Advertisment

ହଲିଉଡ ଫିଲ୍ମରେ ଅଭିନୟ କରିଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ  ଦୀର୍ଘ ୨୦ ବର୍ଷରୁ ଅଧିକ ହେବ ଶାସନ କରିଆସୁଛନ୍ତି। ସେ ଓଡ଼ିଶାବାସୀଙ୍କର ଅତି ପ୍ରିୟ ନେତା। ତେବେ ରାଜନୀତିରେ ସକ୍ରିୟ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ଏକଦା ଫିଲ୍ମ ଜଗତରେ ମଧ୍ୟ ରୁଚି ରଖଇଥିଲେ। ଏପରିକି ସେ ହଲିଉଡ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ହକି ଖେଳରେ ରୁଚି ଥିବା କଥା ସେ ନିଜେ କହିଥିଲେ। ଏବେ […]

ଅଦ୍ୟତନ ହୋଇଛି
୨ ବର୍ଷ ପରେ ଆସିଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା, ଫାର୍ମ ହାଉସ ବିକି ବି ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ

Naveen-Patnaik

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ  ଦୀର୍ଘ ୨୦ ବର୍ଷରୁ ଅଧିକ ହେବ ଶାସନ କରିଆସୁଛନ୍ତି। ସେ ଓଡ଼ିଶାବାସୀଙ୍କର ଅତି ପ୍ରିୟ ନେତା। ତେବେ ରାଜନୀତିରେ ସକ୍ରିୟ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ଏକଦା ଫିଲ୍ମ ଜଗତରେ ମଧ୍ୟ ରୁଚି ରଖଇଥିଲେ। ଏପରିକି ସେ ହଲିଉଡ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ହକି ଖେଳରେ ରୁଚି ଥିବା କଥା ସେ ନିଜେ କହିଥିଲେ। ଏବେ କିନ୍ତୁ ତାଙ୍କର ଫିଲ୍ମରେ ମଧ୍ୟ ରୁଚି ରହିଥିବା କଥା ସାମ୍ନାକୁ ଆସିଛି।

Advertisment

୧୯୮୮ ମସିହାରେ ରିଲିଜ ହୋଇଥିଲା ହଲିଉଡ ଫିଲ୍ମ ‘The Deceivers’ ବା ପ୍ରତାରକ। ୩୦ ବର୍ଷ ତଳର ଏହି ଫିଲ୍ମକୁ ନେଇ ଏବେ ଓଡ଼ିଶାରେ ବେଶ ଚର୍ଚ୍ଚା। କାରଣ ଏଥିରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ନବୀନ । ମର୍ଚାଂଟ୍ ଆଇଭରୀଙ୍କ ନିର୍ମିତ ଚଳଚିତ୍ର ‘ଦି-ଡିସିଭର୍ସ’ରେ ଅଭିନୟ କରିଥିଲେ ନବୀନ ପଟ୍ଟନାୟକ। ଏନେଇ ଓଡ଼ିଶାର ଜଣାଶୁଣା ଆଇଟି ଏକ୍ସପର୍ଟ ପ୍ରଶାନ୍ତ ସାହୁ ଟୁଇଟ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଫିଲ୍ମର କିଛି ଫଟୋ ପୋଷ୍ଟ କରିବା ସହ ଉକ୍ତ ଫିଲ୍ମର ନାଁ କ’ଣ ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ଏହି ହଲିଉଡ ଫିଲ୍ମରେ ଓଡ଼ିଆ ଅଭିନେତ୍ରୀ ଡଲି ଜେନା ମଧ୍ୟ ଅଭିନୟ କରିଥିବା ସେ କହିଛନ୍ତି। ପ୍ରଶାନ୍ତଙ୍କ ଏହି ଟୁଇଟର ପୋଷ୍ଟ ପରେ ଚାରିଆଡୁ ପ୍ରତିକ୍ରିୟା ମିଳିଥିବା ଦେଖିବାକୁ ମିଳିଛି। ଅନେକ ଲୋକେ ତାଙ୍କର ଏହି ଟୁଇଟର ପୋଷ୍ଟରେ କମେଣ୍ଟ କରିଛନ୍ତି।

[caption id="attachment_619527" align="aligncenter" width="650"]The Deceivers Film ଏହି ଫଲ୍ମରେ ଅଭିନୟ କରିଥିଲେ ମୁଖ୍ୟମନ୍ତ୍ରୀ[/caption]

Advertisment

ପୂର୍ବରୁ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜିଙ୍କ ଲିଖିତ ପୁସ୍ତକରେ ନବୀନ ପଟ୍ଟନାୟକଙ୍କ ଫିଲ୍ମ ପ୍ରତି ରହିଥିବା ରୁଚି ବିଷୟରେ ମଧ୍ୟ ଉଲ୍ଲେଖ ହୋଇସାରିଛି।


ସୂଚନାଯୋଗ୍ୟ ଯେ, ୧୯୮୮ରେ ରିଲିଜ ହୋଇଥିବା ଏହି ହଲିଉଡ ଫିଲ୍ମଟି ପ୍ରତାରକଙ୍କ ଉପରେ ଆଧାରିତ। ନିର୍ଦ୍ଦେଶକ ନିକୋଲସ ମେୟରଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ଡେଭିଡ ରୋବ୍, ହେଲେନା ମାଇକେଲ, କେଥି ମାଇକେଲ, ପାୟର୍ସ ବ୍ରୋସନାନ, ବଲିଉଡ ଅଭିନେତା ଶଶି କପୁର, ସୟିଦ ଜାଫରୀ ପ୍ରମୁଖ ଅଭିନୟ କରିଛନ୍ତି। ୧୯୫୨ରେ ଜନ ମାଷ୍ଟର୍ସଙ୍କ ଦ୍ୱାରା ଲିଖିତ ‘The Deceivers’ ନାମକ ଏକ ବହି ଉପରେ ଏହି ଫିଲ୍ମଟି ଆଧାରିତ।

Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe