Advertisment

ଖ୍ରୀଷ୍ଟମାସରେ ଘରେ ତିଆରି କରନ୍ତୁ ଏହି ସବୁ କେକ୍‌

ଆଉ ଦିନ କେଇଟା ପରେ ଆସୁଛି ବଡ଼ଦିନ ବା ଖ୍ରୀଷ୍ଟମାସ। ଡିସେମ୍ବର ୨୫ ତାରିଖରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ହୋଇଥିଲା। ଏହି ଖୁସିରେ ପୂରା ଭାରତ ସମେତ ବିଶ୍ୱରେ ଏହାକୁ ଖ୍ରୀଷ୍ଟମାସ ଡେ’ ରୂପେ ପାଳନ କରାଯାଏ। ଏବେ ଠାରୁ ହିଁ ବଡଦିନ ପାଇଁ ପ୍ରସ୍ତୁତ ଆରମ୍ଭ ହୋଇସାରିଲାଣି। ଘରେ ଘରେ ଲୋକେ ଆରମ୍ଭ କରିଦେଲେଣି ସାଜସଜ୍ଜା। କେବଳ ସେତିକି ନୁହେଁ ଖ୍ରୀଷ୍ଟମାସ ଅବସରରେ ଘରେ ଘରେ ଲୋକେ ବିଭିନ୍ନ ପ୍ରକାରର ମିଠା ଓ କେକ୍‌ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଖ୍ରୀଷ୍ଟମାସରେ ଘରେ ତିଆରି କରନ୍ତୁ ଏହି ସବୁ କେକ୍‌

Christmas cake

ଆଉ ଦିନ କେଇଟା ପରେ ଆସୁଛି ବଡ଼ଦିନ ବା ଖ୍ରୀଷ୍ଟମାସ। ଡିସେମ୍ବର ୨୫ ତାରିଖରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ହୋଇଥିଲା। ଏହି ଖୁସିରେ ପୂରା ଭାରତ ସମେତ ବିଶ୍ୱରେ ଏହାକୁ ଖ୍ରୀଷ୍ଟମାସ ଡେ' ରୂପେ ପାଳନ କରାଯାଏ। ଏବେ ଠାରୁ ହିଁ ବଡଦିନ ପାଇଁ ପ୍ରସ୍ତୁତ ଆରମ୍ଭ ହୋଇସାରିଲାଣି। ଘରେ ଘରେ ଲୋକେ ଆରମ୍ଭ କରିଦେଲେଣି ସାଜସଜ୍ଜା। କେବଳ ସେତିକି ନୁହେଁ ଖ୍ରୀଷ୍ଟମାସ ଅବସରରେ ଘରେ ଘରେ ଲୋକେ ବିଭିନ୍ନ ପ୍ରକାରର ମିଠା ଓ କେକ୍‌ ମଧ୍ୟ ତିଆରି କରନ୍ତି। ତେବେ ଏହି ଅବସରରେ ଘରେ କେଉଁ କେଉଁ ଫ୍ଲେଭରର କେକ୍‌ ତିଆରି କରିବେ ତାହା ଆସନ୍ତୁ ଜାଣିବା।

Advertisment

The Ultimate Decadent Chocolate-and-Cream Layer Cake Recipe | Cooking Light

ଚକୋଲେଟ୍‌ କେକ୍‌: ଚକୋଲେଟ୍‌ କେକ୍‌ ଆଜିକାଲି ପିଲାଙ୍କ ଠାରୁ ଆରମ୍ଭ କରି ବଡ ସମସ୍ତଙ୍କୁ ଭାରି ପସନ୍ଦ। ଆପଣ ଖ୍ରୀଷ୍ଟମାସ ଅବସରରେ ଏହି କେକ୍‌କୁ କେକ୍‌ ପାଉଡର ଏବଂ ଚକୋ ଚିପ୍ସ ସହାୟତାରେ ଘରେ ବେଶ୍‌ ସହଜରେ ତିଆରି କରିପାରିବେ।

Tutti Frutti Cake Recipe - Aarti Madan

ଟୁଟି ଫ୍ରୁଟି କେକ୍‌: ଏହି କେକ୍‌କୁ ଆପଣ ଖୁବ ସହଜରେ ଖ୍ରୀଷ୍ଟମାସ ଅବସରରେ ଘଣେ ତିଆରି କରିପାରିବେ। ମଇଦା, କ୍ଷୀର, ଚିନି, ତେଲ ଓ ଟୁଟୁ ଫ୍ରୁଟି ମିଶାଇ ଏହି କେକ୍‌ ତିଆରି ହୁଏ। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ତିଆରି କରିବା ମଧ୍ୟ ସେତିକି ସହଜ।

Advertisment

ଜାଗେରି କେକ୍‌:ଯଦି ଆପଣଙ୍କ ଘରେ କେହି ଡାଇବେଟିସ୍‌ ରୋଗୀ ଥାଆନ୍ତି ତେବେ ଖ୍ରୀଷ୍ଟମାସ ଅବସରରେ ଏହି କେକ୍‌କୁ ଆପଣଙ୍କ ସେମାନଙ୍କ ପାଇଁ ତିଆରି କରିପାରିବେ। ଏହି କେକ୍‌ଟି ବିଶେଷ ରୂପେ ଗୁଡରେ ତିଆରି ହୁଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟୀ।

Banana cake with cinnamon cream

କଦଳୀ କେକ୍‌: କଦଳୀରେ କେକ୍‌ ତିଆରି କରିବା ମଧ୍ୟ ବେଶ୍‌ ସହଜ। ଏହି କେକ୍‌ରେ ଅଟାର ବ୍ୟବହାର ହଏ। ଏହି କାରଣ ଯୋଗୁଁ ଏହା ପିଲାଙ୍କ ପାଇଁ ବେଶ୍‌ ସ୍ୱାସ୍ଥ୍ୟକାରୀ।

ୱାଲନଟ୍‌ କେକ୍‌: ୱାଲନଟ୍‌ ବା ଅଖରୋଟ୍‌ କେକ୍‌ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ଏବଂ ସ୍ୱାଦିଷ୍ଟ ବୋଲି କୁହାଯାଏ। ଏଥିରେ ବହୁ ପରିମାଣର ଅଖରୋଟ୍‌ ରହିଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ କରାଯାଏ।

Coffee and Walnut Cake Recipe | Dr. Oetker

Christmas 2021