦୋଷୀ କରିବାକୁ ଖୁବ୍ କସରତ କରୁଥିବା ବେଳେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦସ୍ତାବିଜ୍ ଧରି ବିଜେଡିକୁ ପାଠ ପଢ଼ାଇଚାଲିଛନ୍ତି। ସିଧାସଳଖ ବିଜେଡିକୁ ଆଇନା ଦେଖାଇ ପାଠ ପଢ଼ାପଢ଼ି କରିବାକୁ କହିଛନ୍ତି ଅପରାଜିତା। ସେପଟେ ଅପରାଜିତାଙ୍କୁ କାଉଣ୍ଟର କରିବାକୁ ଯାଇ ବିଜେଡିର ଚଞ୍ଚକଥା ମଧ୍ୟ ପଦାରେ ପଡ଼ିଛି।

Advertisment

ନିକଟରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରେସମିଟ୍ କରି ଏକାମ୍ର ହେରିଟେଜ କ୍ଷେତ୍ର ସମ୍ବନ୍ଧରେ ବିଜେଡି ସରକାରକୁ ଟାର୍ଗେଟ୍ କରି  NMA ବାଇ-ଲ ର ନୂଆ ତଥ୍ୟ ସାମ୍ନାକୁ ଆଣିଥିଲେ। ଅପରାଜିତାଙ୍କ କହିବା ହେଲା, ବାଇ ଲ ସମ୍ପର୍କରେ କିପରି କିଛି ଜାଣିପାରିଲେନି ରାଜ୍ୟ ସରକାର । ସରକାର ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା ନ କରି ପାଠ ପଢ଼ି କଥା ହୁଅନ୍ତୁ । ଏପରିକି ୪ଟି ପ୍ରାଇଭେଟ ପାର୍ଟିକୁ ମିଳିଥିବା NOC ଗଣମାଧ୍ୟମ ସମ୍ମୁଖରେ ଦେଖାଇଛନ୍ତି ସାଂସଦ । ୨୦୧୪ର ଗ୍ୟାଜେଟ ଅନୁସାରେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ NOC ଦେବା ପାଇଁ କମ୍ପିଟାଣ୍ଟ ଅଧିକାରୀ ଥିବା ସେ ଦର୍ଶାଇଛନ୍ତି । ଏଥିରୁ ରାଜ୍ୟ ସରକାରଙ୍କ ଅଜ୍ଞତା ଓ ଅପରିପକ୍ୱତା ଜଣାପଡୁଛି ବୋଲି ଅପରାଜିତା କହିଛନ୍ତି। AMSAR ଆକ୍ଟ ୧୯୫୮ର ଧାରା ଅନୁସାରେ ବାଇ ଲ ପର୍ଯ୍ୟବେଷିତ ହୋଇଛି। ସେହି ଅନୁସାରେ ରାଜ୍ୟରେ କମ୍ପିଟାଣ୍ଟ ଅଧିକାରୀ ହେଉଛନ୍ତି ସଂସ୍କୃତି ବିଭାଗ ନିର୍ଦ୍ଦେଶକ ।

ତେବେ ଅପରାଜିତାଙ୍କୁ କାଉଣ୍ଟର କରିବାକୁ ଯାଇ ଅତି ଚତୁରତା ଦେଖାଇଛି ବିଜେଡି। ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ପ୍ରେସମିଟ୍ ନୁହେଁ ବରଂ ଭିଡିଓ କରି, ସୋଶାଲ ମିଡିଆରେ ଏହାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଐତିହ୍ୟ ବାଇ ଲ ପ୍ରସ୍ତୁତର କମ୍ପିଟାଣ୍ଟ ଅଧିକାରୀ ନୁହନ୍ତି। AMSAR ଆକ୍ଟ Section-20 E ଅନୁଯାୟୀ କୋଲକାତାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ (ରିଜନାଲ୍ ଡିରେକ୍ଟର) ହେଉଛନ୍ତି ବାଇ ଲ ଚିଠା ପ୍ରସ୍ତୁତର କମ୍ପିଟାଣ୍ଟ ଅଥରିଟି ବୋଲି ମାନସ ମଙ୍ଗରାଜ ଟ୍ୱିଟ୍ କରିଛନ୍ତି।

Advertisment

ଖାଲି ଏତିକି ନୁହେଁ, ମାନସ ବାବୁ ଭିଡିଓ କରି ଅପରାଜିତା ଓଡ଼ିଶାର ସଂସ୍କୃତି ବିଷୟରେ ଜାଣିନାହାନ୍ତି, ତେଣୁ ଧାର୍ମିକ ଭାବନା ସହ ଜଡ଼ିତ ବିଗ୍ରହ, ସେବାୟତ ଓ ଭକ୍ତଙ୍କ ସମ୍ପର୍କକୁ ବୁଝିବା ତାଙ୍କ ପାଇଁ କଷ୍ଟକର ବୋଲି ମଧ୍ୟ କହିଛନ୍ତି। ତେବେ ଅପରାଜିତା ଆମସାର ଆଇନକୁ ଠିକଣା କରି ପଢ଼ିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ମାନସ ମଙ୍ଗରାଜ।

ତେବେ ବିଜେଡିର ଏଭଳି ପ୍ରତିକ୍ରିୟା ଶୁଣି ଲାଗୁଛି ଏହା ଶାସକ ଦଳର ଚଞ୍ଚକତା। କାରଣ ସାଂସଦ ଅପରାଜିତା ହେରିଟେଜ୍ ବାଇ ଲ ପ୍ରସ୍ତୁତ କଥା କହି ନ ଥିଲେ ବରଂ ବାଇ ଲ ଅନୁଯାୟୀ ରେଗୁଲେଟେଡ୍ କ୍ଷେତ୍ର ଭିତରେ ନିର୍ମାଣ କାର୍ଯ୍ୟର ଅନୁମତି କଥା କହିଥିଲେ। ବାଇ ଲ ଲାଗୁ ହୋଇଥିବା ଐତିହ୍ୟ କ୍ଷେତ୍ରର ରେଗୁଲେଟେଡ୍ ଅଞ୍ଚଳରେ ନବନିର୍ମାଣ କାର୍ଯ୍ୟ ତଥା ମରାମତି କାର୍ଯ୍ୟ ପାଇଁ ଏନଏମଏର କମ୍ପିଟାଣ୍ଟ ଅଥରିଟି ହେଉଛନ୍ତି ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବୋଲି ଦସ୍ତାବିଜ୍ ଦେଖାଇ ଅପରାଜିତା ତଥ୍ୟ ଦେଇଥିଲେ, ଯାହାକୁ ଗୋଳାଇ ଦେଇ ମଙ୍ଗରାଜ ଏଭଳି ଟ୍ୱିଟ୍ କରି ବାଇ ଲ ପ୍ରସ୍ତୁତ କଥା କହିଛନ୍ତି।

publive-image

ଆମସାର୍ ଆକ୍ଟର ସେକ୍ସନ 20 E କଥା ତ ମାନସ ବାବୁ କହିଲେ, ହେଲେ 20 Dରେ କଣ ଲେଖାରହିଛି, ତାହା କହିବାକୁ ବୋଧେ ଭୁଲିଯାଇଛନ୍ତି। ସେକ୍ସନ 20 D ଅନୁଯାୟୀ, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ହିଁ କମ୍ପିଟାଣ୍ଟ ଅଥରିଟି ଏବଂ ସେ ହିଁ କେବଳ ହେରିଟେଜ୍ ଜୋନରେ କୌଣସି ନିର୍ମାଣକାର୍ଯ୍ୟ ଲାଗି ଅନୁମତି ଦେଇପାରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ସେ ହିଁ ପ୍ରସ୍ତାବ ଦେଇଛନ୍ତି, ଯାହାକୁ କେବଳ କ୍ଲିୟରାନ୍ସ ଦିଆଯାଇଛି। ଅର୍ଥାତ୍ ଚିଠା ଯେକୌଣସି ଅଥିରିଟି ପ୍ରସ୍ତୁତ କରନ୍ତୁ ନା କାହିଁକି, ହେରିଟେଜ ଜୋନରେ ନିର୍ମାଣକାର୍ଯ୍ୟର ସମସ୍ତ ଅନୁମତି କେବଳ କମ୍ପିଟେଣ୍ଟ ଅଥରିଟି ଅର୍ଥାତ୍ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ହିଁ ଦେବେ।

ଏଥିରୁ ଏହା ହିଁ ବୁଝାପଡ଼ୁଛି ଯେ, ସାଂସଦ ଅପରାଜିତା 'ଅ' କହିଲେ ବିଜେଡି 'କ୍ଷ' କହି ଲୋକଙ୍କୁ ଭକୁଆ ବନାଇବାକୁ ଚେଷ୍ଟା କରୁଛି। ପୂରା ପ୍ରସଙ୍ଗକୁ ଗୋଳମାଳିଆ କରିବାକୁ ଇଆଡୁ ସିଆଡୁ ତଥ୍ୟ ଦେଖାଉଛି। ଅପରାଜିତା ଐତିହ୍ୟକ୍ଷେତ୍ରର ରେଗୁଲେଟେଡ୍ ଏରିଆରେ ନବନିର୍ମାଣ ଓ ମରାମତି କାର୍ଯ୍ୟ କଥା କହିଲା ବେଳେ ମାନସ ମଙ୍ଗରାଜ ବାଇ ଲ ପ୍ରସ୍ତୁତ କଥା କହି ସମ୍ପୂର୍ଣ୍ଣ ପ୍ରସଙ୍ଗକୁ ଗୋଳାଉଛନ୍ତି। ଅପରାଜିତା ପ୍ରେସମିଟ୍ କରି ଗଣମାଧ୍ୟମକୁ ତଥ୍ୟ ଦେଉଥିବା ବେଳେ, ବିଜେଡି ଭିଡିଓ କରି ସୋଶାଲ ମିଡିଆରେ ପ୍ରତିକ୍ରିୟା ରଖୁଛି। ଏହାଦ୍ୱାରା ଗଣମାଧ୍ୟମ ସମେତ ସାରା ରାଜ୍ୟବାସୀଙ୍କ ମଧ୍ୟରେ ବାଇ ଲକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି।

BjD Bjp Aparajita Sarangi ASI