Advertisment

ରାଜୀବ ଗାନ୍ଧିଙ୍କୁ ନେଇ ବଲିଉଡ୍‌ ନିର୍ଦ୍ଦେଶକ କଲେ ଖୁଲାସା: କହିଲେ ସେ ମୋତେ ଆଇସ୍‌କ୍ରିମ୍‌ ଖୁଆଇବାକୁ ନେଇ ଯାଉଥିଲେ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ରାଜୀବ ଗାନ୍ଧିଙ୍କର ଆଜି ହେଉଛି ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି , ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବଂ ପାର୍ଟିର ମହାସଚିବ ପ୍ରିୟଙ୍କା ଗାନ୍ଧି ତାଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହ ‘ଅଲିଗଡ଼’ ଏବଂ ‘ସହିଦ’ ଫିଲ୍ମର ନିର୍ଦ୍ଦେଶକ ହଂସଲ ମେହତା ମଧ୍ୟ ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିରେ ଏକ ଟ୍ୱିଟ୍‌ କରିଛନ୍ତି। ଏହି ଟ୍ୱିଟ୍‌ରେ ସେ କିଛି ପୁରୁଣା ସ୍ମୃତି ଶେଆର କରିଛନ୍ତି।  […]

ଅଦ୍ୟତନ ହୋଇଛି
ରାଜୀବ ଗାନ୍ଧିଙ୍କୁ ନେଇ ବଲିଉଡ୍‌ ନିର୍ଦ୍ଦେଶକ କଲେ ଖୁଲାସା: କହିଲେ ସେ ମୋତେ ଆଇସ୍‌କ୍ରିମ୍‌ ଖୁଆଇବାକୁ ନେଇ ଯାଉଥିଲେ

20_08_2018-rajiv-gandhi-c-1_18331031_231130

Advertisment

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ରାଜୀବ ଗାନ୍ଧିଙ୍କର ଆଜି ହେଉଛି ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି , ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବଂ ପାର୍ଟିର ମହାସଚିବ ପ୍ରିୟଙ୍କା ଗାନ୍ଧି ତାଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହ ‘ଅଲିଗଡ଼’ ଏବଂ ‘ସହିଦ’ ଫିଲ୍ମର ନିର୍ଦ୍ଦେଶକ ହଂସଲ ମେହତା ମଧ୍ୟ ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିରେ ଏକ ଟ୍ୱିଟ୍‌ କରିଛନ୍ତି। ଏହି ଟ୍ୱିଟ୍‌ରେ ସେ କିଛି ପୁରୁଣା ସ୍ମୃତି ଶେଆର କରିଛନ୍ତି।  ରାଜୀବ ଗାନ୍ଧି ତାଙ୍କ ବାପାଙ୍କ ସାଙ୍ଗ ହୋଇଥିବାରୁ ଉଭୟ ପରିବାର ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା ସେ ଉଲ୍ଲେଖ କରିଛନ୍ତି।

Advertisment

publive-imageସେ ଲେଖିଛନ୍ତି- ରାଜୀବ ଗାନ୍ଧି ରାଜନେତା ହେବା ପୂର୍ବରୁ ଆମ ପରିବାର ସହ ତାଙ୍କର ଭଲ ସମ୍ପର୍କ ଥିଲା। ସେତେବେଳେ ମୁଁ ସ୍କୁଲ୍‌ରେ ପଢୁଥିଲି ମୋ ବାପା ଆଉ ସେ ଖୁବ୍‌ ଭଲ ବନ୍ଧୁଥିଲେ। ମୁଁ ସବୁ ଫ୍ଲେବରର ଆଇସ୍‌କ୍ରିମ୍‌ ଖାଇବାକୁ ଭଲ ପାଉଥିଲି। ହେଲେ ଅଧିକାଂଶ ସମୟରେ ସେ ମୋତେ ଗୋକୁଲ୍‌ ଆଇସ୍‌କ୍ରିମ୍ ଖାଇବାକୁ ଦେଉଥିଲେ। ମୁଁ ତାଙ୍କ ନିରୀହ ହସକୁ କେବେ ଭୁଲି ପାରିବିନି। ସେ ହସ ରାଜନୀତିରେ କେଉଁଠି ହଜିଯାଇଛି।

https://twitter.com/mehtahansal/status/1130701441704898560

ହଂସଲ ମେହେତାଙ୍କର ଏହି ଟ୍ୱିଟ୍‌ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।

ସୂଚନା ଅନୁଯାୟୀ, ୧୯୯୧ମସିହା ମେ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମ୍ବୁଦୂର ଠାରେ ଏକ ଆତ୍ମଘାତୀ ବିସ୍ଫୋରଣରେ ରାଜୀବ ଗାନ୍ଧିଙ୍କର ମୃତ୍ୟୁ ଘଟିଥିଲା। ଏହି ହାମ୍‌ଲାରେ ଏଲଟିଟିଇ ଆତଙ୍କବାଦୀଙ୍କ ହାତ ଥିବା ଜଣାପଡିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe