Advertisment

ଜୀବିତ ଲୋକଙ୍କ ନାଁରେ କୋଭିଡ ମୃତ୍ୟୁ ସହାୟତା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକ ଜୀବିତ। ସରକାରୀ ଖାତାରେ ମୃତ। ତେଣୁ ଅନୁକମ୍ପା ସହାୟତା ରାଣି ନେବା ପାଇଁ ପରିବାରକୁ ଆସୁଛି ଫୋନ୍ କଲ୍‌। ଏମିତି ଏକ ଚମକାଇ ଦେଲା ପରି କଲ୍‌ ପାଇଛନ୍ତି ଚନ୍ଦ୍ର ଶେଖରପୁର ଅଂଚଳର ଶାଶ୍ୱତ ଦେବଦତ୍ତ। ଶାଶ୍ୱତଙ୍କ ମା’ଙ୍କୁ କୋଭିଡ ମୃତ ଦର୍ଶାଇ ବିଏମସି ପକ୍ଷରୁ ଆସିଥିଲା ଫୋନ୍ କଲ। ଥରେ ନୁହେଁ, ଦୁଇ ଦୁଇ ଥର କଲ୍ କରି ୫୦ ହଜାର ଟଙ୍କା ନେଇଯିବା ପାଇଁ କହିଥିଲେ ଉଭୟ ବିଏମସି […]

ଅଦ୍ୟତନ ହୋଇଛି
‘କରେନାର ତୃତୀୟ ଲହର କେବଳ ଶିଶୁ ନୁହଁନ୍ତି, ସମସ୍ତଙ୍କୁ ସଂକ୍ରମଣ କରିବ’

covid

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକ ଜୀବିତ। ସରକାରୀ ଖାତାରେ ମୃତ। ତେଣୁ ଅନୁକମ୍ପା ସହାୟତା ରାଣି ନେବା ପାଇଁ ପରିବାରକୁ ଆସୁଛି ଫୋନ୍ କଲ୍‌। ଏମିତି ଏକ ଚମକାଇ ଦେଲା ପରି କଲ୍‌ ପାଇଛନ୍ତି ଚନ୍ଦ୍ର ଶେଖରପୁର ଅଂଚଳର ଶାଶ୍ୱତ ଦେବଦତ୍ତ। ଶାଶ୍ୱତଙ୍କ ମା’ଙ୍କୁ କୋଭିଡ ମୃତ ଦର୍ଶାଇ ବିଏମସି ପକ୍ଷରୁ ଆସିଥିଲା ଫୋନ୍ କଲ। ଥରେ ନୁହେଁ, ଦୁଇ ଦୁଇ ଥର କଲ୍ କରି ୫୦ ହଜାର ଟଙ୍କା ନେଇଯିବା ପାଇଁ କହିଥିଲେ ଉଭୟ ବିଏମସି କର୍ମଚାରୀ ଓ କଳାରାହାଙ୍ଗ ରାଜସ୍ୱ ନୀରିକ୍ଷକ ବା ଆର.ଆଇ.। ମା’ ବଞ୍ଚି ଥାଉଁ ଥାଉଁ ଏମିତି ଏକ କଲ୍‌କୁ ନେଇ ପୁରା ପରିବାର ସ୍ତବ୍ଧ ହୋଇଯାଇଥିବା ନିଜ ଟୁଇଟର୍‌ ଆକାଉଣ୍ଟରେ ଲେଖିଛନ୍ତି ଶାଶ୍ୱତ। ଅଡ଼ିଓ ବାର୍ତ୍ତାରେ ମଧ୍ୟ ବିଏମସିର ଏମିତି ଅଜବ କଲ୍‌ର ପୂରା କାହାଣୀ ବଖାଣିଛନ୍ତି ଶାଶ୍ୱତ।

Advertisment

ଫେବୃୟାରୀ ୩ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୩୩ରେ ଶାଶ୍ୱତଙ୍କୁ ପ୍ରଥମେ ୭୦୦୮୨୭୪୭୩୯ ନମ୍ବରରୁ ତାଙ୍କ ମା’ଙ୍କ କୋଭିଡ ମୃତ୍ୟୁ ଜନିତ ଅନୁକମ୍ପା ସହାୟତା ନେବା ପାଇଁ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ କଲ୍‌ ଆସିଥିଲା। ପୁଣିଥରେ ୪ ତାରିଖ ଦିନ ୧.୪୦ରେ ନିଜକୁ କଳାରାହାଙ୍ଗ ଆର.ଆଇ. ପରିଚୟ ଦେଇ ୮୨୬୦୦୧୫୫୮୦ ନମ୍ବରରୁ କଲ୍‌ କରିଥିଲେ ଆଉ ଜଣେ ବ୍ୟକ୍ତି। ମା’ଙ୍କ ମୃତ୍ୟୁ ପାଇଁ ମଞ୍ଜୁର ହୋଇଥିବା ଅନୁକମ୍ପା ସହାୟତା ରାଶି ୫୦ ହଜାର ଟଙ୍କା ନେବା ଲାଗି ଶାଶ୍ୱତଙ୍କୁ ଜଣାଇଥିଲେ ଆର.ଆଇ.। ତେବେ ଏହି ଗୋଟିଏ ଭୁଲ ନୁହେଁ, ଏମିତି ନିୟମିତ ଭୁଲ କଲ୍‌ ଯାଉଥିବା ନିଜେ ସ୍ୱୀକାର କରିଛନ୍ତି ଏହି କର୍ମଚାରୀ। ବିଭିନ୍ନ କୋଭିଡ ହସ୍ପିଟାଲ ପକ୍ଷରୁ ବିଏମସିକୁ ଯୋଗାଇ ଦିଆଯାଉଥିବା ତାଲିକା ଅନୁସାରେ ଫୋନ୍ କଲ୍‌ କରଯାଉଛି। କେତେକ କ୍ଷେତ୍ରରେ ମୃତ୍ୟୁ ତାଲିକାର ତଥ୍ୟ ଭୁଲ ପାଇଁ ଭୁଲ କଲ୍ ଯାଉଥିବା କହିଛନ୍ତି ଏହି ଦୁଇ କର୍ମଚାରୀ।

[caption id="attachment_711976" align="aligncenter" width="650"]Twitter ଶାଶ୍ୱତଙ୍କ ଟ୍ୱିଟ୍‌[/caption]

Advertisment

କଳାରାହଙ୍ଗ ଆର.ଆଇ କର୍ମଚାରୀ କହିଛନ୍ତି, “ଆମେ ସବୁ ହସ୍‌ପିଟାଲ୍‌କୁ ଲିଷ୍ଟ ମାଗୁଛୁ । ହସ୍‌ପିଟାଲ୍‌ ଗୁଡ଼ିକ ଯେଉଁ ତଥ୍ୟ ଦେଉଛନ୍ତି ଆମେ ସେହି ହିସାବରେ ଲୋକଙ୍କୁ କଲ୍‌ କରୁଛୁ । ଯେଉଁ ନମ୍ବର ଓ ଇନଫେରମେସନ୍ ହସ୍‌ପିଟାଲ୍‌ ଗୁଡ଼ିକ ଦେଉଛନ୍ତି ସେହି ଆଧାରରେ ଆମେ ଲୋକଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ୍ ପାଇଁ ଡାକୁଛୁ । ଆପଣ ଓରିଡ ହେବା କଥା। ଏମିତ ଭୁଲ ଭାଲ ଇନଫେରମେସନ୍ ଆସି ଯାଉଛି। କେବଳ ଆପଣ ନୁହଁନ୍ତି, ଏମିତି ବହୁ କୋଲକ ଜୀବିତ ଥାଇ ବି ତାଙ୍କ ନମ୍ବର ଆମ ପାଖକୁ ଆସୁଛି। ଆମକୁ ଜୋନ୍ ୱାଇଜ୍ ବିଏମସି ତାଲିକା କରି ଦେଉଛି । ତହସିଲ ଓ ବିଏମସି ମିଶିକି ଭେରିଫିକେସନ କରୁଛନ୍ତି। ପୂରା ତାଲିକା ବିଏମସି କରୁଛି। ତେଣୁ ଅଭିଯୋଗ ଥିଲେ ବିଏମସିକୁ ହିଁ କହି ପାରିବେ ।“

ବିଏମସି କର୍ମଚାରୀ କହିଛନ୍ତି, “ତହସିଲ୍ ଅଫିସ୍‌ ଯେଉଁ ତାଲିକା ଦେଉଛି, ଆମେ ସେହି ହିସାବରେ ହିଁ କଲ୍ କରି ଭେରିଫିକେସନ୍ କରୁଛୁ। ହସ୍‌ପିଟାଲ୍‌ ଏ ସବୁ ତାଲିକା ଦେଇଥାଏ। ସେହି ନମ୍ବର ହିସାବରେ ଆମେ କଲ୍‌ କରିଥାଉ । ଆମକୁ ବିଏମସି ଅଫିସରୁ ହିଁ ଲିଷ୍ଟ ଆସୁଛି । ଏହା ପୂର୍ବରୁ ଜଣଙ୍କୁ ମୁଁ ମଧ୍ୟ କଲ କରିଥିଲେ । ସେ ଲୋକ କିନ୍ତୁ ଜୀବିତ ଥିଲେ । ତହସିଲ୍ ଅଫିସର ପୋର୍ଟାଲରୁ ହିଁ ଏହି ତାଲିକା ଆମେ ଡାଉନଲୋଡ କରିଥାଉ।“

[caption id="attachment_711977" align="aligncenter" width="650"]Twitter1 ଶାଶ୍ୱତଙ୍କ ଟ୍ୱିଟ୍‌[/caption]

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି କୋଭିଡ ମୃତକଙ୍କ ପରିବାରଙ୍କୁ ରାଜ୍ୟ ସରକାର ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ସୁପ୍ରିମକୋର୍ଟରେ ସରକାର ଦେଇଥିବା ସତ୍ୟପାଠ ଅନୁୟାୟୀ ଏବେ ସୁଧା ରାଜ୍ୟରେ ୧୧ ହଜାର ୯୩୮ ଜଣ କୋଭିଡରେ ମୃତ୍ୟୁ ବରଣ କରିଥିବା ବେଳେ ୧୦ ହଜାର ୯୪ ଜଣଙ୍କୁ ଆର୍ଥିକ ସହାୟତା ଦିଆସରିଛି। ତେବେ ରାଜ୍ୟ ସରକାରଙ୍କ କୋଭିଡ ଡ୍ୟାସବୋର୍ଡ ତଥ୍ୟ କହୁଛି ରାଜ୍ୟରେ ମୋଟ୍ ୮ ହଜାର ୭୧୧ ଜଣଙ୍କ କୋଭିଡ ଜନିତ ମୃତ୍ୟୁ ହୋଇଛି। ଏଥରୁ ସ୍ପଷ୍ଟ ଯେ ରାଜ୍ୟ ସରକାରଙ୍କ ତଥ୍ୟରେ ତାଳମେଳ ନଥିବାବେଳେ ରାଜ୍ୟର କୋଭିଡ ମୃତ୍ୟୁ ନେଇ ବିଭ୍ରାନ୍ତି ସୃଷ୍ଟି ହୋଇଛି, ଯାହାକି ତ୍ରୁଟିପୂର୍ଣ୍ଣ କୋଭିଡ଼ ପରିଚାଳନାର ଏକ ନଗ୍ନ ରୂପ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe