Advertisment

ବୌଦ୍ଧ: ଅଭୟାରଣ୍ୟ ଭିତରେ ଚାଲିଛି ଅବାଧ ଗଛକଟା ଓ ବ୍ଲାଷ୍ଟିଂ

ବୌଦ୍ଧ: ଜଙ୍ଗଲ ବିଭାଗ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଏବଂ ଠିକାଦାର ପ୍ରୀତି ଯୋଗୁଁ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼-କୁଶଙ୍ଗ ରେଞ୍ଜର ରଜାବସାଠାରେ କ୍ଷୁଦ୍ର ଜଳସେଚନ ବିଭାଗର ପ୍ରକଳ୍ପ ନାଁରେ ଅବାଧରେ ଜଙ୍ଗଲ ପଦା କରିବା ସହିତ ବେଆଇନ ବ୍ଲାଷ୍ଟିଂ କରାଯାଉଛି। ଫଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

author-image
Rakesh Mallick
ବୌଦ୍ଧ: ଅଭୟାରଣ୍ୟ ଭିତରେ ଚାଲିଛି ଅବାଧ ଗଛକଟା ଓ ବ୍ଲାଷ୍ଟିଂ

boudh4

ବୌଦ୍ଧ: ଜଙ୍ଗଲ ବିଭାଗ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଏବଂ ଠିକାଦାର ପ୍ରୀତି ଯୋଗୁଁ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼-କୁଶଙ୍ଗ ରେଞ୍ଜର ରଜାବସାଠାରେ କ୍ଷୁଦ୍ର ଜଳସେଚନ ବିଭାଗର ପ୍ରକଳ୍ପ ନାଁରେ ଅବାଧରେ ଜଙ୍ଗଲ ପଦା କରିବା ସହିତ ବେଆଇନ ବ୍ଲାଷ୍ଟିଂ କରାଯାଉଛି। ଫଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

boudh3

ନୟାଗଡ଼-କୁଶଙ୍ଗ ରେଞ୍ଜର ରଜାବସାଠାରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନାଁରେ ଏକର ଏକର ଜମିରୁ ବହୁ ମୂଲ୍ୟବାନ ଗଛ କଟାଯାଇ ବାହାରକୁ ଚାଲାଣ କରି ଦିଆଯାଇଛି। ଗଛ କଟାଯାଇ ବିକ୍ରି କରାଯିବା ଘଟଣାକୁ ୮ ମାସ ବିତି ଗଲାଣି। କିନ୍ତୁ ଏଯାଏଁ  ଏନେଇ ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଜଙ୍ଗଲ କଟା ଯାଇଥିବା ଅଞ୍ଚଳରେ ପ୍ରମାଣ ନଷ୍ଟ କରିବା ପାଇଁ ମାଟି ଖୋଳି ଦିଆଯାଇଛି। ପୁଣି ସେହି ଅଞ୍ଚଳରେ ନିୟମିତ ବ୍ଲାଷ୍ଟିଂ କରାଯାଉଛି। ବ୍ଲାଷ୍ଟିଂ ଯୋଗୁ ଅଭୟାରଣ୍ୟରେ ରହୁଥିବା ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 boudh2

ଗଛ କଟା ହେବାର ୮ ମାସ ପରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ନୟାଗଡ଼ ଡିଏଫଓ ଅଶୁଂପ୍ରଜ୍ଞା ଦାସ ଏହାର ତଦନ୍ତ କରିଛନ୍ତି। ତାଙ୍କ ଏରିଆରେ ଗଛ କଟା ଯାଇଥିବା ସହ ପଥର ପକାଯାଇଥିବା କଥାକୁ ସେ ସ୍ୱୀକାର କରିଛନ୍ତି। ଏହା ସହିତ ଠିକଣା ସମୟରେ ତଦନ୍ତ ହୋଇପାରି ନ ଥିବାରୁ ସେ ଦୁଃଖିତ ବୋଲି କହିଛନ୍ତି।

Advertisment

ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳ ଭିତରେ ବୌଦ୍ଧ ଜିଲ୍ଲାର କୁଶଙ୍ଗ ଓ ତଳଗାଁ ପଂଚାୟତର ୪୦ରୁ ଅଧିକ ଗ୍ରାମ ରହିଛି। ଏହି ଗାଁଗୁଡ଼ିକରେ ପ୍ରାୟ ୧୫ ହଜାର ଆଦିବାସୀ ଲୋକ ବସବାସ କରନ୍ତି। ସେମାନେ ସମସ୍ତେ ଜଙ୍ଗଲରୁ କାଠ, ବାଉଁଶ, କେନ୍ଦୁପତ୍ର ଆଦି ଆଣିଲେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କିନ୍ତୁ ଜଙ୍ଗଲ ପଦା କରି ଦିଆଯିବା ସତ୍ତ୍ୱେ ଓ ପ୍ରତିଦିନ ସେହି ଅଞ୍ଚଳରେ ପଥର ବ୍ଲାଷ୍ଟିଂ କରାଯାଉଥିବା ବେଳେ ବନବିଭାଗ କାହିଁକି ଚୁପ୍ ବସିଛି ବୋଲି ପ୍ରଶ୍ନ କରିଛନ୍ତି କୁଶଙ୍ଗ ଗାଁର ଅବକାଶ ସାହୁ। ଏହି ସମସ୍ୟାର ତୁରନ୍ତ ସମାଧାନ କରା ନଗଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।

boudh1

ସେହିପରି ଅଭୟାରଣ୍ୟ ଭିତରେ ରହୁଥିବା ସାତଖଣ୍ଡ ଗାଁର ନିରଞ୍ଜନ ବେହେରା ଅଭିଯୋଗ କରିଛନ୍ତି ଯେ ମହାନଦୀରୁ ମାଛ ମାରିବା ପାଇଁ ମଧ୍ୟ ସେମାନଙ୍କୁ ମନା କରାଯାଇଛି। କିନ୍ତୁ ରଜାବସାଠାରେ ବେଆଇନ ଭାବେ ଗଛ କାଟି ସେଠାରେ ପଥର ବ୍ଲାଷ୍ଟିଂ କରୁଥିବା ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବନ ବିଭାଗ କାହିଁକି ପଛଘୁଞ୍ଚା ଦେଉଛି?