କ୍ରାଇମ୍‌ କାହାଣୀ- ୨୦୨୧

ବର୍ଷ ୨୦୨୧ଶେଷ ହେଲା। କିନ୍ତୁ ବର୍ଷ ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ରକ୍ତ ରଞ୍ଜିତ କାହାଣୀରେ ଛନ୍ଦି ହୋଇଛି ୨୦୨୧ । ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଗାଙ୍ଗଷ୍ଟରଙ୍କଠାରୁ ଆରମ୍ଭ କରି ପୁଲିସ ବାବୁ, ସମସ୍ତେ ଏହାର ସ୍କାନର ମଧ୍ୟକୁ ଚାଲି ଆସିଥିଲେ। ପଢ଼ିବା ୨୦୨୧ର କିଛି ଚର୍ଚ୍ଚିତ କ୍ରାଇମ କାହାଣୀ। ବର୍ଷ ଆରମ୍ଭରୁ ରକ୍ତାକ୍ତ ହୋଇଥିଲା ମାହାଙ୍ଗା ମାଟି ଜାନୁଆରୀ ୨ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ବରିଷ୍ଠ ବିଜେପି ନେତା ତଥା ମାହାଙ୍ଗାର ପୂର୍ବତନ […]

mahanga-123

mahanga-123

Ordigital Desk
  • Published: Monday, 27 December 2021
  • Updated: 27 December 2021, 05:39 PM IST

ବର୍ଷ ୨୦୨୧ଶେଷ ହେଲା। କିନ୍ତୁ ବର୍ଷ ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ରକ୍ତ ରଞ୍ଜିତ କାହାଣୀରେ ଛନ୍ଦି ହୋଇଛି ୨୦୨୧ । ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଗାଙ୍ଗଷ୍ଟରଙ୍କଠାରୁ ଆରମ୍ଭ କରି ପୁଲିସ ବାବୁ, ସମସ୍ତେ ଏହାର ସ୍କାନର ମଧ୍ୟକୁ ଚାଲି ଆସିଥିଲେ। ପଢ଼ିବା ୨୦୨୧ର କିଛି ଚର୍ଚ୍ଚିତ କ୍ରାଇମ କାହାଣୀ।

ବର୍ଷ ଆରମ୍ଭରୁ ରକ୍ତାକ୍ତ ହୋଇଥିଲା ମାହାଙ୍ଗା ମାଟି

ଜାନୁଆରୀ ୨ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ବରିଷ୍ଠ ବିଜେପି ନେତା ତଥା ମାହାଙ୍ଗାର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦାଦା ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିବା ବେଳେ ଏବେ ବି ଆହୁରି ୪ ଜଣ ଧରା ପଡ଼ି ନାହାଁନ୍ତି। ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିକୁ କେନ୍ଦ୍ର କରି ହୋଇଥିବା ଏହି ହତ୍ୟାକାଣ୍ଡରେ ୧୩ ନମ୍ବର ମୁଦଲା ଭାବେ ସ୍ଥାନୀୟ ବିଧାୟକ ତଥା ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲା। ତାଙ୍କୁ ଗିରଫ କରିବାକୁ ଜୋରଦାର ବିକ୍ଷୋଭ କରିଥିଲା ବିଜେପି। ହେଲେ ପୁଲିସ ଚାର୍ଜସିଟରୁ ମନ୍ତ୍ରୀଙ୍କ ନାଁ ହଟାଇ ଦେଇଥିବା ବେଳେ କୋର୍ଟର ଆଶ୍ରୟ ନେଇଥିଲେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ। କୋର୍ଟ ପୁନଃ ତଦନ୍ତ କରି ସାନି ଚାର୍ସିଜଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମନ୍ତ୍ରୀଙ୍କ ପିଏ ବାପି ବିଶ୍ୱାଳ ସହ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ଡିସିଆର୍ ରିପୋର୍ଟ ମାଗିଥିଲେ। ଫଳରେ ଏବେ ଆଇନର ଅଡୁଆ ଜାଲରେ ପଡ଼ିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା।

ଟଙ୍କା ପାଇଁ ଝଡ଼ିଗଲା ଝରାଫୁଲର ଜୀବନ

୨୦୨୧ର ଲଭ,ସେକ୍ସ ଓ ମର୍ଡର କାହାଣୀ ରମାଦେବୀ ବିଶ୍ୱବିଦ୍ୟାଳୟର ଝରାଫୁଲକୁ ନେଇ ରଚା ଯାଇଥିଲା। ଜାନୁଆରୀ ୨୭ ତାରିଖରେ ମୟୂଭଞ୍ଜର ଝିଅ ଝରାଫୁଲର ମୃତଦେହ ଯାଜପୁରର କୁଆଖିଆରେ ଏକ ରାସ୍ତାକଡ଼ରୁ ମିଳିଥିଲା। ସିସିଟିଭିରେ ପ୍ରେମିକ ରାକେଶ ସ୍ୱାଇଁ ଓ ତା’ର ସହଯୋଗୀ ଶକ୍ତିଶେଖର ଶବ ନେଇ ଯାଉଥିବା ଦୃଶ୍ୟ ଧରା ପଡ଼ିବା ପରେ ଆରମ୍ଭ ହୋଇଥିଲା ଖୋଳତାଡ଼। ଭୁବନେଶ୍ୱରର ଏକ ଗେଷ୍ଟ ହାଉସରେ ହତ୍ୟାକାଣ୍ଡ ଘଟିଥିବା ବେଳେ ପ୍ରାୟ ୩ ମାସ ପରେ ଘଟଣା ଉପରୁ ପରଦା ହଟିଥିଲା। ଗାଡ଼ି କିଣିବା ପାଇଁ ପ୍ରେମିକଙ୍କୁ ୩୦ ହଜାର ଟଙ୍କା ଦେଇଥିଲେ ଝରାଫୁଲ। ଆଉ ଟଙ୍କା ଫେରସ୍ତ ମାଗିବାରୁ ଯୋଜନାବଦ୍ଧ ଭାବେ ପ୍ରେମିକାକୁ ତଣ୍ଟି ଚିପି ସଇତାନ ପାଲଟି ଯାଇଥିଲା ପ୍ରେମିକ ରାକେଶ। ପ୍ରମାଣ ନଷ୍ଟ ପାଇଁ ନିଜ ବନ୍ଧୁ ଶକ୍ତିଶେଖରଙ୍କ ସହ ଝରାଫୁଲର ମୃତଦେହକୁ ଯାଜପୁର କୁଆଖିଆରେ ଫିଙ୍ଗି ଫେରାର ହୋଇଯାଇଥିଲେ ହତ୍ୟାକାରୀ ରାକେଶ।

ବାଇଶ ବର୍ଷ ପରେ ଧରାପଡ଼ିଲା ବିବନ

ଫେବୃଆରୀ ମାସରେ ଧରା ପଡ଼ିଥିଲା ମୋଷ୍ଟ ୱାଣ୍ଟେଡ୍ ଦୁଷ୍କର୍ମକାରୀ ବିବନ୍ ବିଶ୍ୱାଳ। ମୁମ୍ବାଇର ଲୋନାୱଲାରେ ଛଦ୍ମବେଶରେ ରହୁଥିବା ବିବେକାନନ୍ଦ ବିଶ୍ୱାଳ ଓରଫ ବିବନ ବିଶ୍ୱାଳକୁ ଗିରଫ କରିଥିଲା କମିଶନରେଟ୍ ପୁଲିସ। ଏହା ବି ଥିଲା ବର୍ଷ ୨୦୨୧ର ଅନ୍ୟତମ ଚର୍ଚ୍ଚିତ କାହାଣୀ। କାରଣ ଘଟଣା ୨୨ ବର୍ଷ ତଳର। ତତ୍କାଳୀନ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ୍ ରାୟଙ୍କ ବିରୋଧରେ ରେପ୍ ଆଟେମ୍ପଟ୍ କେସ ଲଢୁଥିବା ଅଂଜନା ମିଶ୍ର ନିଜ ସାମ୍ବାଦିକ ବନ୍ଧୁ ସୁତନୁ ଗୁରୁଙ୍କ ସହ ବାରଙ୍ଗ ଦେଇ କଟକରୁ ଭୁବନେଶ୍ୱର ଆସୁଥିଲେ। ନିଛାଟିଆ ରାସ୍ତାରେ ତାଙ୍କ କାର ଅଟକାଇଥିଲେ ବିବନ ଓ ଅନ୍ୟ ଦୁଇ ଜଣ। କାର ଭିତରେ ଓ ବାହାରେ ଜଣଙ୍କ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ଘଟଣା ରାଜନୈତିକ ମୋଡ଼ ନେଇଥିଲା ଏବଂ ଗାଦିରୁ ହଟିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ। ସେପଟେ ପୂର୍ବରୁ ଧରା ପଡ଼ି ଜେଲରେ ସଜା କାଟୁଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ମୁଣ୍ଡବିହୀନ ଶବ ପଛର କାହାଣୀ 

ଫେବୃଆରୀ ମାସରେ ଆଉ ଏକ ରୋମାଞ୍ଚକର ମର୍ଡର ମିଷ୍ଟ୍ରି ଥିଲା, ଅନ୍ଧାରୁଆ ଦାସପୁର ଅଞ୍ଚଳରୁ ମିଳିଥିବା ମହିଳାଙ୍କ କଟାମୁଣ୍ଡ। ପରକୀୟା ପ୍ରୀତିକୁ ନେଇ ମଞ୍ଚେଶ୍ୱର ଧୀରକୁଟ ବସ୍ତିରେ ରହୁଥିବା ପୁଷ୍ପଲତା ରାଉଳଙ୍କୁ ମର୍ଡର କରିଥିଲା ପ୍ରେମିକ ସଞ୍ଜୟ ଦାସ। ପୂର୍ବରୁ ୨ଥର ବିବାହ କରିଥିବା ପୁଷ୍ପଲତା ସଞ୍ଜୟଙ୍କ ସହ ପାତ୍ରପଡ଼ାସ୍ଥିତ ଫୁଲେଶ୍ୱର ବସ୍ତିରେ ରହୁଥିଲେ। କିନ୍ତୁ ପୁରୁଣା ସଂପର୍କକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ସଞ୍ଜୟ ତାର ସହଯୋଗୀ ସହ ମିଶି ପୁଷ୍ପଲତାଙ୍କୁ ମାରି ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ମୁଣ୍ଡଗଣ୍ଡି ଅଲଗା କରି ଫିଙ୍ଗି ଦେଇଥିଲା। ମୁଣ୍ଡବିହୀନଶବକୁ ନେଇ ପୁଲିସ ତଦନ୍ତ କରିବା ସହ ଭରତପୁରରୁ ମୁଣ୍ଡ ପାଇଥିଲା ଏବଂ ଘଟଣା ଉପରୁ ପରଦା ହଟାଇଥିଲା।

ଜଗନ୍ନାଥଙ୍କ ପାଗଳାମି

ଭୁବନେଶ୍ୱର ଭିମଟାଙ୍ଗୀ ଅଞ୍ଚଳରେ ଘରେ ପଶି ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଘଟଣା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପ୍ରିୟଙ୍କା ପ୍ରିୟଦର୍ଶନୀ ନାମକ ଜଣେ ବିବାହିତ ମହିଳାଙ୍କୁ ଘର ଭିତର ପଟୁ କବାଟ ଦେଇ ଛୁରାରେ ହାଣି ହତ୍ୟା କରିଥିଲା ପୂର୍ବତନ ପ୍ରେମିକ ଜଗନ୍ନାଥ ପ୍ରଧାନ। ଏମିତିକି ମାରିବା ପୂର୍ବରୁ ଜବରଦସ୍ତି ବିବାହ କରିବା ଉଦ୍ଦେଶ୍ୟରେ ପ୍ରିୟଙ୍କାକୁ ସିନ୍ଦୁର ପିନ୍ଧାଇଥିଲା ଜଗନ୍ନାଥ। ପ୍ରେମିକାକୁ ମାରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିବା ପାଇଁ ନିଜ ହାତ ଶିରା କାଟି ଦେଇଥିଲା ହତ୍ୟାକାରୀ ଜଗନ୍ନାଥ।

ଜଳିଗଲେ ଏସିଏଫ୍‌, ଚର୍ଚ୍ଚାରେ ରହିଲେ ବିଦ୍ୟା

୨୦୨୧ରେ ଏକ ଚର୍ଚ୍ଚିତ ମିଷ୍ଟ୍ରି ଥିଲା ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ। ଗଜପତି ପାରଳାଖେମୁଣ୍ଡିର କାର୍ଯ୍ୟରତ ଥିବା ବେଳେ ସୌମ୍ୟରଂଜନ ନିଜ ସରକାରୀ ବାସଭବନରେ ସନ୍ଦେହଜନଜ ଭାବେ ପୋଡ଼ି ହୋଇ ଯାଇଥିଲେ। କଟକ ବଡ଼ ମେଡିକାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସାଙ୍ଗରେ ଥିବା ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହିଁ ସନ୍ଦେହ ଘେରକୁ ଆସିଥିଲେ। ସୌମ୍ୟରଂଜନଙ୍କ ବାପା ଘଟଣାରେ ସିବିଆଇ ତଦନ୍ତ ଦାବି କରିଥିବା ବେଳେ ପୁଲିସ ଜିଡି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯଦିଓ ଏହାକୁ ଏକ ଦୁର୍ଘଟଣା ବୋଲି ପୁଲିସ ଦର୍ଶାଇଥିଲା,କିନ୍ତୁ ଏହି ଘଟଣା ମଧ୍ୟକୁ ଠେଲି ହୋଇ ଆସିଥିଲେ ଡିଏଫଓ ସଂଗ୍ରାମ କେଶରୀ। ବିଦ୍ୟାଙ୍କ ସହିତ ମିଶି ସେ ଏସିଏଫ୍‌ଙ୍କୁ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଡିଏଫ୍‌ଓଙ୍କୁ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ ସୁରକ୍ଷା ଦେଉଥିବା ନେଇ ସଂଗୀନ ଅଭିଯୋଗ ଆଣିଥିଲେ ବିରୋଧୀ।

ପ୍ରେମିକା କଲେ ପ୍ରତାରଣା

ଅଗଷ୍ଟ ୫ରେ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତି ସାହୁଙ୍କ ମୃତଦେହ କଟକ ଯୋବ୍ରା ବ୍ୟାରେଜ ପାଖରୁ ଉଦ୍ଧାର ହୋଇଥିଲା। ଯଦିଓ ଏହା ଏକ ଆତ୍ମହତ୍ୟା ଥିଲା, କିନ୍ତୁ ଏହା ପଛରେ ପରିବାର ଲୋକେ ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ ଆଣିଥିଲେ। ନିଜ ପ୍ରେମିକା, ତାର ବଡ଼ ଭଉଣୀ ଓ ଏକ୍ସ-ବୟଫ୍ରେଣ୍ଡ ତାଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗ ହୋଇଥିଲା। ଶେଷରେ ମାମଲାର ଦତନ୍ତ କରି ତାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଦିବ୍ୟରଂଜନ ବେହେରା ଓ କୌଶଳ ପ୍ରଧାନଙ୍କୁ ଗରିଫ କରିଥିଲା କମିଶନରେଟ ପୁଲିସ।

ମନୀଷଙ୍କ ମର୍ଡର, ପଦାରେ ପଡ଼ିଲେ କୋଟିପତି କନଷ୍ଟେବଲ

ରାଜଧାନୀ ଭୁବନେଶ୍ୱରର ଆଉ ଏକ ହାଇ ପ୍ରୋଫାଇଲ ମର୍ଡର କେସ ଥିଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ହତ୍ୟାକାଣ୍ଡ। ବିବାହର ମାତ୍ର କିଛି ଦିନ ପୂର୍ବରୁ ବ୍ୟାଚଲର ପାର୍ଟି ପାଇଁ ମନୀଷଙ୍କୁ ତିନି ସାଙ୍ଗ ତାଙ୍କୁ ଘରୁ ଡାକି ମର୍ଡର କରିଥିଲେ। ପାତ୍ରପଡ଼ାସ୍ଥିତି ସାଉଥ ସିଟି ହୋଟେଲରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ପାର୍ଟି। ମାତ୍ର ଟଙ୍କା ୩ ହଜାର ପାଇଁ ସାମାନ୍ୟ ବଚସାରୁ ମନୀଷଙ୍କୁ ତିନି ସାଙ୍ଗ ମିଶି ମର୍ଡର କରିଥିଲେ। ଆଉ ପ୍ରମାଣ ନଷ୍ଟ ପାଇଁ ପାଖ ପୋଖରୀରେ ତାଙ୍କ ମୃତଦେହ ଫିଙ୍ଗି ଦେଇଥିଲେ। ତେବେ ନାଇଟ୍ କର୍ଫୁ ବେଳେ ରାତି ସାରା ଚାଲିଥିବା ସାଉଥସିଟି ହୋଟେଲକୁ ସିଲ କରିଥିଲା କମିଶନରଟେ ପୁଲିସ। ଆଉ ଏହାର ବାର୍‌କୁ ଲିଜ୍‌ ସୂତ୍ରରେ ନେଇଥିବା ପୁଲିସ କନଷ୍ଟେବଲ ପ୍ରସନ୍ନ ବେହେରାଙ୍କୁ ଗିରଫ କରାଯାଇଥିଲା। ତାଙ୍କର କୋଟି କୋଟି ସଂପତ୍ତି ଠାବ କରାଯାଇଥିଲା।

ମମିତା ମିଷ୍ଟ୍ରି: ବାହାରିଛି କମ୍‌, ଲୁଚିଛି ବେଶୀ!

ବର୍ଷ ୨୦୨୧ର ସବୁଠାରୁ ଚର୍ଚ୍ଚିତ ମର୍ଡର ମିଷ୍ଟ୍ରୀ ଥିଲା ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୃତ୍ୟୁ। କଳାହାଣ୍ଡି ସନ୍ ସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରକୁ ହତ୍ୟା କରି ସ୍କୁଲ ଖେଳ ପଡିଆରେ ପୋଡ଼ି ପୋତି ଦେଇଥିଲା ହତ୍ୟାକାରୀ ଗୋବିନ୍ଦ ସାହୁ। ଗୋବିନ୍ଦ ସାହୁ ଉଭୟ ମହାଲିଙ୍ଗ କଲେଜ ଓ ସନ୍ ସାଇନ୍ ସ୍କୁଲର ଉପଦେଷ୍ଟା ଥିଲା। ନିଜ କଲେଜ ଓ ସ୍କୁଲର ଛାତ୍ରୀଙ୍କୁ ସେ ଖରାପ କାମରେ ଲଗାଉଥିବାର ଥିଲା ସଂଗୀନ ଅଭିଯୋଗ ହୋଇଥିଲା। ଏହାର ପ୍ରମାଣ ମମିତା ମେହେର ହାତରେ ଲାଗିବାରୁ ତାଙ୍କୁ ଗୋବିନ୍ଦ ରାସ୍ତାରୁ ହଟାଇ ଦେଇଥିବାର ଅଭିଯୋଗ କରିଥିଲେ ପରିବାର ଲୋକେ। ତେବେ ସ୍କୁଲର ପ୍ରତିଟି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଏହି ଘଟଣା ପଛରେ ବେଶ ସନ୍ଦେହ ଜନକ ଥିଲା। କାରଣ ପ୍ରଥମେ ପୁଲିସ ଏଫଆଇଆର ନରଖିବା ଓ ପରେ ଗୋବିନ୍ଦ ପୁଲିସ ହେପାଜତରୁ ଫେରାର ହେବା କଥା ଘଟଣାକୁ ଅଧିକ ରହସ୍ୟ କରିଥିଲା। ଏହି ଘଟଣାରେ ବିରୋଧୀ ସିବିଆଇ ତଦନ୍ତ ଦାବି କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଉଭୟ ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା କରିଥିଲେ। ଘଟଣାକୁ ଏହା ମଧ୍ୟରେ ତିନି ମାସ ହେବାକୁ ବସିଲାଣି। କିନ୍ତୁ ମନ୍ତ୍ରୀଙ୍କ ସଂପୃକ୍ତି ପ୍ରସଙ୍ଗ ଏଯାଏଁ ପ୍ରଶମିତ ହୋଇ ପାରିନି।

ଚିତ୍ତରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ

ବର୍ଷ ଶେଷରେ ପୁଣି ଜଣେ ବିଜେଡିରେ ଆଗୁଆ ନେତା ସଂଜୟ ଦାସବର୍ମାଙ୍କ ଉପରେ ମଧ୍ୟ ଲାଗିଛି ହତ୍ୟାକାଣ୍ଡର ସଂଗୀନ ଅଭିଯୋଗ। ନିଜ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ପଛରେ ସଞ୍ଜୟଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏବେ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଗରିଫ କରି ସତ୍ୟାସତ୍ୟ ଜାଣିବାକୁ ପ୍ରୟାସ କରୁଛି। ଗତ ୧୧ ତାରିଖରେ ନିଜର କିଛି ବନ୍ଧୁଙ୍କ ସହ ଭୋଜି କରିଥିଲେ ଚିତ୍ତରଞ୍ଜନ। ସକାଳେ କିନ୍ତୁ ଏକ ପୋଖରୀରୁ ମିଳିଥିଲା ଚିତ୍ତଙ୍କ ‍କ୍ଷତାକ୍ତ ମୃତଦେହ। ଏହା ପଛରେ ମଧ୍ୟ ପ୍ରେମ ସଂପର୍କ ଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ। ତେବେ ଏହାକୁ ଖଣ୍ଡନ କରିଛନ୍ତି ତାଙ୍କ ପତ୍ନୀ ଓ ଭଉଣୀ।

ଏନ୍‌କାଉଣ୍ଟରରେ ମଲା ହାଇଦର

କେବଳ ହତ୍ୟା ନୁହେଁ, ଗ୍ୟାଙ୍ଗଷ୍ଟର ହାଇଦର ଚିକିତ୍ସାଧୀନ ଅବସ୍ଥାରେ କଟକ ଏସିବି ମେଡିକାଲରୁ ଫେରାର ହେବା ଘଟଣା ମଧ୍ୟ ରାଜ୍ୟରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ଏହା ପରେ ଯଦିଓ ସେ ଧରା ପଡ଼ିଥିଲା। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ତାକୁ ଚୌଦ୍ୱାର ଜେଲରୁ ତାକୁ ବାରିପଦା ଜେଲ ନେବାବାଟରେ ପୁଣିଥରେ ଖସି ପଳାଇବାକୁ ଉଦ୍ୟମ କରିଥିଲା ହାଇଦର। ଆଉ ଶେଷରେ ପୁଲିସ ଏନକାଣ୍ଟରରେ ବାଲେଶ୍ୱର ସିମୁଳିଆ ଠାରେ ତାର ମୃତ୍ୟୁ ହୋଇଥିଲା। ଖଣି ମାଲିକ ରଶ୍ମିରଂଜନ ମହାପାତ୍ରଙ୍କ ହତ୍ୟାକାଣ୍ଡ ସହ ଏକାଧିକ ହତ୍ୟା ଓ ରାହଜାନି ମାମଲାରେ ଆଜୀବନ ସଜା କାଟୁଥିଲା ହାଇଦର।

ପାକିସ୍ତାନୀ ଯୁବତୀଙ୍କ ହନିଟ୍ରାପ୍‌ରେ ଡିଆର୍‌ଡିଓ କର୍ମଚାରୀ

ସେହିପରି ବର୍ଷ ୨୦୨୧ର ଆଉ ଏକ ଚର୍ଚ୍ଚିତ କାହାଣୀ ଥିଲା ପାକିସ୍ତାନୀ ସୁନ୍ଦୀର ଯୁବତୀଙ୍କ ହନିଟ୍ରାପ । ବାଲେଶ୍ୱର ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଘଟଣାରେ ପୁଲିସ ୪ ଜଣଙ୍କ ଗିରଫ କରିଥିଲା । ଜଣେ ପାକିସ୍ତାନୀ ଯୁବତୀଙ୍କ ମାୟା ଜାଲରେ ଫସି ସେମାନେ ଦେଶର ପ୍ରତିରକ୍ଷା ସମ୍ବନ୍ଧୀୟ ଗୁପ୍ତ ତଥ୍ୟ ଲିକ୍ କରୁଥିବାର ସଂଗୀନ ଅଭିଯୋଗ କରିଥିଲା ପୁଲିସ । ଏସି ଅପରେଟର, ଗେଟ୍ କିପର ଓ ଡିଜି ଅପରେଟର ଭାବେ କାମ କରୁଥିବା ସ୍ଥାନୀୟ ଅଂଚଳରେ ଠିକା କର୍ମଚାରୀ ବସନ୍ତ ବେହେରା, ଶେଖ୍‌ ମୁଶାଫର, ତାପସ ରଂଜନ ନାୟକ ଓ ହେମନ୍ତ କୁମାର ମିସ୍ତ୍ରୀଙ୍କ ବିରୋଧରେ ଲାଗିଥିଲା ଦେଶ ଦ୍ରୋହର ସଂଗୀନ ଦଫା ।

ନକଲି ସାମ୍ବାଦିକଙ୍କ ଅସଲ କାହାଣୀ ଓ ଅନ୍ୟାନ୍ୟ ଘଟଣା

ନକଲି ସାମ୍ବାଦିକଙ୍କ ଅସଲି କଳାକାରନାମା କାହାଣୀ ମଧ୍ୟ ଶିରୋନାମା ସାଜିଥିଲା ବର୍ଷ ୨୦୨୧ରେ । ବ୍ୟବସାୟୀଙ୍କୁ ଅପହରଣ ସହ ମାଡ଼ ମାରି ଟଙ୍କା ଆଦାୟ କରିବା ଅଭିଯୋଗରେ ଗିରଫ ହୋଇଥିଲେ ଏକ ୱେବ୍‌ ଚ୍ୟାନେଲର ସାମ୍ବାଦିକା ଓ ମାଲିକ। ଏହା ସହ ଓଡିଶା ଷ୍ଟାଫ୍ ସିଲେକସନ୍ ଅଫିସରେ କାର୍ଯ୍ୟରତ ବରିଞ୍ଚି ସାହୁଙ୍କ ଆୟବର୍ହିଭୂତ ସମ୍ପତ୍ତି ସହ ଜଣେ ଅଙ୍ଗଗବାଡି ଦିଦିଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି କଥା ମଧ୍ୟ ପଦାକୁ ଆସିଥିଲା । ମୁମ୍ବାଇ ଡ୍ରଗ୍ସ ମାମଲାରେ ଓଡିଶା ଲିଙ୍କ୍ ସାମନାକୁ ଆସିଥିବା ବେଳେ ରାଜ୍ୟରୁ ଧରା ପଡିଥିଲା ସବୁଠାରୁ ଅଧିକ ଗଞ୍ଜେଇ। ଏପରିକି ୨୦୨୧ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟରେ ମଧ୍ୟ ଓଡ଼ିଶାକୁ ଲଜ୍ଜିତ ହେବାକୁ ପଡ଼ିଥିଲା । କାରଣ ଲକ୍ ଡାଉନ୍ ସତ୍ତ୍ୱେ ମହିଳାଙ୍କ ପ୍ରତି ଅସଦାଚାରଣରେ ସାରା ଦେଶରେ ଆସାମ ତଳକୁ ରହିଥିଲା ଓଡ଼ିଶା। ସେହିପରି ଶିଶୁଙ୍କ ପ୍ରତି ସବୁଠୁ ଅଧିକ ସୁଷ୍କର୍ମ ହୋଇଥିବା ରାଜ୍ୟ ଥିଲା ଓଡ଼ିଶା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story