Advertisment

ପ୍ରେମିକାଙ୍କୁ ବାହା ହେବା ବେଳେ ବେଦୀରେ ଥିଲେ ପତ୍ନୀ

ରାୟପୁର: ଛତିଶଗଡରେ ଏକ ବିବାହକୁ ନେଇ ଏବେ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ଏଠାକାର ଜସପୁର ପଞ୍ଚାୟତ ଅଧୀନ ବାଘଡ଼ୋଲର ଗାଁରେ ହୋଇଛି ଏହି ବିବାହ। ଜଣେ ସିଆର୍‌ପିଏଫ୍‌ ଯବାନ ବେଦୀରେ ପତ୍ନୀଙ୍କ ଉପସ୍ଥିତିରେ ତାଙ୍କ ପ୍ରେମିକାଙ୍କୁ ବିବାହ କରିଛନ୍ତି। ଏହି ସିଆରପିଏଫ ଯବାନଙ୍କ ନାଁ ଅନିଲ୍‌ ପାଇକରା। ଜସପୁରରେ ରହୁଥିବା ଅନିଲ୍‌ ବାରାଣସୀରେ କାମ କରନ୍ତି। ୪ ବର୍ଷ ପୂର୍ବେ ପାଖ ଗାଁର ଜଣେ ଯୁବତୀଙ୍କ ସହିତ ତାଙ୍କର ବାହାଘର ହୋଇଥିଲା। ତେବେ ପରେ ସେ ଅଙ୍ଗନୱାଡି […]

author-image
Biswobandita Swain
ଅଦ୍ୟତନ ହୋଇଛି
ପ୍ରେମିକାଙ୍କୁ ବାହା ହେବା ବେଳେ ବେଦୀରେ ଥିଲେ ପତ୍ନୀ

CRPF_incident

ରାୟପୁର: ଛତିଶଗଡରେ ଏକ ବିବାହକୁ ନେଇ ଏବେ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ଏଠାକାର ଜସପୁର ପଞ୍ଚାୟତ ଅଧୀନ ବାଘଡ଼ୋଲର ଗାଁରେ ହୋଇଛି ଏହି ବିବାହ। ଜଣେ ସିଆର୍‌ପିଏଫ୍‌ ଯବାନ ବେଦୀରେ ପତ୍ନୀଙ୍କ ଉପସ୍ଥିତିରେ ତାଙ୍କ ପ୍ରେମିକାଙ୍କୁ ବିବାହ କରିଛନ୍ତି।

Advertisment

ଏହି ସିଆରପିଏଫ ଯବାନଙ୍କ ନାଁ ଅନିଲ୍‌ ପାଇକରା। ଜସପୁରରେ ରହୁଥିବା ଅନିଲ୍‌ ବାରାଣସୀରେ କାମ କରନ୍ତି। ୪ ବର୍ଷ ପୂର୍ବେ ପାଖ ଗାଁର ଜଣେ ଯୁବତୀଙ୍କ ସହିତ ତାଙ୍କର ବାହାଘର ହୋଇଥିଲା। ତେବେ ପରେ ସେ ଅଙ୍ଗନୱାଡି କର୍ମୀଙ୍କ ପ୍ରେମରେ ପଡ଼ି ଯାଇଥିଲେ। ତାଙ୍କୁ ବାହା ହେବାକୁ ସେ ନିଷ୍ପତ୍ତି ନେଇଥିଲେ। ତାଙ୍କ ପ୍ରଥମ ସ୍ତ୍ରୀ ବି ତାଙ୍କୁ ସମର୍ଥନ କରିଥିଲେ। ସନ୍ତାନ ହେଉ ନଥିବା ଯୋଗୁ ଅନିଲଙ୍କୁ ତାଙ୍କ ପ୍ରଥମ ସ୍ତ୍ରୀ ଦ୍ୱିତୀୟ ବିବାହ ପାଇଁ ଅନୁମତି ଦେଇଥିଲେ।

ଏହା ପରେ ଅନିଲ ଦ୍ୱିତୀୟ ବିବାହ କରିଥିଲେ। ତେବେ ବିବାହ ଦିନ ସେ ବେଦୀରେ ଉଭୟ ପତ୍ନୀ ଓ ପ୍ରେମିକାଙ୍କ ସହ ଉପସ୍ଥିତ ଥିଲେ। ଅର୍ଥାତ୍ ପ୍ରେମିକାଙ୍କ ସହ ତାଙ୍କ ବାହାଘର ଚାଲିଥିବା ବେଳେ ତାଙ୍କ ପତ୍ନୀ ବି ବେଦୀରେ ବସିଥିଲେ।

Advertisment

ଅନିଲ୍‌ ଜଣେ ସରକାରୀ କର୍ମଚାରୀ। ପ୍ରଥମ ପତ୍ନୀ ଥାଉ ଥାଉ ଆଉ ଥରେ ବାହା ହେବା ଆଇନ୍ ଅନୁଯାୟୀ ଅପରାଧ। ଏକଥା ଜାଣି ମଧ୍ୟ ସେ ଦ୍ୱିତୀୟ ବିବାହ କରିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି।