ବ୍ରହ୍ମପୁର: ପୁଣି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ତାମ୍ପରା ହ୍ରଦ, ବିକାଶ ଲାଗି ସରକାର ନେଲେ ପଦକ୍ଷେପ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ତାମ୍ପରା ହ୍ରଦ ପୁଣି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ପୁଣି ଏଠାରେ ପର୍ଯ୍ୟଟକ ବୋଟିଂର ମଜ୍ଜା ଉଠାଇବେ । ଏଥିପାଇଁ ସରକାର ପଦକ୍ଷେପ ହାତକୁ ନେଇଛନ୍ତି । ଫାଇଲିନରେ ନିଜର ସୌନ୍ଦର୍ଯ୍ୟ ହରାଇଥିବା ଏହି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ୧ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଶୁଭ ଦେବା ସହ ଆଗାମୀ ଦିନରେ ହ୍ରଦର […]

b3

b3

Rakesh Mallick
  • Published: Friday, 18 September 2015
  • Updated: 18 September 2015, 01:32 PM IST

Sports

Latest News

b3ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ତାମ୍ପରା ହ୍ରଦ ପୁଣି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ପୁଣି ଏଠାରେ ପର୍ଯ୍ୟଟକ ବୋଟିଂର ମଜ୍ଜା ଉଠାଇବେ । ଏଥିପାଇଁ ସରକାର ପଦକ୍ଷେପ ହାତକୁ ନେଇଛନ୍ତି । ଫାଇଲିନରେ ନିଜର ସୌନ୍ଦର୍ଯ୍ୟ ହରାଇଥିବା ଏହି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ୧ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଶୁଭ ଦେବା ସହ ଆଗାମୀ ଦିନରେ ହ୍ରଦର ବିକାଶ ପାଇଁ ଅଧିକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଏହାର ବିକାଶ କରାଯିବ । ଟେଣ୍ଡର୍ ଭରିବାର ୯ମାସ ମଧ୍ୟରେ ଜେଟି, ଟୟଲେଟ୍, ବିଶ୍ରାମାଗାର, ଲବି ଓ ଡାଇନିଙ୍ଗ୍ ହଲ୍ ଆଦି ନିର୍ମାଣ କରାଯିବ ଓ ପରବର୍ତ୍ତି ସମୟରେ ବୋଟିଂ ବ୍ୟବସ୍ଥାକୁ ଚାଲୁ କରାଯିବ ବୋଲି ନିଗମ ନିର୍ବାହୀ ଯନ୍ତ୍ରୀ ପି.କେ. ପଣ୍ଡା ସୂଚନା ଦେଇଛନ୍ତି।b2

ଗଞ୍ଜ।ମ ଜିଲ୍ଲା ଛତ୍ରପୁର ନିକଟରେ ଥିବା ୧୮ କି.ମି. ଲମ୍ୱ ଓ ଅଢେଇ କି.ମି. ଓସାରର ଏହି ମଧୁର ଜଳ ହ୍ରଦ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଏହା ଏମିତି ଏକ ପର୍ଯ୍ୟଟନ ସ୍ଥଳ ଯେଉଁଠିକୁ ଆସୁଥିବା ପର୍ଯ୍ୟଟକ ବାରମ୍ବାର ଆସିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଜିଲ୍ଲାର ୨୨ଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଏହା ଅନ୍ୟତମ । ୨୦୦୬ରୁ ଏହା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି । ହ୍ରଦରେ ଥିବା ବୋଟ୍ କ୍ଲବର ଚାହିଦାକୁ ଦୃଷ୍ଟିରେ ରଖି ସରକାର ଏହାର ବିକାଶ ଲାଗି ପଦକ୍ଷେପ ନେଇଥିଲେ ।b1

ବ୍ରହ୍ମପୁର-ଭୁବନେଶ୍ୱର ୫ ନମ୍ୱର ଜାତୀୟ ରାଜପଥରେ ଯିବା ବେଳେ ଡାହାଣ ପଟେ ଛତ୍ରପୁର ନିକଟ ପଡେ ତାମ୍ପରା ବୋଟ୍ କ୍ଲବ । ଜାତୀୟ ରାଜପଥରୁ ଡ଼ାହାଣ ପଟେ କାଜୁ ଜଙ୍ଗଲ ଦେଇ ୧୦୦ ମିଟର ଭିତରକୁ ଯିବା ପରେ ଦୃଷ୍ଟିଗୋଚର ହୋଇଥାଏ ଏହି ହ୍ରଦ । ହ୍ରଦର କଡେ କଡେ ରହିଛି କିଆ ଜଙ୍ଗଲ । ହ୍ରଦ ଆରପଟେ ରହିଛି ବିଶାଳ ଝାଉଁ ବଣ । ଝାଉଁ ବଣ ଅତିକ୍ରମ କରିବା ପରେ ଆପଣ ଦେଖି ପାରିବେ ବଙ୍ଗପୋସାଗର ନୀଳ ଜଳରାଶି । ସବୁଜିମାରେ ଭରପୁର ଏହି ସ୍ଥଳିଟି ଜଳବାୟୁ ଦୃଷ୍ଟିକୋଣରୁ ବି ବେଶ୍ ଭଲ। ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସେଠାରେ ଏକ ବୋଟ୍ କ୍ଲବ ଖୋଲା ଯାଇଥିଲା । ୮ଟି ପେଡେ଼ଲ୍ ବୋଟ୍ ଓ ଦୁଇଟି ୱାଟର ସ୍କୁଟରକୁ ନେଇ ଆରମ୍ଭ ହୋଇଥିଲା ବୋଟ୍ କ୍ଲବ। ଏହାପରେ ଏଠାରେ ପର୍ଯ୍ୟଟକଙ୍କ ଆଗମନ ବଢିଥିଲା । ବୋଟ୍ କ୍ଲବରେ କେବଳ ଯେ ପର୍ଯ୍ୟଟକମାନେ ବୋଟିଂର ମଜ୍ଜା ଉଠାଉଥିଲେ ତାହା ନୁହଁ । ନିକଟରେ ଥିବା ଆର୍ମି ଏଡ଼ି କଲେଜର ଅଧିକାରୀମାନେ ବି ଏଠାକୁ ତାଲିମ୍ ପାଇଁ ଆସୁଛନ୍ତି । ସେମାନଙ୍କୁ ବୋଟିଂ ସହ ଉଇଣ୍ଡ ରସଫେସ ଓ ହୁଲଲର ଚାଳନା ସମ୍ପର୍କରେ ଏଠାରେ ବିଭିନ୍ନ ସମୟରେ ସାମୟିକ ତାଲିମ୍ ପ୍ରଦାନ କରାଯାଇଥାଏ ।b

ତେବେ ଫ।ଇଲିନରେ ସବୁ କିଛି ଭାଙ୍ଗି ରୁଜି ଗଲା। ଏଣୁ ପୁଣି ଥରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହାର ପର୍ଯ୍ୟଟନ ମନ୍ତ୍ରୀ ଶୁଭଦେଇ ଆଗାମୀ ଦିନରେ ସର୍ପିଂ, ରୋଇଂ ପରି ଅନେକ ଜଳକ୍ରୀଡ଼ା ନିମନ୍ତେ ଯୋଜନା କରାଯିବ ବୋଲି କହିଛନ୍ତି । ସେପଟେ ତାମ୍ପରା ମହୋତ୍ସବ ପାଇଁ ଅନୁମତି ମିଳି ସାରିଛି । ଶୀଘ୍ର ଏହା ଏକ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ହେବା ସହ ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ଥିତିରେ ଅଗ୍ରଗତି ଘଟିବ ବୋଲି ଛତ୍ରପୁର ବିଧାୟକ ଡ. ପ୍ରିୟାଂଶୁ ପ୍ରଧାନ ଏବଂ ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି । ଏହାର ବିକାଶ ପାଇଁ ସରକାର ପୁଣି ଥରେ ଉଦ୍ୟମ ଆରମ୍ଭ କରିଥିବାରୁ ଶୀଘ୍ର ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହୋଇ ପାରିବ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗିବ ବୋଲି ଜିଲ୍ଲା ହୋଟେଲ୍ ସଂଘ ସଭାପତି ଉମାଶଙ୍କର ପାଣିଗ୍ରାହୀ ଆଶା ପ୍ରକଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story