Advertisment

ଜନ୍ମାଷ୍ଟମୀ କେବେ,୨୩ ନା ୨୪ ଅଗଷ୍ଟ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନ୍ମାଷ୍ଟମୀ ହିନ୍ଦୁ ଧର୍ମରେ ଏକ ମୁଖ୍ୟ ପର୍ବ। ଶାସ୍ତ୍ର ଅନୁଯାୟୀ ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ନଟଖଟ ନନ୍ଦଲାଲ୍ ତଥା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥିକୁ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ଚଳିତ ବର୍ଷ ଜନ୍ମାଷ୍ଟମୀର ତାରିଖକୁ ନେଇ ଭକ୍ତଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଛି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ଜନ୍ମାଷ୍ଟମୀ ପ୍ରକୃତରେ ୨୩ ରେ ପାଳନ ହେବା ଉଚିତ୍‌ କି ୨୪ ରେ। ତେବେ ଆଜି ଆମେ ଆପଣଙ୍କର ଏହି ଦ୍ଵନ୍ଦ୍ଵ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଜନ୍ମାଷ୍ଟମୀ କେବେ,୨୩ ନା ୨୪ ଅଗଷ୍ଟ?

krishana

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନ୍ମାଷ୍ଟମୀ ହିନ୍ଦୁ ଧର୍ମରେ ଏକ ମୁଖ୍ୟ ପର୍ବ। ଶାସ୍ତ୍ର ଅନୁଯାୟୀ ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ନଟଖଟ ନନ୍ଦଲାଲ୍ ତଥା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥିକୁ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ଚଳିତ ବର୍ଷ ଜନ୍ମାଷ୍ଟମୀର ତାରିଖକୁ ନେଇ ଭକ୍ତଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଛି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ଜନ୍ମାଷ୍ଟମୀ ପ୍ରକୃତରେ ୨୩ ରେ ପାଳନ ହେବା ଉଚିତ୍‌ କି ୨୪ ରେ। ତେବେ ଆଜି ଆମେ ଆପଣଙ୍କର ଏହି ଦ୍ଵନ୍ଦ୍ଵ ଦୂର କରିବାକୁ ଚେଷ୍ଟା କରିବୁ।
Advertisment
କେଉଁ ଦିନ ପାଳିବେ?
ଶାସ୍ତ୍ର ଅନୁଯାୟୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ ଭାଦ୍ରପଦ ଅର୍ଥାତ ଭାଦ୍ରବ ମାସ କୃଷ୍ଷ ପକ୍ଷ ଅଷ୍ଟମୀ ତିଥିରେ ରୋହିଣୀ ନକ୍ଷତ୍ରରେ ହୋଇଥିଲା। ତେଣୁ ଯଦି ତିଥି ହିସାବରେ ଦେଖାଯାଏ ତେବେ ଜନ୍ମାଷ୍ଟମୀ ୨୩ ଅଗଷ୍ଟରେ ପାଳନ ହେବା ଉଚିତ୍‌। ଆଉ ଯଦି ରୋହିଣୀ ନକ୍ଷତ୍ରକୁ ମାନିବେ, ତେବେ ଆପଣ ୨୪ ତାରିଖରେ ଜନ୍ମାଷ୍ଟମୀ ପାଳିବା ଉଚିତ୍।

publive-image

କ’ଣ ରହିଛି ଶୁଭ ମୁହୂର୍ତ୍ତ?
ଜନ୍ମାଷ୍ଟମୀର ତିଥି: ଅଗଷ୍ଟ ୨୩ ଏବଂ ଅଗଷ୍ଟ ୨୪
ଅଷ୍ଟମୀ ତିଥି ପ୍ରାରମ୍ଭ: ଅଗଷ୍ଟ ୨୩ ସକାଳ ୮ଟା.୩୨ ମିନିଟରୁ ଆରମ୍ଭ
ଅଷ୍ଟମୀ ତିଥି ସମାପ୍ତ: ଅଗଷ୍ଟ ୨୪ ସକାଳ ୮ଟା ୩୨ ମିନିଟ୍‌ରେ ଶେଷ
ରୋହିଣୀ ନକ୍ଷତ୍ର ପ୍ରାରମ୍ଭ: ଅଗଷ୍ଟ ୨୪ ଭୋର୍‌ ୩ଟା ୪୮ ମିନିଟ୍‌ରୁ ଆରମ୍ଭ
ରୋହିଣୀ ନକ୍ଷତ୍ର ଶେଷ: ଅଗଷ୍ଟ ୨୫ ଭୋର୍‌ ୪ଟା ୧୭ ମିନିଟ୍‌ରେ ଶେଷ।
ଆପଣଙ୍କୁ ଜଣାଇଦେବାକୁ ଚାହୁଁ ଯେ କିଛି ଲୋକଙ୍କ ପାଇଁ ଅଷ୍ଟମା ତିଥିର ମହତ୍ତ୍ୱ ଅଧିକ ହୋଇଥିବାବେଳେ କିଛି ଲୋକ ରୋହିଣା ନକ୍ଷତ୍ର ଆରମ୍ଭ ହେଲେ ହିଁ ଜନ୍ମାଷ୍ଟମୀ ବ୍ରତ ପାଳନ କରନ୍ତି। ଆଉ କେହି କେହି ଦୁଇ ଦିନ ଧରି ମଧ୍ୟ ପାଳନ କରିଥାନ୍ତି। ତେଣୁ ଆପଣ ନିଜର ବିଶ୍ୱାସ ଅନୁଯାୟୀ ଏହି ବ୍ରତ ପାଳନର ଦିନ ଓ ସମୟ ଧାର୍ଯ୍ୟ କରନ୍ତୁ।
Advertisment