ପଞ୍ଜୁରୀରେ ମାଛଚାଷ

ମାଲକାନଗିରି (ଜୀତେନ୍ଦ୍ର ବେଉରା): ପଞ୍ଜୁରୀ ଭିତରେ ମାଛ ଚାଷ। କଥାଟା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ମାଲକାନଗିରି ଜିଲ୍ଲା ସତୀଗୁଡା ଜଳଭଣ୍ଡାରରେ ଏଭଳି ଅଭିନବ ପ୍ରୟାସ କରିଛି ମତ୍ସ୍ୟ ବିଭାଗ। ଜଳରାଶିରେ ଭାସମାନ ଅବସ୍ଥାରେ ୫ ମିଟର ଲମ୍ବା ୫ ମିଟର ଚଉଡା ସହ ଚାରି ମିଟର ଉଚ୍ଚତା ଥିବା ୧୦ଟି ପଞ୍ଜୁରୀ ନିର୍ମାଣ କରାଯାଇଛି। ପ୍ରତି ପଞ୍ଜୁରୀରେ ୨ ହଜାରରୁ ଅଧିକ ଯାଆଁଳା ଛଡାଯାଇଛି। ଏଥିପାଇଁ ମୋଟ ୭ଲକ୍ଷ ଟଙ୍କା ଖର୍ଚ୍ଚ […]

panjuri

panjuri

Biswobandita Swain
  • Published: Monday, 18 November 2019
  • Updated: 18 November 2019, 02:42 PM IST

Sports

Latest News

ମାଲକାନଗିରି (ଜୀତେନ୍ଦ୍ର ବେଉରା): ପଞ୍ଜୁରୀ ଭିତରେ ମାଛ ଚାଷ। କଥାଟା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ମାଲକାନଗିରି ଜିଲ୍ଲା ସତୀଗୁଡା ଜଳଭଣ୍ଡାରରେ ଏଭଳି ଅଭିନବ ପ୍ରୟାସ କରିଛି ମତ୍ସ୍ୟ ବିଭାଗ।

ଜଳରାଶିରେ ଭାସମାନ ଅବସ୍ଥାରେ ୫ ମିଟର ଲମ୍ବା ୫ ମିଟର ଚଉଡା ସହ ଚାରି ମିଟର ଉଚ୍ଚତା ଥିବା ୧୦ଟି ପଞ୍ଜୁରୀ ନିର୍ମାଣ କରାଯାଇଛି। ପ୍ରତି ପଞ୍ଜୁରୀରେ ୨ ହଜାରରୁ ଅଧିକ ଯାଆଁଳା ଛଡାଯାଇଛି। ଏଥିପାଇଁ ମୋଟ ୭ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ୬ରୁ ୮ ମାସ ଭିତରେ ଗୋଟେ ପଞ୍ଜୁରୀରୁ ଦେଢ କ୍ୟିଣ୍ଟାଲ୍‌ ମାଛ ବାହାରିବ ନେଇ ଆଶା କରାଯାଇଛି। ଏଥିପାଇଁ ୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୫ଲକ୍ଷ ରୋଜଗାର କରିହେବ ବୋଲି ଆଶା କରାଯାଇଛି।

ପଞ୍ଜୁରୀ ଭିତରେ ଏହି ମାସ ଚାଷର ରକ୍ଷଣାବେକ୍ଷଣ ଦାୟିତ୍ୱ ସତୀଗୁଡା ଜଳଭଣ୍ଡାରର ମତ୍ସ୍ୟ ସୋସାଇଟିକୁ ଦିଆଯାଇଛି। ସାଧାରଣ ଲୋକ ଏହି ମାଛ ଚାଷ କରିବାକୁ ଚାହିଁଲେ ମତ୍ସ୍ୟ ବିଭାଗ ୫୦ ପ୍ରତିଶତ ରିହାତି ଦେବ ବୋଲି କହିଛି।

ସେପଟେ ସାଧାରଣ ଲୋକଙ୍କୁ ଏମିତି ଏକ ରୋଜଗାରର ମାଧ୍ୟମ ମିଳିଯାଇଥିବାରୁ ଲୋକମାନେ ମଧ୍ୟ ବେଶ୍‌ ଖୁସି ଅଛନ୍ତି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos