Advertisment

ସରକାରୀ ମେଳାକୁ ଡରୁଛି କରୋନା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡକୁ ନେଇ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି । ଜାନୁଆରୀ ମାସରେ କୌଣସି ମେଳା କି ପ୍ରଦର୍ଶନୀ ହେବ ନାହିଁ ବୋଲି ନୋଟିଫିକେସନ କଲେ ସରକାର । କିନ୍ତୁ ନିଜେ ମେଳା ଆୟୋଜନ କରି ନିଜ ନିୟମକୁ ଭାଙ୍ଗି ଦେଲେ ସରକାର। ନୂଆ ବର୍ଷ ପୂର୍ବରୁ ମଠ ମନ୍ଦିର ଠାରୁ ନେଇ ହୋଟେଲ ବଣଭୋଜି ସବୁ ବନ୍ଦ କରି ଦେଲେ । କିନ୍ତୁ ଲୋକଙ୍କ ପାଇଁ ଖୋଲା ରହିଲା ଶିଶିର ସରସ ମେଳା। […]

ଅଦ୍ୟତନ ହୋଇଛି
ସରକାରୀ ମେଳାକୁ ଡରୁଛି କରୋନା!

Crowd

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡକୁ ନେଇ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି । ଜାନୁଆରୀ ମାସରେ କୌଣସି ମେଳା କି ପ୍ରଦର୍ଶନୀ ହେବ ନାହିଁ ବୋଲି ନୋଟିଫିକେସନ କଲେ ସରକାର । କିନ୍ତୁ ନିଜେ ମେଳା ଆୟୋଜନ କରି ନିଜ ନିୟମକୁ ଭାଙ୍ଗି ଦେଲେ ସରକାର। ନୂଆ ବର୍ଷ ପୂର୍ବରୁ ମଠ ମନ୍ଦିର ଠାରୁ ନେଇ ହୋଟେଲ ବଣଭୋଜି ସବୁ ବନ୍ଦ କରି ଦେଲେ । କିନ୍ତୁ ଲୋକଙ୍କ ପାଇଁ ଖୋଲା ରହିଲା ଶିଶିର ସରସ ମେଳା।

Advertisment

ନୂଆବର୍ଷ ସନ୍ଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଲାଗିଥିଲା ନାହି ନଥିବା ଭିଡ଼। ସବୁ କିଛି ବନ୍ଦ ଥିବାରୁ ସାଙ୍ଗସାଥି ଓ ପରିବାର ଲୋକଙ୍କ ସହ ମେଳା ବୁଲି ମଜା ଉଠାଇଲେ ଲୋକ । ଆଉ ଚୁଲିକୁ ଗଲା କୋଭିଡ କଟକଣା। ଧର୍ମକୁ ଆଖି ଠାର ଭଳି ୬ ଫୁଟ ଦୂରତ୍ୱ ରଖିବା ପାଇଁ ଗେଟ୍ ସମ୍ମୁଖରେ କୋଭିଡ ନିୟମ ଭରା ବୋର୍ଡ ୨ଦୁଇଟି ଲାଗିଥିଲା । କିନ୍ତୁ ଏହାକୁ ମାନୁଛି କିଏ। ଏମିତି କି ମେଳା ଭିତରକୁ ଏଣ୍ଟ୍ରି ଗେଟର ତାପମାତ୍ରା ମାପିବା ପାଇଁ ଦୁଇ ଭଲେଣ୍ଟିୟରଙ୍କୁ ନିୟୋଜିତ କରାଯାଇଛି ସତ। କିନ୍ତୁ ସବୁଠୁ ମଜା କଥା ହେଲା,ସେମାନଙ୍କୁ ଜଣା ହିଁ ନାହିଁ ଶରୀରର ନର୍ମାଲ ତାପମାତ୍ରା କେତେ? ପଚାରିଲା ବେଳେକୁ ପାଟିରୁ କଥା ବାହାରୁ ନି । କହୁଛନ୍ତି “ଆମକୁ କିଛି ଟ୍ରେନିଂ ଦିଆଯାଇନି । ଖାଲି ତାପମାତ୍ରା ମାପିବାକୁ କୁହାଯାଇଛି । “

କେବଳ ବଣଭୋଜି ନୁହେଁ, ରାଜାଧାନୀରେ ସମସ୍ତ ଫୁଡ୍‌ କୋର୍ଟକୁ ମଧ୍ୟ ବୁଲି ବୁଲି ବନ୍ଦ କରି ଦିଆଗଲା ନୂଆ ବର୍ଷ ପୂର୍ବରୁ । ପୁଲିସ ଗାଡ଼ି ବୁଲି ବୁଲି ଭିଡ଼ ନ ଜମାଇବାକୁ ପ୍ରଚାର କଲା । କିନ୍ତୁ ମେଳା ଭିତରେ ଥିବା ଫୁଡ କୋର୍ଟରେ ପୂରା କୋଭିଡ କଟକଣାର ଧର୍ଜିଆ ଉଡୁଥିଲା।। ଲୋକ ମାଳ ମାଳ ହୋଇ ମନ ଇଛା କିଣୁଥିଲେ, ମନ ଇଛା ଖାଉଥିଲେ । ଯେମିତି ଭିଡ ଉପରେ କ୍ୟାମେରା ପଡିଲା, ସାଙ୍ଗେ ସାଙ୍ଗେ ସଜାଗ ହୋଇ ଉଠିଲେ ଆୟୋଜକ, ଆଉ ଫୁଡକୋର୍ଟକୁ ଜାନୁୟାରୀ ୨ ପର୍ଯ୍ୟନ୍ତ ବନ୍ଦ କରିଦିଆଗଲା। ନୂଆ ବର୍ଷ ପୂର୍ବରୁ ରାଜାଧାନୀର ସମସ୍ତ ମୁଖ୍ୟ ଫୁଡ୍‌ କୋର୍ଟକୁ ବୁଲି ବୁଲି ବନ୍ଦ କରିଛି ବିଏମସି । କିନ୍ତୁ ନିଜେ ମେଳା ଆୟୋଜନ କରି ବେପାର ମେଲି ଗହଳି ଜମେଇ ବସି ପଡିଛନ୍ତି ସରକାର ।

Advertisment

[caption id="attachment_703315" align="aligncenter" width="650"]Crowd1 ଶିଶିର ସରସରେ ସେଲ୍‌ଫି ନେଉଛନ୍ତି ବୁଲିବାକୁ ଆସିଥିବା ମହିଳାମାନେ[/caption]

ମେଳାକୁ ଆସିଥିବା ପ୍ରଦୀପ ପ୍ରଧାନ କହିଛନ୍ତି, ମେଳା ହେବ ମାନେ ଲୋକ ଆସିବେ । ୨ ବର୍ଷ ପରେ ମେଳା ହେଲା, ଭଲ କଥା । କିନ୍ତୁ ଲୋକଙ୍କ ଜୀବନ ବି ମୂଲ୍ୟବାନ୍ । ଖାସ୍ କରି ଫୁଡ୍ କୋର୍ଟ ପାଖରେ ଅଧିକ ବ୍ୟବସ୍ଥା ହେବରା ଥିଲା । ଅତ୍ୟଧିକ ହଗହଳି ପାଇଁ ଭୟ ଲାଗୁଛି ।

ସେପଟେ ଆଉ ଜଣେ ମହିଳା ଯାତ୍ରୀ ମମତା ରାଉତ କହିଛନ୍ତି , “ସରକାର ମନ୍ଦିର ବନ୍ଦ କରି ମେଳା ଖୋଲିଲେ । ଏଠାରେ କ’ଣ ଆଉ କରୋନା ହେବ ନାହିଁ । ସରକାରୀ ମେଳା ବୋଲି ଖୋଲି ପାରିବ । ଆମେ କଲେ ଆମ ଉପରେ ଫାଇନ ପଡ଼ିବ ।“

ସବୁଠୁ ବଡ଼ କଥା ହେଲା, ଜାନୁୟାରୀ ଗାଇଡ୍ ଲାଇନରେ ସରକାର ସ୍ପଷ୍ଟ ଭାବରେ ଲେଖିଛନ୍ତି, ଜାନୁୟାରୀରେ କୌଣସି ମେଳା, ପ୍ରଦର୍ଶନୀ ହେବ ନାହିଁ । କାରଣ ଗହଳି ହେଲେ ବଢ଼ିବ କରୋନା ସଂକ୍ରମଣ । ସେପଟେ କିନ୍ତୁ ଜାନୁୟାରୀ ୬ ଶିଶିର ସରସ ମେଳାକୁ ଲୋକଙ୍କ ପାଇଁ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । କ’ଣ ହେଲେ କରୋନା ସଂକ୍ରମଣ ବଢ଼ିବ, ଆଉ କଣ ହେଲେ ସଂକ୍ରମଣ କମିବ-  ତାକୁ ନେଇ ସରକାର ଏକ ପ୍ରକାର ନିଜେ ଦ୍ୱନ୍ଦ୍ୱରେ ଥିବା ନେଇ ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe