Advertisment

କେମିତି ତିଆରି ହୁଏ ‘ନଡ଼ିଆ ପୁର ଦିଆ ବାଇଗଣ ଭଜା’

ଏବେ ସବୁ କ୍ଷେତ୍ରରେ ଦେଶୀ ଜିନିଷର ଆଦର ସର୍ବାଧିକ। ଖାଦ୍ୟ ଦୁନିଆରେ ତ ଏହି ଭାବଧାରା ବହୁ ଆଗରୁ ରହିଛି। ଯୁଗ ଯୁଗ ଧରି ଦେଶୀ ଖାଦ୍ୟର ବହୁ ପ୍ରଶଂସକ ରହି ଆସିଛନ୍ତି। ଏବେ ମଧ୍ୟ ଅତ୍ୟାଧୁନିକ ହୋଟେଲ ଓ ରେଷ୍ଟୁରାଣ୍ଟରେ ଦେଶୀ ଖାଦ୍ୟ ଟିକେ ଖାଇବା ପାଇଁ ଆଧୁନିକ ମଣିଷଙ୍କ ପାଟିରୁ ଲାଳ ବାହାରେ। ଏଥର ଓଡ଼ିଶା ରିପୋର୍ଟରର ଖାଦ୍ୟ ବିଭାଗରେ ଏକ ଓଡ଼ିଆ ଦେଶୀ ବ୍ୟଞ୍ଜନକୁ ନିଆରା ଢଙ୍ଗରେ ପ୍ରସ୍ତୁତ କରିଛନ୍ତି ସୁଦୂର କାନାଡ଼ାରେ […]

ଅଦ୍ୟତନ ହୋଇଛି
କେମିତି ତିଆରି ହୁଏ ‘ନଡ଼ିଆ ପୁର ଦିଆ ବାଇଗଣ ଭଜା’
Advertisment

ଏବେ ସବୁ କ୍ଷେତ୍ରରେ ଦେଶୀ ଜିନିଷର ଆଦର ସର୍ବାଧିକ। ଖାଦ୍ୟ ଦୁନିଆରେ ତ ଏହି ଭାବଧାରା ବହୁ ଆଗରୁ ରହିଛି। ଯୁଗ ଯୁଗ ଧରି ଦେଶୀ ଖାଦ୍ୟର ବହୁ ପ୍ରଶଂସକ ରହି ଆସିଛନ୍ତି। ଏବେ ମଧ୍ୟ ଅତ୍ୟାଧୁନିକ ହୋଟେଲ ଓ ରେଷ୍ଟୁରାଣ୍ଟରେ ଦେଶୀ ଖାଦ୍ୟ ଟିକେ ଖାଇବା ପାଇଁ ଆଧୁନିକ ମଣିଷଙ୍କ ପାଟିରୁ ଲାଳ ବାହାରେ। ଏଥର ଓଡ଼ିଶା ରିପୋର୍ଟରର ଖାଦ୍ୟ ବିଭାଗରେ ଏକ ଓଡ଼ିଆ ଦେଶୀ ବ୍ୟଞ୍ଜନକୁ ନିଆରା ଢଙ୍ଗରେ ପ୍ରସ୍ତୁତ କରିଛନ୍ତି ସୁଦୂର କାନାଡ଼ାରେ ରହୁଥିବା ପ୍ରଶାନ୍ତ ଭୂୟାଁ।

Advertisment

ଆବଶ୍ୟକ ଉପାଦାନ: ବାଇଗଣ, ଆଚାର ମସାଲା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ମରିଚ ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଗୁଡ଼, କୋରା ନଡ଼ିଆ, ଜୀରା, ସୋରିଷ, ପାନମଧୁରୀ, ଶୁଖିଲା ଲଙ୍କା, ଭୁର୍ସୁଙ୍ଗା ପତ୍ର, ପିଆଜ, ଅଦା, ରସୁଣ, ସୋରିଷ ତେଲ।

ବ୍ୟଞ୍ଜନ ପ୍ରସ୍ତୁତି ପ୍ରକ୍ରିୟା

୧ମ ପର୍ଯ୍ୟାୟ: ଆଚାର ମସାଲା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ମରିଚ ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ତେଲ, ଗୁଡ଼, କୋରା ନଡ଼ିଆ ପ୍ରଭୃତିଙ୍କୁ ଭଲ ରୂପେ ହାତରେ ମକୁଚି ମିଶାଇ ରଖନ୍ତୁ।

Advertisment

୨ୟ ପର୍ଯ୍ୟାୟ: ପାପୁଲିଏ ଲମ୍ବାର ମଞ୍ଜିହୀନ ଅଥବା ଅଳ୍ପ ମଞ୍ଜି ଥିବା ବାଇଗଣକୁ ଭଲ ଭାବେ ଧୋଇ ଲମ୍ବା ଭାବରେ ଚାରିଫାଳ କରି ଡେମ୍ଫସହ ଲାଗି ରହିବା ଭଳି କାଟି ନିଅନ୍ତୁ। ସେଇ କଟାଫାଳ ମଝିରେ ମସଲା ପାଗକୁ ଭଲ ଭାବେ ଘଷି ରଖନ୍ତୁ। କିଛି ସମୟ ତାକୁ ପତଳା କନାଟିଏ ଘୋଡ଼ାଇ ଗୋଟିଏ ଶୀତଳ ସ୍ଥାନରେ ରଖି ଦିଅନ୍ତୁ।

୩ୟ ପର୍ଯ୍ୟାୟ: କଡ଼ାଇରେ ତେଲକୁ ଗରମ କରନ୍ତୁ। ତା’ପରେ ସେଇଥିରେ ଜୀରା, ସୋରିଷ, ପାନମଧୁରୀ, ଶୁଖିଲା ଲଙ୍କା, ଭୁର୍ସୁଙ୍ଗା ପତ୍ର, ପିଆଜ, ଟିପେ ଲମ୍ବାର ସରୁ କଟା ଅଦା, ଥରୁଟିଏ ଛେଚା ହୋଇଥିବା ରସୁଣ କୋଳ ପ୍ରଭୃତି କ୍ରମାନ୍ୱୟରେ ପକାଇ ଭାଜନ୍ତୁ। ଏଇ ସବୁ ଭଲରୂପେ ଭାଜି ହୋଇ ସେମାନଙ୍କର ମୌଳିକ ସୁବାସ ଚହଟିଲା ପରେ ତାକୁ ପିଠା ପାତିଆରେ ଭଲରୂପେ ଘାଣ୍ଟି ଦିଅନ୍ତୁ। ପରେ ବାଇଗଣକୁ ଡେମ୍ଫ ଧରି କଡ଼ାଇରେ ଶୁଆଇ ଦିଅନ୍ତୁ। ପ୍ରତି ଦୁଇ-ତିନି ମିନିଟ୍‌ରେ ତାକୁ ଏକଡ଼ ସେକଡ଼ କରି ଓଲଟାଇ ଚାଲନ୍ତୁ। ବାଇଗଣ ସବୁ ଭଲ ରୂପେ ସିଝିଗଲେ; ଜାଳ ସବୁ ବନ୍ଦ କରି ତାକୁ କଡ଼େଇରେ କିଛି ସମୟ ନଘୋଡ଼ାଇ ରହିବାକୁ ଦିଅନ୍ତୁ। ବ୍ୟଞ୍ଜନକୁ ଗରମ ଗରମ ପରଷି ଦିଅନ୍ତୁ। ଯଦି ବିଳମ୍ବରେ ଖାଇବାର ଅଭିପ୍ରାୟ ଥାଏ ତେବେ କଡ଼େଇକୁ ଅଳ୍ପ ଖୋଲାରଖି ଘୋଡ଼ାଇ ଦିଅନ୍ତୁ।

ଅନ୍ନବ୍ୟଞ୍ଜନ ସୁନ୍ଦର ଭାବେ ସଜାଇ; ହସହସ ମୁହଁରେ ଅତି ଶ୍ରଦ୍ଧାର ସହ ପରଷି ଦିଅନ୍ତୁ।

ଏବେ ପଢନ୍ତୁ ଖାଦ୍ୟ ସଂପର୍କରେ ଏକ ମନୋରମ ଛୋଟ କବିତା:

ପ୍ରଥମେ ଭୋଜନ ଖାଏଟି ଆଖି,
ନାସା ଖାଏ ପରେ ଅତି ପରଖି ।
ସବାପରେ ଖାଏ ପାଟି ଆମର,
ଅନ୍ନ ବ୍ୟଞ୍ଜନର କଥା ଗୁମର।

ଇ_ମେଲ୍‌ ପରିଚୟ: prasantabhunya@gmail.com

ଠିକଣା: ଦି ୟର୍କ୍‌ଲ୍ୟାଣ୍ଡ, ଟରୋଣ୍ଟୋ, ଓଣ୍ଟାରିଓ, କାନାଡ଼ା

ଜନ୍ମସ୍ଥାନ– ଜଗନ୍ନାଥ ପ୍ରସାଦ, ଗଞ୍ଜାମ, ଓଡ଼ିଶା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe