Advertisment

ରୁପେଲି ପରଦାରେ ଝଲସିବେ ୧୦୪ ବର୍ଷୀୟ ନନ୍ଦ ସାର୍‌

ଯାଜପୁର (ସଞ୍ଜିବ ନାୟକ): ରୁପେଲି ପରଦାରେ ଝଟକିବେ ୧୦୪ ବର୍ଷୀୟ ନନ୍ଦ ସାର୍‌। ଆଉ ସାରା ଦେଶ ଦେଖିବ ସାରଙ୍କ ସଂଘର୍ଷମୟ ଜୀବନ ଯାତ୍ରାର ନିଚ୍ଛକ ଚିତ୍ର। ନନ୍ଦ ସାର୍‌ ନିଜେ ନିଜ ଚରିତ୍ରରେ ଆସୁଛନ୍ତି। ଫିଲ୍ମର ନାଁ ହେଉଛି “ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳି”। ଶନିବାର ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଛି। ଆଗକୁ ଫିଲ୍ମ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। ଯାଜପୁର ସୁକିନ୍ଦାର ପାହାଡିଆ ଅଞ୍ଚଳର କନ୍ତିରା ଗାଁ। ଏହି ଗାଁରେ ଜନ୍ମଗ୍ରହଣ କରିଥିଲେ […]

ରୁପେଲି ପରଦାରେ ଝଲସିବେ ୧୦୪ ବର୍ଷୀୟ ନନ୍ଦ ସାର୍‌

Nanda Sir

Advertisment

ଯାଜପୁର (ସଞ୍ଜିବ ନାୟକ): ରୁପେଲି ପରଦାରେ ଝଟକିବେ ୧୦୪ ବର୍ଷୀୟ ନନ୍ଦ ସାର୍‌। ଆଉ ସାରା ଦେଶ ଦେଖିବ ସାରଙ୍କ ସଂଘର୍ଷମୟ ଜୀବନ ଯାତ୍ରାର ନିଚ୍ଛକ ଚିତ୍ର। ନନ୍ଦ ସାର୍‌ ନିଜେ ନିଜ ଚରିତ୍ରରେ ଆସୁଛନ୍ତି। ଫିଲ୍ମର ନାଁ ହେଉଛି “ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳି”। ଶନିବାର ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଛି। ଆଗକୁ ଫିଲ୍ମ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

Advertisment

ଯାଜପୁର ସୁକିନ୍ଦାର ପାହାଡିଆ ଅଞ୍ଚଳର କନ୍ତିରା ଗାଁ। ଏହି ଗାଁରେ ଜନ୍ମଗ୍ରହଣ କରିଥିଲେ ନନ୍ଦ ସାର୍‌ ଓରଫ ନନ୍ଦ କିଶୋର ପୃଷ୍ଟି। ସେ ନିଜ ଗାଁରେ ଚାଟଶାଳି ଖୋଲି ଅସହାୟ ଓ ଅବହେଳିତ ଶିଶୁମାନଙ୍କୁ ମାଗଣା ଶିକ୍ଷା ଦିନ କରିଆସୁଛନ୍ତି। ଦୀର୍ଘ ୮୨ ବର୍ଷ ଧରି ସେ ପାଠ ପଢ଼ାଇ ଆସୁଛନ୍ତି। କନ୍ତିରା ଓ ଆଖପାଖ ଅଞ୍ଚଳରେ ସେ ନନ୍ଦ ସାର୍‌ ଭାବେ ବେଶ୍‌ ପରିଚିତ। ଏହା ଭିତରେ ନନ୍ଦ ସାର ଅନେକ ମଣିଷ ଗଢ଼ି ସାରିଲେଣି। କେବେ ହେଲେ ସେ ଥକି ପଡ଼ିନାହାନ୍ତି। ୧୦୪ ବର୍ଷରେ ମଧ୍ୟ ସେ ପାଠ ପଢ଼ାଉଛନ୍ତି। ଖଦଡ଼ ଗାମୁଛାଟିଏ ପିନ୍ଧିଥିବା ବେଳେ ଆଉ ଗୋଟିଏ ଗାମୁଛା କାନ୍ଧରେ ପକାଇଛନ୍ତି। ତାଙ୍କର ବେଶଭୂଷା ଓ ପରିପାଟି ସାଦାସିଧା। ଏହି ବୟସରେ ବି ତାଙ୍କ ପାଖରେ ପିଲାଙ୍କ ଭିଡ଼ ଜମୁଛି। ଆଉ ନନ୍ଦ ସାର୍‌ ପିଲାମାନଙ୍କୁ ଆଗ୍ରହର ସହ ପାଠ ପଢ଼ାଉଛନ୍ତି।

ନନ୍ଦ ସାରଙ୍କ ମାଗଣା ପାଠ ପଢ଼ା ନେଇ ବର୍ଷେ ତଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ପରେ ରାଜ୍ୟ ସରକାରଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଶିକ୍ଷାମନ୍ତ୍ରୀ କନ୍ତିରା ଗାଁକୁ ଯାଇ ନନ୍ଦ ସାରଙ୍କୁ ସମ୍ୱିର୍ଦ୍ଧିତ କରିଥିଲେ। ଏହା ପର ସାର୍‌ ଚର୍ଚ୍ଚାକୁ ଆସିଥିଲେ। ରାଜ୍ୟ ସରକାର ତାଙ୍କ ନାଁ ପଦ୍ମଶ୍ରୀ ପରସ୍କାର ପାଇଁ ସୁପାରିସ୍‌ କରିଥିଲେ। ନଭେମ୍ୱର ୯ ତାରିଖର ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବେ।

Advertisment

୧୦୪ ବର୍ଷୀୟ ନନ୍ଦ ସାରଙ୍କ ଜୀବନ ଯାତ୍ରାକୁ ନେଇ ପ୍ରସ୍ତୁତି ହେଉଛି ଫିଲ୍ମ। ଯେଉଁରେ ମୁଖ୍ୟ ଚରିତ୍ରରେ ଅଛନ୍ତି ଖୋଦ୍‌ ନନ୍ଦ ସାର୍‌। ଆଜି ରଙ୍ଗୀନ ପରଦାରେ ଝଲସିବେ ନନ୍ଦ ସାର୍‌। ଫିଲ୍ମର ନାଁ ରହିଛି “ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳି”। ଶନିବାର ଏହା ପୋଷ୍ଟର ରିଲିଜ୍‌ କରାଯାଇଛି। ପୋଷ୍ଟର ମହୁରତରେ ଓଡ଼ିଆ ଅଭିନେତ୍ରୀ ନୈନା ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ଭିତରେ ପ୍ରଯୋଜକ ଅଭୟ ପତି, ନିର୍ଦ୍ଦେଶକ ପ୍ରଣବ ଆଇଚ ପ୍ରମୁଖ ଯୋଗଦେଇଥିଲେ।

ଅଭିସ୍ମିତା ଫିଲ୍ମ ପ୍ରାୟୋଜିତ, ଦେବପ୍ରଭା ପଡ଼କ୍ସନ ଓ ଷ୍ଟୁଡ଼ିଓୱାଲା ପ୍ରଡକ୍ସନ ନିବେଦିତ ଏହି ଫିଲ୍ମ ଓଟିଟି ଫର୍ମାଟରେ ରିଲିଜ୍‌ କରାଯିବ। ଯାହାର ନିର୍ଦ୍ଦେଶନା ଦେବେ କ୍ଷାତିସମ୍ପନ୍ନ ନିର୍ଦ୍ଦେଶକ ପ୍ରଣବ ଆଇଚ, ପ୍ରଯୋଜନା କରିବେ ବରିଷ୍ଠ ସାମ୍ବାଦିକ ଅଭୟ ପତି ଓ ଅଭିନେତ୍ରୀ ନୈନା ଦାଶ। ଏହାର କାହାଣୀ ଅସ୍ମିତା ପତି ଲେଖିଛନ୍ତି। ଫିଲ୍ମଟି ଯାଜପୁର ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁଟିଂ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe