Advertisment

ବୌଦ୍ଧ: ଗୋପାଳପୁର ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ

ବୌଦ୍ଧ: କଣ୍ଟାମାଳ ବ୍ଲକ୍ ଶୁଣ୍ଡିପଦର ପଞ୍ଚାୟତ ଗୋପାଳପୁର ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ ହୋଇଛି। ଗତ ୩ମାସ ହେବ ଅଙ୍ଗନାୱାଡି କେନ୍ଦ୍ର ଠିକ୍ ରୂପେ ଖୋଲାଯାଉ ନାହିଁ। ଫଳରେ ଗାଁର ୪୦ରୁ ଅଧିକ ଗର୍ଭବତୀ ମହିଳା ଓ ଛୋଟ ଶିଶୁମାନେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ବାରମ୍ବାର ଏ ନେଇ ଜଣାଇଲେ ବି କିଛି ଲାଭ ହେଉ ନ ଥିବା ଅଭିଯୋଗ ହେଉଛି । ଏ ନେଇ ପ୍ରସୂତୀ ମହିଳା ସାବିତ୍ରୀ […]

ଅଦ୍ୟତନ ହୋଇଛି
ବୌଦ୍ଧ: ଗୋପାଳପୁର ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ

boudh

Advertisment

ବୌଦ୍ଧ: କଣ୍ଟାମାଳ ବ୍ଲକ୍ ଶୁଣ୍ଡିପଦର ପଞ୍ଚାୟତ ଗୋପାଳପୁର ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ ହୋଇଛି। ଗତ ୩ମାସ ହେବ ଅଙ୍ଗନାୱାଡି କେନ୍ଦ୍ର ଠିକ୍ ରୂପେ ଖୋଲାଯାଉ ନାହିଁ। ଫଳରେ ଗାଁର ୪୦ରୁ ଅଧିକ ଗର୍ଭବତୀ ମହିଳା ଓ ଛୋଟ ଶିଶୁମାନେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ବାରମ୍ବାର ଏ ନେଇ ଜଣାଇଲେ ବି କିଛି ଲାଭ ହେଉ ନ ଥିବା ଅଭିଯୋଗ ହେଉଛି । ଏ ନେଇ ପ୍ରସୂତୀ ମହିଳା ସାବିତ୍ରୀ ମେଣ୍ଡିଲ କହିଛନ୍ତି ଯେ, ଯେବେ ବି କେନ୍ଦ୍ର ଖୋଲା ଯାଉଛି ଚୁଡା ଓ ଟଙ୍କକିଆ ବିସ୍କୁଟ୍ ପିଲାମାନଙ୍କୁ ଦିଆଯାଉଛି । ସକାଳ ୯ରୁ ୨ ପର୍ଯ୍ୟନ୍ତ କେନ୍ଦ୍ର ଖୋଲା ଯିବା କଥା ହେଲେ ସକାଳ ୧୦ଟା ପରେ କେନ୍ଦ୍ର ବନ୍ଦ କରି ଦିଆଯାଉଛି । ସପ୍ତାହକୁ ୩ଦିନ ଅଣ୍ଡା ଦେବାକୁ ନିୟମ ଥିବା ବେଳେ ପିଲାମାନଙ୍କୁ ଦିଆଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି । ଏହାବ୍ୟତୀତ ଗାଁ କଲ୍ୟାଣ ସମିତିର ଟଙ୍କା ଅଙ୍ଗନାୱାଡି କର୍ମୀ ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି। ଗାଁ କଲ୍ୟାଣ ସମିତିରେ ଥିବା ୧୦ ୧୦ହଜାର ଟଙ୍କାରେ ୨ ହଜାର ଟଙ୍କା ମେମ୍ୱରଙ୍କୁ, ୨ ହଜାର ଆଶକର୍ମୀଙ୍କୁ, କାନ୍ଥରେ ଲେଖାଯିବା ପାଇଁ ୨ ହଜାର, ପାଲା ଗାୟକଙ୍କୁ ୨ହଜାର ଓ ମିଟିଂ କଲେ ୨ ହଜାର ଟଙ୍କା ଖର୍ଚ୍ଚ ହେଉଛି ବୋଲି ଅଙ୍ଗନୱାଡି କର୍ମୀ କହୁଛନ୍ତି। ହେଲେ ଏପରି କିଛି କରାଯାଉ ନ ଥିବା ଗାଁର ସନ୍ତୋଷ କର୍ଣ୍ଣ ଅଭିଯୋଗ କରିଛନ୍ତି।boudhଅନ୍ୟପକ୍ଷେ ଗାଁ ଲୋକେ କରିଥିବା ଅଭିଯୋଗକୁ ଅଙ୍ଗନୱାଡି କର୍ମୀ ସେବତୀ ସେଠୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଛୁଟିରେ ଥିବାରୁ କେନ୍ଦ୍ର ବନ୍ଦ ରହିଥିଲା। ସୁପରଭାଇଜର ଆସି ମଝିରେ ମଝିରେ କେନ୍ଦ୍ର ତଦାରଖ କରି ଯାଉଛନ୍ତି।  ଯେଉଁଦିନ ଚୁଡା, ଲଡୁ ମିଳେନି ସେଦିନ ମୁଗ ଦିଆଯାଉଛି। ବିସ୍କୁଟ୍ ଦିଆଯାଉ ନ ଥିବା କଥାକୁ ସେ ସ୍ୱୀକାର କରିଛନ୍ତି । ଏ ନେଇ ଅତିରିକ୍ତ ଜିଲ୍ଲାପାଳ ସୁମନ ବେହେରାଙ୍କୁ ଯୋଗାଯୋଗ କରିବାରୁ  ସେ କହିଛନ୍ତି,  ଅଙ୍ଗନାୱାଡୀ କର୍ମୀ ଛୁଟିରେ ଅଛନ୍ତି। ସେଠାରେ ହେଲପର୍ କାମ କରିବା କଥା। ସିଡିପିଓଙ୍କ ସହ କଥା ହୋଇଛି ନିକଟବର୍ତ୍ତୀ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଏଠାରେ ଆସି କାମ କରିବା କଥା। ଶୀଘ୍ର ସିଡିପିଓ ଯାଇ ଘଟଣାର ତଦନ୍ତ କରିବେ ବୋଲି ସେ କହିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe