Advertisment

ବିଟେକ୍ ଚାକିରି ଛାଡ଼ି ସଫଳ ଛତୁ ଚାଷୀ

ସୋର(ଓଡ଼ିଶା ରିପୋର୍ଟର): ବିଟେକ୍ ଚାକିରି ଛାଡ଼ି କରୁଛନ୍ତି ଛତୁ ଚାଷ। ସଫଳ ମଧ୍ୟ ହୋଇଛନ୍ତି। ଗୋଟିଏରୁ ଦୁଇଟି, ଦୁଇଟିରୁ ୩ଟି ଛତୁ ଫାର୍ମ କରିଲେଣି। ସବୁ ଖର୍ଚ୍ଚ ଯାଇ ମାସକୁ ସେ ରୋଜଗାର କରୁଛନ୍ତି ପ୍ରାୟ ୨୫ ହଜାର ଟଙ୍କା। ଚାଷରୁ ବେଶ ଭଲ ଲାଭ ମିଳିବା ପରେ ଆଉ ରାଜ୍ୟ ବାହାରକୁ ଯାଇ ଚାକିରି କରିବାକୁ ଇଛା କରୁନାହାନ୍ତି। ଚାଷ କାମ ଯାହାର କି ଆନନ୍ଦ ତାହାର, ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ଵର ଜିଲ୍ଲା […]

ଅଦ୍ୟତନ ହୋଇଛି
ବିଟେକ୍ ଚାକିରି ଛାଡ଼ି ସଫଳ ଛତୁ ଚାଷୀ

B.tech

Advertisment

ସୋର(ଓଡ଼ିଶା ରିପୋର୍ଟର): ବିଟେକ୍ ଚାକିରି ଛାଡ଼ି କରୁଛନ୍ତି ଛତୁ ଚାଷ। ସଫଳ ମଧ୍ୟ ହୋଇଛନ୍ତି। ଗୋଟିଏରୁ ଦୁଇଟି, ଦୁଇଟିରୁ ୩ଟି ଛତୁ ଫାର୍ମ କରିଲେଣି। ସବୁ ଖର୍ଚ୍ଚ ଯାଇ ମାସକୁ ସେ ରୋଜଗାର କରୁଛନ୍ତି ପ୍ରାୟ ୨୫ ହଜାର ଟଙ୍କା। ଚାଷରୁ ବେଶ ଭଲ ଲାଭ ମିଳିବା ପରେ ଆଉ ରାଜ୍ୟ ବାହାରକୁ ଯାଇ ଚାକିରି କରିବାକୁ ଇଛା କରୁନାହାନ୍ତି। ଚାଷ କାମ ଯାହାର କି ଆନନ୍ଦ ତାହାର, ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନହଙ୍ଗ ଶାସନ ଗାଁର ଦେବାଶିଷ ପାଣିଗ୍ରାହୀ। ବିଟେକ ଇଂଜିନିୟରରୁ ସଫଳ ଛତୁ ଚାଷୀ ଭାବେ ଏବେ ସେ ବେଶ ଜଣାଶୁଣା।

Advertisment

ସ୍ଥାନୀୟ ଖଇରା କଲେଜରୁ ସେ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ କରିବା ପରେ ଡିପ୍ଲୋମା କରିଥିଲେ l ପରେ ସେ ଡେରାଡୁନ ଯାଇ ସେଠାରେ ମାନବ ଭାରତୀରେ ୪ବର୍ଷ ଧରି ବିଟେକ କରି ବାଙ୍ଗାଲୋର ସହରରେ ଏକ ଘରୋଇ କମ୍ପାନୀ କାମ କରୁଥିଲେ l ଆଉ ସେ ଭଲ ଦରମା ମଧ୍ୟ ପାଉଥିଲେ l ହେଲେ କରୋନା ସମୟରେ ଆଖି ଆଗରେ ଲୋକଙ୍କ ଜୀବନ ଚାଲିଯାଉଥିବା ଦେଖି ଭୟଭୀତ ହୋଇପଡ଼ିଥିଲେ।

ତେଣେ ଘରର ଏକମାତ୍ର ସାହାରା ହୋଇଥିବାରୁ ଆଉ ପରିବାର ଲୋକଙ୍କ ମନ ବୁଝିନଥିଲା l ତେଣୁ ପରିବାର ଲୋକେ ତାଙ୍କୁ ଘରକୁ ନେଇଆସିଥିଲେ l ଘରେ କିଛି ଦିନ ରହିବା ପରେ ସେ ନିଜେ କିଛି କରିବା ପାଇଁ ମନ ବଳାଇଥିଲେ l ତେଣୁ ବାପାଙ୍କର ପରାମର୍ଶ ନେଇ ଅଳ୍ପ କିଛି ଜାଗାରେ ଛତୁ ଚାଷ ଆରମ୍ଭ କରିଥିଲେ l କିଛି ଦିନ ପରେ ବଜାରର ଏହି ଛତୁର ଚାହିଦା ମଧ୍ୟ ବଢିଥିଲା ତେଣୁ ସେ ଅଧିକ ଛତୁ ଚାଷ କରିଥିଲେ। ଗୋଟିଏ ଫାର୍ମ କରିବା ପରେ ଏଥିରୁ ଲାଭ ପାଇ ମୋଟ ୩ଟି ଫାର୍ମ କରିଲେଣି। ପ୍ରତିଦିନ ପ୍ରାୟ ୩୦ କେଜିରୁ ଅଧିକ ଛତୁ ଉତ୍ପାଦନ କରୁଛନ୍ତି। ଯାହାକୁ ସେ ୧୬୦ ଟଙ୍କା କେଜି ପ୍ରତି ବିକ୍ରି କରୁଛନ୍ତି।

Advertisment

ଏହି ସଫଳତାକୁ ନେଇ ତାଙ୍କ ବାପା ବାମନ ଚରଣ ପାଣିଗ୍ରାହୀ ମଧ୍ୟ ବେଶ ଖୁସି। ଖାଲି ସେ ଭଲ ରୋଜଗାର କରୁନାହାନ୍ତି, ତାଙ୍କ ଫାର୍ମରେ ୩ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଗାଁର ଏହି ୩ ଜଣ ବ୍ୟକ୍ତି ମଧ୍ୟ ଏଥିରୁ ପାରିଶ୍ରମିକ ପାଇ ବେଶ ଭଲରେ ପରିବାର ପ୍ରତିପୋଷଣ କରୁଛନ୍ତି। ଆଉ ଯୁବପିଢିଙ୍କ ପାଇଁ ଦେବାଶିଷ ସାଜିଛନ୍ତି ପ୍ରେରଣାର ଉତ୍ସ l ସେ କହିଛନ୍ତି, କରୋନା ସମୟରେ କିଛି କାମ ନ ପାଇ ବସି ରହିବା ତାଙ୍କୁ ବିରକ୍ତି କରାଇଥିଲା। ତେଣୁ ସେ ଏହି ଚାଷ ଆରମ୍ଭ କରି ସଫଳ ହୋଇଛନ୍ତି। ଓଡିଶା ତଥା ଖଇରା ଅଞ୍ଚଳର ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଯାଇ ନିଜେ ନିଜ ଉଦ୍ୟମରେ ସ୍ୱାବଲମ୍ବୀ ହେବାକୁ ସେ ପ୍ରେରଣା ଦେଇଛନ୍ତି l

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe