Advertisment

ପ୍ରେମିକା ପାଇଁ ଜାଳୁଥିଲେ ମହମବତୀ, ଜଳିଗଲା ଘର

ନୂଆଦିଲ୍ଲୀ : ମନର କଥାକୁ ପ୍ରେମିକା ସାମ୍ନାରେ ପରିପ୍ରକାଶ କରିବା ବା ପ୍ରେମ ନିବେଦନ କରିବା ଏକ କଳା। ନିଜ ମନର ମାନସୀକୁ ସମସ୍ତେ ମନର କଥା ଖୋଲି କହିପାରନ୍ତି ନାହିଁ। ଏହାର ଉପାୟ ପାଇବା ପାଇଁ କିଛି ପ୍ରେମୀଯୁଗଳ ଇଣ୍ଟରନେଟ୍‌ କିମ୍ୱା ସାଙ୍ଗସାଥୀଙ୍କର ସାହାଯ୍ୟ ନେଇଥା’ନ୍ତି। ଆଉ କିଛି ଏଥିପାଇଁ କିଛି ନିଆରା ରାସ୍ତା ବାଛିଥା’ନ୍ତି। ତେବେ ବେଳେବେଳେ ଏହି ନିଆରା ଉପାୟ ବା ଭିନ୍ନ ରାସ୍ତା ଅଘଟଣକୁ ଡ଼ାକି ଆଣିଥାଏ। ଯାହାର ଏକ ସଦ୍ୟ […]

ଜନ୍ମ ଦିନରେ ନିୟତି ରଚିଲା ଷଡ଼ଯନ୍ତ୍ର: ସରିଗଲା ନିଷ୍ପାପ ଶିଶୁର ଖେଳ   

candle

Advertisment

ନୂଆଦିଲ୍ଲୀ : ମନର କଥାକୁ ପ୍ରେମିକା ସାମ୍ନାରେ ପରିପ୍ରକାଶ କରିବା ବା ପ୍ରେମ ନିବେଦନ କରିବା ଏକ କଳା। ନିଜ ମନର ମାନସୀକୁ ସମସ୍ତେ ମନର କଥା ଖୋଲି କହିପାରନ୍ତି ନାହିଁ। ଏହାର ଉପାୟ ପାଇବା ପାଇଁ କିଛି ପ୍ରେମୀଯୁଗଳ ଇଣ୍ଟରନେଟ୍‌ କିମ୍ୱା ସାଙ୍ଗସାଥୀଙ୍କର ସାହାଯ୍ୟ ନେଇଥା’ନ୍ତି। ଆଉ କିଛି ଏଥିପାଇଁ କିଛି ନିଆରା ରାସ୍ତା ବାଛିଥା’ନ୍ତି। ତେବେ ବେଳେବେଳେ ଏହି ନିଆରା ଉପାୟ ବା ଭିନ୍ନ ରାସ୍ତା ଅଘଟଣକୁ ଡ଼ାକି ଆଣିଥାଏ। ଯାହାର ଏକ ସଦ୍ୟ ଉଦାହରଣ ଲଣ୍ଡନରେ ଦେଖିବାକୁ ମିଳିଛି।

Advertisment

ପ୍ରେମିକାକୁ ପ୍ରପୋଜ କରିବ ପାଇଁ ଲଣ୍ଡନରେ ଜଣେ ପ୍ରେମିକ ତାଙ୍କ ଘରେ ୧୦୦ଟି ଛୋଟ ମହମବତୀ ଲଗାଇଥିଲେ। ଯେଉଁ ମହମବତୀରୁ ନିଆଁ ଲାଗି ତାଙ୍କ ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଆଜ୍ଞା ହିଁ, ଶୁଣିବାକୁ ହସ ଲାଗୁଥିଲେ ମଧ୍ୟ କଥାଟି ସତ। ଘଟଣାଟି ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ସାଉଥ୍‌ ୟୋର୍ତସାୟର୍‌ ଫାୟାର୍‌ ଆଣ୍ଡ ସର୍ଭିସ୍‌ ପକ୍ଷରୁ ଟ୍ୱିଟରେ ଏହି ସୂଚନା ଦିଆଯାଇଛି। ଜଳି ଯାଇଥିବା ଘରର ଫଟୋକୁ ଶେଆର୍‌ କରି ଲେଖାଯାଇଛି, ‘ ଭଲ କରି ଦେଖନ୍ତୁ। ଏଥିରେ ଆପଣଙ୍କୁ କ’ଣ ଦେଖାଯାଉଛି। ଏଥିରେ ୧୦୦ଟି ଛୋଟ କ୍ୟାଣ୍ଡେଲ୍‌ ରହିଛି। ଜାଣିବାକୁ ଚାହୁଁଛନ୍ତି କି ଏଠାରେ କ’ଣ ହୋଇଥିଲା ? ପ୍ରେମିକାକୁ ରୋମାଣ୍ଟିକ ଢ଼ଙ୍ଗରେ ପ୍ରପୋଜ କରିବା ପାଇଁ ଜଣେ ପ୍ରେମିକ ତାଙ୍କ ଘରେ ଏହି କ୍ୟାଣ୍ଡେଲ ସବୁ ଲଗାଇଥିଲେ। କିନ୍ତୁ ଯୋଜନା ଅନୁସାରେ କାମ ହେଲା ନାହିଁ। କ୍ୟାଣ୍ଡେଲର ବ୍ୟବହାର କିପରି କରିବା ଉଚିତ। ଏହି ଘଟଣାରୁ ସମସ୍ତେ କିଛି ଶିଖିବା ଆବଶ୍ୟକ।

publive-image

ସୂଚନା ଅନୁସାରେ ସୋମବାର ଲଣ୍ଡନର Abbeydale Roadରେ ଏହି ଘଟଣା ଘଟିଛି। ପ୍ରେମିକ ଜଣକ ଘରେ ମହମବତୀ ଲଗାଇ ପ୍ରେମିକାଙ୍କୁ ଆଣିବା ପାଇଁ ବାହାରକୁ ଚାଲିଯାଇଥିଲେ। ହେଲେ ଘରକୁ ଫେରିବା ପରେ ପ୍ରେମିକପ୍ରେମିକା ଘର ଜଳୁଥିବା ଦେଖିବାକୁ ପାଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କେହି ବି ଆହତ ହୋଇନାହାନ୍ତି। ତେବେ ଏହିସବୁ ଘଟଣା ପରେ ପ୍ରେମିକା ଜଣକ ପ୍ରେମିକଙ୍କୁ ବିବାହ କରିବାକୁ ରାଜି ହୋଇଯାଇଛନ୍ତି ବୋଲି ଶୁଣିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe