ନାଇଁ ନାଇଁରୁ ପୂରାପୂରି ହିଟ୍‌, ଆମ ସୋନିଙ୍କ ଲଭଷ୍ଟୋରୀ...

ପ୍ରେମ ସିନା ଅଢେଇ ଅକ୍ଷର। ହେଲେ ଏ ବିଲରେ ଚାଷ ବଡ଼ କଷ୍ଟକର ବନ୍ଧୁ। ପାରି ଜାଣିଲେ ଭଲ ଅମଳ ନ ପାରି ଜାଣିଲେ ନାମ। ହେଲେ ‘ହରି’ଙ୍କ ପାଇଁ ହରି ସାହା ହେଲେ । ତାଙ୍କ ପ୍ରେମର ମାନେ ଟିକେ ଅଲଗା। ପଥ ସିନା କଣ୍ଟକିତ ଥିଲା, ହେଲେ ଏବେ ଫୁଲ ଭଳି ମହକୁଛି ତାଙ୍କ ସମ୍ପର୍କ। ଆଉ ତାଙ୍କ ଭ୍ୟାଲେଣ୍ଟାଇନ୍‌ ଏବେ ତାଙ୍କ ଘରର ଘରଣୀ। ଜାଣିଛନ୍ତି କାହାକଥା କହୁଛୁ। ଆମେ ଗୋଟେ ଏମିତି କଟକିଆ […]

rrr

rrr

Mihir Pattnayak
  • Published: Thursday, 14 February 2019
  • Updated: 14 February 2019, 03:46 PM IST

Sports

Latest News

ପ୍ରେମ ସିନା ଅଢେଇ ଅକ୍ଷର। ହେଲେ ଏ ବିଲରେ ଚାଷ ବଡ଼ କଷ୍ଟକର ବନ୍ଧୁ। ପାରି ଜାଣିଲେ ଭଲ ଅମଳ ନ ପାରି ଜାଣିଲେ ନାମ। ହେଲେ ‘ହରି’ଙ୍କ ପାଇଁ ହରି ସାହା ହେଲେ । ତାଙ୍କ ପ୍ରେମର ମାନେ ଟିକେ ଅଲଗା। ପଥ ସିନା କଣ୍ଟକିତ ଥିଲା, ହେଲେ ଏବେ ଫୁଲ ଭଳି ମହକୁଛି ତାଙ୍କ ସମ୍ପର୍କ। ଆଉ ତାଙ୍କ ଭ୍ୟାଲେଣ୍ଟାଇନ୍‌ ଏବେ ତାଙ୍କ ଘରର ଘରଣୀ। ଜାଣିଛନ୍ତି କାହାକଥା କହୁଛୁ। ଆମେ ଗୋଟେ ଏମିତି କଟକିଆ ପ୍ରେମ କଥା କହିବୁ, ଯାହାକୁ ଶୁଣି ଆପଣଙ୍କ ହୃଦୟ ବି ଗାର୍ଡନ୍‌ ଗାର୍ଡନ୍‌ ହୋଇଯିବ। ତା’ ହେଲେ ଆଉ ଡେରି କରିବାନି। ଶୁଣିବା ଗୋଟେ ସୁନ୍ଦର ‘ଲଭ୍‌ଷ୍ଟୋରୀ’।

ସ୍କୁଲ୍‌ ପଢ଼ା ସରିଲା। ଆରମ୍ଭ ହେଲା କଲେଜ୍‌। କିଏ କାନରେ ଫୋନ୍‌ ଧରି ବୁଲୁଥିଲେ। କିଏ କାହାସହ ଗପୁଥାଏ ତ କିଏ କାହାସହ ଚାଟିଂରେ ବ୍ୟସ୍ତ। ହରି ଏ ସବୁ ଦେଖି କେମିତି ଗୋଟେ ଚିଡ଼ି ଯାଉଥାନ୍ତି। ମନେ ମନେ ଭାବୁଥାନ୍ତି, ସମସ୍ତଙ୍କର ଗୋଟିଏ ଲେଖାଏଁ ଗର୍ଲ ଫ୍ରେଣ୍ଡ୍‌ ଅଛି ହେଲେ ମୁଁ, ଧେତ୍‌...।

ହରିଙ୍କ ସାଙ୍ଗମାନେ ବି ଠିକ୍‌ ଏହି କଥା ଲକ୍ଷ୍ୟ କରୁଥାନ୍ତି। ଗଲଫ୍ରେଣ୍ଡ୍‌ ନ ଥିବାରୁ ସମସ୍ତେ ତାଙ୍କୁ ଚିଡାନ୍ତି। ଆଉ ଫ୍ରଷ୍ଟେସନ୍‌କୁ ଆସିବା ଆଗରୁ ହରି ନିଜ ମନକଥା କହିବସନ୍ତି ବେଷ୍ଟ ଫ୍ରେଣ୍ଡ ଜିତୁକୁ।

ପାରୁଛ ଯଦି “ମୋ ପାଇଁ ଗୋଟେ ସେଟିଂ କର, ମୁଁ ଆଉ ଏତେ କଥା ଶୁଣି ପାରିବିନି।”

“ଇସିକୋ କହେତେ ହୈ ୟାରି ଭୟା”

ଜିତୁ ବାବୁ ଲାଗି ପଡନ୍ତି ସାଙ୍ଗର ସେଟିଂ କରିବାକୁ, ମାନେ ହରିଙ୍କ ପାଇଁ ଗର୍ଲଫ୍ରେଣ୍ଡ୍‌ ଖୋଜିବାରେ।

ଜିତୁ ନିଜ ଗର୍ଲ ଫ୍ରେଣ୍ଡକୁ ଏ କଥା କହିବା ପରେ, “ସୋନି”ଙ୍କ ପାଖେ କଥା ପହଞ୍ଚେ।

ସୋନି” । କ୍ଲାସ୍‌ରେ ଚୁପଚାପ୍‌ ରହୁଥିବା ଗହମ ରଙ୍ଗର ସେହି ଝିଅଟି। ସୋନିଙ୍କ ବାନ୍ଧବି ଜିତୁଙ୍କ ଗର୍ଲଫ୍ରେଣ୍ଡ୍‌। ବୁଝିପାରିଲେ ତ ସେଟିଂଟା କେମିତି ହେଲା।

ସୋନୀ ଭଲ ପଢ଼ୁଥିବା ବେଳେ ହରି  କିନ୍ତୁ ମେଟ୍ରିକ୍‌ରୁ ପାଠ ଛାଡି ଦେଇଥିଲେ।

ଏଇଠି ଆସେ କାହାଣୀରେ ଟୁଇଷ୍ଟ୍‌।

ଏଣୁ ସେଟିଂ ବାଟେଇବ ନା ନାହିଁ ସେ ନେଇ ସମସ୍ତେ ଚିନ୍ତିତ ହୋଇପଡିଲେ।

ହରି, ଜିତୁ, ସୋନି ଆଉ ସୋନିଙ୍କ ବାନ୍ଧବୀ ସବୁ ଟେନ୍‌ସନ୍‌ରେ ।

ହରି ବି ଖୁବ୍‌ ନର୍ଭସ୍‌। କ’ଣ ସେ କହିବ ?

ଯଦି ମନା କଲା ???

ଏମିତି ଅନେକ କିଛି....।

ହେଲେ ସେ ଯାହା ବି ହେଉନା କାହିକିଁ, ହରି ଆଉ ସୋନି ପରସ୍ପର ବନ୍ଧୁ ହୋଇ ସାରିଥାନ୍ତି। କଥାବାର୍ତ୍ତା ପୂରା ଟ୍ରାକରେ ଥାଏ। ହରିଙ୍କ ଘର କନିକା ଛକରେ ଥିବା ବେଳେ ସୋନୀଙ୍କ ଘକ କଟକ ସିଡିଏରେ। ଦୁହେଁ କଟକରେ ଥାଇବି ଗୋଟିଏ ମାସ ପରସ୍ପରକୁ ନ ଦେଖି କଥା ହୁଅନ୍ତି। ସେହି ଗୋଟିଏ ମାସ ଭିତରେ ହରି ସୋନିଙ୍କୁ ପ୍ରପୋଜ୍‌ ବି କରିଦେଲେ। ସୋନି ପ୍ରଥମେ ନାହିଁ କଲେ, ଅବଶ୍ୟ ନାହିଁଟା ବି ମନରୁ ନୁହେଁ। ଗୋଟିଏ ମାସ ପରେ ଦୁହିଁଙ୍କର ଦେଖା ହେବ ବୋଲି ସ୍ଥିର ହେଲା।

ସେତେବେଳେ ଦୁହିଁଙ୍କ ମନରେ ଥାଏ ଭିନ୍ନ ଆଶା।

ଭାବିଲେ ଦେଖି, ଯାହାକୁ ଆପଣ ପ୍ରତି ମୁହୂର୍ତ୍ତରେ ଖୋଜୁଥିବେ, ସେ ଯଦି ସାମ୍ନାକୁ ଆସେ ! କ’ଣ କରିବେ ଆପଣ।

ହାତ ଝାଳେଇଯିବ, ତଣ୍ଟି ଶୁଖିଯିବ, ଡରି ଡରି ହୁଏତ ହାତ ବି ଥରିବ। ଏଇଆ ନା !

ହଁ ସେଦିନ ହରିଙ୍କ ସହ ସେଇଆ ହିଁ ହେଲା। ଦେଖା ହୋଇ ନ ଥିବା ସେ ଗୋଟିଏ ମାସ  ଯୁଗେ ଭଳି ଲାଗୁଥିଲା ଉଭୟଙ୍କୁ।

ହରି କିନ୍ତୁ ଟିକେ ଅଧିକ ଡରୁଥିଲେ। କାହିଁକି, ଜାଣିଛନ୍ତି ?

କାରଣ ସେ କଲେଜ୍‌ରେ ପଢ଼ିବା କଥା ମିଛ କହି ସୋନିଙ୍କ ସହ କଥା ହୋଇଥିଲେ।  ହରି ଭାବିଲେ ସୋନି ଏକଥା ଜାଣିଲେ ତାଙ୍କୁ ବୋଧେ ଛାଡ଼ିଦେବେ। କିନ୍ତୁ ସେମିତି କିଛି ବି ହୋଇ ନ ଥିଲା। ହରି ଆଉ ପାଠ ପଢ଼ିବାକୁ ଇଚ୍ଛା  କରୁ ନ ଥିଲେ ବି ସୋନି ସବୁ କଥା ଜାଣି ତାଙ୍କୁ ପାଠ ପଢ଼ିବାକୁ କହିଥିଲେ। ଧିରେ ଧିରେ ସୋନି ବି ହରିଙ୍କ ପ୍ରେମରେ ପଡ଼ିଯାଇଥିଲେ।

ସବୁ ଲଭ୍‌ବାର୍ଡ୍‌ଙ୍କ ପରି ଦୁହେଁ,  ଲୁଚିଛପି ଦେଖା କଲେ, ପାର୍କଗଲେ, ରାତି ରାତି ଫୋନ୍‌ରେ ଗପିଲେ। ସେଥିରେ ରାଗ ରୋଷ, ଅଭିମାନ୍‌ ବି ରହିଲା। ଖଟା ମିଠା ସ୍ମୃତୀ ସାଉଁଟି ପ୍ରେମ ଗାଡ଼ି ଆଗକୁ ଗଡିଲା। ଧିରେ ଧିରେ ବିତିଗଲା ୮ ବର୍ଷ। ବାହାଘରର ସମୟ ଆସିଲା। ସୋନୀଙ୍କ ବାପା କର୍କଟ ରୋଗରେ ପଡିଲେ। ହରି ସୋନିଙ୍କର ଜଣେ ବନ୍ଧୁ ହିସାବରେ ମେଡିକାଲ୍‌ ଯାଇ ତାଙ୍କର ଦେଖା ଚାହାଁ ବି କରୁଥିଲେ। ତା’ପରେ କିଛି ଦିନ ପରେ ସୋନିଙ୍କ ବାପା ଚାଲିଗଲେ। ବାପାଙ୍କ ଅନ୍ତେ ଘରେ ସମସ୍ତେ ସୋନିଙ୍କ ବାହାଘର ପାଇଁ ବ୍ୟସ୍ତ।

ସୋନି ବି ଖୁବ୍‌ ଚିନ୍ତିତ। ସେ ହରିଙ୍କ କଥା ଘରେ କହିଲେ, କିନ୍ତୁ ଘରେ ରାଜି ହେଲେନି। କାରଣ ହରି ଥିଲେ ଗଉଡ ଘରର ପୁଅ ଆଉ ସୋନି ଥିଲେ ବଣିଆ ଘରର ଝିଅ। ଦୁହିଁଙ୍କର ଅଲଗା ଜାତି ହୋଇଥିବାରୁ ଘର ଲୋକମାନେ ଆପତ୍ତି କଲେ। ହରିଙ୍କ ସହ ମିଶିବା  ତାଙ୍କ ସହ କଥା ହେବା ବନ୍ଦ କରି ଦିଆଗଲା। ହରି ଯେତେ ଯାଇ ବୁଝାସୁଝା କଲେ ବି ସୋନିଙ୍କ ପରିବାର ଲୋକେ ଶୁଣି ନ ଥିଲେ। ଘଟଣା ଏମିତି ହେଲା ସୋନି ହରିଙ୍କ ବିନା ବଞ୍ଚିବା ଖୁବ୍‌ କଷ୍ଟକର ହୋଇ ପଡ଼ିଲା। ତେଣୁ ସେ ଖାଇବା ପିଇବା ଛାଡି ଦୁର୍ବଳ ହୋଇପଡୁଥାନ୍ତି।

ଏତେ ଦୁର୍ବଳ ହୋଇଯାଆନ୍ତି ଯେ, ମେଡିକାଲ୍‌ ପର୍ଯ୍ୟନ୍ତ କଥା ଗଲା।  ହରି ଏ ଖବର ଶୁଣି ମେଡିକାଲ୍‌ ଦୌଡ଼ି ପଲାଇଥିଲେ। ପାଖରେ ରହି ତାଙ୍କର ଦେଖା ଚାହାଁ କଲେ। ତାପରେ ସୋନିଙ୍କ ପରିବାର ଲୋକଙ୍କୁ ହରି ବୁଝେଇବାକୁ ଚେଷ୍ଟା କରିଲେ। ଆଉ ସୌଭାଗ୍ୟକୁ ଉଭୟଙ୍କ ଭଲ ପାଇବା ଆଗରେ ମୁଣ୍ଡ ନୁଆଁଇଲେ ପରିବାର ଲୋକେ। 

ପ୍ରେମ ସଫଳ ହେଲା। କଥାରେ ଅଛି ନା ଯୋଡ଼ି ଇଶ୍ୱର ତିଆରି କରନ୍ତି।

ସାହାନାଇ ବାଜିଲା, ଦାଣ୍ଡ ଦୂଆରେ ଲେଖାହେଲା “ହରି ୱେଡସ୍‌ ସୋନି”।

ଶୁଣିଲେ ତ । ପ୍ରେମ କଥାଟି । କାହାଣୀ ବୋଲି ଭାବୁଛନ୍ତି କି ?

ନାଇଁ ଆଜ୍ଞା, ନିଚ୍ଛକ ସତ କଥାଟିଏ। ସୋନି ଆଉ ହରି ଏବେ ଖୁବ୍‌ ଖୁସିରେ ଘର ପରିବାର କରି ରହିଛନ୍ତି। ଆଉ ତାଙ୍କ ଖୁସିରେ ଆମେ ବି ବହୁତ ଖୁସି। ଆଉ ଏଇ ଭ୍ୟାଲେଣ୍ଟାଇନ୍‌ ଡେ’ରେ ତାଙ୍କର ଏହି କାହାଣୀଟି ଖୋଦ୍‌ ଜିତୁ ଆମ ସହ ଶେଆର କରିଛନ୍ତି। ଯାହା ସୋନି ଆଉ ହରିଙ୍କୁ ତାଙ୍କ ତରଫରୁ ଭ୍ୟାଲେଣ୍ଟାଇନ୍‌ ଭେଟି।

ଆମେ ଭଗବାନ୍‌ଙ୍କୁ ପ୍ରାର୍ଥନା କରୁଛୁ ଦୁହିଁଙ୍କ ପ୍ରେମ ଭରା ବୈବାହିକ ଜୀବନ ସୁଖଭରା ହେଉ। ହାପି ଭ୍ୟାଲେଣ୍ଟାଇନ୍‌ ଡେ’ ଟୁ ୟୁ ବୋଥ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story