Advertisment

କୁହୁକ ଗାଁ, ଯେଉଁଠି ମଣିଷ ଓ ପଶୁପକ୍ଷୀ ସମସ୍ତେ ଅନ୍ଧ!

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ସ୍ଥାନ ଅଛି, ଯାହା ଏବେ ବି ଖୁବ୍‌ ରହସ୍ୟମୟ ଲାଗେ। ଆଜି ଆମେ ଆପଣଙ୍କୁ ଠିକ୍‌ ସେହିଭଳି ଏକ ଗାଁ ବିଷୟରେ କହିବୁ, ଯେଉଁଠି ମଣିଷ ଓ ପଶୁପକ୍ଷୀ ସମସ୍ତେ ଅନ୍ଧ। ପ୍ରକୃତରେ ଏହି ରହସ୍ୟମୟ ଗାଁର ଲୋକେ ଓ ପଶୁପକ୍ଷୀ, କେହି ବି ଜନ୍ମରୁ ଅନ୍ଧ ନଥା’ନ୍ତି। କିନ୍ତୁ ଜନ୍ମର କିଛି ଦିନ ପରେ କୁହୁକ ଶକ୍ତିର ପ୍ରଭାବ ଭଳି ସବୁକିଛି ବଦଳିଯାଏ। ମଣିଷଙ୍କ ସହିତ ସଂପୃକ୍ତ ଅଞ୍ଚଳର ପଶୁପକ୍ଷୀ ମଧ୍ୟ ପାଲଟିଯା’ନ୍ତି।  ଏହି […]

author-image
Abinash Pati
ଅଦ୍ୟତନ ହୋଇଛି
କୁହୁକ ଗାଁ, ଯେଉଁଠି ମଣିଷ ଓ ପଶୁପକ୍ଷୀ ସମସ୍ତେ ଅନ୍ଧ!

liveindia.live

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ସ୍ଥାନ ଅଛି, ଯାହା ଏବେ ବି ଖୁବ୍‌ ରହସ୍ୟମୟ ଲାଗେ। ଆଜି ଆମେ ଆପଣଙ୍କୁ ଠିକ୍‌ ସେହିଭଳି ଏକ ଗାଁ ବିଷୟରେ କହିବୁ, ଯେଉଁଠି ମଣିଷ ଓ ପଶୁପକ୍ଷୀ ସମସ୍ତେ ଅନ୍ଧ।

Advertisment

ପ୍ରକୃତରେ ଏହି ରହସ୍ୟମୟ ଗାଁର ଲୋକେ ଓ ପଶୁପକ୍ଷୀ, କେହି ବି ଜନ୍ମରୁ ଅନ୍ଧ ନଥା'ନ୍ତି। କିନ୍ତୁ ଜନ୍ମର କିଛି ଦିନ ପରେ କୁହୁକ ଶକ୍ତିର ପ୍ରଭାବ ଭଳି ସବୁକିଛି ବଦଳିଯାଏ। ମଣିଷଙ୍କ ସହିତ ସଂପୃକ୍ତ ଅଞ୍ଚଳର ପଶୁପକ୍ଷୀ ମଧ୍ୟ ପାଲଟିଯା'ନ୍ତି। 

ଏହି ରହସ୍ୟମୟ ଗାଁର ନା ହେଉଛି 'ଟିଲଟକ୍‌'। ସଡ଼କ ପାଖକୁ ଲାଗିଥିବା ଏହି ଗାଁରେ 'ଜପ୍‌ଟେକ୍‌' ସମ୍ପ୍ରଦାୟର ପ୍ରାୟ ୩୦୦ ଲୋକ ରୁହନ୍ତି। ଏମାନେ ସମସ୍ତେ ଲୋହିତ ଭାରତୀୟ।

Advertisment

[caption id="attachment_276303" align="alignnone" width="1081"]publive-image photo-m.dailyhunt.in[/caption]

ଗାଁରେ ରହୁଥିବା ମଣିଷଙ୍କଠାରୁ ଆରମ୍ଭ କରି ସେଠାକାର ପଶୁପକ୍ଷୀ, ସମସ୍ତେ ଅନ୍ଧ। ଅନ୍ଧ ହୋଇଥିବା କାରଣରୁ ସେହି ଅଞ୍ଚଳର ପକ୍ଷୀମାନେ ଉଡ଼ିପାରନ୍ତି ନାହିଁ। ଆହାର ଖୋଜିବା ପାଇଁ ଏମାନେ ଉଡ଼ିବାକୁ ଚେଷ୍ଟା କଲେ ମଧ୍ୟ ଗଛରେ ପିଟି ହୋଇ ତଳେ ପଡ଼ିଯା'ନ୍ତି। ସ୍ଥାନୀୟ ଅଞ୍ଚଳର ପଶୁମାନଙ୍କୁ ବି ସମଦଶା ଭୋଗିବାକୁ ପଡ଼ୁଛି।

ଗାଁର ଲୋକମାନେ ରାତିରେ ମଦ ପିଇ ନାଚିବା ପରେ ପଥର ଉପରେ ଶୋଇ ପଡ଼ନ୍ତି। ଏମାନଙ୍କ ପ୍ରମୁଖ ଖାଦ୍ୟ ବିନ୍‌ସ, ବାଜରା ଓ ଲଙ୍କା। ନିଜର ସୁରକ୍ଷା ପାଇଁ ଏମାନେ କାଠରେ ତିଆରି ଅସ୍ତ୍ରଶସ୍ତ୍ର ମଧ୍ୟ ରଖନ୍ତି। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁସାରେ, ସେହି ଅଞ୍ଚଳର 'ଲାବଜୁଏଜା' ନାମକ ଏକ ଗଛ ଦେଖିବାମାତ୍ରେ ସେମାନେ ଅନ୍ଧ ହୋଇଯାଇଛନ୍ତି। କିନ୍ତୁ ବୈଜ୍ଞାନିକଙ୍କ ଗେବେଷଣାରୁ ଜଣାପଡ଼ିଛି ଯେ, ପ୍ରକୃତରେ ଏଭଳି ଅନ୍ଧତ୍ୱ ପାଇଁ କେବଳ ଏକ ବିଷାକ୍ତ ମାଛି ହିଁ ଦାୟୀ।

[caption id="attachment_276304" align="alignnone" width="1051"]publive-image photo-m.dailyhunt.in[/caption]

ଏଭଳି ଅନ୍ଧତ୍ୱର କାରଣ ଖୋଜିବା ପାଇଁ ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ଗବେଷଣା କରିଥିଲେ। ଗବେଷଣାରୁ ସେମାନେ ଜାଣିବାକୁ ପାଇଲେ ଯେ ଗାଁକୁ ଆସୁଥିବା ପର୍ଯ୍ୟଟକମାନେ ଅନ୍ଧ ହେଉନାହାନ୍ତି, ଅଥଚ ଗାଁରେ ଜନ୍ମ ହୋଇ ବଢ଼ିଥିବା ଲୋକେ ଓ ପଶୁ ପକ୍ଷୀମାନେ ଏଭଳି ଅନ୍ଧତ୍ୱର ଶିକାର ହେଉଛନ୍ତି। ତେବେ ଦୀର୍ଘ ଗବେଷଣା ପରେ ବୈଜ୍ଞାନିକମାନେ ସ୍ପଷ୍ଟ ହୋଇଛନ୍ତି ଯେ ଏକ କଳା ରଙ୍ଗର ବିଷାକ୍ତ ମାଛି କାମୁଡ଼ିବା ଯୋଗୁ ସ୍ଥାନୀୟ ଅଞ୍ଚଳର ଲୋକେ ଓ ପଶୁ ପକ୍ଷୀ, ସମସ୍ତେ ଅନ୍ଧ ପାଲଟି ଯାଉଛନ୍ତି।

ଗବେଷଣାରୁ ଜଣାପଡ଼ିଛି, ଏହି ମାଛି ଏତେ ବିଷାକ୍ତ ଯେ ଏହା କାମୁଡ଼ିବା ମାତ୍ରେ ଏହାର ବିଷଯୁକ୍ତ ଜୀବାଣୁ ଶରୀର ଭିତରକୁ ପ୍ରବେଶ କରୁଛନ୍ତି। ଧୀରେ ଧୀରେ ଏହା ଆଖିର ଶିରା ପ୍ରଶିରାକୁ ଅକାମୀ କରି ଦେଉଛି। ଫଳରେ ମଣିଷ ଓ ପଶୁପକ୍ଷୀ ଅନ୍ଧ ହୋଇଯାଉଛନ୍ତି।