Advertisment

କାହିଁକି ପାଳନ ହୁଏ ଶିଶୁ ଦିବସ?

ନଭେମ୍ବର ୧୪ ତାରିଖ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜୟନ୍ତୀ। ଏହି ଦିନକୁ ଶିଶୁ ଦିବସ ରୂପେ ସାରା ଦେଶରେ ପାଳନ କରାଯାଏ। ଦେଶର କୋଣ ଅନୁକୋଣରେ ଶିଶୁ ଦିବସ ଆନନ୍ଦର ସହ ପାଳନ ହୁଏ। ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ଏହି ଦିନଟିକୁ ଶିଶୁ ଦିବସ ଭାବେ ପାଳନ କରାଯାଏ। ନେହରୁଙ୍କର ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା […]

ଅଦ୍ୟତନ ହୋଇଛି
କାହିଁକି ପାଳନ ହୁଏ ଶିଶୁ ଦିବସ?

children's day

Advertisment

ନଭେମ୍ବର ୧୪ ତାରିଖ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜୟନ୍ତୀ। ଏହି ଦିନକୁ ଶିଶୁ ଦିବସ ରୂପେ ସାରା ଦେଶରେ ପାଳନ କରାଯାଏ। ଦେଶର କୋଣ ଅନୁକୋଣରେ ଶିଶୁ ଦିବସ ଆନନ୍ଦର ସହ ପାଳନ ହୁଏ। ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ଏହି ଦିନଟିକୁ ଶିଶୁ ଦିବସ ଭାବେ ପାଳନ କରାଯାଏ।

Advertisment

ନେହରୁଙ୍କର ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା। ସେ ଦେଶର ଭବିଷ୍ୟତକୁ ଶିଶୁମାନଙ୍କ ଆଖିରେ ଦେଖୁଥିଲେ। ନେହରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ। ସତ୍‌ପଥରେ ଯିବା ପାଇଁ ସେ ଶିଶୁମାନଙ୍କୁ ପରାମର୍ଶ ଦେଉଥିଲେ। ତେଣୁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ପାଳନ ହୁଏ।

୧୯୬୪ ମସିହା ପୂର୍ବରୁ ଅର୍ଥାତ୍‌ ନେହରୁଙ୍କ ମୃତ୍ୟୁ ପୂର୍ବରୁ ନଭେମ୍ବର ୨୦ ତାରିଖରେ ଶିଶୁ ଦିବସ ପାଳନ କରାଯାଉଥିଲା। କିନ୍ତୁ ନେହରୁଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମ ଦିନ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Advertisment

ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁର ଶାରିରୀକ ଓ ମାନସିକ ବିକାଶ ହେଉଛି ଦେଶ ବିକାଶର ପ୍ରକୃତ ମାପକାଠି । କିନ୍ତୁ ଆଜି ଆମ ଦେଶରେ ପ୍ରତିବର୍ଷ ଅନେକ ପିଲା ଖାଦ୍ୟ ଅଭାବରୁ ଭିନ୍ନ ରାସ୍ତାରେ ପାଦ ଦେଉଛନ୍ତି। ସେମାନଙ୍କ ଭିତରୁ ଅନେକ ବୈଜ୍ଞାନିକ, ଡାକ୍ତର, ଦାର୍ଶନିକ ହୋଇନଥାନ୍ତେ ବୋଲି କିଏ କହିଥା’ନ୍ତା ? ଅନେକ ଶିଶୁ ଦାରିଦ୍ର‌୍ୟ ରୂପକ ଶ୍ମଶାନରେ ସମାଧି ନେଉଛନ୍ତି। ଖାଦ୍ୟାଭାବ ଓ ପୃଷ୍ଟିହୀନତାର ଶିକାର ହୋଇ ପ୍ରତିବର୍ଷ ହଜାର ହଜାର ଶିଶୁ ପ୍ରାଣ ହରାଉଛନ୍ତି।

ଦେଶର ପ୍ରାୟ ୩୫ ପ୍ରତିଶତ ଶିଶୁ କୁପୋଷଣର ଶିକାର ହେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଦକ୍ଷିଣ ଏସିଆର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ଶିଶୁଙ୍କ କୁପୋଷଣ ସମସ୍ୟା ଅଧିକ ରହିଛି । ସେହିପରି ୫ରୁ କମ୍‌ ବର୍ଷ ବୟସର ଶିଶୁଙ୍କ ମୃତ୍ୟୁହାର ଭାରତରେ ସର୍ବାଧିକ ରହିଛି । ପ୍ରତି ୫ ଶିଶୁ ମଧ୍ୟରୁ ଜଣଙ୍କ ଠାରେ ଭିଟାମିନ ‘ଏ’ର ଅଭାବ ରହୁଛି। ସେହିପରି ପ୍ରତି ୧୦ ଜଣରେ ଜଣେ ଶିଶୁ ମଧୁମେହ ରୋଗରେ ପୀଡ଼ିତ ହେଉଛି।

ଆଜିକାଲିର ଅନଲାଇନ ଯୁଗରେ ଅନେକ ଶିଶୁ ପଥଭ୍ରଷ୍ଟ ମଧ୍ୟ ହେଉଛନ୍ତି। ଏହି ବୟସରେ ସେମାନଙ୍କୁ ଅଧିକରୁ ଅଧିକ ସମୟ ନିଜ ପରିବାର ସହ ଓ ଖେଳକୁଦରେ ବିତେଇବାର ଆବଶ୍ୟକତା ରହିଛି। କିନ୍ତୁ ସେମାନେ ନିଜ ସମୟ ଇଣ୍ଟରନେଟ ଏବଂ ମୋବାଇଲ ଫୋନ ସହ ବିତାଇବା ପସନ୍ଦ କରୁଛନ୍ତି। ଯାହାଦ୍ୱାରା ସେମାନଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe