Advertisment

ପଞ୍ଜୁରୀରେ ମାଛଚାଷ

ମାଲକାନଗିରି (ଜୀତେନ୍ଦ୍ର ବେଉରା): ପଞ୍ଜୁରୀ ଭିତରେ ମାଛ ଚାଷ। କଥାଟା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ମାଲକାନଗିରି ଜିଲ୍ଲା ସତୀଗୁଡା ଜଳଭଣ୍ଡାରରେ ଏଭଳି ଅଭିନବ ପ୍ରୟାସ କରିଛି ମତ୍ସ୍ୟ ବିଭାଗ। ଜଳରାଶିରେ ଭାସମାନ ଅବସ୍ଥାରେ ୫ ମିଟର ଲମ୍ବା ୫ ମିଟର ଚଉଡା ସହ ଚାରି ମିଟର ଉଚ୍ଚତା ଥିବା ୧୦ଟି ପଞ୍ଜୁରୀ ନିର୍ମାଣ କରାଯାଇଛି। ପ୍ରତି ପଞ୍ଜୁରୀରେ ୨ ହଜାରରୁ ଅଧିକ ଯାଆଁଳା ଛଡାଯାଇଛି। ଏଥିପାଇଁ ମୋଟ ୭ଲକ୍ଷ ଟଙ୍କା ଖର୍ଚ୍ଚ […]

ଅଦ୍ୟତନ ହୋଇଛି
ପଞ୍ଜୁରୀରେ ମାଛଚାଷ

panjuri

Advertisment

ମାଲକାନଗିରି (ଜୀତେନ୍ଦ୍ର ବେଉରା): ପଞ୍ଜୁରୀ ଭିତରେ ମାଛ ଚାଷ। କଥାଟା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ମାଲକାନଗିରି ଜିଲ୍ଲା ସତୀଗୁଡା ଜଳଭଣ୍ଡାରରେ ଏଭଳି ଅଭିନବ ପ୍ରୟାସ କରିଛି ମତ୍ସ୍ୟ ବିଭାଗ।

Advertisment

ଜଳରାଶିରେ ଭାସମାନ ଅବସ୍ଥାରେ ୫ ମିଟର ଲମ୍ବା ୫ ମିଟର ଚଉଡା ସହ ଚାରି ମିଟର ଉଚ୍ଚତା ଥିବା ୧୦ଟି ପଞ୍ଜୁରୀ ନିର୍ମାଣ କରାଯାଇଛି। ପ୍ରତି ପଞ୍ଜୁରୀରେ ୨ ହଜାରରୁ ଅଧିକ ଯାଆଁଳା ଛଡାଯାଇଛି। ଏଥିପାଇଁ ମୋଟ ୭ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ୬ରୁ ୮ ମାସ ଭିତରେ ଗୋଟେ ପଞ୍ଜୁରୀରୁ ଦେଢ କ୍ୟିଣ୍ଟାଲ୍‌ ମାଛ ବାହାରିବ ନେଇ ଆଶା କରାଯାଇଛି। ଏଥିପାଇଁ ୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୫ଲକ୍ଷ ରୋଜଗାର କରିହେବ ବୋଲି ଆଶା କରାଯାଇଛି।

publive-imageପଞ୍ଜୁରୀ ଭିତରେ ଏହି ମାସ ଚାଷର ରକ୍ଷଣାବେକ୍ଷଣ ଦାୟିତ୍ୱ ସତୀଗୁଡା ଜଳଭଣ୍ଡାରର ମତ୍ସ୍ୟ ସୋସାଇଟିକୁ ଦିଆଯାଇଛି। ସାଧାରଣ ଲୋକ ଏହି ମାଛ ଚାଷ କରିବାକୁ ଚାହିଁଲେ ମତ୍ସ୍ୟ ବିଭାଗ ୫୦ ପ୍ରତିଶତ ରିହାତି ଦେବ ବୋଲି କହିଛି।

Advertisment

ସେପଟେ ସାଧାରଣ ଲୋକଙ୍କୁ ଏମିତି ଏକ ରୋଜଗାରର ମାଧ୍ୟମ ମିଳିଯାଇଥିବାରୁ ଲୋକମାନେ ମଧ୍ୟ ବେଶ୍‌ ଖୁସି ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe