Advertisment

ପକେଟ୍‌ ମନି କାଟି ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଅବକାରୀ କନ୍‌ଷ୍ଟେବଲ୍‌

ନବରଙ୍ଗପୁରରୁ (ନବଘନ ବିଷୋୟୀ): ଶିକ୍ଷକତା ତାଲିମ ନେଇଥିଲେ। ହେଲେ ଶିକ୍ଷକ ହୋଇପାରିଲେ ନାହିଁ। ବଦଳିଗଲା ଜୀବନର ଗତିପଥ। ପିଲାଙ୍କ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିବା ଯୁବକ ଦେବେନ୍ଦ୍ର ସମରଥ ଚାକିରି ପାଇଲେ ଅବକାରୀ ବିଭାଗରେ। ନିଶା ବେପାରୀଙ୍କ ପଛରେ ଧାଇଁ ଧାଇଁ ସେ ଥକି ପଡ଼ି ନାହାନ୍ତି। ଏବେ ଚାକିରିରୁ ସମୟ ବାହାର କରି ପିଲାଙ୍କୁ ପାଠ ପଢ଼ାଇବାରେ ଲାଗି ପଡ଼ୁଛନ୍ତି ଦେବେନ୍ଦ୍ର। ପୂରା ଘଟଣା ଏମିତି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍‌ କର୍ଚ୍ଚାମାଳ ଗାଁର ଦେବେନ୍ଦ୍ର […]

author-image
Manoranjan Sial
ପକେଟ୍‌ ମନି କାଟି ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଅବକାରୀ କନ୍‌ଷ୍ଟେବଲ୍‌

Nabarangapur

ନବରଙ୍ଗପୁରରୁ (ନବଘନ ବିଷୋୟୀ): ଶିକ୍ଷକତା ତାଲିମ ନେଇଥିଲେ। ହେଲେ ଶିକ୍ଷକ ହୋଇପାରିଲେ ନାହିଁ। ବଦଳିଗଲା ଜୀବନର ଗତିପଥ। ପିଲାଙ୍କ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିବା ଯୁବକ ଦେବେନ୍ଦ୍ର ସମରଥ ଚାକିରି ପାଇଲେ ଅବକାରୀ ବିଭାଗରେ। ନିଶା ବେପାରୀଙ୍କ ପଛରେ ଧାଇଁ ଧାଇଁ ସେ ଥକି ପଡ଼ି ନାହାନ୍ତି। ଏବେ ଚାକିରିରୁ ସମୟ ବାହାର କରି ପିଲାଙ୍କୁ ପାଠ ପଢ଼ାଇବାରେ ଲାଗି ପଡ଼ୁଛନ୍ତି ଦେବେନ୍ଦ୍ର।

Advertisment

ପୂରା ଘଟଣା ଏମିତି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍‌ କର୍ଚ୍ଚାମାଳ ଗାଁର ଦେବେନ୍ଦ୍ର ସମରଥ। ବିଏ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ବେଳେ ସିଟି ଏଣ୍ଟ୍ରାନ୍ସ କ୍ୱାଲିଫାଏ କରିଥିଲେ। ଏହା ପରେ ସିଟି ତାଲିମ ନେବାକୁ ଚାଲିଗଲେ। ସେ ସିଟି ପାସ୍‌ କରିବା ସହିତ ଓଟିଇଟି ପାସ୍‌ ମଧ୍ୟ କରିଥିଲେ। ହେଲେ ଶିକ୍ଷକ ନିଯୁକ୍ତରେ ବିଳମ୍ୱ ହେବାରୁ ପରିବାର ଚିନ୍ତା ଘାରିଲା। ଶିକ୍ଷକ ହେବା ନିଶା ପଛରେ ପକାଇ ୨୦୧୯ ମସିହାରେ ବାହାରିଥିବା ଅବକାରୀ ବିଭାଗ କନ୍‌ଷ୍ଟେବଳ ପଦବୀ ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ। ଆଉ ସେଥିରେ ପାସ୍‌ କରି ଅବକାରୀ ବିଭାଗରେ ଚାକିରି ପାଇଲେ। ଏବେ ସେ କୋଡ଼ିଙ୍ଗା ଅବାରୀ ବିଭାଗର କନ୍‌ଷ୍ଟେବଲ ଭାବେ ଚାକିରି କରୁଛନ୍ତି।

ଅବକାରୀ ବିଭାଗରେ ଚାକିରି କରୁଥିଲେ ମଧ୍ୟ ଦେବେନ୍ଦ୍ରଙ୍କର ଶିକ୍ଷକତା ପ୍ରତି ଦୁର୍ବଳତା ରହିଥିଲା। ତେଣୁ ସେ ପ୍ରତି ଦିନ ନିଜର କର୍ମକ୍ଷେତ୍ରରୁ ରାତିରେ ଘରକୁ ଫେରିଲା ପରେ ଓ ଛୁଟି ଦିନମାନଙ୍କରେ ପିଲାଙ୍କୁ ମାଗଣା ଶିକ୍ଷାଦାନ ଦେଉଛନ୍ତି। ଖାଲି ସେତିକି ନୁହେଁ, ନିଜର ଅଳ୍ପ ଦରମାରୁ ୧୦ ପ୍ରତିଶତ ଟଙ୍କା ଗରିବ ପିଲାଙ୍କ ଶିକ୍ଷା ଉପକରଣ କିଣିବାରେ ଖର୍ଚ୍ଚ କରୁଛନ୍ତି। ଦୀର୍ଘ ତିନି ବର୍ଷ ହେବ ଏହି କାର୍ଯ୍ୟ ସେ କରିଆସୁଛନ୍ତି।

Advertisment

ମହାମାରୀ କରୋନା କାରଣରୁ ଦେଶରେ ଶିକ୍ଷାଦାନ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ସ୍କୁଲ୍‌ ଓ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଅର୍ଥ ଅଭାବରୁ ଅନେକ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଡୋରୀ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ଏପରି ସମୟରେ ଦେବେନ୍ଦ୍ରଙ୍କ ଏପରି ଉଦ୍ୟମ ସାଧାରଣରେ ପ୍ରଶଂସା ଯୋଗ୍ୟ। ଏବେ ଦେବେନ୍ଦ୍ର ପ୍ରାୟ ୬୦ରୁ ୭୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି ପ୍ରେମଚାନ୍ଦ ଭତରା। ଦୁହେଁ ପିଲାମାନଙ୍କୁ ମାଗଣା ଶିକ୍ଷାଦାନ କରୁଛନ୍ତି।

ଶିକ୍ଷାଦାନ ପାଇଁ ଘର ଖଣ୍ଡିଏ ନଥିବାରୁ ସେହି ଗ୍ରାମର ସୀତାରାମ ପୂଜାରୀଙ୍କ ଅର୍ଦ୍ଧ ନିର୍ମିତ ଘରେ ପାଠ ପଢା ଯାଉଛି। ଗରିବ ମେଧାବୀ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଯେପରି ଶିକ୍ଷରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ବିଶେଷ ଧ୍ୟାନ ଦେଉଥିବା ଦେବେନ୍ଦ୍ର କହିଛନ୍ତି।