ବ୍ରହ୍ମପୁର: ପୁଣି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ତାମ୍ପରା ହ୍ରଦ, ବିକାଶ ଲାଗି ସରକାର ନେଲେ ପଦକ୍ଷେପ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ତାମ୍ପରା ହ୍ରଦ ପୁଣି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ପୁଣି ଏଠାରେ ପର୍ଯ୍ୟଟକ ବୋଟିଂର ମଜ୍ଜା ଉଠାଇବେ । ଏଥିପାଇଁ ସରକାର ପଦକ୍ଷେପ ହାତକୁ ନେଇଛନ୍ତି । ଫାଇଲିନରେ ନିଜର ସୌନ୍ଦର୍ଯ୍ୟ ହରାଇଥିବା ଏହି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ୧ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଶୁଭ ଦେବା ସହ ଆଗାମୀ ଦିନରେ ହ୍ରଦର […]

b3

Rakesh Mallick
  • Published: Friday, 18 September 2015
  • , Updated: 18 September 2015, 01:32 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ତାମ୍ପରା ହ୍ରଦ ପୁଣି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ପୁଣି ଏଠାରେ ପର୍ଯ୍ୟଟକ ବୋଟିଂର ମଜ୍ଜା ଉଠାଇବେ । ଏଥିପାଇଁ ସରକାର ପଦକ୍ଷେପ ହାତକୁ ନେଇଛନ୍ତି । ଫାଇଲିନରେ ନିଜର ସୌନ୍ଦର୍ଯ୍ୟ ହରାଇଥିବା ଏହି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ୧ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହାର ଶୁଭ ଦେବା ସହ ଆଗାମୀ ଦିନରେ ହ୍ରଦର ବିକାଶ ପାଇଁ ଅଧିକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଏହାର ବିକାଶ କରାଯିବ । ଟେଣ୍ଡର୍ ଭରିବାର ୯ମାସ ମଧ୍ୟରେ ଜେଟି, ଟୟଲେଟ୍, ବିଶ୍ରାମାଗାର, ଲବି ଓ ଡାଇନିଙ୍ଗ୍ ହଲ୍ ଆଦି ନିର୍ମାଣ କରାଯିବ ଓ ପରବର୍ତ୍ତି ସମୟରେ ବୋଟିଂ ବ୍ୟବସ୍ଥାକୁ ଚାଲୁ କରାଯିବ ବୋଲି ନିଗମ ନିର୍ବାହୀ ଯନ୍ତ୍ରୀ ପି.କେ. ପଣ୍ଡା ସୂଚନା ଦେଇଛନ୍ତି।

ଗଞ୍ଜ।ମ ଜିଲ୍ଲା ଛତ୍ରପୁର ନିକଟରେ ଥିବା ୧୮ କି.ମି. ଲମ୍ୱ ଓ ଅଢେଇ କି.ମି. ଓସାରର ଏହି ମଧୁର ଜଳ ହ୍ରଦ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଏହା ଏମିତି ଏକ ପର୍ଯ୍ୟଟନ ସ୍ଥଳ ଯେଉଁଠିକୁ ଆସୁଥିବା ପର୍ଯ୍ୟଟକ ବାରମ୍ବାର ଆସିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଜିଲ୍ଲାର ୨୨ଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଏହା ଅନ୍ୟତମ । ୨୦୦୬ରୁ ଏହା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି । ହ୍ରଦରେ ଥିବା ବୋଟ୍ କ୍ଲବର ଚାହିଦାକୁ ଦୃଷ୍ଟିରେ ରଖି ସରକାର ଏହାର ବିକାଶ ଲାଗି ପଦକ୍ଷେପ ନେଇଥିଲେ ।

ବ୍ରହ୍ମପୁର-ଭୁବନେଶ୍ୱର ୫ ନମ୍ୱର ଜାତୀୟ ରାଜପଥରେ ଯିବା ବେଳେ ଡାହାଣ ପଟେ ଛତ୍ରପୁର ନିକଟ ପଡେ ତାମ୍ପରା ବୋଟ୍ କ୍ଲବ । ଜାତୀୟ ରାଜପଥରୁ ଡ଼ାହାଣ ପଟେ କାଜୁ ଜଙ୍ଗଲ ଦେଇ ୧୦୦ ମିଟର ଭିତରକୁ ଯିବା ପରେ ଦୃଷ୍ଟିଗୋଚର ହୋଇଥାଏ ଏହି ହ୍ରଦ । ହ୍ରଦର କଡେ କଡେ ରହିଛି କିଆ ଜଙ୍ଗଲ । ହ୍ରଦ ଆରପଟେ ରହିଛି ବିଶାଳ ଝାଉଁ ବଣ । ଝାଉଁ ବଣ ଅତିକ୍ରମ କରିବା ପରେ ଆପଣ ଦେଖି ପାରିବେ ବଙ୍ଗପୋସାଗର ନୀଳ ଜଳରାଶି । ସବୁଜିମାରେ ଭରପୁର ଏହି ସ୍ଥଳିଟି ଜଳବାୟୁ ଦୃଷ୍ଟିକୋଣରୁ ବି ବେଶ୍ ଭଲ। ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସେଠାରେ ଏକ ବୋଟ୍ କ୍ଲବ ଖୋଲା ଯାଇଥିଲା । ୮ଟି ପେଡେ଼ଲ୍ ବୋଟ୍ ଓ ଦୁଇଟି ୱାଟର ସ୍କୁଟରକୁ ନେଇ ଆରମ୍ଭ ହୋଇଥିଲା ବୋଟ୍ କ୍ଲବ। ଏହାପରେ ଏଠାରେ ପର୍ଯ୍ୟଟକଙ୍କ ଆଗମନ ବଢିଥିଲା । ବୋଟ୍ କ୍ଲବରେ କେବଳ ଯେ ପର୍ଯ୍ୟଟକମାନେ ବୋଟିଂର ମଜ୍ଜା ଉଠାଉଥିଲେ ତାହା ନୁହଁ । ନିକଟରେ ଥିବା ଆର୍ମି ଏଡ଼ି କଲେଜର ଅଧିକାରୀମାନେ ବି ଏଠାକୁ ତାଲିମ୍ ପାଇଁ ଆସୁଛନ୍ତି । ସେମାନଙ୍କୁ ବୋଟିଂ ସହ ଉଇଣ୍ଡ ରସଫେସ ଓ ହୁଲଲର ଚାଳନା ସମ୍ପର୍କରେ ଏଠାରେ ବିଭିନ୍ନ ସମୟରେ ସାମୟିକ ତାଲିମ୍ ପ୍ରଦାନ କରାଯାଇଥାଏ ।

ତେବେ ଫ।ଇଲିନରେ ସବୁ କିଛି ଭାଙ୍ଗି ରୁଜି ଗଲା। ଏଣୁ ପୁଣି ଥରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହାର ପର୍ଯ୍ୟଟନ ମନ୍ତ୍ରୀ ଶୁଭଦେଇ ଆଗାମୀ ଦିନରେ ସର୍ପିଂ, ରୋଇଂ ପରି ଅନେକ ଜଳକ୍ରୀଡ଼ା ନିମନ୍ତେ ଯୋଜନା କରାଯିବ ବୋଲି କହିଛନ୍ତି । ସେପଟେ ତାମ୍ପରା ମହୋତ୍ସବ ପାଇଁ ଅନୁମତି ମିଳି ସାରିଛି । ଶୀଘ୍ର ଏହା ଏକ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ହେବା ସହ ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ଥିତିରେ ଅଗ୍ରଗତି ଘଟିବ ବୋଲି ଛତ୍ରପୁର ବିଧାୟକ ଡ. ପ୍ରିୟାଂଶୁ ପ୍ରଧାନ ଏବଂ ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି । ଏହାର ବିକାଶ ପାଇଁ ସରକାର ପୁଣି ଥରେ ଉଦ୍ୟମ ଆରମ୍ଭ କରିଥିବାରୁ ଶୀଘ୍ର ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହୋଇ ପାରିବ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗିବ ବୋଲି ଜିଲ୍ଲା ହୋଟେଲ୍ ସଂଘ ସଭାପତି ଉମାଶଙ୍କର ପାଣିଗ୍ରାହୀ ଆଶା ପ୍ରକଟ କରିଛନ୍ତି।

Related story