Advertisment

ସନ୍ଧାନୀ କୁକୁରଠାରୁ ବେଶୀ ତୀକ୍ଷ୍ମ ବୋଥ୍ରାଙ୍କ ନାକ!

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ସାରା ରାଜ୍ୟକୁ ଦୋହଲାଇ ଦେଇଛି ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ଘଟଣା ଓ ଏହାର ତଦନ୍ତ ପ୍ରକ୍ରିୟା। ଲକଡାଉନ ଭିତରେ ରହସ୍ୟଜନକ ଭାବେ କୁନି ଝିଅର ହତ୍ୟା ଓ କେଇ ଖଣ୍ଡ ହାଡ଼ ମିଳିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଜିଲ୍ଲା ପୁଲିସଠାରୁ ଏସଆଇଟିର ତଦନ୍ତ ପ୍ରକ୍ରିୟା ଏବଂ ସରକାରଙ୍କ ଆଭିମୁଖ୍ୟ ପର୍ଯ୍ୟନ୍ତ ସହଜରେ ଗ୍ରହଣ କରିହେଉ ନାହିଁ। ନୟାଗଡ଼ କୁନି ଝିଅ ହତ୍ୟାକାଣ୍ଡ ପଛରେ ଦୁଷ୍କର୍ମ ଉଦ୍ଦେଶ୍ୟ ଥିବା କହି ସମସ୍ତଙ୍କୁ […]

ଅଦ୍ୟତନ ହୋଇଛି
ସନ୍ଧାନୀ କୁକୁରଠାରୁ ବେଶୀ ତୀକ୍ଷ୍ମ ବୋଥ୍ରାଙ୍କ ନାକ!

PARI TH

Advertisment

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ସାରା ରାଜ୍ୟକୁ ଦୋହଲାଇ ଦେଇଛି ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ଘଟଣା ଓ ଏହାର ତଦନ୍ତ ପ୍ରକ୍ରିୟା। ଲକଡାଉନ ଭିତରେ ରହସ୍ୟଜନକ ଭାବେ କୁନି ଝିଅର ହତ୍ୟା ଓ କେଇ ଖଣ୍ଡ ହାଡ଼ ମିଳିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଜିଲ୍ଲା ପୁଲିସଠାରୁ ଏସଆଇଟିର ତଦନ୍ତ ପ୍ରକ୍ରିୟା ଏବଂ ସରକାରଙ୍କ ଆଭିମୁଖ୍ୟ ପର୍ଯ୍ୟନ୍ତ ସହଜରେ ଗ୍ରହଣ କରିହେଉ ନାହିଁ।

Advertisment

ନୟାଗଡ଼କୁନି ଝିଅ ହତ୍ୟାକାଣ୍ଡ ପଛରେ ଦୁଷ୍କର୍ମ ଉଦ୍ଦେଶ୍ୟ ଥିବା କହି ସମସ୍ତଙ୍କୁ ଚକିତ କରିଦେଇଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ପଚରାଉଚରା ବେଳେ ହିଁ ଯଥେଷ୍ଟ ପ୍ରମାଣ ପାଇବା ପରେ ସରୋଜଙ୍କୁ ଗିରଫ କରାଯାଇଥିବା ଖୋଦ୍ ବୋଥ୍ରା ଗଣମାଧ୍ୟମକୁ କହିଥିଲେ। ତେବେ ବୋଥ୍ରାଙ୍କ ପାଖରେ ସରୋଜଙ୍କୁ ଗିରଫ କରିବା ପୂର୍ବରୁ ସତରେ କ’ଣ ଠୋସ୍ ପ୍ରମାଣ ଥିଲା? ନା ସେ ସରୋଜକୁ ଗିରଫ କରିବା ପରେ ତା’ଠାରୁ ସୂଚନା ଆଦାୟ କରି ପ୍ରମାଣ ସଂଗ୍ରହ କରିବାକୁ କୌଶଳ କରିଛନ୍ତି? ଓଡ଼ିଶାର ଜନସାଧାରଣଙ୍କୁ, ତଦନ୍ତ ପ୍ରକ୍ରିୟାକୁ, କୁନି ଝିଅକୁ ହରାଇଥିବା ବାପା, ମାଆଙ୍କୁ ଭକୁଆ ବନାଉନାହାନ୍ତି ତ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା? ଏଭଳି ସନ୍ଦେହ ଆସିବା ପଛରେ ଖୋଦ ଅରୁଣ ବୋଥ୍ରା ହିଁ ଦାୟୀ ଭଳି ମନେହେଉଛି।

ତେବେ କେଉଁ କାରଣରୁ ଅରୁଣ ବୋଥ୍ରାଙ୍କୁ ସନ୍ଦେହ କରାଯାଉଛି? କଥାରେ ଅଛି, ଲୁଚିଛି ନା ଗୋଡ଼ ଦିଟା ଦିଶୁଛି। ବୋଥ୍ରାଙ୍କୁ ଏସଆଇଟି ମୁଖ୍ୟ କରିବାଠାରୁ ହିଁ ତାଙ୍କ ପ୍ରତି ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ମୋ ସରକାର ପ୍ରତି ତାଙ୍କ ପ୍ରାଣପଣେ ଭୟର ଝଲକ ଭାଇରାଲ ଅଡିଓରୁ ପ୍ରମାଣ ମିଳିଯାଇଥିଲା। ଆଉ ଏବେ ବୋଥ୍ରାଙ୍କ ତାଲିମପ୍ରାପ୍ତ ସନ୍ଧାନୀ କୁକୁରଠୁ ତୀକ୍ଷ୍ମ ଘ୍ରାଣଶକ୍ତି ଏବଂ 'ସମସ୍ତଙ୍କୁ ଖୁସି କରିପାରିବି ନାହିଁ' ବୟାନ ଯେମତି ତାଙ୍କୁ ବିଶ୍ୱାସ କରିବା ଦିଗରେ ବାଧା ସୃଷ୍ଟି କରୁଛି।

Advertisment
  • -  ଜିଲ୍ଲା ପୁଲିସ ଓ ତା'ର ତାଲିମ ପ୍ରାପ୍ତ ସନ୍ଧାନୀ କୁକୁର କେମିତି ଜାଣିପାରିଲା ନାହିଁ ଯାହା ବୋଥ୍ରାଙ୍କ ପ୍ରେସମିଟ୍ ପରେ ଜଣାପଡ଼ିଲା ? ସରୋଜର ଘରକୁ କାହିଁକି ଗଲା ନାହିଁ ପୁଲିସର ବିଶ୍ୱସ୍ତ କୁକୁର ସ୍କ୍ୱାଡ୍ ? ସେ ବି କ’ଣ ବୋଥ୍ରାଙ୍କ ତଦନ୍ତକୁ ଅପେକ୍ଷା କରିଥିଲା ?
  •  ୯ ଦିନ ପର୍ଯ୍ୟନ୍ତ ବୁଲା କୁକୁର, କାଉ, ଚିଲ, ଅନ୍ୟ ପୋକମାଛି କାହାରିକୁ ଗଳିତ ଶବ ଗନ୍ଧାଇଲା ନାହିଁ କେମିତି ?
  •  ନାବାଳିକାର ଶରୀର ଅବଶିଷ୍ଟାଂଶ ଉଦ୍ଧାର କରାଯିବା ପରେ ପୋଷ୍ଟମର୍ଟମ ପାଇଁ ଗଲା, ପରୀକ୍ଷଣ ହେଲା କିନ୍ତୁ ଝିଅର ପୋଷାକ ନଭେମ୍ବର ୨୫ ଯାଏ କାହିଁକି ନୟାଗଡ଼ ଥାନାରେ ଥିଲା? ପୋଷାକ ବୋଥ୍ରାଙ୍କ ତଦନ୍ତକୁ ଅପେକ୍ଷା କରିଥିଲା କି ?
  •  ୫ ମାସ ହେଲାଣି ପୋଷ୍ଟମର୍ଟମ ରିପୋର୍ଟ ବିଷୟରେ କାହାରିକୁ ଜଣାନାହିଁ। ଏବେ ନୂଆ ଫୋରେନ୍ସିକ ରିପୋର୍ଟ ବିଶ୍ୱାସଯୋଗ୍ୟ ତ ?
  •  ଏହା ମୋ ସରକାର ପରିସରଭୁକ୍ତ ନୟାଗଡ଼ ପୁଲିସର ଚରମ ଅବହେଳା ନା ବୋଥ୍ରାଙ୍କ ମୋ ସରକାର ପ୍ରତି ଚରମ ନିଷ୍ଠା ?
  •  ରିମାଣ୍ଡ ବେଳେ ଏପଟେ ରକ୍ତ ଲଗା ଗାମୁଛା ମିଳିଲା, ପୋଲିସ କିମ୍ବା ଏସାଆଇଟି କଣ ସରୋଜ ସେଠୀ ଘର ଖୋଜି ନ ଥିଲା ?
  •  ନବାଳିକା ମାଆ, ବାପାଙ୍କ ଅଭିଯୋଗ କ୍ରମେ ବାବୁଲି ନାୟକକୁ ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ କାହିଁକି?
  •  ଯେହେତୁ ସରୋଜ ଜଣେ ପେସାଦାର ଅପରାଧୀ ନୁହେଁ, ଏଣୁ ଆଉ କେହି ମାଷ୍ଟରମାଇଣ୍ଡ ରହିଛନ୍ତି କି ?
  •  ଯଦି କିଛି ଗୁପ୍ତ ରହସ୍ୟ ନାହିଁ, କାହାରିକୁ ଘଣ୍ଟ ଘୋଡ଼ାଯାଉ ନାହିଁ, ତେବେ ଆଇଆଇସି ରୀତାରାଣୀ ସାହୁ ସସପେଣ୍ଡ ହେଲେ କାହିଁକି ?
  •  କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବିଧାନସଭାରେ ଦେଇଥିବା ବିବୃତି ସତ ନା ବୋଥ୍ରା ପ୍ରେସମିଟରେ ଦେଇଥିବା ତଥ୍ୟ ସତ?
  •  ଅଖା ବସ୍ତା କୁଆଡ଼େ ଗଲା ? ପୋଷାକ ଓ ଅଖାବସ୍ତାର ଫିଙ୍ଗର ଫ୍ରିଣ୍ଟକୁ କାହିଁକି ପରୀକ୍ଷା କରାଗଲା ନାହିଁ।
  • ବୋଥ୍ରାଙ୍କ କହିବାନୁସାରେ, ଯେଉଁ ସରୋଜ ଗୁଗଲରୁ ବୋଥ୍ରାଙ୍କ ସମସ୍ତ ତଥ୍ୟ ବାହାର କରି ରଖିଛି, ପର୍ନ ଦେଖି ଦେଖି ନାବାଳିକାକୁ ତଣ୍ଟି ଚିପି ମାରିଛି, ଶବ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଛି, ନଡ଼ିଆ ବାହୁଙ୍ଗା ସାହାଯ୍ୟରେ ଅଖାରେ ମୃତଦେହକୁ ରଖି ପୋଖରୀ ନିକଟରେ ୯ ଦିନ ପର୍ଯ୍ୟନ୍ତ ଲୁଚାଇ ରଖିପାରିଛି, କାଣ୍ଡ କରିବାପରେ ଭୁଲିଯାଇଥିବା ନାବାଳିକାର ଲେଗିଂନ୍ସକୁ ପୁଣି ପୋଖରୀକୁ ଫିଙ୍ଗି ପାରିଛି, ଘଟଣାର ୫ ମାସ ଭିତରେ ପ୍ରାୟ ୮ ଥର ଜିଲ୍ଲା ପୁଲିସ ଦ୍ୱାରା ଜେରା ହେବା ପରେ ଓ ଏସାଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ କଡ଼ା ପ୍ରଶ୍ନକୁ ସାମ୍ନା କରିବା ପରେ ରକ୍ତ ଲଗା ଗାମୁଛାକୁ ପୋଖରୀକୁ ନ ଫିଙ୍ଗି, ଜାଳି ନ ଦେଇ ଘରେ ଲୁଚାଇକି ରଖିଥିଲା କେମିତି? ବୋଥ୍ରାଙ୍କ ପ୍ରେସମିଟକୁ ଅପେକ୍ଷା କରିଥିଲା କି ?
  • ବୋଥ୍ରା ତରବରିଆ ହୋଇ ପ୍ରେସ୍ ବିବୃତି ରଖିଲେ କାହିଁକି ? ପ୍ରେସମିଟ୍ ପରେ ହିଁ ଅଧରାତିରେ ଲେଗିଂନ୍ସ ମିଳିବା, ପର ଦିନ ରକ୍ତ ଲଗା ଗାମୁଛା ମିଳିବା ସବୁ କଣ କେବଳ ସଂଯୋଗ ମାତ୍ର ?
  • ଅଭିଯୁକ୍ତ ପରିବାର ଲୋକ ତଦନ୍ତରେ ସହଯୋଗ କରୁଥିବା ବେଳେ, ସରୋଜଙ୍କ ଭଉଣୀଙ୍କୁ ବିଶ୍ୱାସ କରୁଥିବା ବୋଥ୍ରା କହିଥିଲେ। ହେଲେ ସିନ୍ ରିକ୍ରିଏଟ୍ ବେଳେ ସେମାନଙ୍କୁ ଘରେ ତାଲା ପକାଇ ରଖାଗଲା କାହିଁକି ?

