ଖ୍ରୀଷ୍ଟମାସ ବା ବଡ଼ଦିନ। ଏହି ପର୍ବକୁ ବେଶ୍ ଧୂମ୍ଧାମ୍ରେ ପାଳନ କରାଯାଏ। ଡିସେମ୍ବର ୨୫ ତାରିଖ ଦିନ ସମଗ୍ର ବିଶ୍ୱରେ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଏ। ବିଶ୍ୱାସ ରହିଛି, ଏହି ଦିନ ମା' ମରିୟମ ପ୍ରଭୁ ଯୀଶୁଙ୍କୁ ଜନ୍ମ ଦେଇଥିଲେ। ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ଏହି ଦିନଟି ଅତି ଉତ୍ସାହର ସହିତ ପାଳନ ହୁଏ। ଏହି ଦିନ ସହିତ ଜଡିତ ଅନେକ ପରମ୍ପରା ଏବଂ କାହାଣୀ ଅଛି। ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଘରେ ଖ୍ରୀଷ୍ଟମାସ ଟ୍ରି ବା ଗଛ ସଜାଇବା ପରମ୍ପରା। ବିଶ୍ୱାସ କରାଯାଏ ଯେ ଯୀଶୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ଦେବଦୂତମାନେ 'ଫର୍ନ ଗଛ'କୁ ଆଲୋକ ଏବଂ ତାରା ଦ୍ୱାରା ସଜାଇ ଥିଲେ। ସେହି ସ୍ମୃତିରେ ଲୋକମାନେ ଖ୍ରୀଷ୍ଟମାସ ଦିନ ବିଭିନ୍ନ ଉପାୟରେ ଖ୍ରୀଷ୍ଟମାସ ଟ୍ରି'କୁ ସଜାନ୍ତି। ଖ୍ରୀଷ୍ଟମାସ ଟ୍ରି' ଘରକୁ ସୁନ୍ଦର କରିବା ସହ ଅନେକ ପ୍ରକାରର ବାସ୍ତୁ ଦୋଷକୁ ମଧ୍ୟ ଦୂର କରିଥାଏ। ତେବେ କେଉଁ କେଉଁ ବାସ୍ତୁ ଦୋଷ ଦୂର ହୋଇଥାଏ ଆସନ୍ତୁ ଜାଣିବା-
- ଯଦି ଖ୍ରୀଷ୍ଟମାସ ଟ୍ରି'ର ଆକାର ତ୍ରିକୋଣ ଏବଂ ଉପରକୁ ଉଠିଲା ଭଳି ଥାଏ। ଏହାକୁ ବାସ୍ତୁ ଶାସ୍ତ୍ରରେ ଉନ୍ନତିର ପ୍ରତୀକ ବୋଲି କୁହାଯାଏ। ଘରେ ଖ୍ରୀଷ୍ଟମାସ ଗଛ ଲଗାଇବା ଦ୍ୱାରା ଜୀବନରେ ସଫଳତା ଆସିବା ସହ ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି।
- ଖ୍ରୀଷ୍ଟମାସ ଟ୍ରି'କୁ ସଜାଇବା ଏବଂ ଏହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଘରେ ପଜିଟିଭ୍ ଏନର୍ଜି ବଢ଼ିଥାଏ।
- ଖ୍ରୀଷ୍ଟମାସ ଟ୍ରି'କୁ ଘରର ଉତ୍ତର ଦିଗରେ ଲଗାଇବା ଉଚିତ। ଏହି ଦିଗକୁ ସକରାତ୍ମକାର ଦିଗ ବୋଲି କୁହାଯାଏ।
- ଖ୍ରୀଷ୍ଟମାସ ଗଛକୁ ରଙ୍ଗୀନ ଆଲୋକମାଲାରେ ସଜାଇବା ଉଚିତ। ଏଭଳି କରିବା ଦ୍ୱାରା ପିଲାଙ୍କ ଆୟୁଷ ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।
- ଖ୍ରୀଷ୍ଟମାସ ଟ୍ରି'ରେ ଲାଗିଥିବା ତାରାଗୁଡିକରେ ଜୀବନରେ ଉତ୍ସାହ ଏବଂ ଖସିକୁ ସଂଚାର କରିଥାଏ।
- ଖ୍ରୀଷ୍ଟମାସ ଟ୍ରି'ରେ ଲାଗିଥିବା ଖେଳନାଗୁଡିକୁ ପିଲାଙ୍କ ମଧ୍ୟରେ ବାଣ୍ଟିଦେବା ଉଚିତ। ଏଭଳି କରିବା ଦ୍ୱାରା ଘରେ ଖୁସି ଏବଂ ସମ୍ପୃଦ୍ଧି ଆସିଥାଏ।