କାମ ସରିନି, କିନ୍ତୁ ରାସ୍ତା ଫାଟି ଗଲାଣି

କୋଇଡ଼ା (ସୁନୀଲ କୁମାର ପଣ୍ଡା): ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲାର ଶେଷ ପ୍ରାନ୍ତରେ ରହିଛି କୋଇଡ଼ା ବ୍ଲକ୍‌। ଏହି ବ୍ଲକର ମୁଖ୍ୟ ରାସ୍ତା ଟେନସାଠାରୁ ବାରସୁଆଁ ପର୍ଯ୍ୟନ୍ତ ଲମ୍ବିଛି। ତେବେ ଏହି ୯ କିଲୋମିଟର ଲମ୍ବ ପିଚୁ ରାସ୍ତାଟି ଏବେ ପାଲଟିଛି ମରଣାଯନ୍ତ। ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ଅନ୍ୟପକ୍ଷରେ ଏବେ ଏହି ରାସ୍ତାକୁ କଂକ୍ରିଟ୍‌ କରାଯାଉଥିବା ବେଳେ କାମ ଶେଷ ନ ହେଉଣୁ ଅନେକ ସ୍ଥାନରେ ଫାଟ ଦେଖା ଦେଲାଣି। ଏହି ନଅ କିଲୋମିଟର […]

Kodia

Kodia

Tapaswini Nayak
  • Published: Wednesday, 29 December 2021
  • Updated: 29 December 2021, 01:45 PM IST

Sports

Latest News

କୋଇଡ଼ା (ସୁନୀଲ କୁମାର ପଣ୍ଡା): ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲାର ଶେଷ ପ୍ରାନ୍ତରେ ରହିଛି କୋଇଡ଼ା ବ୍ଲକ୍‌। ଏହି ବ୍ଲକର ମୁଖ୍ୟ ରାସ୍ତା ଟେନସାଠାରୁ ବାରସୁଆଁ ପର୍ଯ୍ୟନ୍ତ ଲମ୍ବିଛି। ତେବେ ଏହି ୯ କିଲୋମିଟର ଲମ୍ବ ପିଚୁ ରାସ୍ତାଟି ଏବେ ପାଲଟିଛି ମରଣାଯନ୍ତ। ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ଅନ୍ୟପକ୍ଷରେ ଏବେ ଏହି ରାସ୍ତାକୁ କଂକ୍ରିଟ୍‌ କରାଯାଉଥିବା ବେଳେ କାମ ଶେଷ ନ ହେଉଣୁ ଅନେକ ସ୍ଥାନରେ ଫାଟ ଦେଖା ଦେଲାଣି।

ଏହି ନଅ କିଲୋମିଟର ରାସ୍ତାକୁ ସଂପୂର୍ଣ୍ଣ କଂକ୍ରିଟ୍ ରାସ୍ତା କରିବାକୁ କାମ ଚାଲିଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏହି କାମ କରିବାକୁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦେଇଛି। ତେବେ ଠିକାଦାର ଓ ବିଭାଗୀୟ ଅଧିକାରୀ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଅଭିଯୋଗ ହୋଇଛି। ୬ ମାସ ହେଲା କାମ ଚାଲିଥିବା ବେଳେ ଅଳ୍ପ କିଛି ଅଂଶର କାମ ସରିଛି। ତେବେ ଯେତିକି ଅଂଶ କଂକ୍ରିଟ୍ ହୋଇଛି, ସେଥିରେ ଫାଟ ଦେଖିବା ମିଳିଲାଣି। ନିମ୍ନମାନର କାମ ଯୋଗୁ ଏମିତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣ ବେଳେ କେହି ବିଭାଗୀୟ ଅଧିକାରୀ ଯାଞ୍ଚ କରିବାକୁ ଆସୁ ନଥିବାରୁ ଏମିତି ଅବସ୍ଥା ହୋଇଥିବା ସେମାନେ କହିଛନ୍ତି। 

[caption id="attachment_702369" align="aligncenter" width="650"]Kodia କାମ ସରି ନଥିବା ବେଳେ ରାସ୍ତା ଫାଟି ଆଁ କଲାଣି[/caption]

ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଖଣିଜ ପଦାର୍ଥ ବୋଝେଇ ଟ୍ରକ୍ ସହିତ ବସ୍‌  ଓ ଅନ୍ୟ ଛୋଟବଡ଼ ଗାଡ଼ି ଯାତାୟାତ କରିଥାଏ। କୋଇଡାରୁ ଟ୍ରକ୍‌ରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଲୁହାପଥର ପରିବହନ ହୋଇଥାଏ। ସେହିପରି ପ୍ରତ୍ୟେକ ଦିନ ବଡ଼ବିଲ, କୋଇଡ଼ା ଓ ଟେନସା ଅଞ୍ଚଳବାସୀ ଏହି ରାସ୍ତା ଦେଇ ଯିବା କରିଥା’ନ୍ତି। ରାସ୍ତା କାମ ଶୀଘ୍ର ସରୁ ନଥିବାରୁ ଏବଂ ହଜାର ହଜାର ଟ୍ରକ୍‌ ଓ ଗାଡ଼ି ମୋଟର ଯିବା ଆସିବା କରୁଥିବା ଯୋଗୁ ପ୍ରବଳ ଧୂଳି ଉଡ଼ୁଛି। ଏହି ଧୂଳି ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇଯାଉଛନ୍ତି। ଏଣୁ କାମ ଶୀଘ୍ର ସାରିବାକୁ ଦାବି କରୁଛନ୍ତି।

[caption id="attachment_702372" align="aligncenter" width="650"]Kodia ହଜାର ହଜାର ଟ୍ରକ୍‌ ଓ ଗାଡ଼ି ମୋଟର ଯିବା ଆସିବା ଯୋଗୁ ପ୍ରବଳ ଧୂଳି ଉଡ଼ୁଛି[/caption]

ସ୍ଥାନୀୟ ବାସିନ୍ଦା ସଞ୍ଜୀବ ମହନ୍ତ କହିଛନ୍ତି, ଖରାପ ରାସ୍ତା ଯୋଗୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି।  ରାସ୍ତା କାମ ଶୀଘ୍ର ଶେଷ କରିବାକୁ ଆମେ ସରକାରଙ୍କ ପାଖରେ ଗୁହାରୀ କରୁଛୁ।

[caption id="attachment_702373" align="aligncenter" width="650"]Road ରାସ୍ତା ପାଲଟିଛି ମରଣଯନ୍ତା[/caption]

ରାଉରକେଲା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋଜ ମହାନନ୍ଦ କହିଛନ୍ତି, ଏହା ଡିଏମ୍‌ଓ ପ୍ରୋଜେକ୍ଟ।  ମେ’ ମାସରେ ଏନେଇ ଟେଣ୍ଡର ଏଗ୍ରିମେଣ୍ଟ କରିଥିଲୁ। ବର୍ଷା ପରେ ପରେ କାମ ଆରମ୍ଭ ହୋଇଛି। ରାସ୍ତା କାମ ସରିବାକୁ ୨ ବର୍ଷ ଲାଗିବ। ୨୦୨୩ କାର୍ଯ୍ୟ ସରିବ। ଟ୍ରାଫିକ୍ ରହୁଥିବା ଯୋଗୁ ୱାନ୍‌ ୱେ କାମ ଚାଲିଛି। ଟୁ ୱେ କାମ କରି ହେବ ନାହିଁ। ତେଣୁ ସମୟ ଲାଗିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story