Advertisment

ଦେଢ଼ ବର୍ଷ ଧରି ମଳତ୍ୟାଗ କରିନାହାନ୍ତି ଯୁବକ, ହେଲେ ଦିନକୁ ଖାଆନ୍ତି ୧୮ଟି ରୁଟି

ଭୋପାଳ : ୧୮ ମାସ ଧରି ମଳତ୍ୟାଗ କରିନାହାନ୍ତି ୧୬ ବର୍ଷର ଯୁବକ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଦୈନିକ ୧୮ରୁ ୨୦ ପଟ ରୁଟି ଖାଇଥା’ନ୍ତି। ଏହି ଖବର ପଢ଼ିବା ପରେ ଆପଣ ହୁଏତ ବିଶ୍ୱାସ କରିପାରୁନଥିବେ। ହେଲେ କଥାଟି ସତ। ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି। କୁହାଯାଉଛି ଯୁବକ ଜଣକ କୌଣସି ବଡ଼ ରୋଗର ଶିକାର ହୋଇଛନ୍ତି। ପୁଅର ଏପରି ଅବସ୍ଥା ପାଇଁ ପରିବାର ଲୋକେ ମଧ୍ୟ ଚିନ୍ତାରେ ରହିଛନ୍ତି। […]

author-image
Puspanjali Panda
ଅଦ୍ୟତନ ହୋଇଛି
ଦେଢ଼ ବର୍ଷ ଧରି ମଳତ୍ୟାଗ କରିନାହାନ୍ତି ଯୁବକ, ହେଲେ ଦିନକୁ ଖାଆନ୍ତି ୧୮ଟି ରୁଟି

m11

ଭୋପାଳ : ୧୮ ମାସ ଧରି ମଳତ୍ୟାଗ କରିନାହାନ୍ତି ୧୬ ବର୍ଷର ଯୁବକ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଦୈନିକ ୧୮ରୁ ୨୦ ପଟ ରୁଟି ଖାଇଥା’ନ୍ତି। ଏହି ଖବର ପଢ଼ିବା ପରେ ଆପଣ ହୁଏତ ବିଶ୍ୱାସ କରିପାରୁନଥିବେ। ହେଲେ କଥାଟି ସତ। ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି। କୁହାଯାଉଛି ଯୁବକ ଜଣକ କୌଣସି ବଡ଼ ରୋଗର ଶିକାର ହୋଇଛନ୍ତି। ପୁଅର ଏପରି ଅବସ୍ଥା ପାଇଁ ପରିବାର ଲୋକେ ମଧ୍ୟ ଚିନ୍ତାରେ ରହିଛନ୍ତି।

Advertisment

ଏହି ୧୬ ବର୍ଷର ଯୁବକ ଜଣକ ହେଉଛନ୍ତି ଆଶିଷ ଚାନ୍ଦିଲ। ଆଶିଷଙ୍କ ପିତା ମନୋଜ ଚାନ୍ଦିଲ ଜଣେ ଦିନ ମଜୁରିଆ ହୋଇଥିବାରୁ ପୁଅର ଚିକିତ୍ସା କରାଇପାରୁନାହାନ୍ତି। ଆଶିଷ ୧୮ ମାସ ଧରି ମଳତ୍ୟାଗ କରିନାହାନ୍ତି। ଏହାର କାରଣ ଜାଣିବା ପାଇଁ ପରିବାର ଲୋକେ ଡ଼ାକ୍ତରଙ୍କ ପରାମର୍ଶ ମଧ୍ୟ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ରୋଗର କାରଣ ଜଣାପଡ଼ିନାହିଁ।

publive-image

ଆଶିଷ ଦିନକୁ ୧୮ରୁ ୨୦ ପଟ ରୁଟି ସହିତ ଭଜା ଓ ତରକାରୀ ଖାଉଥିଲେ ମଧ୍ୟ ତାଙ୍କ ପେଟରେ କୌଣସି ସମସ୍ୟା ହେଉନାହିଁ। ସାଧାରଣ ପିଲାଙ୍କ ସେ ମଧ୍ୟ ଜୀବନଯାପନ କରୁଛନ୍ତି।

Advertisment

ଡାକ୍ତରଙ୍କ କହିବା ଅନୁସାରେ ସମସ୍ତ ପ୍ରକାର ପରୀକ୍ଷା କରିବା ପରେ ହିଁ ଏହି ଅଜଣା ରୋଗର କାରଣ ସ୍ପଷ୍ଟ ହୋଇପାରିବ।