ଏବେ ତଦନ୍ତ ପ୍ରକ୍ରିୟା ବେଶ୍ ଆଗେଇ ଯାଇଥିବାରୁ ହାଇକୋର୍ଟ ଏସଆଇଟିକୁ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେପଟେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ରିମାଣ୍ଡ ଅବଧି ଶେଷ ହୋଇଛି। ଏହାରି ଭିତରେ ସରୋଜଙ୍କ ଘରୁ ରକ୍ତ ଲାଗିଥିବା ଗାମୁଛା ମିଳିଛି। ସରୋଜକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରାଯାଇଛି। ହେଲେ ବୋଥ୍ରାଙ୍କ ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ଆହୁରି ସନ୍ଦେହ ସୃଷ୍ଟି କରିଛି। ଏବେ ପ୍ରଶ୍ନ ଏସବୁକୁ ନେଇ କୋର୍ଟରେ ସରୋଜକୁ ଦୋଷୀ ପ୍ରମାଣ କରିପାରିବ ତ ଏସଆଇଟି? ସରୋଜ ନାଁରେ ବଡ଼ ବଡ଼ିଆଙ୍କ ଲିଙ୍କରେ ଅନ୍ୟ ଦୋଷୀମାନେ ଖସିଯିବେନି ତ ? ସରୋଜ ଏକା ନା ଆଉ କେହି ବି ଏହା ପଛରେ ରହିଛି ? ତେବେ ଅପରାଧୀ ଯିଏ ବି ହେଉ, ବୋଥ୍ରାଙ୍କ ତଦନ୍ତ ଫଳରେ ସେ ଯଦି ଦୋଷୀ ପ୍ରମାଣିତ ହୋଇ କଠୋର ଦଣ୍ଡ ପାଏ ତେବେ ନିଶ୍ଚୟ ପରୀର ଆତ୍ମା ଶାନ୍ତି ପାଇବ ଓ ରାଜ୍ୟବାସୀ ଖୁସି ହେବେ।

ଅଧିକ ପଢନ୍ତୁ : ପୋଖରୀ ପାଖରେ କ୍ରାଇମ ସିନ୍‌ ରିକ୍ରିଏଟ କଲା ସରୋଜ

OR Special Pari Murder Case SIT Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe