/odisha-reporter/media/post_attachments/uploads/2022/05/mla-5.jpg)
Love
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ପଂଚମ ପାଳିର ସରକାରରେ ଦଳର ଯୁବ ବିଧାୟକମାନେ ନିଜର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚାରେ ରହିଛନ୍ତି । ୨୦୦୦ ମସିହାରୁ ବିଜେଡି ରାଜ୍ୟରେ କ୍ଷମତାରେ ଥିଲେ ମଧ୍ୟ ପ୍ରଥମଥର ପାଇଁ ଚଳିତ ପାଳିରେ ବିଜେଡିର ବିଧାୟକମାନଙ୍କ ପ୍ରେମ, ବିବାହ ଓ ବ୍ୟକ୍ତିଗତ ସମ୍ପର୍କ ଗଣମାଧ୍ୟମରେ ଚର୍ଚ୍ଚା,ଆଲୋଚନାର ବିଷୟ ପାଲଟିଛି । ଚାପରେ ପଡ଼ି ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ କୋର୍ଟ ମ୍ୟାରେଜ୍ କରିବା ଘଟଣା ହେଉ ଅବା ବିବାହିତ ସ୍ୱାମୀଙ୍କଠୁ ସମ୍ପର୍କ ଛିନ୍ନ କରିଥିବା ବାନ୍ଧବୀଙ୍କୁ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ବିବାହ କରିବା, ଅବାପୁଣି ଝରିଗାଁ ବିଧାୟକ ପ୍ରକାଶ ମାଝୀ ବିବାହିତ ହୋଇ ମଧ୍ୟ ଅନ୍ୟଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ଅଭିଯୋଗ ଭଳି ଘଟଣାମାନ ବିଜେଡି ବିଧାୟକମାନଙ୍କ ଆଚରଣକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରାଇଛି । କେବଳ ଏହି ୩ ବିଧାୟକ ନୁହଁନ୍ତି, ବିଜେଡି ଯୁବ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଓ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଦ୍ୱିତୀୟ ବିବାହ ମଧ୍ୟ ଚଳିତ ପାଳିରେ ଗଣମାଧ୍ୟମରେ ଆଲୋଚନାର ବିଷୟ ପାଲଟିଥିଲା ।
[caption id="attachment_735092" align="aligncenter" width="650"]
ତିର୍ତ୍ତୋଲ ବିଧାୟକ ଓ ତାଙ୍କ ପ୍ରେମିକା ।[/caption]
ସୂଚନା ଅନୁସାରେ, ଦୀର୍ଘ ୪ବର୍ଷ ଧରି ସୋମାଲିକା ଦାଶ ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିବା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ଧରାଛୁଆଁ ଦେଉନଥିଲେ । କିନ୍ତୁ ବିଜୟଶଙ୍କରଙ୍କ ଏଭଳି ମତିଗତି ଦେଖି ସମ୍ପୃକ୍ତା ଯୁବତୀ ଜଗତସିଂହପୁର ପୁଲିସ ଏସପିଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ । ଆଉ ୭-୮ମାସର ଛକାପଞ୍ଝା ପରେ ବିଧାୟକ ଶ୍ରୀ ଦାସ ବିଭିନ୍ନ ମହଲରୁ ଚାପ ପଡ଼ିବାରୁ ଗତ ୧୭ତାରିଖରେ ଜଗତସିଂହପୁର ସବରେଜିଷ୍ଟ୍ରାରଙ୍କ ପାଖରେ କୋର୍ଟ ମ୍ୟାରେଜ ପାଇଁ ଆବେଦନ କରିଛନ୍ତି । ତେବେ ୪ବର୍ଷରୁ ଅଧିକ ଦିନ ଧରି ପ୍ରେମ କରୁଥିବା ଯୁବତୀଜଣକ ବିଧାୟକ ଶ୍ରୀ ଦାସଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବା ସତ୍ତ୍ୱେ ବିବାହ କରୁନଥିବାବେଳେ ଏବେ କିପରି ରାଜି ହେଲେ, କେଉଁ ମହଲରୁ ଚାପ ପଡ଼ିଲା ତାକୁ ନେଇ ଚର୍ଚ୍ଚା ଲାଗିରହିଛି ।
[caption id="attachment_735178" align="aligncenter" width="650"]
ସୌଭିକ ବିଶ୍ୱାଳ ନିଜର କଲେଜ ସହପାଠୀ ଅନନ୍ୟା ପ୍ରିୟଦର୍ଶିନୀଙ୍କୁ ବିବାହ କରିଛନ୍ତି ।[/caption]
ସେହିପରି ଗତ ସପ୍ତାହରେ କଟକ-ଚୌଦ୍ୱାର ଯୁବ ବିଧାୟକ ସୌଭିକ ବିଶ୍ୱାଳ ନିଜର କଲେଜ ସହପାଠୀ ଅନନ୍ୟା ପ୍ରିୟଦର୍ଶିନୀଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି । ଅବସରପ୍ରାପ୍ତ ଯନ୍ତ୍ରୀ ସୁବୋଧ ରାଉତରାୟଙ୍କ ଏକମାତ୍ର ଝିଅ ଡାକ୍ତର ଅନନ୍ୟା ଗତ ୫-୬ବର୍ଷ ପୂର୍ବରୁ ବଡ଼ ଧୂମଧାମରେ ଅନ୍ୟତ୍ର ବିବାହ କରିଥିଲେ । ସୌଭିକ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହେବାପରେ ଅନନ୍ୟାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ପୁଣିଥରେ ଆରମ୍ଭ ହୋଇଥିଲା । ଆଉ ପ୍ରଥମ ସ୍ୱାମୀ ଏଭଳି ସମ୍ପର୍କକୁ ବିରୋଧ କରିବା ପରେ ସେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ଆଉ ସୌଭିକ ତାଙ୍କୁ ଗତ ସପ୍ତାହରେ ବିବାହ କରିଛନ୍ତି । ସୌଭିକ ଓ ଅନନ୍ୟାଙ୍କ ପ୍ରେମ ସମ୍ପର୍କ ଗତ କିଛିବର୍ଷ ଧରି କଟକ ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ଝରିଗାଁ ବିଧାୟକ ପ୍ରକାଶ ମାଝୀ ବିବାହିତ ହୋଇଥିବା ସତ୍ତ୍ୱେ କଟକ ଜିଲ୍ଲାର ବାଙ୍କି ଅଂଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଗତ କିଛିବର୍ଷ ଧରି ଶାରୀରିକ ସମ୍ପର୍କ ରଖି ଆସିଥିଲେ । ଚଳିତମାସ ପ୍ରଥମ ସପ୍ତାହରେ ଏହି ମାମଲା ଥାନାକୁ ଆସିଥିଲା । କିନ୍ତୁ ପୁଲିସ ମାମଲା ରୁଜୁ ନକରି ତାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ନେଇ ପୀଡ଼ିତା ଯୁବତୀ ଗଣମାଧ୍ୟମକୁ କହିବା ପରେ ଉଭୟ ବିଜେପି ଓ କଂଗ୍ରେସ ଏହି ଘଟଣାରେ ବିଧାୟକଙ୍କ ଗିରଫ ଦାବି କରିଥିଲେ । ମାତ୍ର ସରକାରୀ ଦଳ ବିଧାୟକଙ୍କୁ ସୁରକ୍ଷା ଦେବାକୁ ପୀଡ଼ିତାଙ୍କୁ ବୁଝାସୁଝା କରି ମାମଲାକୁ ଚପାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏବେ ସମ୍ପୃକ୍ତା ପୀଡ଼ିତା ଯୁବତୀ କେଉଁଠି, ବିଧାୟକଙ୍କୁ ସୁରକ୍ଷା ଦେବାକୁ ଯାଇ ସରକାରୀ ଦଳ ସମ୍ପୃକ୍ତା ଯୁବତୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଚର୍ଚ୍ଚା ହୋଇଛି ।
[caption id="attachment_735176" align="aligncenter" width="613"]
ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ତାଙ୍କ ପତ୍ନୀ[/caption]
ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ନିଜ ପ୍ରଥମ ପତ୍ନୀ ନିଳିମାଙ୍କ ମୃତ୍ୟୁର ବର୍ଷକ ପରେ ନିଜ ଅଂଚଳର ଜଣେ ଆଗଧାଡ଼ିର କର୍ମୀଙ୍କ ଝିଅକୁ ବିବାହ କରିଥିଲେ । ୨୦୨୧ ଜୁଲାଇ ମାସରେ ତଦାସା ସାଇଦର୍ଶିନୀ ବଳଙ୍କୁ ଚିଲିକାର ଏକ ରିସୋର୍ଟରେ ବ୍ୟୋମକେଶ ବିବାହ କରିଥିଲେ । ବିବାହ ଉତ୍ସବରେ ତଦାସାଙ୍କ ପିତାଙ୍କୁ ଦେଖିବାକୁ ମିଳିନଥିଲା ଓ ବିଜେଡି ବିଧାୟକ ସଞ୍ଜିବ ମଲ୍ଲିକ କନ୍ୟାପିତା ଭୂମିକା ତୁଲାଇଥିଲେ ବୋଲି ଚର୍ଚ୍ଚା ହୁଏ । ତଦାସାଙ୍କ ସହ ବ୍ୟୋମକେଶଙ୍କ ସମ୍ପର୍କ ବେଶ୍ ପୁରୁଣା, ଯାହାକୁ ନେଇ ମଧ୍ୟ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଶୁଣିବାକୁ ମିଳିଥିଲା ।
[caption id="attachment_735177" align="aligncenter" width="650"]
ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଓ ତାଙ୍କ ପତ୍ନୀ ଝିଲିକ[/caption]
ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ୨୦୨୦ ମାର୍ଚ୍ଚ ମାସରେ ବଙ୍ଗୀୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟଙ୍କୁ ରାଜସ୍ଥାନରେ ଦ୍ୱିତୀୟ ବିବାହ କରିଥିଲେ । ପ୍ରୀତିରଞ୍ଜନଙ୍କ ଏହି ପ୍ରେମ ବିବାହ ସେତେବେଳେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଓଡ଼ିଆ ଫିଲ୍ମ ଅଭିନେତ୍ରୀ ଝିଲିକଙ୍କୁ ପ୍ରୀତିରଞ୍ଜନଙ୍କ ଦ୍ୱିତୀୟ ବିବାହ ଗଣମାଧ୍ୟମ ପାଇଁ ବି ସରପ୍ରାଇଜ୍ ଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
